ଆଜିର ରାଶିଫଳ

ସିଂହସଂକ୍ରାନ୍ତି,ଅଗଷ୍ଟ୧୭,ଗୁରୁବାର, କର୍କଟ ଓ ମକରରାଶିର ଘାତଚନ୍ଦ୍ର ।ତୁଳା ଓ କୁମ୍ଭରାଶିର ଘାତବାର । ଦିବା ଘ୨।୫୮ ଗତେ ଘ୬।୮ ମଧ୍ୟେ କାଳ ଓ ବାରବେଳା । ରାତ୍ରି ଘ୧୧।୪୮ ଗତେ ଘ୧।୧୩ ମଧ୍ୟେ କାଳରାତ୍ରି । ମୃତେ ସନ୍ଧ୍ୟା ଘ୫।୩୯ ଗତେ ପାଦ ଦୋଷ । ଫଳଂ ପଶୁ ହାନି ଓ ଅନ୍ନ ଦାନ । ପ୍ରଥମ ରଜୋଦର୍ଶନେ ପାଞ୍ଚମାସ ରାତ୍ରି ଘ୮।୪୭ ଗତେ ସାତମାସ ଗଣ୍ଡଦୋଷ ।ସ୍ଵର୍ଣ୍ଣ ଓ ପୀତବସ୍ତ୍ର ଦାନ । ପ୍ରତିପଦାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ । ପାଣି କଖାରୁ ସନ୍ଧ୍ୟା ଘ୫।୩୯ ଗତେ ବୋଇତି କଖାରୁ ଭକ୍ଷଣ ନିଷେଧ । ଅଦ୍ୟ ସିଂହ ସଂକ୍ରାନ୍ତି କୃତ୍ୟ । ଦିବା ଘ୧୧।୫୦ ଗତେ ସୂର୍ଯ୍ୟାସ୍ତ ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳ । ହଳ ନିଷେଧ ।ଅମୃତ – ଦିବା ଘ୧।୨୦ ଗତେ ଘ୩।୪୪ ମଧ୍ୟେ ।ମାହେନ୍ଦ୍ର – ଦିବା ଘ୭।୭ ମଧ୍ୟେ ଘ୧୦।୧୯ ଗତେ ଘ୧୨।୪୩ ମଧ୍ୟେ ।
ମେଷ:- ସାମାଜିକ ସମ୍ମାନ ପ୍ରାପ୍ତ ହେବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ବୃଷ:- ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମିଥୁନ:- ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
କର୍କଟ:- ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
ସି˚ହ:- ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
କନ୍ୟା:- ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀ ଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
ତୁଳା:- ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
ବିଛା:- ଆଧ୍ଯାତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
ଧନୁ:-ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
ମକର:- ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତି ରେ ମହତ୍ତ୍ବାକା˚କ୍ଷା ପୂରଣହେବ।
କୁମ୍ଭ:-ଆପଣଙ୍କ ଊର୍ଜା ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ:-ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମ କ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ।!!ଜୟଜଗନ୍ନାଥ, ଜୟ ସୋମନାଥ,ଜୟ ମା ଯୋଗମାୟା!!

- Advertisement -

Leave A Reply

Your email address will not be published.