ଆଜିର ରାଶିଫଳ

ରାତିରେ ଶୋଇବା ପୂର୍ବରୁ ୨ଟି ଲବଙ୍ଗକୁ ଚୋବାନ୍ତୁ: ଜାଣନ୍ତୁ ଲାଭ....

ମଇମାସ ୧୨ତାରିଖ ୨୦୨୫ମସିହା (ସୋମବାର)ବୈଶାଖମାସ- ଶୁକ୍ଳପକ୍ଷ ,ତିଥି- ପୂର୍ଣ୍ଣିମା ରାତ୍ରି ଘ୧୦/୧୪ଗତେ ପ୍ରତିପଦ ,ନକ୍ଷତ୍ର- ସ୍ଵାତୀ ଦିବା ଘ୦୬/୪୭ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୩୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୦/୨୯,ଯୋଗିନୀ ବାୟବ୍ୟେ ରାତ୍ରି ଘ୧୦/୧୪ ଗତେ ପୂର୍ବେ ,ମେଷରାଶିର ଘାତବାର ,ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମୃତେ ଦିବାଘ୦୬/୪୭ ଗତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୬/୫୦ଗତେଘ୦୮/୨୯ ମଧ୍ୟେ ,ବାରବେଳା- ଦିବା ଘ୦୩/୦୦ଗତେ ଘ୦୪/୩୬ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବାଘ୦୬/୪୯ମଧ୍ୟେ ଓ ଘ୧୦/୦୪ ଗତେ ଘ୧୨/୨୮ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବାଘ୦୪/୩୬ ଗତେ ଘ୦୫/୦୨ମଧ୍ୟେ ,ଅଦ୍ୟ ଆମିଷଭକ୍ଷଣ ନିଷେଧା
ମେଷ-ଆଜି ବନ୍ଧୁଙ୍କ ସହ ଯାତ୍ରା ଆରମ୍ଭ କରି ଖୁସି ମନେଇବେ। ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ମିଳିବ। ଅଫିସ୍‌ କାମରେ ଯୁକ୍ତିଯୁକ୍ତ କଥା କହି ବିବାଦ ଭିତରକୁ ପଶିଯାଇପାରନ୍ତି।
ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ।ବିଭିନ୍ନପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତିମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।ସରକାରୀସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ-ଆଜି ଯେତେ ପ୍ରକାର ସୁବିଧାସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମାସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା-ଆଜି ଅର୍ଥ,ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା,ଗାଡ଼ି ମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା-ଆଜି ଦିନଟି ଆପଣଙ୍କପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନାଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା-ଆଜି ମନ ଖୁସି ରହିଲେ ମଧ୍ୟ କାର୍ୟ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜକରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନକରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ। ତେଣୁ ମନ ଖୁସିରେ ରହିପାରିବେନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିବିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣାହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ବାତାବରଣ ସୃଷ୍ଟିହୋଇପାରେ ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କମଧ୍ୟରେ କଳହର ସୂଚନା ରହିଛି ।
ମୀନ- ଆଜି ବାଣିଜ୍ୟ, ବ୍ୟବସାୟ,ମାଲିମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକସମସ୍ୟା ଲାଗିରହିବ। କଳା, ପ୍ରଶାସନ ଓ ରାଜନୈତିକକ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ରଖିବାରେ ସମର୍ଥ ହେବେ।

ରାତିରେ ଶୋଇବାପୂର୍ବରୁ ଚୋବାନ୍ତୁ ୨ଟିଲବଙ୍ଗ:- ଜାଣନ୍ତୁ ଲାଭ…..
ଭାରତୀୟ ମସଲା ସେମାନଙ୍କର ସ୍ୱାଦ ଏବଂ ଔଷଧୀୟଗୁଣ ପାଇଁ ପ୍ରସିଦ୍ଧ।ଭାରତୀୟ ରୋଷେଇଘରେ ଆପଣଙ୍କୁ ଏପରି ଅନେକମସଲା ମିଳିବ, ଯାହା ଖାଦ୍ୟରସ୍ୱାଦ ବଢ଼ାଇବା ସହିତ ସ୍ୱାସ୍ଥ୍ୟପାଇଁ ମଧ୍ୟ ଚମତ୍କାରବୋଲି ବିବେଚନା କରାଯାଏ ଏବଂ ସେମାନଙ୍କମଧ୍ୟରୁ ଗୋଟିଏ ହେଉଛି ଲବଙ୍ଗ। ଲବଙ୍ଗକୁ ସ୍ୱାଦ ଏବଂ ସ୍ୱାସ୍ଥ୍ୟର ଭଣ୍ଡାର କୁହାଯାଏ।କାରଣ ଏଥିରେ ଭିଟାମିନ୍ ସି, ଭିଟାମିନ୍ କେ, ଭିଟାମିନ୍ ଇ, ଭିଟାମିନ୍ ବି୬, କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଜିଙ୍କ୍, ମାଙ୍ଗାନିଜ୍, ଆଇରନ୍ ଭଳି ଅନେକ ଗୁଣ ରହିଛି, ଯାହା ଶରୀରକୁ ଅନେକ ଲାଭ ଯୋଗାଇବାରେ ସହାୟକ ହୋଇଥାଏ।
ଲବଙ୍ଗ ଏବଂ ଲବଙ୍ଗତେଲ ଦାନ୍ତପାଇଁ ବହୁତ ଭଲବୋଲି ବିବେଚନା କରାଯାଏ। ଯଦି ଆପଣ ଦାନ୍ତ ବିନ୍ଧା,ମାଢ଼ିଯନ୍ତ୍ରଣା,ଫୁଲିଯାଇଥିବା ମାଢ଼ି କିମ୍ବା ପାଇରିଆ ସମ୍ବନ୍ଧୀୟସମସ୍ୟାରେ ପୀଡିତ,ତେବେ ଆପଣ ନିୟମିତ ରାତିରେ ଉଷୁମପାଣି ସହିତ ୨ଟିଲବଙ୍ଗ ଖାଇପାରିବେ।ଲବଙ୍ଗ ରୋଗପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରିବାରେ ସହାୟକ।ଆପଣଙ୍କର ରୋଗପ୍ରତିରୋଧକଶକ୍ତିକୁ ସୁଦୃଢ଼ କରିବାପାଇଁ, ଆପଣ ପ୍ରତିଦିନ ରାତିରେ ଶୋଇବାପୂର୍ବରୁ ଗୋଟିଏଗ୍ଲାସ୍ ଉଷୁମପାଣି ସହିତ ୨ଟିଲବଙ୍ଗ ସେବନ କରି ପାରିବେ। ଏହା ଶରୀରର ରୋଗପ୍ରତିରୋଧକଶକ୍ତିକୁ ସୁଦୃଢ଼ କରିବାରେ ସାହାଯ୍ୟ କରିପାରିବ। କୋଷ୍ଠକାଠିନ୍ୟ,ଡାଇରିଆ,ଏସିଡିଟି ଇତ୍ୟାଦି ସମସ୍ୟାରୁ ମୁକ୍ତି ପାଇବାପାଇଁ, ଆପଣ ରାତିରେ ଶୋଇବା ପୂର୍ବରୁ ଉଷୁମପାଣି ସହିତ ୨ଟିଲବଙ୍ଗ ସେବନ କରିପାରିବେ।ଯକୃତ ଆମ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ।ଯଦି ଆପଣ ଆପଣଙ୍କର ଯକୃତକୁ ସଫା ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆପଣ ରାତିରେ ଶୋଇବାପୂର୍ବରୁ ଉଷୁମପାଣି ସହିତ ଲବଙ୍ଗ ସେବନ କରିପାରିବେ!!ଜୟଜଗନ୍ନାଥ ,ଜୟସୋମନାଥ, ଜୟମାଯୋଗାମାୟା!!

 

 

- Advertisement -

Leave A Reply

Your email address will not be published.