ଆଜିର ରାଶିଫଳ

ଦେବଦେବୀଙ୍କୁ କେଉଁଫୁଲ ଅର୍ପଣକଲେ ଅଭିଶାପ ବଦଳରେ ଅଶ୍ରିବାଦ ମିଳେ

0 223

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି ମଧ୍ୟେ, ଘ୧/୪୩ମି ରୁ ୩/୧୯ମି ମଧ୍ୟେ,ସନ୍ଧ୍ୟାଘ୬/୧୩ମି ରୁ ରାତ୍ରିଘ୮/୩୭ମି ମଧ୍ୟେ,ଘ୧୧/୪୯ମି ରୁ ଘ୨/୧୩ମି ମଧ୍ୟେ, ଘ୩/୫୦ମି ରୁ ନିଶାନ୍ତ ଘ୫/୪୨ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।ପୁଷ୍କରଦୋଷ- ମୃତବ୍ୟକ୍ତିର ପ୍ରାତଃରୁ ରାତ୍ରିଶେଷପର୍ଯ୍ୟନ୍ତ (ଦିବାରାତ୍ରି) ୧ପାଦ ତିଥିପୁଷ୍କର ଦୋଷ। ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନସହିତ ହୋମାଦି ଶାନ୍ତିବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରିଘ୮/୦ମି ପରେ ପାଞ୍ଚମାସ ଗଣ୍ଡଦୋଷ ଫଳଂ ସ୍ତ୍ରୀ ବିଧବା।ରକ୍ତବସ୍ତ୍ର, ଘୃତପୂର୍ଣ୍ଣ ତାମ୍ରପାତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।ରଜଶ୍ଚକ୍ରେ ଶ୍ରୀମତୀ ।ଶୁଭକର୍ମ-ବାଣିଜ୍ୟ କରଣ, ଔଷଧକରଣ, ଦୂରଯାତ୍ରା, ବିଦ୍ୟାରମ୍ଭ, ହଳପ୍ରବାହ, ବୀଜବପନ, ନାମକରଣ, ନବବସ୍ତ୍ର ପରିଧାନ, ରାଜଦର୍ଶନ, ଦୀକ୍ଷାଗ୍ରହଣ।
ମେଷ-ଆଜି ଆପଣଘରେ ଝଗଡ଼଼ାକରିପାରନ୍ତି, ନିଜରାଗକୁ ନିୟନ୍ତ୍ରଣରେରଖନ୍ତୁ ।ଏହି ଝଗଡ଼ା ଘରର ସଫା ସୁତୁରା କିମ୍ବା କର୍ତ୍ତବ୍ୟକୁନେଇ ହୋଇପାରେ ।କଳିଠାରୁ ବଞ୍ଚନ୍ତୁ ଏବଂ ନିଜଘରର ଶାନ୍ତି ବଜାୟରଖନ୍ତୁ ।
ବୃଷ-ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।
ମିଥୁନ-ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ । ଆଜି ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।
କର୍କଟ-ଆଜି ଆପଣଙ୍କ ଚ଼ିରାଚ଼ରିତ ଦିନଚ଼ର୍ଯ୍ୟା ବଦଳି ଯିବ । ଏହା ବୋଧହୁଏ ଆପଣଙ୍କ ଘରେ ପର୍ବପର୍ବାଣି ବା କୈ।ଣସି ଆନୁଷ୍ଠନିକ କାରଣରୁ ହୋଇପାରେ ।ବହୁଦିନର ପୁରାତନ ବନ୍ଧୁଦର୍ଶନ ଯୋଗ ଅଛି।
ସିଂହ-ଆଜି ଆପଣଙ୍କର କୌଣସି ପରିବାରବର୍ଗ ସଦସ୍ୟ କିମ୍ବା ପୋଡଶୀଙ୍କ ସହ ଝଗଡାରୁ ନିଜକୁ ରକ୍ଷା କରନ୍ତୁ । କୌଣସି ଏକ ଛୋଟ ସମସ୍ୟା ବିରାଟ ରୂପ ଧାରଣ କରିପାରେ ।
କନ୍ୟା-ସପ୍ତାହରୁ ଚ଼ାଲି ଆସୁଥିବା ଯୁକ୍ତି ଏବଂ ଚ଼ିନ୍ତାରୁ ଆପଣ ନିଜେ କ୍ଳାନ୍ତ ଅନୁଭବ କରୁଥିବେ । ବେଶୀ ଚ଼ିନ୍ତା କରନ୍ତୁ ନାହିଁ ଏବଂ କଳିରୁ ବଞ୍ଚିବାକୁ ଚ଼େଷ୍ଟା କରନ୍ତୁ । ନିଜ ବନ୍ଧୁ ଏବଂ ପରିବାରରେ ଭଲ ବ୍ୟବହାର କରନ୍ତୁ ।
ତୁଳା-ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚ଼ିତ୍ ।
ବିଛା-ଆଜି ଆପଣ ନିଜ ଶାରୀରିକ ସୁନ୍ଦରତା ଆଡ଼କୁ ବହୁତ ଧ୍ୟାନ ଦେବେ, ଆପଣ ନିଜ ମନପସନ୍ଦର ପୋଷାକ ପିନ୍ଧିବେ ଓ ବହୁତ ସମୟ ଧରି ନିଜ କେଶ ସଜାଇବେ । ଆପଣଙ୍କ ଏହି ନୂଆ ରୂପକୁ ଦେଖି ଲୋକେ ଆପଣଙ୍କ ପ୍ରଶଂସା କରିବେ ।
ଧନୁ-ଉଚ୍ଚ ଅଧିକାରୀ ଆଜି ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିବେ । ଏହାର ମାନେ ହୋଇପାରେ କି ସେ ଆପଣଙ୍କୁ ଠିକ୍ ରାସ୍ତା ଦେଖାଇ ଆପଣଙ୍କର ଦରକାର ମୁତାବକ ସାହାଯ୍ୟ କରିବେ ।
ମକର-କୌଣସି ନିକଟ ସମ୍ପର୍କିୟ ସାଂଗରେ ଆପଣଙ୍କର ଖରାପ ସମ୍ପର୍କ ହୋଇପାରେ । ଆପଣ ଏହି ସମ୍ପର୍କକୁ ଶିଘ୍ର ଠିକ କରିବାକୁ ଚାହିଁବେ । ଆପଣଙ୍କ ଚାହିଁବା ମୁତାବକ କାଯ୍ୟ ହୋଇପାରିବ ନାହିଁ।
କୁମ୍ଭ-ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।ନିଜକର୍ମ କରିଚାଲନ୍ତୁ ସଫଳନିଶ୍ଚୟଁ ହେବେ।
ମୀନ-ନିଜର ତୀକ୍ଷ୍ଣ ବୁଦ୍ଧି ଯୋଗୁଁ ଆପଣ ଯେ କୌଣସି ସମସ୍ୟାର ସମାଧାନ କରିଦେବେ ଯାହା ବହୁତ ସମୟ ଧରି ଆପଣଙ୍କୁ ହଇରାଣ କରୁଥିଲା । ଆଜି ଆପଣଙ୍କ ବୌଦ୍ଧିକ କ୍ଷମତା ଓ ଯୋଗ୍ୟତା ଚ଼ରମ ସୀମାରେ ଉପନୀତ ହେବ ।

କେଉଁଦେବଦେବୀଙ୍କୁ କେଉଁଫୁଲ ଅର୍ପଣକଲେ ସେମାନେ ଅଭିଶାପବଦଳରେ ଅଶ୍ରିବାଦଦିଅନ୍ତି,ଆଜିଜାଣିବା !

ଫୁଲ ହେଉଛି ପ୍ରକୃତିର ସବୁଠାରୁ ସୁନ୍ଦର ଉପହାର, ଯାହା ଦେବତାମାନଙ୍କର ପୂଜା ପାଇଁ ବ୍ୟବହାର କରିବା ସର୍ବୋତ୍ତମ ବୋଲି କୁହାଯାଏ। ସନାତନଧର୍ମ ଅନୁଯାୟୀ, କୌଣସିପୂଜା ଫୁଲବିନା ଅସମ୍ପୂର୍ଣ୍ଣ।ଫୁଲ ସରଳତା ଏବଂ ଶୁଦ୍ଧତାର ପ୍ରତୀକ।ଏହାକୁ ବ୍ୟବହାରକଲେ ଦେବତାମାନେ ସନ୍ତୁଷ୍ଟହୁଅନ୍ତି।ବିଶେଷଜ୍ଞମାନଙ୍କମତରେ ସନାତନ ଧର୍ମର ଦେବତାମାନଙ୍କର ପୂଜାସମୟରେ ସେମାନଙ୍କର ପ୍ରିୟଫୁଲ ବ୍ୟବହାରକରାଯିବା ଉଚିତ।ଏପରି କଲେ ସେ ପ୍ରସନ୍ନ ଏବଂ ତାଙ୍କ ଭକ୍ତମାନଙ୍କର ଇଚ୍ଛା ପୂରଣକରନ୍ତି। ଏହାସହିତ ଫୁଲରୁ ଆସୁଥିବାସୁଗନ୍ଧ ଘରେ ସକାରାତ୍ମକତା ଏବଂ ଶାନ୍ତି ଆଣିଥାଏ।ହେଲେ ପୂଜାସମୟରେ କିଛିଫୁଲ ବ୍ୟବହାରକରିବା ଉଚିତ ନୁହେଁ। ପୂଜାରେ ବାରଣ କରାଯାଇଥିବା ଫୁଲର ବ୍ୟବହାର ଦେବତାମାନଙ୍କୁ କ୍ରୋଧିତ କିମ୍ବା କ୍ରୋଧିତ କରି ପାରେ।ଆସନ୍ତୁଜାଣିବା ପୂଜାସମୟରେ କେଉଁଫୁଲ ବ୍ୟବହାର କରାଯିବା ଉଚିତ ନୁହେଁ –
ଭଗବାନରାମଙ୍କୁ ଏହିଫୁଲ ଅର୍ପଣ କରନ୍ତୁନାହିଁ:- କନିଅରଫୁଲ କେବେବି ଭଗବାନରାମଙ୍କ ପୂଜାରେ ବ୍ୟବହାର କରାଯିବା ଉଚିତନୁହେଁ।ଏହାଦ୍ୱାରା ସେ କ୍ରୋଧିତହୁଅନ୍ତି। କିନ୍ତୁ ଆପଣ ମାଦୁର୍ଗାଙ୍କ ପୂଜାରେ ଏହିଫୁଲ ବ୍ୟବହାର କରିପାରିବେ ।
ଭଗବାନବିଷ୍ଣୁଙ୍କୁ ଏହିଫୁଲ ଅର୍ପଣ କରନ୍ତୁନାହିଁ:-ଭଗବାନବିଷ୍ଣୁଙ୍କ ଭକ୍ତମାନେ ପୂଜାସମୟରେ ଅଗସ୍ତ୍ୟଫୁଲ ବ୍ୟବହାରକରିବା ଉଚିତନୁହେଁ। ଏହାସହିତ ମାଧବୀଫୁଲ ମଧ୍ୟ ବ୍ୟବହାରକରିବା ଠିକ୍‌ ନୁହେଁ।
ମାପାର୍ବତୀଙ୍କୁ ଏହିଫୁଲ ଅର୍ପଣ କରନ୍ତୁନାହିଁ:-କେବେହେଲେ ମାପାର୍ବତୀଙ୍କୁ ଅରଖଫୁଲ ଅର୍ପଣକରାଯିବା ଉଚିତ ନୁହେଁ।ଏହି କାରଣରୁ ମାତାପାର୍ବତୀ କ୍ରୋଧିତ ହୁଅନ୍ତି।
ଶିବପୂଜାରେ ଏହି ଫୁଲଗୁଡିକ ବ୍ୟବହାର କରନ୍ତୁନାହିଁ:-ଭଗବାନଶିବଙ୍କ ଭକ୍ତମାନେ ସେମାନଙ୍କର ପୂଜା ସମୟରେ କେବେ କେତକୀ କିମ୍ବା କିଆଫୁଲ ବ୍ୟବହାରକରିବା ଉଚିତନୁହେଁ।ଏହା ଭଗବାନଶିବଙ୍କୁ କ୍ରୋଧିତ କରିଥାଏ।ଏହି କେତକୀ ବା କିଆଫୁଲ ବର୍ଷରେ କେବଳଥରେ ମହାଶିବରାତ୍ରି ନିଦ ହିଁ ଚଢ଼ା ଯାଇପାରିବ।
ପ୍ରଭୁସୂର୍ଯ୍ୟଙ୍କୁ ଅର୍ପଣ କରନ୍ତୁନାହିଁ ବେଲପତ୍ର:-ଭଗବାନସୂର୍ଯ୍ୟଙ୍କ ପୂଜାସମୟରେ ବେଲପତ୍ର କେବେବି ବ୍ୟବହାର କରାଯିବା ଉଚିତନୁହେଁ। ଏହା ଭଗବାନସୂର୍ଯ୍ୟଙ୍କୁ କ୍ରୋଧିତକରେ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.