ଦୀପାବଳୀରେ ଫୁଟିବନାହିଁ ବାଣ

0 121

ଭୁବନେଶ୍ୱର,୭ା୧୧(ଏସଏସନିଉଜ)ଏଥର ଦୀପାବଳୀରେ ଫୁଟିବନାହିଁ ବାଣ । ଢୋଢା ଶବ୍ଦ ଏଥର ଶୁଣିବାକୁ ମିଳିବନାହିଁ । ବାଣ ଫୁଟାଇବା ଉପରେ କଟକଣା ଲଗାଇଲେ ସୁପ୍ରିମକୋର୍ଟ । ସବୁ ରାଜ୍ୟରେ କଟକଣା ଲଗାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ବାୟୁ ଏବଂ ଶବ୍ଦ ପ୍ରଦୂଷଣ ରୋକିବାକୁ ପଦକ୍ଷେପ ରାଜ୍ୟ ନେବ ବୋଲି କୁହାଯାଇଛି ।ଏହିଭଳିରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦୀପାବଳୀରେ ବାଣ ଫୁଟିବା ଉପରେ ସୁପ୍ରିମକୋର୍ଟ ଯେଉଁ କଟକଣା ଲଗାଇଛନ୍ତି ତାହା ସାରା ଦେଶରେ ଲାଗୁ ହେବାନେଇ ସ୍ପଷ୍ଟ କରିଛନ୍ତି । ବେରିୟମ ଓ ଅନ୍ୟ ନିଷିଦ୍ଧ ରସାୟନ ମିଶ୍ରିତ ବାଣ ଉପରେ କଟକଣା ସାରା ଦେଶରେ ଲାଗୁ ହେବାନେଇ ରାୟରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ବାଣ କଟକଣା ପାଇଁ ନିର୍ଦ୍ଦେଶ ଦେବାକୁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଆଗତ ପିଟିସନ ଉପରେ ବିଚାରକରି ଦିଲ୍ଲୀ-ଏନସିଆର ପାଇଁ ଦିଆଯାଇଥିବା ରାୟ ସାରା ଦେଶରେ ଲାଗୁ ହେବ ଓ ଏଥିଲାଗି କୌଣସି ନୂଆ ରାୟ ଦେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି । ପାର୍ବଣଋତୁରେ ନୁହେଁ, ତାପରେ ବି ବାୟୁ ଓ ଶବ୍ଦପ୍ରଦୂଷଣ ରୋକିବାକୁ ଏହିକଟକଣା ରାଜ୍ୟମାନେ ଲାଗୁକରିବେ ବୋଲି କୋର୍ଟ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.