ଆଜିର ରାଶିଫଳ

0 166

୨୦୨୩ମସିହା ଅକ୍ଟୋବରମାସ ୨୧ତାରିଖ ଶନିବାର। ବଙ୍ଗୀୟମତେ ମୃଣ୍ମୟୀଦେବୀଙ୍କର ଓ ଗୃହଦେବୀଙ୍କର ସପ୍ତମୀପୂଜା, ପୀଠ ଓ ବିମଳାଦେବ୍ୟାଃ ମହାଷ୍ଟମୀପୂଜା,ଭାଇଜୀଉନ୍ତିଆ, ଫଳଥୁଆ, ଦ୍ବିଦିନାତ୍ମକ ପୂଜାରମ୍ଭ, ଶରଣ ଆରମ୍ଭ, ରାହୁ ଓ କେତୁସଞ୍ଚାର।ସୁର୍ଯ୍ୟୋଦୟ- ଘ୫/୪୬/୪୩ ,ସୂର୍ଯ୍ୟାସ୍ତ- ଘ୫/୧୬/୯ ,ଆଶ୍ବିନମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ସପ୍ତମୀ ରାତ୍ରି ଘ୯/୪୯ମି ପର୍ଯ୍ୟନ୍ତ ତଦନ୍ତେ ଅଷ୍ଟମୀ।ନକ୍ଷତ୍ର- ପୂର୍ବାଷାଢା ରାତ୍ରି ଘ୮/୨୭ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଷାଢା ନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ, ରାତ୍ରି ଘ୯/୪୯ମି ପରେ ଐଶାନ୍ୟକୋଣରେ। ଶନିବାର, ଅଗନ୍ତବ୍ୟତିଥି, ବିଷ୍ଟିକରଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ତୁଳା ଓ କୁମ୍ଭରାଶିର ଏବଂ ରାତ୍ରି ଘ୨/୧୧ମି ପରେ ସିଂହ ରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ତାରାଶୁଦ୍ଧି-ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ତାଳ, ରାତ୍ରି ଘ୯/୪୯ମି ପରେ ନଡ଼ିଆଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଘ୭/୧୪ମି ମଧ୍ୟେ, ଘ୩/୭ମି ରୁ ସୂର୍ଯ୍ୟାସ୍ତ ଘ୫/୧୬ମି ପର୍ଯ୍ୟନ୍ତ।ବାରବେଳା- ଦିବା ଘ୧୨/୫୬ମି ରୁ ଘ୨/୨୧ମି ପର୍ଯ୍ୟନ୍ତ।କାଳରାତ୍ରି- ସୂର୍ଯ୍ୟାସ୍ତ ରୁ ରାତ୍ରି ଘ୬/୪୭ମି ମଧ୍ୟେ, ଘ୪/୧୩ମି ରୁ ନିଶାନ୍ତ ଘ୫/୪୮ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟ ରୁ ଦିବା ଘ୬/୩୬ମି ମଧ୍ୟେ, ଘ୭/୨୪ମି ରୁ ଘ୯/୪୮ମି ମଧ୍ୟେ, ଘ୧୨/୧୨ମିରୁ ଘ୩/୨୪ମି ମଧ୍ୟେ, ଘ୪/୧୨ମି ରୁ ସୂର୍ଯ୍ୟାସ୍ତ ୫/୧୬ମି ମଧ୍ୟେ, ରାତ୍ରି ଘ୧୨/୨୫ମି ରୁ ଘ୨/୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ରାତ୍ରି ଘ୨/୧ମି ରୁ ଘ୨/୪୯ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୨ ପାଦ ବାର ଓ ତିଥି ପୁଷ୍କରଦୋଷ।ଫଳଂ କୃଷିହାନି ଓ ଗୋପଶୁ ସମ୍ପଦରବିନାଶ।ଭୂମି ଓ ଅନ୍ନବସ୍ତ୍ରଦାନ।ରାତ୍ରି ଘ୮/୨୭ମି ପରେ ୩ ପାଦ ବାର, ତିଥି ଓ ନକ୍ଷତ୍ର ପୁଷ୍କର ଦୋଷ।ଫଳଂ କୃଷିହାନି, ଗୋପଶୁ ସମ୍ପଦ, ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ।ଭୂମି, ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣ ଦାନ। ରାତ୍ରି ଘ୯/୪୯ମି ପରେ ୨ ପାଦ ବାର ଓ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ କୃଷିହାନି ଓ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ।ଭୂମି ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ପୁତ୍ରିଣୀ।କନ୍ୟାର ରାତ୍ରି ଘ୮/୨୭ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀବିଧବା ।ରାତ୍ରି ଘ୮/୨୭ମି ପରେ ବିଧବା। ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳ ଦାନ କରଣୀୟ। ବାର ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ।ଶୁଭକର୍ମ:- ନାହିଁ।
ମେଷ-ଆଜିରଦିନ ଆପଣଙ୍କପାଇଁ ଶୁଭଅଟେ।ପରିଜନ ତଥା ମିତ୍ରମାନଙ୍କସହିତ ସମାରୋହରେ ଉପସ୍ଥିତରହିପାରନ୍ତି।ନୂଆକାର୍ଯ୍ୟର ପ୍ରାରମ୍ଭ କରିବାପାଇଁ ଉତ୍ସାହରହିବ,କିନ୍ତୁ ଅତିଉତ୍ସାହରେ କ୍ଷତି ନହେଉ ଏହାର ଧ୍ୟାନରଖିବେ।ଶାରୀରିକ ତଥା ମାନସିକସୁସ୍ଥତାର ଧ୍ୟାନରଖିବେ।ଆଜି ଧନପ୍ରାପ୍ତିର ଯୋଗଅଛି।
ବୃଷ-ଶାରୀରିକ ତଥା ମାନସିକ ରୂପରେ ଆଜି ଆପଣ ବ୍ୟଗ୍ର ରହିପାରନ୍ତି। ଚିନ୍ତାର କାରଣ ମାନସିକ ଭାର ରହିପାରେ, ଯାହାକି ଆପଣଙ୍କୁ ମାନସିକ ରୂପରେ ଅସୁସ୍ଥ ରଖିପାରେ। ପରିଜନମାନଙ୍କ ସହିତ ମଧ୍ୟ ମନମାଳିନ୍ୟ ହେବାର ପ୍ରସଙ୍ଗ ବନିପାରେ। ଘରର ବାତାବରଣ ବିଗିଡ଼ି ପାରେ। ସଫଳତାର ପ୍ରାପ୍ତି କମ ହେବାରୁ ଆର୍ଥିକ ସଂକଟର ଚିନ୍ତା ରହିବ।
ମିଥୁନ-ଅବିବାହିତମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିବାର ଯୋଗ ଅଛି। ଧନପ୍ରାପ୍ତି ପାଇଁ ଦିନ ଶୁଭ ଅଟେ। ମିତ୍ରମାନଙ୍କ ଅଚାନକ ସାକ୍ଷାତ ଆନନ୍ଦଦାୟୀ ରହିବ। ମିତ୍ରମାନଙ୍କଠାରୁ ଲାଭ ହେବ। ଆଜି ଆପଣଙ୍କୁ ଭଲ ଖାଦ୍ୟ ମିଳିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ହେବ ଏବଂ ସନ୍ତାନ ପକ୍ଷରୁ ଭଲ ସମାଚାର ମିଳିବ। ବ୍ୟାପାର କିମ୍ବା ଚାକିରିରେ ଲାଭ ହେବ। ଆୟରେ ବୃଦ୍ଧି ହେବ। ବୈବାହିକ ସୁଖର ଅନୁଭୂତି ହେବ।
କର୍କଟ- ଆଜିର ଦିନ ଆପଣଙ୍କପାଇଁ ଭଲ ରହିବ। ଆପଣ ଆଜି ପ୍ରତ୍ୟେକ କାମ ସରଳତାରେ ସଂପନ୍ନ କରି ପାରିବେ। ଚାକିରିରେ ଆପଣଙ୍କ ଉଚ୍ଚ ପଦାଧିକାରୀ ଖୁସି ରହିବେ। ଆପଣଙ୍କ ପ୍ରମୋଶନ ଯୋଗ ଅଛି। ଉଚ୍ଚ ଅଧିକାରୀମାନଙ୍କ; ସହିତ ମହତ୍ଵ କଥାଗୁଡ଼ିକ ଉପରେ ଚର୍ଚ୍ଚା ହେବ। ପରିଜନମାନଙ୍କ ସହିତ ମୁକ୍ତ ମନରେ କଥାବାର୍ତ୍ତା ହେବ। ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ, ସରକାରୀ ଲାଭ ହେବ ଏବଂ ସ୍ଵାସ୍ଥ୍ୟ ଭଲ ରହିବ।
ସିଂହ- ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ପୂର୍ବ ନିର୍ଦ୍ଧାରିତ କାମ ଆଡ଼କୁ ଆପଣଙ୍କ ପ୍ରୟାସ ରହିବ। ଆପଣଙ୍କ ବ୍ୟବହାର ନ୍ୟାୟପୂର୍ଣ୍ଣ ରହିବ। ଆଜି ଆପଣ ଧାର୍ମିକ ଏବଂ ମାଙ୍ଗଲିକ କାର୍ଯ୍ୟରେ ବ୍ୟସ୍ତ ରହିବାର ସଂଭାବନା ଅଛି। ଆଜି କ୍ରୋଧର ମାତ୍ରା ଅଧିକ ରହିବ, ଏଥିପାଇଁ ସାବଧାନ ରୁହନ୍ତୁ, ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ବିଦେଶରେ ରହୁଥିବା ବନ୍ଧୁମାନଙ୍କର ଭଲ ସମାଚାର ମିଳିବ।
କନ୍ୟା-ଆଜିର ଦିନ କୌଣସି ନୂଆ କାର୍ଯ୍ୟ କରିବା ପାଇଁ ଯୋଗ ଅଛି। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ ଏବଂ ବିଶେଷକରିକି ବାହରର ଖାଦ୍ୟ-ପାନୀୟ ଗ୍ରହଣ ନକରିବାକୁ ଚେଷ୍ଟା କରିବେ। ପରିଜନମାନଙ୍କର ଉଗ୍ର ଚର୍ଚ୍ଚାର କାରଣରୁ ମନମାଳିନ୍ୟ ନ ହେଉ, ଏହାର ବିଶେଷ ଧ୍ୟାନ ରଖିବେ। ଆଜି ଧନର ବ୍ୟୟ ଅଧିକ ହେବ। ଆଜି ରାଜ୍ୟ ତଥା ସରକାର ଏବଂ ବିରୋଧୀମାନଙ୍କ ଠାରୁ ଦୂରରେ ରୁହନ୍ତୁ ଏବଂ ବିବାଦରେ ପଡ଼ନ୍ତୁ ନାହିଁ।
ତୁଳା-ଆଜି ଆପଣଙ୍କ ଦିନ ଆମୋଦ-ପ୍ରମୋଦରେ ବିତିବ। ପ୍ରଣୟ ପାଇଁ ଆଜିର ଦିନ ଭଲ ଅଟେ। ମିତ୍ର ଏବଂ ପ୍ରିୟଜନ ଆପଣଙ୍କ ଯାତ୍ରାକୁ ଆନନ୍ଦରେ ଭରି ଦେବେ। ନୂଆ ବସ୍ତ୍ର କ୍ରୟ କରିବାର ଯୋଗ ଅଛି। ମନ ପ୍ରଫୁଲ୍ଲିତ ରହିବ। ମାନ-ସମ୍ମାନ ମିଳିବ। ଭଲ ଭୋଜନ ଏବଂ ବୈବାହିକ ସୁଖର ଅନୁଭୂତି ହେବ।
ବିଛା-ଆଜି ଆପଣ ଅନିଶ୍ଚିତତା ଏବଂ ସୁଖ-ଶାନ୍ତି ସହିତ ଘରେ ସମୟ ବିତାଇବେ। ଶାରୀରିକ ତଥା ମାନସିକ ପ୍ରସନ୍ନତା କାର୍ଯ୍ୟ କରିବାରେ ଉତ୍ସାହ ପ୍ରଦାନ କରିବ। ଅଫିସ୍ ରେ ସହକାରୀଙ୍କର ସହାୟତା ପାଇ ବହୁତ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ।
ଧନୁ-ଆଜି କାର୍ଯ୍ୟ ସିଦ୍ଧି ବା ସଫଳତା ନ ମିଳିଲେ ହତାଶ ହୁଅନ୍ତୁ ନାହିଁ, କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ସଂପତ୍ତି ସମ୍ବନ୍ଧିତ ବିବିଧ ପ୍ରଶ୍ନର ବିଷୟରେ ମନ ଚିନ୍ତାଗ୍ରସ୍ତ ରହିବ। ଆଜି କୌଣସି ଯାତ୍ରା କରନ୍ତୁ ନାହିଁ, ଅଧିକ ଧନ ବ୍ୟୟ ହୋଇପାରେ।
ମକର-ଆଜି ଆପଣ ବୌଦ୍ଧିକ ତଥା ଲେଖନ କାର୍ଯ୍ୟଗୁଡ଼ିକରେ ସକ୍ରିୟ ରହିବେ। ନୂଆ କାର୍ଯ୍ୟ ପ୍ରାରମ୍ଭ ପାଇଁ ଦିନ ଭଲ ଅଟେ। ଲମ୍ବା ଯାତ୍ରା କିମ୍ବା ଧାର୍ମିକ ସ୍ଥଳର ଯାତ୍ରା କରିପାରନ୍ତି। ବ୍ୟବସାୟରେ ଲାଭର ସୁଯୋଗ ମିଳିବ। ବିଦେଶରେ ରହୁଥିବା ମିତ୍ର କିମ୍ବା ସ୍ନେହୀଜନମାନଙ୍କର ଭଲ ସମାଚାର ମିଳିବ। ବ୍ୟବସାୟ ଏବଂ ଚାକିରି ସହକର୍ମିମାନଙ୍କ ତରଫରୁ ସହଯୋଗ କମ ମିଳିବ। ସ୍ଵାସ୍ଥ୍ୟର ଧ୍ୟାନ ରଖିବାକୁ ହେବ। ସନ୍ତାନମାନଙ୍କ ବିଷୟରେ ଦ୍ୱନ୍ଦ୍ୱ ରହିବ।
କୁମ୍ଭ-ଚିନ୍ତାର ବାଦଲ ହଟିଲା ପରେ ଆପଣ ମାନସିକ ହାଲୁକାପଣ ଅନୁଭବ କରିବେ। ମନରେ ଉତ୍ସାହର ସଂଚାର ହେବ, ଏହି କାରଣରୁ ଦିନର ସମୟ ଆନନ୍ଦପୂର୍ବକ ବିତିବ। ଭାଇ-ବନ୍ଧୁମାନଙ୍କ ସହ ମିଳାମିଶା ବଢ଼ିବ। ଆଜି କୌଣସି ମହତ୍ତ୍ଵପୂର୍ଣ୍ଣ ଯୋଜନା ମଧ୍ୟ ବନାଇ ପାରିବେ। କୌଣସି ଛୋଟ ଯାତ୍ରାର ଆୟୋଜନ ମଧ୍ୟ ହୋଇପାରେ।
ମୀନ-ଆଜି ଆପଣ ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା ଲଢ଼ାଇ – ଝଗଡ଼ାର ଆଶଂକା ଅଛି। ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଅତି ଆବଶ୍ୟକ ଅଟେ। ଧନ ସମ୍ବନ୍ଧିତ ଦେବା-ନେବାରେ ସାବଧାନ ରୁହନ୍ତୁ। ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଖରାପ ହୋଇପାରେ। ପରିଜନମାନଙ୍କ ସହିତ ମନମାଳିନ୍ୟର ପ୍ରସଂଗ ଆସିପାରେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.