ମାଇଟ୍ୟାଲେଂଟର ବାର୍ଷିକସ୍‌ବ

0 310

ବାରଙ୍ଗ,୧୬।୮(ଏସଏସନିଉଜ) ବାରଙ୍ଗରେ ଥିବା ମାଇଟ୍ୟାଲେଂଟ ଶିକ୍ଷାନୁଷ୍ଠାନର ବାର୍ଷିକସ୍‌ବ ମଙ୍ଗଳବାର ରାତିରେ ବାରଙ୍ଗସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛିୁ ।ଏଥିରେ କଳିଙ୍ଗହସ୍ପିଟାଲର ସହନିର୍ଦ୍ଦେଶକ ଜ୍ଞାନେନ୍ଦୁ ମହାପାତ୍ର,କୁଞବିହାରିମହାବିଦ୍ୟାଳୟର ବାଣିଜ୍ୟବିଭାଗ ଅଧ୍ୟାପିକା ଲକ୍ଷ୍ମିପ୍ରିୟାସ୍ୱାଇଁ ,ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ୨୦୧୦ମସିହାରେ ଉତ୍କଳବିଶ୍ୱବିଦ୍ୟାଳୟରେ ସ୍ୱର୍ଣପଦକହାସଲକରିଥିବା ରଶ୍ମିଅଗ୍ରୱାଲା ଅତିଥିଭାବେ ଯୋଗଦେଇ ବାରଙ୍ଗଅଂଚଳରେ ଛାତ୍ରୀଛାତ୍ରମାନଙ୍କୁ ଆପଣାର କରି ଲୋପ୍ରିୟତା ହାସଲ କରିପାରିଥିବାରୁ ଶିକ୍ଷାନୁଷ୍ଠାନର ସମସ୍ତଙ୍କୁ ପ୍ରଂଶସା କରିଥିଲେ ।ଏହିଅବସରରେ ନବାଗତଛାତ୍ରୀଛାତ୍ରମାନଙ୍କୁ ସମ୍ମାନୀତ କରାଯାଇଥିଲା ।ଶିକ୍ଷାନୁଷ୍ଠାନରେ ପାଠପଢି ଯୁକ୍ତ୩ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରୀଛାତ୍ରମାନଙ୍କୁ ପୁରସ୍କାରପ୍ରଦାନ କରାଯାଇଥିଲା ।ସେଥିମଧ୍ୟରୁ ବାଣିଜ୍ୟବିଭାଗରେ ଅଧିକନମ୍ବର ରଖି କୃତିତ୍ୱ ଅର୍ଜ୍ଜନ କରିଥିବା ଶୁଭଲକ୍ଷ୍ମୀସାହୁ,ରାଜକିଶୋରସୁବୁଦ୍ଧିଙ୍କୁ ଅତିଥିମାନେ ସମ୍ମାନୀତ କରିଥିଲେ ।ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ମନୋଜକୁମାର ଅଗ୍ରୱାଲା ,ରାଜଅଗ୍ରୱାଲା, କମଲଅଗ୍ରୱାଲାଙ୍କ ସମେତ ଅଭିଭାବକ ଓ ଛାତ୍ରୀଚାତ୍ରମାନେ ଉପସ୍ଥିତ ଥିଲେ ।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.