ସିଆର୍‌ପିଏଫ୍ କ୍ୟାମ୍ପଉପରେ ମାଓହମଲା

ମାଲକାନଗିରି,୧୫ା୭(ଏସଏସନିଉଜ) ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ଚିନ୍ନାଗେଲୁର ସିଆର୍‌ପିଏଫ୍ କ୍ୟାମ୍ପ ଉପରେ ଗୁରୁବାର ବିଳମ୍ବିତରାତିରେ ମାଓବାଦୀମାନେ ଜଙ୍ଗଲପଟୁଆସି ଅଚାନକଭାବେ କ୍ୟାମ୍ପ ଉପରକୁ ଆଖିବୁଜା ଗୁଳିଚାଳନା ସହ ଦେଶୀରକେଟ୍ ମାଡ଼ କରିଛନ୍ତି ।ଯବାନମାନେ ପାଲଟା ଗୁଳିଚାଳନା କରିବାପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। କ୍ୟାମ୍ପରେଥିବା ସମସ୍ତଯବାନ ସୁରକ୍ଷିତ ଥିବାର ଜଣାପଡିଛି ।ଅନ୍ୟପଟେ ଦାନ୍ତେଵାଡ଼ାଜିଲ୍ଲା ପୁଲିସ ସିମେଲ-ତୁମ୍ମାପାଦ ପାହାଡ଼ରେକମ୍ବିଂ ଅପରେସନ କରିବାବେଳେ ମାଓବାଦୀମାନେ ଶିବିର ଛାଡ଼ି ଛତ୍ରଭଙ୍ଗ ଦେଇଛନ୍ତି ।ସେଠାରୁ ଯବାନମାନେ ବିପୁଳପରିମାଣର ବିସ୍ଫୋରକ, ମାଓପୋଷାକ, ଔଷଧ, ପୁସ୍ତକ ସହିତ ବହୁ ନିତ୍ୟବ୍ୟବହାର ସାମଗ୍ରୀ ଜବତ କରିଥିଲେ।

- Advertisement -

Leave A Reply

Your email address will not be published.