ଆଜିର ରାଶିଫଳ

0 205

୨୯-୭-୨୦୨୩(ଶନିବାର)ମହରମ ଓ ହରି ଶୟନ ଏକାଦଶୀ,ଯୋଗିନୀ ଅଗ୍ନିକୋଣେ । ଦିବା ଘ୧।୦ ଗତେ ନୈଋତେ । ଯାତ୍ରାଦି ଶୁଭ କର୍ମ ନାସ୍ତି । ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର । ବୃଷ ସିଂହ ଓ କନ୍ୟାରାଶିମାନଙ୍କର ଘାତବାର । ଦିବା ଘ୭।୨ ମଧ୍ୟେ ଘ୪।୪୩ ଗତେ ଘ୬।୨୦ ମଧ୍ୟେ କାଳବେଳା ଘ୧।୨୮ ଗତେ ଘ୩।୫ ମଧ୍ୟେ ବାରବେଳା । ରାତ୍ରି ଘ୭।୪୩ ମଧ୍ୟେ ଘ୪।୨ ଗତେ ଘ୫।୨୫ ମଧ୍ୟେ କାଳରାତ୍ରି । ଏକାଦଶୀର ଏକୋଦ୍ଦିଷ୍ଟ ଓ ଦ୍ଵାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ଶିମ୍ବ ଦିବା ଘ୧।୦ ଗତେ ପୋଇଭକ୍ଷଣ ନିଷେଧ ।ଅଦ୍ୟ ସର୍ବସମ୍ମତ ହରିଶୟନ ଏକାଦଶୀ ଉପବାସ ବ୍ରତ ଓ ହଳନିଷେଧ । ଅମୃତ – ଦିବା ଘ୯।୨୫ ଗତେ ଘ୧୨।୩୬ ମଧ୍ୟେ ରାତ୍ରି ଘ୮।୪୪ ଗତେ ଘ୧୧।୮ ମଧ୍ୟେ ଘ୧୨।୪୪ ଗତେ ଘ୨।୨୦ ମଧ୍ୟେ ଘ୩।୮ ଗତେ ଘ୪।୪୪ ମଧ୍ୟେ ।ମାହେନ୍ଦ୍ର – ନାସ୍ତି ।
ମେଷ:-କୌଣସି ଜରୁରୀକାମରେ ଦୂରସ୍ଥାନକୁ ଯିବେ। ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରିକରନ୍ତୁ। ନୂଆଜମି କିଣିବାପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚକରିନିଅନ୍ତୁ।
ବୃଷ:-ଧୈର୍ଯ୍ୟଧରି କାମ କରନ୍ତୁ, ସଫଳତା ଓ ଲାଭ ମିଳିବ। ପରିବାର ଭିତରେ ଉତ୍ତମ ବୁଝାମଣା ରହିବ। ବିଦେଶରେ ଥିବା ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।
ମିଥୁନ:-ଗମ୍ଭୀରତାର ସହ ପ୍ରୟାସ କଲେ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଆତ୍ମୀୟସ୍ବଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।
କର୍କଟ:-ମନ ଅଶାନ୍ତି ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।
ସିଂହ:- କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ।
କନ୍ୟା:- ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଅଫିସରେ କୌଣସି ବଡ଼ ଡିଲ୍ ହୋଇପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।
ତୁଳା:-ଆପଣ ନିଜର କ୍ଷମତା ବଳରେ ଯଥେଷ୍ଟ ଲାଭ ପାଇବେ। ଜମି ସମସ୍ୟା ସମାପ୍ତ ହୋଇଯିବ। ସରକାରୀ ଚାକିରିଆ ଖୁସି ଖବର ପାଇବେ।
ବିଛା:-ଚାକିରି ପରିବର୍ତ୍ତନ ପାଇଁ ଭାବୁଥିବା ଲୋକଙ୍କ ଲାଗି ଦିନଟି ଭଲ। ନିଜର ଖୁସି ବାଣ୍ଟନ୍ତୁ, ମନ ପ୍ରସନ୍ନ ରହିବ। ଜୀବନସାଥୀ ସହିତ ସ୍ବାଦିଷ୍ଠ ଭୋଜନ କରିବେ।
ଧନୁ:-ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ ହେବ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।
ମକର:-ଆପଣଙ୍କର ଶକ୍ତିର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହ ସଂପର୍କ ହେବ ଯାହାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ଜମି ବିକ୍ରିରୁ ଲାଭ ହେବ।
କୁମ୍ଭ:-ସମସ୍ୟାର ସମାଧାନ ପାଇଁ ପାଖ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣି ପାରନ୍ତି। ନୂଆ କାମରେ ରୁଚି ବଢ଼ିବ।
ମୀନ:-କାରବାରରେ ବିସ୍ତାର କରିବେ। କୌଣସି ସମାରୋହରେ କାହାରି ସହିତ ସଂପର୍କ ଗଢ଼ିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ!!
ଜୟଜଗନ୍ନାଥ ,ଜୟ ସୋମନାଥ,ଜୟମାଯୋଗମାୟା!!
ପାଠପଢ଼ାରେ ଯଦି ପିଲାମାନଙ୍କର ମନଲାଗୁନାହିଁ ତେବେ କଣକଣ ସବୁ କରିବାକୁ ପଡିବ:-
ସବୁ ପିତାମାତା

ସର୍ବଦା ନିଜସନ୍ତାନର ଭବିଷ୍ୟତପାଇଁ ସଜାଗଅଟନ୍ତି । ତେଣୁ ସେଥିପାଇଁ ବିଶେଷଭାବରେ ସଂସ୍କାର ଓ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଅଧିକାଂଶ ସମୟରେ ସନ୍ତାନମାନଙ୍କପାଇଁ ଯେତେଚେଷ୍ଟାକଲେ ମଧ୍ୟ ପିଲାମାନେ ପାଠପଢ଼ାରେ ମନ ଦେଇନଥାନ୍ତି । କିନ୍ତୁ ପିତାମାତା ନିଜର ସୁଖକୁ ଜଳାଞ୍ଜଳିଦେଇ ପିଲାମାନଙ୍କ ଇଛା ପୁରଣ କରିଥାଆନ୍ତି । ପିଲାମାନଙ୍କୁ କିପରି ଗୋଟିଏ ଆଦର୍ଶସନ୍ତାନ ଓ ଛାତ୍ରକରିବେ ସେଥିପାଇଁ କିଛିଟା ଜ୍ୟୋତିଷ ବିଦ୍ୟା ଅବଲମ୍ବନ କରିବା ମଧ୍ୟ ଆବଶ୍ୟକ ।ସର୍ବପ୍ରଥମେ ଜ୍ୟୋତିଷଶାସ୍ତ୍ର ଅନୁସାରେ ଯେଉଁଠାରେ ଆପଣଙ୍କ ସନ୍ତାନ ବସି ପାଠପଢୁଛି ସେହିସ୍ଥାନଟିକୁ ବିଶେଷ ଧ୍ୟାନଦେବା ଆବଶ୍ୟକ । ଏହାରଅର୍ଥ ସେଠାରେ କୌଣସି ଅଳିଆଆବର୍ଜନା ରହିବା ଉଚିତନୁହେଁ । ଏହାବ୍ୟତୀତ ଧ୍ୟାନରଖନ୍ତୁଯେ ପିଲାର ପାଠପଢା ଟେବୁଲ କେବେବି ଉତ୍ତର–ପଶ୍ଚିମକୋଣରେ ରହିବା ଉଚିତନୁହେଁ । ଟେବୁଲରେ ବସିଲେପିଲା ଯେପରି ଉତର କିମ୍ବା ପୂର୍ବ ଦିଗକୁ ମୁହଁକରି ବସୁଥିବ । ଯଦି ଆପଣଙ୍କସନ୍ତାନର ମନ ପାଠପଢ଼ାରେ ଲାଗୁନାହିଁ ,ତେବେଆପଣ ସେଥିପାଇଁ ନିୟମିତଭାବରେ ସବୁଗୁରୁବାରଦିନ ବିଷ୍ଣୁଙ୍କମନ୍ଦିରଯାଇ ସେଠାରେ ବିଷ୍ଣୁସହସ୍ରନାମ ଜପକରିବା ସହିତ ଧାର୍ମିକ ପୁସ୍ତକ ଦାନକରନ୍ତୁ ।ପ୍ରତିଗୁରୁବାର ଦୁଇଓଳି ବିଷ୍ଣୁଙ୍କନିକଟରେ ଘିଅଦୀପ ଅର୍ପଣକରନ୍ତୁ । ଏହାବ୍ୟତୀତ ଗୁରୁବାର ଦିନ କଦଳୀଗଛରେ ଜଳଅର୍ପଣ କରି ଗଣେଶଙ୍କସ୍ତୁତି ଜପକରନ୍ତୁ । ତାସହିତ ପିଲାର ଉଜ୍ଜଳ ଭବିଷ୍ୟତପାଇଁ ପ୍ରାର୍ଥନାକରନ୍ତୁ ।ଯଦି ଆପଣଙ୍କସନ୍ତାନର ପାଠପଢ଼ାରେ ମନଲାଗୁନାହିଁ, ତେବେତାର ପଢାଟେବୁଲ ଉପରେ ମାତା ସରସ୍ବତୀଙ୍କଫଟୋ ରଖନ୍ତୁ । ତାସହିତ ନିଜସନ୍ତାନକୁ ଶିଖାନ୍ତୁଯେ ପଢିବାପୂର୍ବରୁ ଏହିମନ୍ତ୍ର ସରସ୍ଵତୀଙ୍କର ଜପକରିବ – ଓଂନମୋ ଭଗବତୀସରସ୍ୱତୀ ବାଗବାଦିନୀ ବ୍ରାହ୍ମୀଣି ବ୍ରହ୍ମାସ୍ୱରୂପିଣୀ ବୁଦ୍ଧିବାଦିନୀ ମମ ବିଦ୍ୟାମ ଦେହି, ଦେହି ସ୍ୱାହା । ଏହିମନ୍ତ୍ରଟିକୁ ୧, ୩ , ୫ , ୭ କିମ୍ବା ୧୧ଥର ପାଠକରିବାକୁ କୁହନ୍ତୁ ,ଜ୍ୟୋତିଷଶାସ୍ତ୍ର ଅନୁସାରେ ଯଦି ପିଲାରପାଠ ପଢ଼ାରେ ମନଲାଗୁନାହିଁ ତେବେ ତାଙ୍କପକେଟରେ ଫିଟିକିରି ଖଣ୍ଡେରଖିଦିଅନ୍ତୁ । ନିୟମିତ ପୂଜାସମୟରେ ଚନ୍ଦନଟୀକା ଲଗାନ୍ତୁ । ପଢ଼ିବାପାଇଁ ବସିବାପୂର୍ବରୁ ଓଂ ଉଚ୍ଚାରଣ କରନ୍ତୁ । ଏହାଦ୍ୱାରା ଏକାଗ୍ରତା ବଢିଥାଏ ।

Leave A Reply

Your email address will not be published.