ଆଜିର ରାଶିଫଳ

୨୦୨୩ମସିହା ଜୁଲାଇମାସ ୧୩ତାରିଖ ଗୁରୁବାର।ଶ୍ରୀମନ୍ଦିରରେ ଓ ସର୍ବସମ୍ମତ କାମଦା (ଚକ୍ରବୁଲା) ଏକାଦଶ୍ୟୁପବାସ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୮/୫୨ ,ସୂର୍ଯ୍ୟାସ୍ତ- ଘ୬/୨୫/୨୮ ,ଶ୍ରାବଣ ମାସ ,କୃଷ୍ଣପକ୍ଷ ,ବୃହସ୍ପତି ବାସ ,ତିଥି- ଏକାଦଶୀ ସନ୍ଧ୍ୟା ଘ୬/୩୩ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ନକ୍ଷତ୍ର- କୃତ୍ତିକା ରାତ୍ରି ଘ୯/୪୦ମି ପର୍ଯ୍ୟନ୍ତ ତଦନ୍ତେ ରୋହିଣୀ ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ। ସନ୍ଧ୍ୟା ଘ୬/୩୩ମି ପରେ ନୈର୍ଋତ କୋଣରେ। ଅଗନ୍ତବ୍ୟ ତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ସନ୍ଧ୍ୟା ଘ୬/୩୩ମି ମଧ୍ୟେ ଯାତ୍ରା ଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ବିଛା ରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଶିମ୍ବ, ସନ୍ଧ୍ୟା ଘ୬/୩୩ମି ପରେ ପୋଇଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-କାଳ ଓ ବାରବେଳା ଦିବା ଘ୩/୯ମି ରୁ ସୂର୍ଯ୍ୟାସ୍ତ ଘ୬/୨୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୧/୫୩ମି ରୁ ଘ୧/୧୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୨/୫୬ମି ରୁ ଘ୫/୨୦ମି ମଧ୍ୟେ, ରାତ୍ରି ଘ୭/୧୫ମି ରୁ ଘ୯/୩୯ମି ମଧ୍ୟେ, ଘ୧୨/୫୨ମି ରୁ ଘ୩/୧୬ମି ମଧ୍ୟେ, ଘ୪/୫୨ମି ରୁ ରାତ୍ରିଶେଷ ଘ୫/୧୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟ ରୁ ଦିବା ଘ୬/୧୨ମି ମଧ୍ୟେ, ଘ୯/୪୨ମି ରୁ ଘ୧୧/୨୬ମି ପର୍ଯ୍ୟନ୍ତ।
ମେଷ- ବ୍ୟବସାୟୀଙ୍କଲାଗି ଦିନଟି ସାମାନ୍ୟରହିବ। ଆଜି ନୂଆଲୋକଙ୍କ ସହିତ ପରିଚୟ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିବ। ପ୍ରେମିକାସହିତ ବାହାରକୁ ବୁଲି ଯାଇପାରନ୍ତି।
ବୃଷ- କୌଣସି ପ୍ରକାର ମାମଲାରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ କଥା ଗମ୍ଭୀରତାର ସହ ଶୁଣନ୍ତୁ। ଅଫିସରେ କୌଣସି ନୂଆ ପରିଯୋଜନା ମିଳିପାରେ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ମିଥୁନ- ଆପଣଙ୍କ ବ୍ୟବହାରରେ ଅନ୍ୟର ହୃଦୟ ଜିଣିବେ। କୌଣସି କାମରୁ ଆଜି ବଡ଼ ଫାଇଦା ହେବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କର ସିଦ୍ଧି ପ୍ରାପ୍ତ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ହସଖୁସିରେ ସମୟ କଟିବ।
କର୍କଟ- ଭାଗ୍ୟର ସହଯୋଗ ପାଇବେ। ମନ ମୁତାବକ ଫଳାଫଳ ମିଳିବା ହେତୁ ଖୁସି ରହିବେ। ପ୍ରଫେସରଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। ବନ୍ଧୁଙ୍କ ସହିତ ସିନେମା ଦେଖିବା ଲାଗି ଯୋଜନା କରିବେ।
ସିଂହ- ସାବଧାନତାର ସହ କାମ କରନ୍ତୁ; ସଫଳତା ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଦୀର୍ଘ ଦିନର କୌଣସି ଆଶା ପୂରା ହେବ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ମିଶି ପାରନ୍ତି। ଖାଦ୍ୟ ପାନୀୟର ମଜା ନେବେ।
କନ୍ୟା-ଅନ୍ୟମାନଙ୍କ ସହିତ ମହତ୍ତ୍ଵପୂର୍ଣ୍ଣ କଥା ଆଲୋଚନା କରନ୍ତୁ ନାହିଁ। ସାମାଜିକ ସମାରୋହରେ ସହଯୋଗ କରିବାର ସୁଯୋଗ ମିଳିବ। ବଜେଟକୁ ଧ୍ୟାନ ରଖି ଖର୍ଚ୍ଚ କରନ୍ତୁ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ।
ତୁଳା- ଆପଣଙ୍କ ମହତ୍ତ୍ଵାକାଂକ୍ଷାକୁ ବଳ ମିଳିବ। ଆପଣଙ୍କ ଲକ୍ଷ୍ୟ ପୂରା କରିବା ଦିଶାରେ କାମ କରିବେ। ବ୍ୟବସାୟରେ ଧନଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ। ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ। ପ୍ରେମିକପ୍ରେମିକାଙ୍କ ଲାଗି ଦିନଟି ଭଲ।
ବିଛା- ମନରେ ଧାର୍ମିକ ଭାବନା ଉଦୟ ହେବ। ବାପାମାଆଙ୍କ ସେବା କରନ୍ତୁ; ଭଲ ଫଳ ପାଇବେ। ଆଇନକାନୁନ ମାମଲାର ସମାଧାନ ହୋଇପାରେ। ଆଜି ଆପଣଙ୍କ କାମରେ କର୍ତ୍ତୃପକ୍ଷ ପ୍ରଭାବିତ ହେବେ। କ୍ରିକେଟ୍ ଖେଳାଳିମାନେ ବଢ଼ିଆ ପ୍ରଦର୍ଶନ କରିବେ।
ଧନୁ- ଆପଣ ନିଜର ଇଚ୍ଛା ପୂରା କରିବା ଲାଗି ଚେଷ୍ଟା କରିବେ। ଧନର ଆଗମନ ହେବ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗଦେବା ପାଇଁ ସୁଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବା ଲାଗି ପ୍ରତିଦିନ ପ୍ରାତଃ ଭ୍ରମଣ ଓ ଯୋଗ କରନ୍ତୁ।
ମକର- ଆପଣଙ୍କ ଊର୍ଜାର ସ୍ତର ବଢ଼ିବ। ଫୋନ୍‌ରେ ନିକଟ ସଂପର୍କୀୟଙ୍କ ସହିତ ଲମ୍ବା ସମୟ ଧରି କଥାବାର୍ତ୍ତା ହେବେ। ବ୍ୟବସାୟ ବୃଦ୍ଧି ଲାଗି ଉପାୟ ଫଳପ୍ରଦ ହେବ। ଆପଣଙ୍କ ପ୍ରେମରେ ଆପଣଙ୍କୁ ସଫଳତା ମିଳିବ।
କୁମ୍ଭ- ଗ୍ରହମାନଙ୍କ ଶୁଭଦୃଷ୍ଟି ହେତୁ ସୌଭାଗ୍ୟବଶତଃ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବନାହିଁ। ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଜମି ଦଲାଲଙ୍କୁ ପୁରୁଣା ଜମିରୁ ଧନଲାଭ ହେବ। ପ୍ରେମର ଆବେଦନ ଲାଗି ଶୁଭ ସମୟ।
ମୀନ- ଦିନଟି ସକାରାତ୍ମକ ରହିବ। ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ଚେଷ୍ଟା ସଫଳ ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। କ୍ରିକେଟ୍ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ।

ନିତୀବାଣୀ-ବିଶ୍ୱାସ କାଚଗ୍ଲାସ ପରି । ଥରେ ଭାଙ୍ଗିଗଲେ,ଏହାଆଉ ସମାନ ଆଗଭଳି କେବେହେଲେ ହେବନାହିଁ।
ବାସ୍ତୁଟିପ୍ପଣୀ-କରଜ ଏବଂ ଋଣରୁ ମୁକ୍ତିପାଇବାକୁ ଚାଁହୁଚନ୍ତି କି । କରନ୍ତୁ ଏହି ୩ଟିବାସ୍ତୁ ଉପାୟ…
ବେଳେବେଳେ ଆମେ ଏପରି ସ୍ଥିତିରେ ପହଂଚିଥାଉ ଯେ ଯାହାଦ୍ୱାରା ଆମକୁ ଅଧିକ ଧନର ଆବଶ୍ୟକତା ପଡିଥାଏ । ସେହି ସମୟରେ ଆମକୁ ଆମପରିବାର ଏବଂ ମିତ୍ର ଙ୍କଠାରୁ କିଛି ଧନର ଆବଶ୍ୟକତା କରିଥାଉ ଓ ଉଦ୍ଧାର ମଧ୍ୟ ନେଇଥାଉ । ମାତ୍ର ତାହା ଆମକୁ ସଠିକସମୟରେ ଫେରାଇବାକୁ ପଡିଥାଏ । ଏହି ସମସ୍ୟାରୁ କିପରି ମୁକ୍ତି ପାଇବା ଜାଣିବା । ସେହି ଉପାୟ କରିବାଦ୍ୱାରା କରଜରୁ ମୁକ୍ତି ପାଇପାରିବେ ।
ପ୍ରଥମଉପାୟ- ବୁଧବାରଦିନ ସ୍ନାନକରିସାରିବା ପରେ ଭଗବାନ ଗଣେଶଙ୍କଠାରେ ପୂଜାକରନ୍ତୁ ଏବଂ ଋରୁ କେମିତି ମୁକ୍ତି ପାଇବେ ପ୍ରାର୍ଥନାକରନ୍ତୁ ଏବଂ ମୋଦକଭୋଗ କରନ୍ତୁ ତାସହ ପୂଜାକରିବା ସମୟରେ ଦୁବପତ୍ର ଏବଂ ଫୁଲଅର୍ପଣକରନ୍ତୁ ।ଏପରି କରିବାଦ୍ୱାରା ଧନଜନିତ ସମସ୍ୟା ଦୂର ହୋଇଯିବ ।
ଦ୍ୱିତୀୟଉପାୟ-ଦୁଇଟି ମଙ୍ଗଳବାରରେ ବଜରଙ୍ଗବଲିଙ୍କୁ ବସ୍ତ୍ରଚଢାନ୍ତୁ ଏବଂ ହନୁମାନଙ୍କ ଚରଣରୁ ସିନ୍ଦୁରନେଇ ମଥାରେ ଲଗାନ୍ତୁ । ଏହାସହିତ ନିୟମିତ ହନୁମାନଚାଳିଶା ପଠନ କରନ୍ତୁ । ଏହାଦ୍ୱାରା ଋଣରୁ ଶୀଘ୍ର ମୁକ୍ତି ପାଇବେ ।
ତୃତୀୟଉପାୟ-ଏହିଉପାୟ ମଙ୍ଗଳାବାର ହେବ । ଆପଣ ମଙ୍ଗଳବାର ଶିବମନ୍ଦିର ଯାଇ ଶିବ ଲିଙ୍ଗଉପରେ ମସୁରଡାଲି ଚଢାନ୍ତୁ ଓ ତାସହ ଓଁ ନମଃ ଶିବାୟ ଯନ୍ତ୍ରଟିର ଅଧିକରୁ ଅଧିକ ଜପକରନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣରୁ ମୁକ୍ତିପ୍ରାପ୍ତ ହେବ ।
ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.