ଛାତ୍ରୀଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗୀର,୧୩ା୭(ଏସଏସନିଉଜ) ବଲାଙ୍ଗୀର ଟାଉନ୍ ଥାନା ଅନ୍ତର୍ଗତ ନିଖିଲନଗରରେ ବାପା ଓ ମା ଘରେ ଅନୁପସ୍ଥିତ ଥିବାବେଳେ ଜଣେ ଯୁକ୍ତ୨ ପ୍ରଥମ ବର୍ଷଛାତ୍ରୀଙ୍କୁ ତଣ୍ଟିକାଟି ହତ୍ୟାକରାଯାଇଛି। ମୃତ ଛାତ୍ରୀହେଲେ ଶେଷାଦ୍ରି ନାଗ (୧୫)ଶେଷାଦ୍ରିଙ୍କ ମା ବଲାଙ୍ଗୀର ପୌରସଂସ୍ଥାରେ ସଫେଇ କର୍ମଚାରୀ ଅଛନ୍ତି। ସେ ଆଜି ସକାଳୁ କାମକୁ ଯାଇଥିବାବେଳେ ବାପା ମଧ୍ୟ ଘରେ ନଥିଲେ ।ଶେଷାଦ୍ରି ରୋଷେଇ କରି ବାପା ଓ ମାଙ୍କୁ ଖାଇବା ପହଞ୍ଚିବାର ଥିଲେ ମଧ୍ୟ ସେ ଯାଇନଥିଲେ ।ବାପା-ମା ଘରେ ଆସି ପହଞ୍ଚିଲାବେଳକୁ ଝିଅର ରକ୍ତାକ୍ତମୃତଦେହ ପଡ଼ିଥିଲା।ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକସ୍ଥିତିକୁ ଦୃଷ୍ଟିରେ ରଖି ତଦନ୍ତ କରୁଛି।

- Advertisement -

Leave A Reply

Your email address will not be published.