ଆଜିର ରାଶିଫଳ

0 238

୨୦୨୩ମସିହା ଅଗଷ୍ଟମାସ ୭ତାରିଖସୋମବାର।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୨୭/୪୯ ,ସୂର୍ଯ୍ୟାସ୍ତ- ଘ୬/୧୬/୫୯ ,ଶ୍ରାବଣମାସ ,ଚାନ୍ଦ୍ରମଳ କୃଷ୍ଣପକ୍ଷ ,ଚ଼ନ୍ଦ୍ରବାସ ,ତିଥି- ଷଷ୍ଠୀ ପ୍ରାତଃ ଘ୫/୩୧ମି ପରେ ସପ୍ତମୀ କ୍ଷୟ ରାତ୍ରି ଘ୪/୨୧ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ମିଥୁନରାଶିର ଘାତବାର।ସାମ୍ବତ୍ସରିଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ଏହି ମଳଶୁକ୍ଳ ଓ କୃଷ୍ଣପକ୍ଷ ମଳମାସରେ ମୃତବ୍ୟକ୍ତିଙ୍କର ଶ୍ରାଦ୍ଧକରଣୀୟ।ନିଷିଦ୍ଧଖାଦ୍ୟ- ନିମ୍ବ, ପ୍ରାତଃ ଘ୫/୩୧ମିପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୭/୫ମି ରୁ ଘ୮/୪୦ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୩/୪ମି ରୁ ଘ୪/୪୦ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୦/୨୮ମି ରୁ ଘ୧୧/୫୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୫ମି ମଧ୍ୟେ, ଘ୧୦/୧୭ମି ରୁ ଘ୧୨/୪୧ମି ମଧ୍ୟେ, ରାତ୍ରି ଘ୭/୩ମି ରୁ ଘ୯/୨୭ମି ମଧ୍ୟେ, ଘ୧୧/୫୧ମି ରୁ ଘ୩/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ଦିବା ଘ୩/୫ମି ରୁ ଘ୪/୪୧ମି ପର୍ଯ୍ୟନ୍ତ । ଶୁଭକର୍ମ:- ନାହିଁ।
ମେଷ- ପରିବାରଲୋକଙ୍କର ସାହାଯ୍ୟସହଯୋଗ ପାଇବେ।ଏହାବ୍ୟତୀତ ଆପଣଙ୍କପାଇଁ ଆଜି ଅନେକ ନୂତନଜିନିଷର ଆରମ୍ଭହେବ।ବ୍ୟବସାୟରେ ଅନେକଭାବରେ ସଫଳତାପ୍ରାପ୍ତ ହେବ।
ବୃଷ- ସାହିତ୍ୟ,ସଙ୍ଗୀତ, କଳା ଓ କ୍ରୀଡା କ୍ଷେତ୍ରରେ ଆପଣ ଆଜି ସୁନାମ ଅର୍ଜନ କରିବେ ତେବେ ପ୍ରେମ ଜୀବନ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ଅନେକ ଭାବରେ ଶୁଭମୟ ରହିବ।
ମିଥୁନ- ଆପଣ ଆଜି ନୂତନ ଲୋକଙ୍କ ସହିତ ପରିଚିତ ହୋଇ ପାରନ୍ତି।ଆପଣ ଆଜି ନୂତନ ଲୋକଙ୍କସହିତ ମିଶିବେ ଓ ନିଜରଭବିଷ୍ୟତ ଗଢ଼ିବାପାଇଁ ଆପଣଙ୍କୁ ଆଜିସୁଯୋଗ ମିଳିବ।ଏହା ବ୍ୟତୀତ ଆପଣଙ୍କ ବୈବାହିକଜୀବନ ଆପଣଙ୍କପାଇଁ ମଧ୍ୟ ଶୁଭରହିବ।
କର୍କଟ- ଯେଉଁ ଲୋକମାନଙ୍କର ପୂଜାବ୍ୟବସାୟ ରହିଛି ସେମାନେ ବହୁତ ଅଧିକଲାଭ କରିବେ।ଆପଣ ନିଜର ବନ୍ଧୁମାନଙ୍କର ମଧ୍ୟ ଆଜି ସହାୟତାପ୍ରାପ୍ତ କରିବେ।
ସିଂହ- ଆଜି ଆପଣ ଯେଉଁକାର୍ଯ୍ୟ କରିବେ ସେଥିରେ ଆପଣ ଆଜି ପୂର୍ଣ୍ଣଭାବରେ ସଫଳତାପ୍ରାପ୍ତ କରିବେ।ଆପଣଙ୍କୁ ଆଜି ଅନେକକ୍ଷେତ୍ରରେ ସଫଳତାମିଳିବ ଏହାବ୍ୟତୀତ ଆପଣଙ୍କପାଇଁ ବିଶେଷ ଭାବରେ ଶୁଭସମୟ ଆଜି ଆରମ୍ଭହେବାକୁ ଯାଉଛି।
କନ୍ୟା-ପିଲାମାନଙ୍କର ଲେଖା ପଢାପାଇଁ ଆଗ୍ରହବଢିବ।ଆପଣଙ୍କ କୌଣସିକାର୍ଯ୍ୟ ଅଧା ରହି ଯିବାର ମଧ୍ୟ ସମ୍ଭାବନାରହିଛି।ସତର୍କତା ଅବଲମ୍ବନ କରିବେ।ଭଗବାନଙ୍କ ନାମନେଇ ସତକର୍ମ କର ଉଚିତ ଫଳପ୍ରାପ୍ତ ହେବ।
ତୁଳା- ପାରିବାରିକ ଶୃଙ୍ଖଳା ରକ୍ଷାକରିବାପାଇଁ ଯାଇ ଆପଣଙ୍କୁ କିଛିକଷ୍ଟ ସହିବାକୁ ପଡ଼ିପାରେ ଏହାବ୍ୟତୀତ ଆପଣଙ୍କପାଇଁ ଆଜିଦିନ ମଧ୍ୟମଫଳ ପ୍ରଦାନ କରିବାକୁ ଯାଉଚି।
ବିଛା- ଆଜିଦିନ ଆପଣଙ୍କପାଇଁ ଶୁଭରହିବ , ଆଜିଆପଣ ଯେଉଁକାର୍ଯ୍ୟ ମଧ୍ୟ ହାତକୁନେବେ ସେହି ସମସ୍ତକାର୍ଯ୍ୟରେ ଆପଣ ନିଶ୍ଚୟଭାବରେ ସଫଳତାପାଇବେ.ଏହାବ୍ୟତୀତ ଆପଣଙ୍କଦିନ ଆଜି ବିଶେଷଭାବରେ ଭଲ।
ଧନୁ-ଆଜି ଆପଣ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି ,ଏହାବ୍ୟତୀତ ସକାଳୁସକାଳୁ ବନ୍ଧୁଙ୍କଦର୍ଶନ ପାଇବାଫଳରେ ଆପଣ ଅନେକଭାବରେ ଉପକୃତ ମଧ୍ୟ ହୋଇପାରନ୍ତି।
ମକର- ଆପଣଆଜି ନିଜର ଛୋଟରୋଗକୁ ନେଇ ମଧ୍ୟ ଯତ୍ନବାନ ରହିବାର ଆବଶ୍ୟକତା ରହିଛି ûଏହା ଆପଣଙ୍କପାଇଁ ସମସ୍ୟାସୃଷ୍ଟି କରିପାରେ।ତେଣୁ ଆପଣଆଜି ସତର୍କହୋଇ ରହିବା ଆବଶ୍ୟକ ଅଟେ।
କୁମ୍ଭ-ଏହିରାଶିର ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗର ଅଭାବ ରହିବନାହିଁ।ଭଗବାନଙ୍କ ନାମ ଜପକର , ସବୁଦୁଃଖ ଦୂରହେବ।
ମୀନ-ଆପଣଆଜି ସମସ୍ତକାର୍ଯ୍ୟରେ ସଫଳତାପ୍ରାପ୍ତ କରିବେ।ସାହିତ୍ୟ ,ସଙ୍ଗୀତ , କଳା ଓ କ୍ରୀଡା କ୍ଷେତ୍ରରେ ଆପଣଆଜି ସୁନାମଅର୍ଜନ କରିବେ ଓ ଯେଉଁକାର୍ଯ୍ୟ ହାତକୁନେବେ ତାହାକୁଆପଣ ନିଶ୍ଚୟଭାବରେ ପୂର୍ଣ୍ଣକରିବେ।

ନିତୀବାଣୀ-ଭାଗ୍ୟଉପରେ ଆପଣ ଯେତେ ନିର୍ଭରକରି ଭବିଷ୍ୟତର ସ୍ବପ୍ନଦେଖିବେ ତେଵେ ଭଗବାନଙ୍କ ଉପରେ ବିଶ୍ବାସ ରଖନ୍ତୁ ।
ବାସ୍ତୁଟିପ୍ପଣୀ-ସକାଳେ ଘରରମୁଖ୍ୟକବାଟ ଖୋଲିବାପରେ କରନ୍ତୁ ଏହି ଛୋଟକାମ, ଘରକୁ ଆସିବ ସୁଖସମୃଦ୍ଧି…ଯଦି ଘରର ଦ୍ୱାରମୁହଁ ବାସ୍ତୁଅନୁଯାୟୀ ହୋଇଥାଏ ତେବେ ସେହିଘରେ ରହୁଥିବା ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଠିକରହିଥାଏ ଏବଂ ସେହିଘରେ ରହୁଥିବା ଲୋକଙ୍କ ସୁଖସମୃଦ୍ଧି ବଢିଯାଏ । ଶାସ୍ତ୍ରରେ ମୁଖ୍ୟ ଦ୍ୱାରକୁ ଗ୍ରହମାନଙ୍କଦ୍ୱାର ବୋଲି ମନାଯାଏ । ଘରର ଦ୍ୱାରକୁ କଳସ,ଆମ୍ବ ପତ୍ର,ନଡ଼ିଆ ,ଫୁଲ,ଅଶୋକଦ୍ଵାରା ସଜାଇବାର ପରମ୍ପରାରହିଛି । ଘରର ଦ୍ଵାରମୁହଁରେ ଏହି ଦୁଇଟିଉପାୟ କରିବାଦ୍ଵାରା ଘରର ସମସ୍ୟା ଦୂରହୋଇଯିବ ।
ଯେତେବେଳ ଦ୍ୱାରମୁହଁ କବାଟ ଖୋଲୁଛନ୍ତି ସେତେବେଳେ କିଛି ଗଙ୍ଗାଜଳ ଆଣିକିଛିଞ୍ଚନ୍ତୁ । ଘରର କବାଟରେ ସ୍ୱସ୍ତିକଚିହ୍ନ ମଧ୍ୟ ବନାନ୍ତୁ । ଏହା ଅତ୍ୟନ୍ତଶୁଭ ହୋଇଥାଏ ଏବଂ ସେହି ସ୍ୱସ୍ତିକଚିହ୍ନକୁ ହଳଦୀ ଓ ସିନ୍ଦୁରଦ୍ଵାରା କରନ୍ତୁ । ଏହାକୁ ସୂର୍ଯ୍ୟଉଦୟ ପୂର୍ବରୁ ହିକରନ୍ତୁ । ଏହା ଅତ୍ୟନ୍ତଶୁଭ ହୋଇଥାଏ । ଘରର ଦ୍ଵାରମୁହଁରେ ଅଶୋକ ଓ ଆମ୍ବରପତ୍ରକୁ ସୂତାରେବାନ୍ଧି ଘରର ଦୁଆର ମୁହଁରେଲଗାନ୍ତୁ । ଏହିସବୁ ଉପାୟ କରିବାଦ୍ଵାରା ଆପଣଙ୍କଘରକୁ କୌଣସି ଖରାପଶକ୍ତି ପ୍ରଵେଶ କରିପାରିବନାହିଁ ।
ଏପରି କରିବାଦ୍ୱାରା ଆପଣଙ୍କର କୌଣସିସମସ୍ୟା ରହିବନାହିଁ । ଆପଣଙ୍କଘରେ ସର୍ବଦା ସୁଖ ଶାନ୍ତି ବଜାୟରହିବ । କେବେମଧ୍ୟ କାହାର କୌଣସିଅସୁବିଧା କିମ୍ବା ଅଭାବ ରହିବନାହିଁ । ଅର୍ଥ ଜନିତ କୌଣସିସମସ୍ୟା ଦେଖିବାକୁ ମିଳିବନାହିଁ ପତିପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଖୁବ ଭଲରହିବ । ଆପଣଙ୍କ ଘରଉପରେ କୌଣସି କୁଦୃଷ୍ଟି ପଡିବନାହିଁ ।ଏହାସହଘରେଥିବା ସମସ୍ତ ବାସ୍ତୁଦୋଷ ର ବିନାଶ ଘଟିବ ।
ଯଦି ଆପଣଙ୍କରଦ୍ୱାର ସବୁବେଳେ ପରିଷ୍କାରରହିଥାଏ ତେବେ ସେହି ମୁଖ୍ୟଦ୍ୱାର ମାଧ୍ୟମରେ ଘରକୁ ସମସ୍ତପ୍ରକାର ଭଲଶକ୍ତି ପ୍ରବେଶକରିଥାନ୍ତି । ଏହାଦ୍ୱାରା ଆପଣ ଏବଂ ଆପଣଙ୍କ ପରିବାର ର ସମସ୍ତସଦସ୍ୟ ସବୁବେଳେ ଖୁସିରେ ରହିଥାନ୍ତି । ଘରର ମୁଖ୍ୟଦ୍ୱାରଉପରେ କେବେମଧ୍ୟ କୌଣସିପ୍ରକାର ବୃକ୍ଷରଛାଇ ପଡିବା ଉଚିତନୁହେଁ । ଆଜିର ଦିନଟି ମଙ୍ଗଳମୟ ହେଉ!!ଜୟଜଗନ୍ନାଥ,ଜୟମାଯେଗମାୟା,ଜୟସୋମନାଥ!!

Leave A Reply

Your email address will not be published.