ଆଜିର ରାଶିଫଳ

0 175

୨୦୨୩ମସିହା ଜୁଲାଇମାସ ୩୦ତାରିଖ ରବିବାର।ଶ୍ରୀମନ୍ଦିରେ ଗରୁଡ଼ଶୟନ ଉତ୍ସବ, ମଳ ପ୍ରଦୋଷ ବ୍ରତ।ଋତୁ-ବର୍ଷା (ପ୍ରଥମମାସ)ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୫/୮ ,ସୂର୍ଯ୍ୟାସ୍ତ-ଘ୬/୨୦/୫୨ ,ଶ୍ରାବଣମାସ ,ତିଥି- ଦ୍ବାଦଶୀ ଦିବାଘ୧୦/୩୯ମିପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ ।ନକ୍ଷତ୍ର-ମୂଳାନକ୍ଷତ୍ର ରାତ୍ରିଘ୧୦/୧୩ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ା ନକ୍ଷତ୍ର।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ଏହି ମଳ ଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତ ବ୍ୟକ୍ତିଙ୍କର ଶ୍ରାଦ୍ଧ କରଣୀୟ।ନିଷିଦ୍ଧଖାଦ୍ୟ- ପୋଇଶାଗ, ଦିବା ଘ୧୦/୩୯ମି ପରେ ବାଇଗଣ ଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୫ମି ରୁ ଘ୧/୨୯ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୯ମି ରୁ ଘ୨/୪୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୭/୩ମି ରୁ ଘ୧୦/୧୫ମିମଧ୍ୟେ, ରାତ୍ରି ଘ୭/୫୫ମିରୁ ଘ୯/୩୧ମିପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟୋଦୟରୁ ଦିବା ଘ୬/୧୫ମି ମଧ୍ୟେ, ଘ୧/୨୭ମି ରୁ ଘ୨/୧୫ମି ମଧ୍ୟେ, ରାତ୍ରି ଘ୭/୭ମି ରୁ ଘ୭/୫୫ମି ମଧ୍ୟେ, ଘ୧୨/୪୩ମି ରୁ ଘ୩/୧୫ମି ପର୍ଯ୍ୟନ୍ତ। ଶୁଭକର୍ମ:- ସୂର୍ଯ୍ୟୋଦୟରୁ ଦିବା ଘ୭/୪୭ମି ମଧ୍ୟେ ୧୯ ନକ୍ଷତ୍ରେ ବୃକ୍ଷରୋପଣ, ଔଷଧକରଣ ଓ ସେବନ, ହଳପ୍ରବାହ, ବୀଜବପନ, ଧାନ୍ୟସ୍ଥାପନ ।
ମେଷ- ଆଜି ସାମାଜିକସ୍ତରରେ ସମ୍ମାନିତ ହେବେ । ନିଜ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କ କଥାଗୁଡିକ ଠିକ୍ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗିବନାହିଁ । ବନ୍ଧୁଙ୍କନିକଟରୁ ଆଶାକରୁଥିବା ଶୁଭଖବର ଶୁଣି ଖୁସିହେବେ । ସଭାସମିତି ଓ ସଂଗଠନକ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ଶୁଭ ରଙ୍ଗଲାଲ୍ । ଶୁଭଅଙ୍କ ୨ ।
ବୃଷ- ପାରିପାରିକ ସ୍ଥିତି ଚିନ୍ତାଜନକ ହୋଇପାରେ । ହାତକୁ ନେଇଥିବା କାମ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ । ଘର ସକାଶେ, ଜମିଜମା ପାଇଁ କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ । ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବର ପରିବର୍ତ୍ତନ ଯୋଗୁ ଖୁସି ରହିବେ । ଶୁଭରଙ୍ଗ ଗ୍ରୀନ୍ । ଶୁଭଅଙ୍କ ୮ ।
ମିଥୁନ- ଆଜି ଯାହା ନିଷ୍ପତ୍ତି ନେବେ ଶେଷ ସମୟରେ ଅନ୍ୟମାନଙ୍କ ବିରୋଧ କାରଣରୁ ଓଲଟ ପାଲଟ ହୋଇଯିବ । ମିତ୍ରମାନେ ପୂର୍ବ ଶତ୍ରୁତା କଥା ସ୍ମରଣ କରି ମତ ବଦଲାଇ ଅସହ-ଯୋଗ କରିବେ । ପୁନର୍ବସୁ ନକ୍ଷତ୍ରର ବନ୍ଧୁ ମିଳନ ସହିତ ଆମୋଦ ପ୍ରମୋଦର ସୁଅ ଛୁଟିବ । ଶୁଭ ରଙ୍ଗ ଧୂସର । ଶୁଭଅଙ୍କ ୧ ।
କର୍କଟ- କଳା, ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଫଳ ପାଇପାରନ୍ତି । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ । ପୁଷ୍ୟା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବା ଯୋଗୁ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ । ଶୁଭ ରଙ୍ଗ ନୀଳ । ଶୁଭଅଙ୍କ ୭ ।
ସିଂହ-ବନ୍ଧୁ ପରିଜନଙ୍କ ସହ କୌଣସି ନୁତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇ ପାରନ୍ତି । କର୍ମକ୍ଷେତ୍ରରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ । କର୍ମକ୍ଷେତ୍ରରେ ବିବାଦୀୟ ଘଟଣା ଜଟିଳ ଆଡକୁ ଗତି କରିପାରେ । ଆଜି ଆପଣ ଯାହା ପାଇବେ ତାହା ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ଶୁଭରଙ୍ଗ ପିଙ୍କ୍ । ଶୁଭଅଙ୍କ ୫ ।
କନ୍ୟା-ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି । ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବେ । ଭୁଲ୍ ବୁଝା ମଣା କାରଣରୁ ପାରିବାରିକ କ୍ଷେତ୍ର ସମସ୍ୟା ବହୁଳ ହୋଇପାରେ । ଶୁଭରଙ୍ଗ ମେରୁନ୍ । ଶୁଭଅଙ୍କ ୪ ।
ତୁଳା- ଆନୁଷ୍ଠାନିକ ବନ୍ଧୁ ମିଳନ ସମୟରେ ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାତି ନେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୯ ।
ବିଛା- କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବାର ସୂଚନା ପାଇବେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାକୁ ପଡିବ । ହଠାତ୍ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇ ପାରନ୍ତି । ଶୁଭରଙ୍ଗ କ୍ରିମ୍ । ଶୁଭଅଙ୍କ ୩ ।
ଧନୁ- ପିଲାଙ୍କ ସ୍ୱାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ । ଅନୁକୂଳ ଗ୍ରହ ଯୋଗରୁ ପ୍ରତ୍ୟେକ ଅସ୍ୱସ୍ତିକର ପରିସ୍ଥିତି ସୁଧୁରି ଯିବ । ଅଫିସିଆଲି କାମରେ ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ । ଶୁଭ ରଙ୍ଗ ବାଦାମୀ । ଶୁଭଅଙ୍କ ୧ ।
ମକର- ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହୋଇପାରନ୍ତି । କେତେକ ନୁତନ କାମର ପରିକଳ୍ପନା କରିବା ସାଙ୍ଗକୁ ଖର୍ଚ୍ଚଭାବ ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭଅଙ୍କ ୪ ।
କୁମ୍ଭ– ପଡୋଶୀଙ୍କ ସହାତାରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ । ସହାନୁଭୂତି ଦେଖାଇ ନିକଟ ସମ୍ପର୍କୀୟମାନେ ପାଖେଇ ଆସିବେ । ଅତି ପ୍ରିୟ ବନ୍ଧୁଟି ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ । ପାରିବାରିକ କ୍ଷେତ୍ରରେ ଟେନସନ୍ କିଛି ମାତ୍ରାରେ କମିଯିବା ସାଙ୍ଗକୁ ମାଙ୍ଗଳିକ କାମରୁ ଖୁସି ରହିବେ । ଶୁଭରଙ୍ଗ ଗୋଲାପି । ଶୁଭଅଙ୍କ ୩ ।
ମୀନ- ଆଲୋଚନା ପରିସରରେ ବିତର୍କ ଜନିତ କେନ୍ଦ୍ର କରି ଝଗଡା ଲାଗିପାରେ । ପରିବାରର ବାରଣରୁ ନ ମାନି କୌଣସି କାମରେ ଆଗଭର ହେବା ଠିକ୍ ହେବନି । ଅଫିସ୍ ରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ । ଶୁଭରଙ୍ଗ ନାରଙ୍ଗୀ । ଶୁଭଅଙ୍କ ୮ ।

ନୀତିବାଣୀ-ଆତ୍ମବିଶ୍ବାସ,ଈଶ୍ବରଙ୍କ ଉପରେ ଭରସା ଓ ଶୃଙ୍ଖଳିତକାର୍ଯ୍ୟ ପ୍ରତ୍ୟେକବ୍ୟକ୍ତିଙ୍କୁ ସଫଳତାର ସ୍ବାଦ ଚଖାଇପାରିବ।ଏଥିରେ କୌଣସି ସନ୍ଦେହନାହିଁ।
ବାସ୍ତୁଟିପ୍ପଣୀ-ସୂର୍ଯ୍ୟଉଦୟ ସମୟରେ କରନ୍ତୁ ଏହି ସବୁକାର୍ଯ୍ୟ, ଜୀବନରେରହିବନି କୌଣସି ଅଭାବ…
ସୂର୍ଯ୍ୟ ହେଉଛନ୍ତି ଶକ୍ତିର ଉତ୍ସ । ତାହା ହିଁ ଆମକୁ ଜୀବନ ଦେଇଥାଏ । ସେଥିପାଇଁ ହିନ୍ଦୁଧର୍ମରେ ସୂର୍ଯ୍ୟଙ୍କୁ ଏକ ଉଚ୍ଚମାନ୍ୟତା ଦିଆଯାଇଛି । ସୂର୍ଯ୍ୟଙ୍କୁ ଦେବତାଭାବରେ ବିବେଚନା କରାଯାଏ । ଅନେକଲୋକ ପ୍ରତିଦିନ ସକାଳେ ସୂର୍ଯ୍ୟଙ୍କୁ ଅର୍ଘ୍ୟପ୍ରଦାନ କରନ୍ତି । ତାଙ୍କ ଅନୁଗ୍ରହଦ୍ୱାରା ଜୀବନରେ ସଫଳତା, ସ୍ୱାସ୍ଥ୍ୟ ଏବଂ ସୁଖପ୍ରାପ୍ତ ହୁଏ । ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ଗ୍ରହମାନଙ୍କର ରାଜାଭାବରେ ପରିଗଣିତହୁଅନ୍ତି । ସୂର୍ଯ୍ୟଙ୍କସହ ଜଡିତ ପ୍ରତିକାରଗୁଡିକ ଏତେ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀବୋଲି ବିବେଚନା କରାଯାଏଯେ, ସେଗୁଡିକ କରିବାଦ୍ୱାରା ଜୀବନର ପ୍ରତ୍ୟେକ ତ୍ରୁଟି ଦୂରହୋଇଯାଏ । ଆଜି ଆମେ ସୂର୍ଯ୍ୟଙ୍କସହିତ ଜଡିତ ଏପରି ଶକ୍ତିଶାଳୀ ପ୍ରତିକାର ବିଷୟରେ ଆପଣଙ୍କୁ କହିବୁ । ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣକରିବା ସମୟରେ ଏଥିରେ କିଛିଜିନିଷ ମିଶ୍ରଣକଲେ ଅନେକଇଚ୍ଛା ପୂରଣହୁଏ । ପ୍ରଚୁରଅର୍ଥ ଏବଂ ସଫଳତା ମିଳିଥାଏ ।
ସିନ୍ଦୁର:- ସିନ୍ଦୁରକୁ ପାଣିରେ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଦ୍ୱାରା ସମସ୍ତ ତ୍ରୁଟି ଦୂର ହୋଇଥାଏ । ସ୍ୱାସ୍ଥ୍ୟ ଭଲ ରୁହେ । ପ୍ରଗତି ଆସେ । ଶରୀରରେ ଭଲ ଭାବେ ରକ୍ତ ସଞ୍ଚାଳନ ହୁଏ ।
ଫୁଲ:- ହିନ୍ଦୁ ଧର୍ମରେ ଦେବତା ଏବଂ ଦେବୀଙ୍କ ପୂଜାରେ ଫୁଲର ବ୍ୟବହାର କରାଯାଏ । ନାଲି ଫୁଲ ସହିତ ସୂର୍ଯ୍ୟ ଭଗବାନଙ୍କୁ ଜଳ ଅର୍ପଣ କରିବା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।
ଅରୁଆଚାଉଳ:- ଅରୁଆ ଚାଉଳ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଅରୁଆ ଚାଉଳକୁ ପାଣିରେ ମିଶାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରିବା ଜୀବନରେ ସୁଖ ଏବଂ ଶାନ୍ତି ଆଣିଥାଏ ।
ମିଶ୍ରି:- ମିଶ୍ରିକୁ ପାଣିରେ ମିଶାଇ ଅର୍ପଣ କଲେ ସୂର୍ଯ୍ୟ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ଜୀବନକୁ ସୁଖରେ ପରିପୂର୍ଣ୍ଣ କରିଦିଅନ୍ତି ।
ହଳଦି:-ସୂର୍ଯ୍ୟଙ୍କୁ ହଳଦି ମିଶ୍ରିତ ପାଣି ଅର୍ପଣ କଲେ ଶୀଘ୍ର ବିବାହ ହେବାର ସମ୍ଭାବନା ସୃଷ୍ଟି ହୁଏ । ବୈବାହିକ ଜୀବନ ସୁଖମୟ ହୁଏ । ଧନପ୍ରାପ୍ତି ହୁଏ ।ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟ ଜଗନ୍ନାଥ, ଜୟ ସୋମ ନାଥ ,ଜୟମା ଯୋଗମାୟା!!

 

 

Leave A Reply

Your email address will not be published.