ଆଜିରରାଶିଫଳ

0 187

୨୦୨୩ମସିହା ଜୁଲାଇମାସ ୧୫ତାରିଖ ଶନିବାର।ପ୍ରଦୋଷ ବ୍ରତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୧୯/ ୩୮,ସୂର୍ଯ୍ୟାସ୍ତ-ଘ୬/୨୫/୧୦,ଶ୍ରାବଣମାସ,କୃଷ୍ଣପକ୍ଷ,ଶୌରି ବାସ,ତିଥି- ତ୍ରୟୋଦଶୀ ରାତ୍ରି ଘ୮/୨୮ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ରାତ୍ରି ଘ୮/୨୮ମି ପରେ ପଶ୍ଚିମଦିଗରେ। ଶନିବାର, ରିକ୍ତାତିଥି, ବିଷ୍ଟିକରଣ ଓ ରବିଯୁକ୍ତଦୋଷ ହେତୁ ଯାତ୍ରାନିଷେଧ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୧୨/୪ମି ପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ବାଇଗଣ, ରାତ୍ରି ଘ୮/୨୮ମି ପରେ ବିରିଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୫/୨୦ମି ରୁ ଘ୬/୫୯ମି ମଧ୍ୟେ, ଦିବା ଘ୪/୪୯ମି ରୁ ସୂର୍ଯ୍ୟାସ୍ତ ଘ୬/୨୫ମିପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟାଘ୬/୨୫ମି ରୁ ଘ୭/୪୬ମି ମଧ୍ୟେ, ରାତ୍ରି ଘ୩/୫୪ମି ରୁ ନିଶାନ୍ତ ଘ୫/୨୦ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୯/୨୧ମି ରୁ ଘ୧୨/୩୩ମି ମଧ୍ୟେ, ରାତ୍ରି ଘ୮/୪୮ମି ରୁ ଘ୧୧/୧୨ମି ମଧ୍ୟେ, ଘ୧୨/ ୪୮ମି ରୁ ଘ୨/୨୪ମି ମଧ୍ୟେ, ଘ୩/୧୨ମି ରୁ ଘ୪/୪୮ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୯/୪୨ମି ଗତେ ଘ୧୨/୨୧ମି ପର୍ଯ୍ୟନ୍ତ।ଶୁଭକର୍ମ:- ଶନିବାର ହେତୁ ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୮/ ୨୮ମି ମଧ୍ୟେ ୫ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)। ସୌମ୍ୟ କ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ପାପଯୁକ୍ତ ଚ଼ନ୍ଦ୍ର ଦୋଷ ନୁହେଁ।

🐏ମେଷ- ଠାକୁରଙ୍କ ଦର୍ଶନ ଲାଭକରି ଖୁସି ହୋଇପାରନ୍ତି। ଆଶାବାଦୀ ହେବେ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ର ସୁଖ ମିଳିବ।
🐮ବୃଷ-ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଐଶ୍ବର୍ଯ୍ୟଯୁକ୍ତ ହେବେ। ରଣାଙ୍ଗନ ବୀରତ୍ବ ପ୍ରଦର୍ଶନ କରି ପ୍ରଶଂସାର ପାତ୍ର ହେବେ। ମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ। ଧନଲାଭ ହେବ।
👩‍❤️‍👨ମିଥୁନ- ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପଥରୋଧ ହୋଇପାରେ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫ ଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କଥାବାର୍ତ୍ତାର ମାଧୁର୍ଯ୍ୟରେ ଅନ୍ୟମାନେ ମୋହିତ ହୋଇପାରନ୍ତି। ଜ୍ଞାନ-ଗରିମା, ସାହସୀ ଓ ଗୁଣଜ୍ଞ ହେବେ।
🦀କର୍କଟ- କାର୍ଯ୍ୟଭାର ଲାଘବ ହେବ। ରୋଜଗାର ଆଶାନୁରୂପ ହେବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଗୃହ ଓ ଯାନବାହନ ସୁଖ ମିଳିବ।
🦁ସିଂହ-ପରିବେଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ସରକାରଙ୍କ କୃପାପାତ୍ର ହେବେ।
🙎‍♀️କନ୍ୟା- ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇପାରନ୍ତି। ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ବାନ୍‌ ଓ ସାହସୀ ହେବେ।
⚖️ତୁଳା- ଦାୟିତ୍ବରେ ପରିବର୍ତ୍ତନ ଘଟିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ବଭାବର ହୋଇପାରନ୍ତି। ସ୍ବାଭିମାନୀ ହେବେ। ଭାଗୁଆଳି ବ୍ୟବସାୟ ଲାଭଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।
🦂ବିଛା-ଅର୍ଜନ କରିଥିବା ପୂର୍ବର ଅଭିଜ୍ଞତା କାର୍ଯ୍ୟରେ ଲଗାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ କାର୍ଯ୍ୟ କଲେ ସଫଳତା ଅବଶ୍ୟ ମିଳିବ।
🏹ଧନୁ-ବିଭିନ୍ନ କାରଣରୁ ବ୍ୟଥିତ ହୋଇପାରନ୍ତି। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
🐊ମକର-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ତନ୍ତ୍ର-ମନ୍ତ୍ରାଦି ଗୁପ୍ତବିଦ୍ୟା ପାଇଁ ଆଗ୍ରହୀ ହେବେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ। ପତ୍ନୀଙ୍କ ସହାୟତା ମିଳିବ।
🏺କୁମ୍ଭ- ବିପଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ବଭାବର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବ୍ୟକ୍ତି ବିଶେଷ ଭାବେ ପ୍ରତିଷ୍ଠା ଅର୍ଜନ କରିପାରନ୍ତି। ସ୍ବାସ୍ଥ୍ୟ ଭଲ ରହିବ। କୃଷିକର୍ମ ଉପରେ ଆଲୋକପାତ କରିପାରନ୍ତି।
🐟ମୀନ-ଅଘଟଣ ଘଟିବ। ପୂର୍ବରୁ ସତର୍କ ହେବେ। ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ଆକ୍ରାନ୍ତ ହେବେ। ପ୍ରେମୀ ଓ ସାହସୀ ହେବେ। ଭ୍ରାତୃ ସ୍ନେହ ରହିବ।

ନୀତିବାଣୀ-ସୂର୍ଯ୍ୟଙ୍କ ” ତାପ ” ଆଉ ବାପାଙ୍କ ” ରାଗ ” ସହ୍ୟ କରିବା ଶିଖନ୍ତୁ … କାରଣ ସୂର୍ଯ୍ୟ ବୁଡିଗଲେ ଦୁନିଆଁ ଅନ୍ଧକାର ଆଉ ବାପା ହଜିଗଲେ ଜୀବନ ଅନ୍ଧକାର !!
ବାସ୍ତୁଟିପ୍ପଣୀ-ଘରେ କୌଣସିପକ୍ଷୀ ଆଘାତପାଇ ପଡିବାଦେଇଥାଏ ଦୃଘଟଣାର ସଙ୍କେତ, |ସେସବୁ ସୂଚନା କଣ ଆସନ୍ତୁ ଜାଣିବା... ପ୍ରକୃତିରେ ଘଟିବାକୁଥିବା ଘଟଣାର କୌଣସି ନା କୌଣସିସଂକେତ ଆମ ଜୀବନ ସହ ରହିଥାଏ  I  ଏପରି କିଛିସଂକେତ  ଆଗାମୀ ଜୀବନରେ ଘଟିବାକୁଥିବା ଅଘଟଣ ବିଷୟରେ ଜଣାଇଥାଏ I
ଘରଉପରେ ଯଦି ପେଚା ବସିବା ଆରମ୍ଭକରିବ ତେବେ ସେହିଘରେ ନାନାସମସ୍ୟା ଆସିଥାଏ I ଧନର ଅଭାବ ରହିବ , ଶାରୀରିକକଷ୍ଟ ଲାଗି ରହିବ I
ଚିଲପକ୍ଷୀ ଯଦି ଘରଉପରେ ବୁଲେ କିଆସି ବସେ ତେବେ ଏହା ଅଶୁଭସଂକେତ ହେଇଥାଏ I
ଘରେ ବୁଢିଆଣୀଜାଲ ରହିବା ଉଚିତନୁହେଁ I ଏହା ଶୁଭ ଲକ୍ଷଣ ହେଇନଥାଏ I
ଯେଉଁଘରେ କଙ୍କଡାବିଛା ରହିଥାନ୍ତି ସେହିଘରେ ମାତାଲକ୍ଷ୍ମୀଙ୍କ ଆଗମନ ହେଇଥାଏ I
ଯେଉଁଘରେ କଳାମୂଷାଙ୍କର ବୃଦ୍ଧି ହେଇଥାଏ ସେହିଘରେ ଅଚାନକ ରୋଗବ୍ୟାଧି ବୃଦ୍ଧିହେବାରର ଏହା ସଂକେତ ଅଟେ I
କୌଣସିପକ୍ଷୀ ଆପେଆପେ ଆଘାତପାଇ ଆସି ଆପଣଙ୍କ ଅଗଣାରେ ପଡିଯିବା ବହୁତବଡ଼ ଅଶୁଭସଂକେତ ହେଇଥାଏ I ଏହିପକ୍ଷୀ ମରିକିଆସି ପଡିବାମଧ୍ୟ ଆହୁରି ଅଶୁଭ ହେଇଥାଏ I
ଯେଉଁଘରେ ବିଲେଇଝଗଡା କରିଥାନ୍ତି , ସେହିଘରେ ଅଚାନକ କୌଣସିବିଘ୍ନ ଲାଗିରହିଥାଏ I ସେହିଘରେ ବିବାଦ ବୃଦ୍ଧିହେଇଥାଏ I
ଆପଣଙ୍କ ଘରଆଡ଼କୁ କେହି କୁକୁର ଅନେଇକି କାନ୍ଦିବା ଏହା ଅସୁଭତ୍ୱର ସଂକେତ ହେଇଥାଏ I ଏହି ଘରର କୌଣସି ବ୍ୟକ୍ତିଙ୍କର ଆକସ୍ମିକମୃତ୍ୟୁର ମଧ୍ୟ ଏହା ସଂକେତ ହେଇଥାଏ I
କୌଣସିଘର ଛାତଉପରେ ଯଦି କୌଣସି କାଉ କିମ୍ବା ପେଚା ବୋବାଇଥାଏ ତେବେ ସେହି ଘରକୁ କୌଣସି ବିପତି ଆସିଥାଏ I ଅଥବା କୌଣସି ବାଧାସୃଷ୍ଟି ହେଇଥାଏ I
ଘରେ ବାଦୁଡ଼ିବସା କରିବା ଅଶୁଭ ହେଇଥାଏ I
କଳା କିମ୍ବା ନୀଳରଙ୍ଗରଚଢେଇ ଆସି ଘରେରହିବା ଦରିଦ୍ରତାର ସଂକେତ ହେଇଥାଏ I ଯଦି କୋଇଲି ଆପଣ ଙ୍କ ଘର ପାଖରେ ବସି ବୋବାଇଥାଏ ତେବେ ଏହା ସୁଖଦ ଜୀବନର ସଂକେତ ହେଇଥାଏ I ଯଦି କୋଇଲି ପୂର୍ବ ଓ ଉତ୍ତରଦିଗରେ ବୋବାଇଥାଏ ତେବେ ଏହାଦ୍ୱାରା ଘରର ଯଶ ଓ ପ୍ରତିଷ୍ଠାବୃଦ୍ଧି ପାଇଥାଏ I
ସକାଳୁସକାଳୁ ଆସି କାଉଚୋବାଇବା କୌଣସି ଅତିଥିଙ୍କର ଆଗମନର ସଂକେତ ହେଇଥାଏ I ଯଦି ପୂର୍ବଦିଗ ରେ କୌଣସିକାଉ ବୋବାଇଥାଏ ତେବେ କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କର ଆଗମନ ହେଇଥାଏ I କିନ୍ତୁ କାଉଆସି ଯଦି ଆପଣଙ୍କ ଘରଉପରେ କୌଣସି ହାଡ଼ , ମାଛ , ମାଂସ ପକାଇଥାଏ ତେବେ ଏହା ଶୁଭ ସଂକେତ ହେଇଥାଏ I
ଯଦି କୌଣସି ପାଖିଦ୍ୱାରା ଘରେ ଚାନ୍ଦି , ତମ୍ବା , ଗହଣା କିମ୍ବା କୌଣସି ଧାତୁ ହାତରୁ ଖସିଯାଇଥାଏ ତେବେ ସେହିବ୍ୟକ୍ତି ଙ୍କୁ ଆକସ୍ମିକ ଧନପ୍ରାପ୍ତିର ଯୋଗରହିଥାଏ I କୋଣସି କୋର୍ଟକଚେରୀ ମାମଲାରେ ସେମାନେ ସଫଳ ହେଇଥାନ୍ତି I
ମୟୁର ଘରେ ନାଚିବା ଅତ୍ୟନ୍ତଶୁଭ ହେଇଥାଏ I ମୟୁରର ଶବ୍ଦ ମଧ୍ୟ ଆପଣଙ୍କର ଆଗାମୀ ଜୀବନର ସୁଖମୟ ହେବାର ସଂକେତ ହେଇଥାଏ I କିନ୍ତୁ ମୟୁରକାନ୍ଦିବା କୌଣସି ଦୁଃଖର କାରଣ ହେଇଥାଏ I
ମହୁମାଛି ଘରେ ଆସି ବସାକରିବା ଶୁଭହେଇଥାଏ କିନ୍ତୁ ଜନ୍ଦା ଘରେବସା ବାନ୍ଧିବାଦ୍ୱାରା ଘରେ ନାନାବିବାଦ ଉତ୍ପରଃନ ହେଇଥାଏ I
ଛୋଟପାଖି ଏକତ୍ରହେଇ ପାଟି କରିବାର ଅର୍ଥ ହେଇଥାଏ ସେହି ପାଖରେ କୌଣସି ବିଷାକ୍ତଯିବ ରହିଛି I
ଘରଉପରେ ଆସି ଚଢେଇଡେଇଁବା ସମ୍ପତି ପ୍ରାପ୍ତିର ସଂକେତ ହେଇଥାଏ I ସମାଜରେ ମାନସଂମାନ ମଧ୍ୟ ବୃଦ୍ଧି ପାଇଥାଏ Iଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

 

Leave A Reply

Your email address will not be published.