ଆଜିର ରାଶିଫଳ

ମାଆ ଦୁର୍ଗାଙ୍କର ତୃତୀୟଶକ୍ତିର ନାମହେଉଛି ଚନ୍ଦ୍ରଘଣ୍ଟା

0 254

୨୦୨୩ମସିହା ଅକ୍ଟୋବରମାସ ୧୮ତାରିଖ ବୁଧବାର। ତୁଳା (ଗର୍ଭଣା)ସଂକ୍ରାନ୍ତି, ଅଦ୍ୟ ସଂକ୍ରାନ୍ତି ବିହିତ ଉପବାସ, ଗ୍ରହପୂଜା, ହୋମ, ଦାନାଦି। ଅଦ୍ୟ ମାସିକ ବିନାୟକ ଚତୁର୍ଥୀବ୍ରତ।ସୁର୍ଯ୍ୟୋଦୟ- ଘ୫/୪୫/୩୯ ,ସୂର୍ଯ୍ୟାସ୍ତ- ଘ୫/୧୮/୧୭ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୧/୧ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ଅନୁରାଧା ରାତ୍ରି ଘ୯/୨୯ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୧ /୧ମି ପରେ ଦକ୍ଷିଣଦିଗରେ।ରିକ୍ତାତିଥି, ବିଷ୍ଟିକରଣ, ସଂକ୍ରମଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ମୂଳା ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୩୯ମି ରୁ ଘ୧୦/୫ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୧୧/୩୦ମି ରୁ ଘ୨/୫୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୩୯ମି ରୁ ଘ୪/୧୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟରୁ ଦିବା ଘ୬/୩୫ମିମଧ୍ୟେ, ଘ୭/୨୩ମି ରୁ ଘ୮/୧୧ମି ମଧ୍ୟେ,ଘ୧୦/୩୫ମିରୁ ଘ୧୨/୫୯ମି ମଧ୍ୟେ,ସନ୍ଧ୍ୟାଘ୬/୩ମି ରୁ ୬/୫୧ମି ମଧ୍ୟେ, ରାତ୍ରି ଘ୮/୨୭ମି ରୁ ଘ୨/୫୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୩୫ମି ରୁ ଘ୭/୨୩ମି ମଧ୍ୟେ, ଘ୧/୪୭ମି ରୁ ଘ୪/୧୧ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ନାହିଁ ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ। କନ୍ୟାର ରାତ୍ରି ଘ୯/୨୯ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା । ଘୃତପୂର୍ଣ୍ଣକାଂସ୍ୟପାତ୍ର ଶୁକ୍ଳବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ କରଣୀୟ।ରାତ୍ରି ଘ୧/୧ମିପର୍ଯ୍ୟନ୍ତ ତିଥି ଦୋଷହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ।ଶୁଭକର୍ମ:- ନାହିଁ।
ମେଷ-ସାରାଦିନ କାର୍ଯ୍ୟରତ ରହିବେ। ସକଳ ଗୁଣର ଆଧାର ହେବେ। ସୁଖରେ ଦିନଟି ବିତିବ। କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ବିନୀତ ସ୍ୱଭାବର ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ। ପତ୍ନୀଙ୍କ ଧନରେ ସୁଖୀ ହେବେ।
ବୃଷ-ଅର୍ଥ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ବିତ୍ତ ପ୍ରାପ୍ତିର ସୂଚନା ମିଳୁଛି। ବିଳାସ-ବ୍ୟସନ ଠାରୁ ଦୂରେଇ ରହିବେ। ଅଧିକ ସୁଖଭୋଗ କରିପାରନ୍ତି। ଶ୍ରେଷ୍ଠ ପଦ-ପଦବୀରେ ଆରୁଢ଼ ହେବେ। ଜନସାଧାରଣ ଓ ବିଭାଗର ପ୍ରିୟପାତ୍ର ହେବେ।
ମିଥୁନ-ପରିଶ୍ରମର ଉଚିତ ମୂଲ୍ୟ ମିଳିବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଧନବାନ ହେବେ। ଗୁଣଜ୍ଞ ହୋଇପାରନ୍ତି। ଉପାର୍ଜନ ଯଥେଷ୍ଟ ପରିମାଣର ହେବ। ବିନୀତ ସ୍ୱଭାବର ହୋଇପାରନ୍ତି। ଚେତନଶୀଳ ହେବେ।
କର୍କଟ- ସଙ୍କଟରେ ପଡିଲେ ବି ମୁକାବିଲା କରି କୃତକାର୍ଯ୍ୟ ହେବେ। ଏ ନେଇ ଅଧିକ ବ୍ୟୟ ହୋଇପାରେ। ଧର୍ମପ୍ରିୟ ହେବେ। ହାସ୍ୟଯୁକ୍ତ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଶିଳ୍ପ ପାରଦର୍ଶୀ ଓ ଚଞ୍ଚଳ ଚେଷ୍ଟିତ ହେବେ।
ସିଂହ-ଗୁରୁଜନ ତଥା ପିତା, ମାତାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। କର୍ମ ଚଞ୍ଚଳ ରହିବେ। ମନୋଜ୍ଞ ହେବେ। ବିଚକ୍ଷଣ ବୁଦ୍ଧିଯୁକ୍ତ ହେବେ। ସମୃଦ୍ଧିର ସୋପାନ ଉଠିପାରନ୍ତି। ବହୁ ମିତ୍ର ଓ ସୌହୃଦଙ୍କ ସାନ୍ନିଧ୍ୟ ମିଳିବ।
କନ୍ୟା-ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। କର୍ମ ଚଞ୍ଚଳ ରହିବେ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା-ଜିତେନ୍ଦ୍ରିୟ ହୋଇପାରନ୍ତି। ବହୁ ସୁଖ ଭୋଗ କରିବେ। ଧାର୍ମିକ ପ୍ରବର ହୋଇପାରନ୍ତି। ସରକାରଙ୍କ ପ୍ରିୟପାତ୍ର ହେବେ। ନିଜ ବନ୍ଧୁବାନ୍ଧବଙ୍କ ସେବାରେ ନିୟୋଜିତ ହୋଇପାରନ୍ତି। ପୁତ୍ର ସୁଖ ମିଳିବ। ବ୍ୟକ୍ତି ବିଶେଷରେ ପରିଗଣିତ ହେବେ।
ବିଛା-କର୍ମକ୍ଷେତ୍ରରେ ମତାନ୍ତର ଘଟିପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। କୃଷିକ୍ଷେତ୍ରରୁ ଲାଭ ମିଳିବ। ବିଳାସ-ବ୍ୟସନ କରିବେ। ଶତ୍ରୁ ବିନାଶ କରିବାରେ ସିଦ୍ଧହସ୍ତ ହେବେ। ଧନଭୋଗ ସହିତ ଐଶ୍ୱର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି|
ଧନୁ-ବହୁ ଶୁଭଫଳ ପ୍ରାପ୍ତିର ସୂଚନା ମିଳୁଛି। ମିତ୍ର ଲାଭ ହେବ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ସନ୍ମା।ର୍ଗୀ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବନ୍ଧୁବର୍ଗ ଓ ପ୍ରିୟ ଜନଙ୍କ ସହାୟତା ପାଇବେ। ଅବିବାହିତମାନଙ୍କୁ ମନୋରମା କନ୍ୟା ମିଳିବ।
ମକର-ଅଟକି ଥିବା କାର୍ଯ୍ୟ ଆଗେଇବେ। ବନ୍ଧୁ ସୁଖ ପାଇ ଉତ୍ଫୁହଲ୍ଲିତ ହେବେ। କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ତତ୍ପରତା ଧିମେଇ ଯାଇପାରେ। ବହୁଧନର ଅଧିକାରୀ ହୋଇପାରନ୍ତି। ଉତ୍ତମ ବଂଶରୁ କନ୍ୟା ଲାଭ ହୋଇପାରେ।
କୁମ୍ଭ- ଦେବ-ଗୁର-ଗୁରୁଜନଙ୍କୁ ଭକ୍ତି କରିବେ। ଗରିମାମୟ ଜୀବନ ଯାପନ କରିବେ। ତେଜିୟାନ୍‍ ହେବେ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ନାନା ସୁନ୍ଦର ବସ୍ତୁ ଲାଭର ସୁଯୋଗ ସୃଷ୍ଟି ହୋଇଛି। ନିଜ ବୁଦ୍ଧିବଳରେ ସମସ୍ତଙ୍କୁ ପରାମର୍ଶ ଦେବେ।
ମୀନ-ଠାକୁର ଆଶୀର୍ବାଦ ପାଇ ଆଶ୍ୱସ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସର୍ବଦା ସତ୍ପତଥ ଅନୁସରଣ କରିବେ। କଥା-ବାର୍ତ୍ତାରେ ଶାଳୀନତା ରକ୍ଷା କରିବେ। ବିବେକୀ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ। କୃଷି କାର୍ଯ୍ୟରେ ମନଦେବେ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ନବରାତ୍ରିର ତୃତୀୟଦିନ- ମାଆ ଦୁର୍ଗାଙ୍କର ତୃତୀୟଶକ୍ତିର ନାମହେଉଛି ଚନ୍ଦ୍ରଘଣ୍ଟା।ନବରାତ୍ର ଉପାସନାରେ ତୃତୀୟଦିନ ମାଚନ୍ଦ୍ରଘଣ୍ଟାଙ୍କର ପୂଜନ ଏବଂ ଆରାଧନା କରାଯାଏ।ଏହାଙ୍କର ସ୍ୱରୂପ ଅତ୍ୟନ୍ତକଲ୍ୟାଣକାରୀ ଏବଂ ଶାନ୍ତିଦାୟକ ହୋଇଥାଏ।ତାଙ୍କମସ୍ତକରେ ଘଣ୍ଟାଆକାରର ଅର୍ଦ୍ଧଚନ୍ଦ୍ର ରହିଛି।ଏଥିପାଇଁ ଦେବୀଙ୍କନାମ ଚନ୍ଦ୍ରଘଣ୍ଟା ଅଟେ।ଏହା ଦେବୀଙ୍କଉଗ୍ରରୂପ ।ଦେବୀ ଚନ୍ଦ୍ରଘଣ୍ଟାଙ୍କବାହାନ ହେଉଛନ୍ତି ସିଂହ ।ତାଙ୍କର ଦଶଭୁଜା ଏବଂ ତିନୋଟିଆଖି ରହିଛି । ଆଠଟିହସ୍ତରେ ମା ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣକରିଥାନ୍ତି ଏବଂ ଅନ୍ୟ ଦୁଇଟିହସ୍ତରେ ଭକ୍ତଙ୍କୁ ଆର୍ଶିବାଦକରିଥାନ୍ତି ।ଏହିଦିନ ମାଙ୍କୁ ଆରାଧନାକରି ଭୟମୁକ୍ତି ପାଇଁ ପ୍ରାର୍ଥନା କରାଯାଇଥାଏ ।ମାଙ୍କର ଏହିସ୍ୱରୂପ ସକ୍ତିଦାୟୀ ଓ କଲ୍ୟାଣକାରୀଅଟେ ।ମାଙ୍କଘଣ୍ଟଧ୍ବନିରେ ଦାନବ ,ରାକ୍ଷସ ,ଦୈତ୍ୟ ସମସ୍ତେ କମ୍ପିଉଠିଥାଆନ୍ତି ।
ଚନ୍ଦ୍ରଘଣ୍ଟା ଏହା ପାର୍ବତୀଙ୍କର ଶିବଙ୍କୁ ବିବାହ କରିବାସମୟର ନବବଧୂରୂପ ।ନାରୀଜୀବନର ଏହାଏକ ବୈବାହିକସୋପାନ ।ଯେଉଁ ସୋପାନରେ ସେ ଆପଣାର ସମସ୍ତ ଶକ୍ତିସାମର୍ଥ୍ୟର ସମର୍ପଣକରିବା ଶିଖିଥାଏ ।ନିଜକୁ ନିଜନିୟନ୍ତ୍ରଣରେରଖିବାକୁ ସମର୍ଥହୋଇଥାଏ।ମନର ଅଧିପତିହେଉଛନ୍ତି ଚନ୍ଦ୍ର। ମନକୁ ନିଜବଶରେ ରଖିବାକୁ ଦୂର୍ଗାଙ୍କର ଏହିରୂପର ଆରାଧନା କରାଯାଇଥାଏ ।
ଦେବୀପୁରାଣଅନୁସାରେ ,ଯେତେବେଳେ ଅସୁରମାନଙ୍କ ଆତଙ୍କ ଏ ପୃଥିବୀପୃଷ୍ଠରେ ବଢିବାରେଲାଗିଥିଲା ସେତେବେଳେ ଦେବୀଚନ୍ଦ୍ରଘଣ୍ଟା ରୂପରେ ଆବିର୍ଭୁତ ହୋଇଥିଲେ।ଅସୁରମାନଙ୍କର ପ୍ରଭୁଥିଲେ ମହିଷାସୁରା,ଯାହାର ଦେବତାମାନଙ୍କସହିତ ଯୁଦ୍ଧଚାଲିଥିଲା ।ମହିଷାସୁରା ଦେବରାଜଇନ୍ଦ୍ରଙ୍କ ସିଂହାସନପାଇବାକୁ ଚାହୁଁଥିଲେ।ସ୍ବର୍ଗକୁ ଶାସନକରିବାକୁ ତାଙ୍କର ପ୍ରବଳଇଚ୍ଛା ଥିଲା। ଏହି ଇଚ୍ଛାଜାଣିଥିବା ସମସ୍ତଦେବତା ଏଥିରେ ଉତକ୍ଷିପ୍ତହେଲେ ।ଏହି ସମସ୍ୟାରୁ ମୁକ୍ତିପାଇବା ପାଇଁ ଭଗବାନବ୍ରହ୍ମା,ବିଷ୍ଣୁ ଏବଂମହେଶ୍ବରଙ୍କ ନିକଟରେ ଉପସ୍ଥିତହେଲେ। ଭଗବାନଶ୍ରୀହରି ଏକଥା ଶୁଣି କ୍ରୋଧିତହେଲେ। କ୍ରୋଧହେତୁ ତିନିଜଣଙ୍କ ପାଟିରୁ ବାହାରିଥିବା ଶକ୍ତିଦ୍ବାରା ତାଙ୍କଠାରୁ ଜଣେଦେବୀ ଜନ୍ମିଥିଲେ।ଯାହାଙ୍କୁ ଭଗବାନଶଙ୍କର ତାଙ୍କ ତ୍ରିଶୁଳଦେଇଥିଲେ ଏବଂ ଭଗବାନବିଷ୍ଣୁ ଚକ୍ର ପ୍ରଦାନକରିଥିଲେ। ସେହିଭଳି ଅନ୍ୟଦେବତା ଏବଂ ଦେବୀମାନେମଧ୍ୟ ଅସ୍ତ୍ରଶସ୍ତ୍ରମାନ ମାତାଙ୍କହାତରେ ଦେଇଥିଲେ।ଦେବରାଜ ଇନ୍ଦ୍ରଦେବୀଙ୍କୁ ଏକ ଘଣ୍ଟାଦେଇଥିଲେ। ସୂର୍ଯ୍ୟ ନିଜର ତୀକ୍ଷ୍ଣଶକ୍ତି ଓ ଖଣ୍ଡାଦେଲେ, ଯାତ୍ରାପାଇଁ ସିଂହ ବାହାନରୂପେ ପ୍ରଦାନ କଲେ।ଏହାପରେ ମାତାଚନ୍ଦ୍ରଘଣ୍ଟା ମହିଷାସୁରପାଖରେ ପହଞ୍ଚିଥିଲେ।ମାତାଙ୍କର ଏହିରୂପ ଦେଖି ମହିଷାସୁରକୁ ଅନୁଭବହେଲାଯେ ତାଙ୍କ କାଳଆସିଛି ।ଆଉ ମହିଷାସୁର ବଞ୍ଚିବାପାଇଁ ମାଆଙ୍କଉପରେ ଆକ୍ରମଣକରିଥିଲା।ଏହାପରେ ଦେବତା ଏବଂ ଅସୁରମାନଙ୍କମଧ୍ୟରେ ଏକ ଭୟଙ୍କରଯୁଦ୍ଧ ଆରମ୍ଭହେଲା।ମାତାଚନ୍ଦ୍ରଘଣ୍ଟା ମହିଷାସୁରଙ୍କୁ ହତ୍ୟାକରିଥିଲେ।ଏହିପରି, ମାତା ଦେବତାମାନଙ୍କୁ ସୁରକ୍ଷା ଦେଇଥିଲେ।ମାଙ୍କର ଚନ୍ଦ୍ରଘଣ୍ଟାରୂପକୁ ପୂଜା କରିବାଦ୍ୱାରା ଯଶ ବୃଦ୍ଧିହୋଇଥାଏ ।ନବରାତ୍ରର ଏହି ତୃତୀୟଦିନରେ ଭୟରୁ ମୁକ୍ତିମିଳିବା ସହ ଅପାରସାହାସ ପ୍ରାପ୍ତହେବାକୁ ଅନ୍ତରରେ ଶକ୍ତିପ୍ରାପ୍ତ ହୋଇଥାଏ ।
ପିଣ୍ଡଜାପ୍ରଭରାରୁଢ଼ା, ଚଣ୍ଡକୋପାଷ୍ଟ୍ରକୈର‌୍ୟ୍ୟୁତା – ପ୍ରସାଦଂ ତନୁତେ ମହ୍ୟଂ, ଚନ୍ଦ୍ରଘଂଟେତି ବିଶ୍ରୁତା।
ଏହିମନ୍ତ୍ର ଜପ କରିବାଦ୍ୱାରା ଜୀବନରେ ସୁଖସମୃଦ୍ଧି ପ୍ରାପ୍ତହୋଇଥାଏ।ସମସ୍ତ ଶତ୍ରୁ ନାଶହୋଇଥାନ୍ତି।ଜୀବନରେ ନକାରାତ୍ମକଶକ୍ତିର କ୍ଷୟ ହେବାସହିତ ଆରୋଗ୍ୟଲାଭ ଇତ୍ୟାଦି ହୋଇଥାଏ !! ଜୟ ମା ଦୁର୍ଗେ!!

 

 

Leave A Reply

Your email address will not be published.