ଆଜିର ରାଶିଫଳ

0 145

୧୯-୭-୨୦୨୩(ବୁଧବାର)ଅଦ୍ୟ କର୍କଟ ଦି୩ନ ଶ୍ରାବଣ ଶୁକ୍ଳ ଦ୍ବିତୀୟା ଦ ୫୭।୪୯ ରାଘ ୪।୨୯,କର୍କଟ ଚନ୍ଦ୍ର ଦ୬୦ ନିଶାନ୍ତ।ଯୋଗିନୀ ଉତ୍ତରେ । ରାତ୍ରି ଘ୪।୨୯ ଗତେ ଅଗ୍ନିକୋଣେ । ଯାତ୍ରା ଶୁଭ । କର୍କଟରାଶିର ଘାତବାର । ଦିବା ଘ୮।୩୭ ଗତେ ଘ୧୦।୧୫ ମଧ୍ୟେ କାଳବେଳା । ଘ୧୧।୧୫ ଗତେ ଇଂଘ ୧।୩୧ ମଧ୍ୟେ ବାରବେଳା । ରାତ୍ରି ଘ୨।୩୮ ଗତେ ଘ୪।୦ ମଧ୍ୟେ କାଳରାତ୍ରି ।ଦ୍ଵିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ବୃହତୀ ଭକ୍ଷଣ ନିଷେଧ । ଅଦ୍ୟ ଦ୍ଵିତୀୟାର ଚନ୍ଦ୍ରଦର୍ଶନ, ପୂଜା ଓ ଅର୍ଘ୍ୟଦାନ ।ଅମୃତ– ଦିବା ଘ୬।୫୮ ମଧ୍ୟେ ଘ୧୧।୪୬ ଗତେ ଘ୧।୨୨ ମଧ୍ୟେ ରାତ୍ରି ଘ୭।୧୧ ଗତେ ଘ୯।୩୫ ମଧ୍ୟେ ଘ୨।୨୩ ଗତେ ଘ୫।୨୨ ମଧ୍ୟେ । ମାହେନ୍ଦ୍ର – ଦିବା ଘ୩।୪୬ ଗତେ ଘ୫।୨୨ ମଧ୍ୟେ ରାତ୍ରି ଘ୯।୩୫ ଗତେ ଘ୧୧।୧୧ ମଧ୍ୟେ ।
ମେଷ:-ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ଯାହା ଉପରେ ଆପଣଙ୍କ ଦୃଷ୍ଟି ପଡ଼ିବ ତାଙ୍କୁ ବନ୍ଧୁ କରିନେବେ। ବ୍ୟବସାୟର ନୂଆ ଦିଗ ପାଇବେ।
ବୃଷ:-ମନରେ କିଛି ନୂଆ କାର୍ଯ୍ୟକରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ବିରୋଧୀଙ୍କର ଷଡ୍ୟମନ୍ତ୍ର ପ୍ରଘଟ ହୋଇଯିବ।
ମିଥୁନ:-ପ୍ରଭୁଙ୍କ ସ୍ମରଣରେ ଆପଣଙ୍କର ଆତ୍ମବଳ ବଢ଼ିବ। ବ୍ୟବସାୟର ଉନ୍ନତି ଲାଗି ଧ୍ୟାନ ଦେବେ। ବନ୍ଧୁ ସହିତ ଲାଗିରହିଥିବା ମତଭେଦ ଦୂର ହେବ।
କର୍କଟ:-ଅଜଣା ବ୍ୟକ୍ତିଙ୍କୁ ଆବଶ୍ୟକତା ଠାରୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହୋଇପାରେ। ଚାକିରିରେ କୌଣସି ଆଶା ପୂରଣ ହେବ।
ସିଂହ:-ନିଜ ବ୍ୟବହାର ଉପରେ ନିୟନ୍ତ୍ରଣ ରଖନ୍ତୁ। ସାମାଜିକ ସ୍ଥିତି ମଜଭୁତ ହେବ। ବୈଠକ କକ୍ଷକୁ ସୁନ୍ଦର ଉପକରଣରେ ସଜାଇ ପାରନ୍ତି। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।
କନ୍ୟା:-ଭାଇ ଭଉଣୀଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଯେଉଁ କାମ ହାତକୁ ନେଇଛନ୍ତି ତାକୁ ସଂପୂର୍ଣ୍ଣ କରି ବିଶ୍ରାମ ନିଅନ୍ତୁ। ଜମି କିଣିବା ଲାଗି ଦିନଟି ଭଲ।
ତୁଳା:-କଷ୍ଟ ମନେ ହେଉଥିବା କାମ ମନୋଯୋଗରେ କରନ୍ତୁ, ସଫଳତା ପାଇବେ। ଜମିରେ ନିବେଶ ପାଇଁ ବାପାଙ୍କ ସାହାଯ୍ୟ ପାଇବେ। ଖେଳାଳି ଉତ୍ତମ ପ୍ରଦର୍ଶନ କରି ପ୍ରଶଂସିତ ହେବେ।
ବିଛା:-ଆପଣଙ୍କ ଉଜ୍ଜ୍ବଳ ଭବିଷ୍ୟତ ସପକ୍ଷରେ ଖବର ପାଇବେ। ଯାହା କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ସନ୍ତାନର ବ୍ୟବହାର ନେଇ ଟିକେ ଚିନ୍ତିତ ହୋଇପାରନ୍ତି।
ଧନୁ:-କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରୁହନ୍ତୁ। ନୂଆ ସୁଯୋଗ ଓ କାର୍ଯ୍ୟ ପାଇବେ।
ମକର:-ନିଜର ଦାୟିତ୍ବକୁ ସୁରୁଖୁରରେ ତୁଲାଇବେ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ। ବନ୍ଧୁଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ମଧୁର ହେବ।
କୁମ୍ଭ:-ସମାଜରେ ଆପଣଙ୍କର ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। କୃଷିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ଓ ରୋମାନ୍ସ ପାଇଁ ଦିନଟି ଉତ୍ତମ।
ମୀନ:-ନିଜର ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ। ଛୋଟିଆ କଥାରୁ ବଡ଼ ସମସ୍ୟା ଉପୁଜିବ। ବ୍ୟବସାୟରେ ସୁଧାର ଆଣିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମା ଯୋଗମାୟା!!

Leave A Reply

Your email address will not be published.