ଘରୋଇବସ୍ ଆନ୍ଦୋଳନ ସ୍ଥଗିତ

0 111

ଭୁବନେଶ୍ବର,୨୦ା୧୦(ଏସଏସନିଉଜ) ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଡାକରାଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ୧ଘଣ୍ଟା ଧରି ଆଲୋଚନାପରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ । ଆସନ୍ତା ୨୬ ତାରିଖ ଆଲୋଚନାକୁ ଅପେକ୍ଷା କରିଛୁ । ଆସନ୍ତା ୨୬ରେ କ’ଣ ଲିଖିତ ପ୍ରତିଶ୍ରୁତି ମିଳୁଛି ତାହାକୁ ଅପେକ୍ଷା କରାଯାଇଛି ବୋଲି କହିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। । ଅକ୍ଟୋବର ୨୧ରୁ ବସ୍‌ଗୁଡ଼ିକ ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହେଇଯିବ। ବୋଲି ସେ କହିଛନ୍ତି ।

Leave A Reply

Your email address will not be published.