ହତ୍ୟାଅଭିଯୋଗ ଆଣିଲେ ପରିବାରଲୋକ

0 95

ଭୁବନେଶ୍ବର,୬ା୮(ଏସଏସନିଉଜ)କଟକରୋଡରେ ଥିବା ଦୀପାଳିବାରରୁ ଭଦ୍ରକ କୁଆବାଘସାହିର ଶୁଭଲକ୍ଷ୍ମୀ ସାହୁଙ୍କ ମୃତଦେହ ମିଳିବା ଘଟଣାରେ ହତ୍ୟା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାରଲୋକ । କେହି ଶୁଭଲକ୍ଷ୍ମୀଙ୍କୁ ହତ୍ୟାକରି ଝୁଲାଇ ଦେଇଛନ୍ତି ବୋଲି ପରିବାରପକ୍ଷରୁ କୁହାଯାଇଛି ।ହୋଟେଲର ୨୦୫ ନମ୍ବର ରୁମରେ ଶୁଭଲକ୍ଷ୍ମୀଙ୍କ ଶବ ଓଢ଼ଣିରେ ଝୁଲିବା ଅବସ୍ଥାରେ ମିଳିଥିଲା ।ଏହା ଆତ୍ମହତ୍ୟା ଘଟଣା ବୋଲି ପୋଲିସ ପ୍ରାଥମିକ ତଦନ୍ତ ସମୟରେ ଅନୁମାନ କରିଥିଲା ।ପୋଲିସ ଏକ ଅପମୃତ୍ୟୁମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.