ଆଜିର ରାଶିଫଳ

0 159

୨୦୨୩ମସିହା ନଭେମ୍ବରମାସ ୮ତାରିଖ ବୁଧବାର। ସୁର୍ଯ୍ୟୋଦୟ- ଘ୫/୫୪/୪୭ ,ସୂର୍ଯ୍ୟାସ୍ତ- ଘ୫/୬/୫ ,କାର୍ତ୍ତିକମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ,ତିଥି- ଦଶମୀ ମଳ ଦିବା ଘ୮/୧୪ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ପୂର୍ବାଫାଲ୍ଗୁନୀ ରାତ୍ରି ଘ୭/୫୫ମି ପର୍ଯ୍ୟନ୍ତ ତଦନ୍ତେ ଉତ୍ତରାଫାଲ୍ଗୁନୀ ନକ୍ଷତ୍ର।ଚ଼ନ୍ଦ୍ର- ସିଂହଚ଼ନ୍ଦ୍ର ରାତ୍ରି ଘ୨/୩୪ମିପର୍ଯ୍ୟନ୍ତ ତଦନ୍ତେ କନ୍ୟାଚନ୍ଦ୍ର।ସୌରଚଳନେ ତୁଳା ଦି୨୨ନ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୮/୧୪ମି ପରେ ଆଗ୍ନେୟକୋଣରେ।ମଳତିଥି,ବିଷ୍ଟିକରଣ,ବୈଧୃତିଯୋଗ,ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ରାତ୍ରି ଘ୨/୩୪ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଏକାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ- କଳମଶାଗ ଦିବା ଘ୮/୧୪ମିପରେ ଶିମ୍ବଭକ୍ଷଣ ନିଷେଧ। କାର୍ତ୍ତିକମାସଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ଦିବା ଘ୮/୪୪ମି ରୁ ଘ୧୦/୭ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୧୧/୩୦ମି ରୁ ଘ୧୨/୫୪ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୨/୪୪ମି ରୁ ଘ୪/୨୧ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ) ସୂର୍ଯ୍ୟୋଦୟ ରୁ ଦିବା ଘ୬/୪୫ମି ମଧ୍ୟେ, ଘ୭/୩୩ମି ରୁ ଘ୮/୨୧ମି ମଧ୍ୟେ, ଘ୧୦/୪୫ମି ରୁ ଘ୧୨/୯ମି ମଧ୍ୟେ, ସନ୍ଧ୍ୟା ଘ୫/୫୩ମି ରୁ ଘ୬/୪୧ମି ମଧ୍ୟେ,ରାତ୍ରି ଘ୮/୧୭ମି ରୁ ଘ୨/୪୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୬/୪୫ମି ରୁ ଘ୭/୩୩ମି ମଧ୍ୟେ, ଘ୧/୫୭ମି ରୁ ଘ୪/୨୧ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୭/୫୫ମିପରେ ୧ପାଦ ନକ୍ଷତ୍ରପୁଷ୍କର ଦୋଷ।ଫଳଂ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ ଓ ତିଳସୁବର୍ଣ୍ଣ ଦାନସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୭/୫୫ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ସୁଭଗା।ପୀତବସ୍ତ୍ର ତିଳସୁବର୍ଣ୍ଣ ତଣ୍ଡୁଳଦାନ କରଣୀୟ।ଦିବା ଘ୮/୧୪ମି ଗତେ ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ।ଶୁଭକର୍ମ-ନାହିଁ ।
ମେଷ-ଆଜି ଗୃହଉପକରଣ ଓ କିଛି ଦରକାରିଦ୍ରବ୍ୟ କ୍ରୟକରି ଖର୍ଚାନ୍ତ ହୋଇପାରନ୍ତି ।ଆପଣଙ୍କୁ ନିଜସାଙ୍ଗମାନଙ୍କ ସୁସମ୍ମାନପାଇଁ ଖୁସିମିଳିବା ।କିନ୍ତୁ ଆପଣଙ୍କର ହିଁ କିଛିସାଙ୍ଗ ଆପଣଙ୍କୁ ଇର୍ଷାକରିପାରନ୍ତି ।ଏଥିପାଇଁ ଆପଣଙ୍କୁ ଟିକେ ସାବଧାନରହିବାକୁ ହେବ ।
ବୃଷ-ବହୁଦିନଧରି ଥିବା ସମସ୍ୟାର ସମାଧାନ ଓ ଅଚାନକ ଅର୍ଥଲାଭପାଇଁ ଆପଣ ଖୁସିରହିବେ ।ଆପଣ ଅନ୍ୟମାନଙ୍କ ସହିତ ମତାନ୍ତର ଥିବାର ଏ ସମସ୍ୟାର ସମାଧାନ ଦେଇପାରି ନଥିଲେ ।ଯାହାହେଉନା କାହିଁକି ବର୍ତ୍ତମାନ ଖୁସିବଢାଇବାର ସମୟ ।
ମିଥୁନ-ଆପଣଙ୍କୁ ଯେଉଁକାର୍ଯ୍ୟ କରିବାକୁ କୁହାଯାଇଛି ସେ କାର୍ଯ୍ୟପୂରା ମନଯୋଗଦେଇ କରନ୍ତୁ ।କାରଣ ଆପଣଙ୍କପରିବାର ଏହାବଦଳରେ ଆପଣଙ୍କୁ ସବୁଦିନ ସାହାଯ୍ୟକରିବ ଏହି ସମୟରେ ହୁଏତ ଆପଣଙ୍କ ପରିବାର ଆପଣଙ୍କ ପାଖରୁ କିଛି ଆଶା କରୁଛି ।
କର୍କଟ-ଆପଣଙ୍କବୁଦ୍ଧି ଆଜି ଅଧିକବେଗରେ ସାହାଯ୍ୟକରିବ ।ଏହାର ଉପଯୋଗ ଆପଣ ଭବିଷ୍ୟତଯୋଜନା କରିବାରେ ବିନିଯୋଗକରନ୍ତୁ ।ଯଦି ଆପଣ କେବଳ ନିଜ ଲକ୍ଷ୍ୟ ଉପରେ ଧ୍ୟାନ ଦେବେ, ତେବେ ବାକି ସମସ୍ତ କାର୍ଯ୍ୟ ସ୍ୱତଃ ଠିକ୍ ହୋଇଯିବ ।
ସିଂହ-ପରିବାରସଦସ୍ୟଙ୍କ ସହ ଭ୍ରମଣ କରିବାପାଇଁ ଆଜିଦିନଟି ଉପଯୁକ୍ତ ।ଏହି ଭ୍ରମଣ ଆପଣଙ୍କମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ ।ମନମଧ୍ୟରେ ବହୁଦିନ ଧରି ରହିଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।କର୍ମକ୍ଷେତ୍ର ରେ ଉନ୍ନତି ଓ ପଦମର୍ଯ୍ୟାଦା ବୃଦ୍ଧି ଯୋଗରହିଛି।
କନ୍ୟା-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିବେ କିନ୍ତୁ ମନେ ରଖନ୍ତୁ ଆପଣଙ୍କର ସବୁ କଥାରେ ଏକ ସୀମା ମଧ୍ୟ ରହିଛି । ହଠାତ ଦେବପୂଜା ଓଦର୍ଶନ କରିବାର ସୁଯୋଗ ପାଇବେ।
ତୁଳା-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ବିଛା-ଆଜି ଆପଣଙ୍କ ବ୍ୟବହାରକୁ ସମସ୍ତେ ପ୍ରଶଂସା କରିବେ।ଆପଣଙ୍କର ମିତ୍ରତା ଆପଣଙ୍କ ମିତ୍ର ପାଇଁ ବହୁତ ଲାଭଦାୟକ ହେବ ଏବଂ ଭବିଷ୍ୟତରେ ସେମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ହେବେ ।ଶତୃମାନେ ପଛଘୁଞ୍ଚା ଦେବେ ।
ଧନୁ-ଆଜି ଦିନଟି ଆପଣଙ୍କ ପାଇଁ ଭଲରେ କଟିଳେ ମଧ୍ୟ ସାମୟିକ ଦେହପୀଡା ହୋଇପାରେ ।ନିଜ ପରିବାର ବର୍ଗସହ ଛୋଟଧରଣର ଭ୍ରମଣ ଯୋଗ ରହିଛି । ପରିବାର ସଦସ୍ୟ ଏହି ଭ୍ରମଣକୁ ଉପଭୋଗ କରିବେ ଏବଂ ଆପଣଙ୍କ ସମ୍ପର୍କକୁ ସଧୁମୟ କରିବେ ।
ମକର-ଆପଣ ଆଜି କୌଣସିକାରଣରୁ ନିରାଶହେବେ ।ଆପଣ ନିଜଲକ୍ଷରେ ପହଁଚି କଷ୍ଟକରହେବ ।ଆପଣଙ୍କରକାର୍ଯ୍ୟଦକ୍ଷତା ହ୍ରାସପାଇପାରେ ।ବିଶେଷ ବିବ୍ରତ ହୁଅନ୍ତୁନାହିଁ ।ଆଜିଦିନ ବିତେଇଲାପରେ ଅନ୍ୟାନ୍ୟକ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।
କୁମ୍ଭ-ଆଜି ମନ ଅଶାନ୍ତରହିବ।ଆପଣ କୌଣସିଉପଦେଷ୍ଠାଙ୍କର କିମ୍ବା ବରିଷ୍ଠବ୍ୟକ୍ତିଙ୍କର ମାର୍ଗଦର୍ଶନ ପାଇଁ ସାହାଯ୍ୟଚାହିଁବେ ।ଆପଣ ନିଜଜୀବନର ଦ୍ୱିଧା ବା ଅସୁବିଧାପରିସ୍ଥିତିରୁ ବାହାରିଆସିବା ପାଈଁ ବାଟ ବାହାରକରିବାରେ ବିଫଳ ହୋଇପାରନ୍ତି ।
ମୀନ-ଯଦି ଛୁଟିଦିନଦେଖି ଆତ୍ମିୟସୋଜନମାନଙ୍କ ସହ ବୁଲିବାକୁଯାଆନ୍ତି ଏହିସମୟଟି ପ୍ରକୃଷ୍ଟଅଟେ ।ସେଥିପାଇଁ ବିଧିବୋଧ ଯୋଜନାକରନ୍ତୁ ।ପର୍ଯ୍ୟଟନ ବୁଲିବାକୁ ମଧ୍ୟ ଯାଇପାରନ୍ତି ଏବଂ ଏଥିରେ ଆପଣଙ୍କୁ ପରମଆନନ୍ଦ ମିଳିବ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.