ଡକାୟତି କରିବାପୁର୍ବରୁ ଧରିଲା ପୋଲିସ

0 135

ଜଟଣୀ,୧୯ା୭(ଏସଏସନିଉଜ) ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାବେଳେ ସୁଚନାପାଇ ଜଟଣୀଥାନା ପୋଲସି ମଙ୍ଗଳବାରରାତିରେ ଏକ ଡକାୟତିଦଳକୁ ଧରିବାରେ ସକ୍ଷମହୋଇଛି ।ସେମାନଙ୍କଠାରୁ ମୋଟରସାଇକେଲ, ଗୋଟିଏ ସ୍କୁଟି, ୨ଟି ଲୁହା ଛଡ, ୩ଟି ଛୁରୀ, ଗୋଟିଏ ମୋବାଇଲଫୋନ ଏବଂ କିଛି ଲଙ୍କାଗୁଣ୍ଡ ପ୍ୟାକେଟ ଜବତ କରିଛି । ପଚରାଉଚରାବେଳେ ଅଭିଯୁକ୍ତମାନେ କିଷ୍ଟକଲେଜ ନିକଟରେ ଥିବା ଏକ ପରିତ୍ୟକ୍ତଘରେ ଏକାଠିହୋଇ ଜାତୀୟ ରାଜପଥରେ ଯାତାୟାତ କରୁଥିବା ବିଭିନ୍ନଯାତ୍ରୀ ତଥା ପରିବହନଯାନ ଗୁଡିକରୁ ବଡଧରଣର ଡକାୟତି କରିବା ନିମନ୍ତେ ଯୋଜନା କରୁଥିବାକଥା ପୋଲିସ ଆଗରେ ସ୍ଵୀକାର କରିଥିଲେ । ପୋଲିସ ବୁଧବାରଦିନ ୨୬୮/୨୩କେଶନଂରେ ଏକ ମକଦ୍ଦମାରୁଜୁକରି ପଦନପୁରର ରାଜୁ ଓରଫ ରାଜେନ୍ଦ୍ର ମହାପାତ୍ର, ବିଏସନାଲ ଟାୱାର ପାଖ ଗଜପତିନଗରର ଅବଦୁଲ ରେହେମାନ ,ପଦନପୁରର ଗୁଡୁ ଓରଫ ଗଦାଧରନାୟକ , ବଡନୁଆଗାଁ ମହାନ୍ତିସାହିର ଏକା ଓରଫ ପ୍ରତାପବାରିକ ,ପଦନପୁରର ରାଜା ଓରଫ ରଘୁନାଥଦାସଙ୍କୁ କୋର୍ଟଚାଳଣ କରିଛି । ଏମାନଙ୍କ ମଧ୍ୟରୁ ଅଭିଯୁକ୍ତ ରାଜୁ ଓରଫ ରାଜେନ୍ଦ୍ର ମହାପାତ୍ରଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୬ଗୋଟି ମାମଲା ରହିଥିବା ବେଳେ ଏକା ଓରଫ ପ୍ରତାପ ବାରିକଙ୍କ ନାମରେ ୮ ଗୋଟି, ରାଜା ଓରଫ ରଘୁନାଥ ଦାସଙ୍କ ନାମରେ ୮ ଟି, ଗଦା ଓରଫ ଗଦାଧର ନାୟକଙ୍କ ନାମରେ ୫ ଟି, ଓ ଅବଦୁଲ ରହେମାନଙ୍କ ନାମରେ ୩ଟି ମାମଲା ରହିଥିବା ତଦନ୍ତ ବେଳେ ଜଣାପଡିଛି । ଅଭିଯୁକ୍ତ ମାନେ କ୍ରମାଗତ ଭାବେ ବିଭିନ୍ନ ଅପରାଧରେ ଲିପ୍ତ ରହୁଥିବାରୁ ସେମାନଙ୍କ ବିରୋଧରେ CrPC-୧୧୦ ଧାରା ଅନୁଯାଇକାର୍ଯ୍ୟ।ନୁଷ୍ଠାନ ନିଆଯିବା ଲାଗି ପଦକ୍ଷେପ ନିଆଯାଉଥିବାର ଜଣାପଡିଛି ।

Leave A Reply

Your email address will not be published.