ପାଟିରେ ଘାହେଲେ କଣକରିବେ ?

0 146

ଆଜି ଜାଣିବା (ପାଟିଘା/ଅଲସରରୁ ମୁକ୍ତିପାଇଁ ଘରୋଇଉପଚାର)
୧.ମହୁ-ପାଟିରୁ ଚୋପା ଛାଡ଼ୁଥିଲେ ସେହିସ୍ଥାନରେ ମହୁଲଗାନ୍ତୁ। ମହୁରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଭରି ରହିଥାଏ, ଯାହା ଅଲସରକୁ ଶୀଘ୍ର ଭଲକରିବାରେ ସାହାଯ୍ୟକରେ। ଆପଣଚାହିଁଲେ ମହୁରେ ଅଳ୍ପହଳଦୀ ମିଶାଇମଧ୍ୟ ଲଗାଇପାରିବେ। କିଛିଘଣ୍ଟା ମଧ୍ୟରେ ଆରାମଲାଗିବ।
୨.ନଡ଼ିଆତେଲ-ପାଟି ଅଲସରରୁ ମୁକ୍ତିପାଇଁ ଆପଣ ନଡ଼ିଆତେଲ ମଧ୍ୟ ବ୍ୟବହାର କରିପାରିବେ। ନଡ଼ିଆ ତେଲରେ ଆଣ୍ଟିଇନ୍‌ଫ୍ଲେମେଟୋରୀ ଗୁଣରହିଛି। ଏହା ପାଟିର ସମସ୍ତସମସ୍ୟାକୁ ଦୂରକରିବାରେ ସାହାଯ୍ୟ କରିବ।
୩.ଲୁଣପାଣି-ପାଟିର ସମସ୍ତରୋଗ ଦୂରକରିବାକୁ ଆପଣ ଲୁଣପାଣି ବ୍ୟବହାର କରିପାରିବେ। ଲୁଣରେ ଥିବା ପୋଷକତତ୍ତ୍ୱ ସମସ୍ତ ସଂକ୍ରମଣ ଦୂରକରିଥାଏ। ପାଟିରେ ଅଲସରହୋଇଥିଲେ ଏକଗ୍ଲାସ ଉଷୁମପାଣିରେ ଲୁଣ ପକାଇ ଗଳଗଳକରନ୍ତୁ। କିଛିଘଣ୍ଟାପରେ ଆରାମ ଲାଗିବ।
୪.ଆପଲସାଇଡର ଭିନେଗାର-ପାଟିରୁ ଚୋପାଛାଡ଼ୁଥିଲେ ଉପଶମପାଇଁ ଆପଲସାଇଡର ଭିନେଗାର ମଧ୍ୟ ବ୍ୟବହାର କରିପାରିବେ। ସେଓର ସିରକାରେ ଅମ୍ଳୀୟଯୌଗିକ ଥିବାରୁ ଏହା ଆପଣଙ୍କପାଟିର ସମସ୍ତ ସମସ୍ୟାକୁ ଦୂରକରିବ। ଏଥିପାଇଁ କପେ ଆପଲସାଇଡର ଭିନେଗାରରେ କପେପାଣି ମିଶାଇ ଏହାକୁ ପାଟିରେ କିଛିସମୟ ରଖନ୍ତୁ ଓ କୁଳୁକୁଚାକରନ୍ତୁ। ପ୍ରତିଦିନସକାଳେ ଓ ରାତିରେ ଏହିଉପାୟ ଆପଣାଇ କଷ୍ଟରୁ ମୁକ୍ତି ପାଇପାରିବେ।
୫.ରସୁଣ-ରସୁଣ କେବଳ ସ୍ୱାସ୍ଥ୍ୟପାଇଁ ନୁହେଁ ପାଟିପାଇଁ ମଧ୍ୟ ବେଶ୍ ଉପକାରୀ। ଏହା ପାଟିର ଚୋପାଛାଡ଼ିବା ସମସ୍ୟା ବା ଅଲସରକୁ ଦୂରକରିଥାଏ। ଏଥିପାଇଁ ଆପଣ ରସୁଣର ଏକକୋଲାକୁ ଚେପାଛାଡ଼ୁଥିବା ସ୍ଥାନରେ ୧-୨ମିନିଟ୍ ପାଇଁ ଘଷନ୍ତୁ। ୩୦ମିନିଟ୍ ପରେ ପାଟିଧୋଇ ଦିଅନ୍ତୁ। ତୁରନ୍ତୁ ଆରାମ ଲାଗିବ।

Leave A Reply

Your email address will not be published.