ଆଜିର ରାଶିଫଳ

ରାତିପାହିଲେ ନିଦ୍ରାରୁ ଉଠିବେ ଭଗବତୀ

0 194

୨୦୨୩ମସିହା ଅକ୍ଟୋବରମାସ ୬ତାରିଖ ଶୁକ୍ରବାର ।ଦେବ୍ୟୁତ୍ଥାପନ, ସହସ୍ର କୁମ୍ଭାଭିଷେକ,ଷୋଡ଼ଶଦିନ ପୂଜାରମ୍ଭ, ଦ୍ବିତୀୟାଓଷା,ପୁଅ ଜିଉନ୍ତିଆ,ମୂଳାଷ୍ଟମୀ, ଅଷ୍ଟକାଶ୍ରାଦ୍ଧ ,ସୁର୍ଯ୍ୟୋଦୟ- ଘ୫/୪୨/୫ ,ସୂର୍ଯ୍ୟାସ୍ତ- ଘ୫/୨୭/୪୯ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି-ସପ୍ତମୀ ମଳ ପ୍ରାତଃ ଘ୬/୬ମିପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ବାୟବ୍ୟକୋଣରେ, ପ୍ରାତଃ ଘ୬/୬ମିପରେ ଐଶାନ୍ୟ କୋଣରେ।ମଳପରେ ଅଗନ୍ତବ୍ୟତିଥି ଦୋଷ, ମାସଦଗ୍ଧାଷ୍ଟମୀଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ଅଷ୍ଟମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ- ତାଳ,ପ୍ରାତଃ ଘ୬/ ୬ମିପରେ ନଡ଼ିଆ ଭକ୍ଷଣ ନିଷେଧ।ଅଶୁଭ ବେଳା- ବାର ଓ କାଳବେଳା- ଦିବାଘ୮/୩୭ମି ରୁ ଘ୧୧/ ୩୪ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୮/୩୦ମି ରୁ ଘ୧୦/୨ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃ ରୁ ଦିବା ଘ୬/୩୧ମି ମଧ୍ୟେ, ଘ୭/୧୯ମି ରୁ ୯/୪୩ମି ମଧ୍ୟେ,ଘ୧୨/୭ମି ରୁ ଘ୩/୧୯ମି ମଧ୍ୟେ,ଘ୪/୮ମି ରୁ ସୂର୍ଯ୍ୟାସ୍ତ ଘ୫/୨୮ମି ମଧ୍ୟେ,ସନ୍ଧ୍ୟା ଘ୬/୧୩ମି ରୁ ରାତ୍ରି ଘ୯/୨୫ମି ମଧ୍ୟେ, ଘ୧୧/୪୯ମି ରୁ ଘ୩/୧ମି ମଧ୍ୟେ, ଘ୩/୪୯ମି ରୁ ନିଶାନ୍ତ ଘ୫/୨୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ-ମୃତବ୍ୟକ୍ତିର ପ୍ରାତଃ ଘ୬/୬ମି ମଧ୍ୟେ ୧ପାଦ ତିଥି ପୁଷ୍କରଦୋଷ।ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ରଦାନ।ରାତ୍ରି ଘ୯/୫୧ମି ପରେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିରବିନାଶ।ତିଳସୁବର୍ଣ୍ଣ ନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୯/୫୧ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ ଫଳଂ ସ୍ତ୍ରୀ ବିଧବା।ରାତ୍ରି ଘ୯/୫୧ମିପରେ ବନ୍ଧ୍ୟା। ରକ୍ତବସ୍ତ୍ର, ଘୃତପୂର୍ଣ୍ଣ ତାମ୍ରପାତ୍ର, ତିଳସୁବର୍ଣ୍ଣ, ତଣ୍ଡୁଳ ଗୁଡ଼ଦାନ କରଣୀୟ। ରଜଶ୍ଚକ୍ରେ ଶ୍ରୀମତୀ ।ଶୁଭକର୍ମ- ନାହିଁ।
🐏ମେଷ-ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ|
🐮ବୃଷ-ଆଜି ଆପଣ ଆପଣଙ୍କ ସାଙ୍ଗର ସାନିଧ୍ୟ ଲାଭ କରିବେ ।ଆଜିର ଦିନ ବହୁତ ଖୁସି କରିବାର ଦିନ ଅଟେ । ସମୟର ତାଳେ ତାଳେ ଏହି ସମ୍ପର୍କ ଆହୁରି ମଜବୁତ ହେବ । ଆଜି ଦିନରେ ସ୍ମରଣୀୟ ମୂହୁର୍ତ୍ତ ଆପଣଙ୍କ ସାଂଗରେ ସବୁବେଳେ ରହିବ ।
👩❤️👨ମିଥୁନ-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।
🦀କର୍କଟ-ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
🦁ସିଂହ-ଆଜି ଆପଣ ଯାହା ନିଷ୍ପତ୍ତି ନେବେ ଭାବିଚ଼ିନ୍ତି ନିଅନ୍ତୁ ,କାରଣ ଆପଣ ନେଇଥିବା ନିଷ୍ପତ୍ତି ଉପରେ ପଶ୍ଚାତାପ ଯେପରି କରିବାକୁ ନ ପଡ଼େ । ତରତର ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ।
🙎♀️କନ୍ୟା-ଆଜି ଆପଣ ନିଜକୁ ଠିକ ଭାବରେ ପରଖିବାକୁ ଚେଷ୍ଟା କରିବେ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।
⚖️ତୁଳା-ଆଜିଆପଣଙ୍କୁ ନିଜସାଙ୍ଗମାନଙ୍କ ସୁସମ୍ମାନ ପାଇଁ ଖୁସିମିଳିବା।କିନ୍ତୁ ସାବଧାନରହିବେ ,କାରଣ ଆପଣଙ୍କରହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷାକରିପାରନ୍ତି ।ଏଥିପାଇଁ ଆପଣଙ୍କୁଟିକେ ସାବଧାନ ରହିବାକୁ ହେବ ।
🦂ବିଛା-ଆଜି ଆପଣ ପରିବାର ଲୋକଙ୍କ ସହିତ ସମୟ କଟାଇବେ ଏବଂ ବହୁତ ଖୁସି ହେବେ । କିଛି ଏମିତି କରନ୍ତୁ ଯାହା ସମସ୍ତଙ୍କୁ ଖୁସି କରିବ ଏବଂ ପରସ୍ପର ନିକଟତର ହୋଇପାରିବେ ।
🏹ଧନୁ-ଯଦି ଆପଣଙ୍କର ନିକଟବର୍ତ୍ତୀ ସମ୍ପର୍କୀୟଙ୍କ ସାଙ୍ଗରେ କୌଣସି ମତଭେଦ ଅଛି ତାହା ସୁସମ୍ପର୍କରେ ପରିଣତହେବା ଆପଣ ଦେଖିବାକୁପାଇବେ।ଏହି ସୁସମ୍ପର୍କ ଦୁଇପକ୍ଷର ଚ଼େଷ୍ଟାରପରିଣାମସୂରୂପ ହେବ ।
🐊ମକର-ଆଜି ଆପଣଙ୍କ ଜୀବନରେ ଗତିପଥ ସମାନ୍ ନୁହେଁ । ଏମିତି ଲାଗୁଛି ଯେପରି ଆପଣଙ୍କର ଆଖପାଖର ପରିସ୍ଥିତି ଖରାପ ଆଡ଼କୁ ଗତିକରୁଛି । ଆପଣଙ୍କ କାର୍ଯ୍ୟସ୍ଥଳରେ କିଛି ଅଦରକାରୀ ପରିବର୍ତ୍ତନ ହୋଇପାରେ ।
କୁମ୍ଭ-ଆଜି ସାହିତ୍ୟ ପଢ଼ିଲେ ଆପଣଙ୍କୁ ବହୁତ ଲାଭ ମିଳିବ । ବୋଧହୁଏ ଆପଣଙ୍କୁ ଏମିତି ଲାଗିବ ଯେ ଆପଣ ଯାହା ପଢ଼ିଛନ୍ତି ସେହି ପାଠ ଆପଣଙ୍କ ବ୍ୟକ୍ତିଗତ ଉନ୍ନତିରେ ସହାୟକ ହେବ ।
🐟ମୀନ-ଖାସକରିକି ସତ୍ତାଧାରୀ ଲୋକମାନଙ୍କ ସାଙ୍ଗରେ ଯୁକ୍ତି ନକରିଲେ ଭଲ ହେବ । ଖାସକରି ଯଦି ଆପଣ ତାଙ୍କଠାରୁ କିଛି କାମ ବାହାରକରିବାକୁ ଚ଼ାହୁଁଛନ୍ତି , ସରକାରୀ ସମ୍ବନ୍ଧ କାର୍ଯ୍ୟ ଗୁଡ଼ିକୁ କରାଇବା ପାଇଁ ଆପଣଙ୍କୁ ଟିକେ ଧର୍ଯ୍ୟ ସହିତ କାମ କରିବାକୁ ହେବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

ରାତିପାହିଲେ ଭଗବତୀ ନିଦ୍ରାରୁ ଉଠିବେ । ଉତ୍ସବମୁଖର ହୋଇଉଠିବ ସମଗ୍ର ଉତ୍କଳର ଶକ୍ତିପୀଠ । ଷୋହଳଦିନ ବ୍ୟାପୀ ଚଣ୍ଡୀପାଠରେ ପ୍ରକମ୍ପିତହେବ ମାଙ୍କବେଢ଼ା । ଝୁଣା ଧୂପ ଯଜ୍ଞ ଆହୁତିରେ ମହମହ ବାସିଉଠିବ ସମଗ୍ରଉତ୍କଳ ।ଆରମ୍ଭ ହେବ ଶାକ୍ତମାନଙ୍କ ମହାପର୍ବ ମହାପୂଜା । ମହାପୂଜାର ଆଉମାତ୍ର କିଛି ମୁହୂର୍ତ୍ତର ଅପେକ୍ଷା….

ଅନନ୍ତକୋଟି ବ୍ରହ୍ମାଣ୍ଡର ଜନନୀ ଭଗବତୀ ମା ଆଦିପରାଶକ୍ତି ଦୁର୍ଗା ଦେବୀଙ୍କ ଶାରଦୀୟ ମହୋତ୍ସବର ଅୟମାରମ୍ଭ ହୋଇସାରିଛି। ମାଭଟାରିକାଙ୍କ ଶାରଦୀୟ ଦୁର୍ଗାପୂଜା ଅବସରରେ ପୁଜାବିଧି ବିଷୟରେ ଜାଣିବା
ଦେବୀ ଭଟ୍ଟାରିକା…. .
ଓଡ଼ିଶାରେ ଭଗବାନ ପର୍ଶୁରାମଙ୍କ ପ୍ରତିଷ୍ଠିତ ଚାରୋଟି ଶକ୍ତିପୀଠ ମଧ୍ୟରେ ଅନ୍ୟତମ ପ୍ରଧାନପୀଠ ହେଉଛି ମା ଲଳିତାମହାତ୍ରିପୁରାସୁନ୍ଦରୀଙ୍କର ପୀଠ। ମାଙ୍କୁ ଏଠାରେ ପରାଭଟ୍ଟାରିକା ନାମରେ ପୂଜା କରାଯାଇଥାଏ। ମାଙ୍କ ଏହିପୀଠ ଓଡ଼ିଶାର କଟକଜିଲ୍ଲାର ବଡ଼ମ୍ବାବ୍ଳକରେ ରହିଛି। ମାଙ୍କ ମନ୍ଦିର ମହାନଦୀରେକୂଳରେ ଅବସ୍ଥିତ।
ମା ଲଳିତାମହାତ୍ରିପୁରାସୁନ୍ଦରୀଙ୍କ ବିଷୟରେ କଣ ବା ଆଉ କହିପାରିବ।। ଏହି ଦେବୀ ତ ସ୍ବୟଂ ପରଂବ୍ରହ୍ମ ତେଣୁ ପରଂବ୍ରହ୍ମଙ୍କବ୍ୟାଖ୍ୟା କରିବା ଅସମ୍ଭବ। ଭଗବାନ ପର୍ଶୁରାମ ଶ୍ରୀବିଦ୍ୟା ଉପାସକ ଅଟନ୍ତି। ସେ ଏଠାରେ ମାତ୍ରିପୁରାସୁନ୍ଦରୀଭଟ୍ଟାରିକାଙ୍କୁ ସ୍ଥାପନ କରିଥିଲେ। ତେବେ “ଶ୍ରୀବିଦ୍ୟା କଳ୍ପସୂତ୍ର” ଅନୁଯାୟୀ ମା ଲଳିତାମ୍ବିକାଙ୍କ ୧୦୮ ସିଦ୍ଧପୀଠ ମଧýରେ “ପରାଭଟ୍ଟାରିକାପୀଠ”ର ନାମରହିଛି। ଏହି ଗ୍ରନ୍ଥଅନୁସାରେ ମା ତ୍ରିପୁରାସୁନ୍ଦରୀ ପରାଭଟ୍ଟାରିକାଙ୍କ ଏହି ମନ୍ଦିରକୁ ଭଗବାନ କୋଣାଦିତ୍ୟ ସୂର୍ଯ୍ୟଦେବତା ପ୍ରତିଷ୍ଠା କରିଥିଲେ। କୋଣାର୍କର ପ୍ରଧାନଦେବତା ଭଗବାନ ସୂର୍ଯ୍ୟଙ୍କ ଇଷ୍ଟଦେବତା ହେଲେ ମା ତ୍ରିପୁରାସୁନ୍ଦରୀ ପରାଭଟ୍ଟାରିକା। ଭଗବାନସୂର୍ଯ୍ୟ ଏଠାରେ ଦେବୀଙ୍କୁ “ହାଦିମତ”ରେ ପ୍ରତିଷ୍ଠା କରିଥିଲେ ଏବଂ ଅଗସ୍ତ୍ୟ ମହର୍ଷିଙ୍କପତ୍ନୀ ଦେବୀଲୋପାମୁଦ୍ରା ମଧ୍ୟ ଏଠାରେ ସୂର୍ଯ୍ୟଦେବଙ୍କଠାରୁ ହାଦିକ୍ରମରେ ଶ୍ରୀବିଦ୍ୟା ପଞ୍ଚଦଶୀମନ୍ତ୍ରର ଦୀକ୍ଷା ନେଇଥିଲେ।
କିନ୍ତୁ ମୁରଦୈତ୍ୟ ସହିତ ଭଗବାନ ଶ୍ରୀକୃଷ୍ଣଙ୍କ ଯୁଦ୍ଧ ଏଠାରେ ହେବାବେଳେ ଦେବୀ ତ୍ରିପୁରାସୁନ୍ଦରୀ ପରାଭଟ୍ଟାରିକା ଅନ୍ତର୍ଦ୍ଧାନ ହୋଇଗଲେ। ପରେ ଭଗବାନପର୍ଶୁରାମ ଓ ତାଙ୍କଶିଷ୍ୟ ମହର୍ଷି ସୁମେଧା ମାତା ବାଳାତ୍ରିପୁରାସୁନ୍ଦରୀଙ୍କ ଆଦେଶରେ ଏହିସ୍ଥାନରେ ପୁନଃ ମାତାଙ୍କୁ ପ୍ରତିଷ୍ଠା କରିଥିଲେ। ଭଗବାନପର୍ଶୁରାମ ଓ ତାଙ୍କଶିଷ୍ୟ ମହର୍ଷି ସୁମେଧା ଏଠାରେ ଅନେକଦିନ ସାଧନାକରିଥିଲେ। ପରବର୍ତ୍ତୀସମୟରେ ଦେବୀ ବାଳାତ୍ରିପୁରାସୁନ୍ଦରୀଙ୍କ ଆଦେଶରେ ମହର୍ଷିସୁମେଧା ଦକ୍ଷିଣଭାରତକୁ ଚାଲିଗଲେ।
ଅନ୍ୟଏକ ଲୋକକଥାଅନୁଯାୟୀ,
ଭଗବାନପର୍ଶୁରାମଙ୍କ ଧନୁ ଯେଉଁଠାରେ ବି ରହୁଥିଲା ସେଠାରେ ଭୂମି ଦବି ଯାଉଥିଲା। ଏକଦା ଏହିସ୍ଥାନରେ ଭଗବାନ ପର୍ଶୁରାମ ନିଜଧନୁକୁ ଏକପଥର ଉପରେ ରଖିଦେଇ ଧ୍ୟାନରେ ବସିଥିଲେ।ଧ୍ୟାନରୁ ଉଠିଦେଖନ୍ତୁ ପଥରରେ କିଛି ବି ପରିବର୍ତ୍ତନ ହୋଇନାହିଁ। ସେ ପଥରକୁ ଭଲଭାବରେ ନିରୀକ୍ଷଣକରି ଜାଣିପାରିଲେ ଏହି ବିଗ୍ରହ ମା ତ୍ରିପୁରା ସୁନ୍ଦରୀଭଟ୍ଟାରିକାଙ୍କର ଅଟେ। ସେ ବିଧିବିଧାନପୂର୍ବକ ଏଠାରେ ମାଙ୍କୁ ସ୍ଥାପନ କଲେ।
ମା ତ୍ରିପୁରାସୁନ୍ଦରୀ ପରାଭଟ୍ଟାରିକା ହେଲେ ଦ୍ବିଭୂଜା। ଗୋଟିଏହସ୍ତରେ ପଦ୍ମ ଓ ଅନ୍ୟହସ୍ତରେ ଅଭୟମୁଦ୍ରା ଧାରଣ କରିଛନ୍ତି। ମାତ୍ରିପୁରାସୁନ୍ଦରୀ ପରାଭଟ୍ଟାରିକାଙ୍କୁ “ଧ୍ୟାୟେତ୍ ପଦ୍ମସନସ୍ଥାଂ”ଧ୍ୟାନମନ୍ତ୍ରରେ ପୂଜାକରାଯାଏ। ଦେବୀଙ୍କୁ ଦୈନନ୍ଦିନ”ହାଦିକ୍ରମର ପଞ୍ଚଦଶୀମନ୍ତ୍ର”ରେ ପୂଜା କରାଯାଇଥାଏ। ଏଠାରେ ମାତ୍ରିପୁରା ସୁନ୍ଦରୀ ଭଟ୍ଟାରିକାଙ୍କୁ ପ୍ରାତଃକାଳରେ “ବାଳାମ୍ବିକା”ମଧ୍ୟାହ୍ନରେ”ଷୋଡ଼ଶୀ” ଏବଂ ସନ୍ଧ୍ୟାରେ “ମହାକାମେଶ୍ବରୀ” ରୂପେ ପୂଜା କରାଯାଇଥାଏ।

ଶାରଦୀୟଦୁର୍ଗାପୂଜା-ଶାରଦୀୟଦୂର୍ଗାପୂଜା ସମୟରେ ମାପରାଭଟ୍ଟାରିକାଙ୍କ ପୀଠରେ ଅନେକ ବିଶେଷ ନୀତିନିୟମ ପାଳନକରାଯାଇଥାଏ।ମୂଳାଷ୍ଟମୀଦିନ ଦେବୀଙ୍କୁ ହଜାର କଳସରଜଳରେ ସ୍ନାନକରାଇ ନିଦ୍ରାରୁ ଉଠାଯାଇଥାଏ ଏବଂ ଏହାପରେ ଷୋହଳଦିବସୀୟ ଶାରଦୀୟଦୂର୍ଗାପୂଜା ପାଇଁ ଦେବୀଙ୍କନିକଟରେ କଳସସ୍ଥାପନ ହୋଇଥାଏ।ଷୋହଳଦିନଧରି ଚଣ୍ଡୀପାଠ ସହିତ ହୋମଯଜ୍ଞ ମଧ୍ୟ ହୋଇଥାଏ।ମା ତ୍ରିପୁରା ସୁନ୍ଦରୀ ପରାଭଟ୍ଟାରିକା ଏଠାରେ ସମ୍ପୂର୍ଣ୍ଣ ବାମାଚାରରେ ପୂଜାପାଆନ୍ତି।ଦେବୀପରାଭଟ୍ଟାରିକାଙ୍କୁ କେଉଁ ନୀତିନିୟମରେ ପୂଜା କରାଯିବ ଏହି ବିଷୟରେ ଭଗବାନପର୍ଶୁରାମ ଦୁଇଟିଗ୍ରନ୍ଥ”ପର୍ଶୁରାମସଂହିତା, ପର୍ଶୁରାମକଳ୍ପ”ଲେଖିଯାଇଛନ୍ତି।ଶାରଦୀୟଦୂର୍ଗାପୂଜା ସମୟରେ ମାତ୍ରିପୁରାସୁନ୍ଦରୀଭଟ୍ଟାରିକାଙ୍କୁ ଏଠାରେ ପୋଡାମାଛ ଓ ମାଛତରକାରୀ ସମର୍ପିତ ହୋଇଥାଏ।ମହାଷ୍ଟମୀରେ ଏଠାରେ ସନ୍ଧିପୂଜାପରେ ମାଙ୍କ ମନ୍ଦିରର ଶିଖରରେ ବିଶାଳଧ୍ବଜାକୁ ଲଗାଯାଇଥାଏ।ଏହାକୁ ମାଙ୍କ ନେତ୍ରୋତ୍ସବ କୁହାଯାଏ।କୁହାଯାଏ ଆଗରୁ ଏଠାରେ ନରବଳି ପ୍ରଚଳିତଥିଲା।ମାଙ୍କ ପାଇଁ ଗୋଟିଏକୁମ୍ଭୀର ନରବଳି ଯୋଗାଡ଼ କରିରଖୁଥିଲା!!ଜୟମା ଭଟାରିକା!!

 

 

Leave A Reply

Your email address will not be published.