ଆଜିର ରାଶିଫଳ

0 147

୨୦୨୩ମସିହା ନଭେମ୍ବରମାସ ୧୯ତାରିଖ ରବିବାର। ତ୍ରିହ୍ୟସ୍ପର୍ଶ ତିଥ୍ୟାଦିର ଗ୍ରହପୂଜା, ଦୁର୍ଗାଦେବୀଙ୍କର ଅନୁକଳ୍ପ ସପ୍ତମୀପୂଜା,ମୁକ୍ତିମଣ୍ଡପର ଷୋହଳ ଶାସନ ଅମୃତମଣୋହି ଭୋଗ, ଛଟ୍ ପୂଜା, ଭାନୁସପ୍ତମୀ,ଶ୍ରୀକ୍ଷେତ୍ରେ ଜଗମୋହନଭୋଗ।ସୁର୍ଯ୍ୟୋଦୟ- ଘ୬/୧/୦ ,ସୂର୍ଯ୍ୟାସ୍ତ- ଘ୫/୩/୨ ,କାର୍ତ୍ତିକମାସ ,ଶୁକ୍ଳ ପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ ଦିବା ଘ୭/୩୫ମି ପରେସପ୍ତମୀ କ୍ଷୟନିଶାନ୍ତ ଘ୫/୩୭ମି ପର୍ଯ୍ୟନ୍ତ,ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ଦିବା ଘ୭/୩୫ମି ପରେ ବାୟବ୍ୟକୋଣରେ,ନିଶାନ୍ତ ଘ୫/୩୭ମି ପରେ ଐଶାନ୍ୟକୋଣରେ। ତ୍ରିହ୍ୟସ୍ପର୍ଶତିଥି ,ବିଷ୍ଟିକରଣଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ସିଂହ ରାଶିରଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୭/୩୫ମିପରେ ତାଳଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୧୦/୧୧ମି ରୁ ଘ୧୨/୫୫ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧/୧୧ମି ରୁ ଘ୨/୪୯ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୬/୫୧ମି ରୁ ଘ୯/୧୫ମି ମଧ୍ୟେ, ଘ୧୨/ ୨୭ମି ରୁ ଘ୩/୩୯ମି ମଧ୍ୟେ,ରାତ୍ରି ଘ୭/୨୭ମି ରୁ ଘ୯/୩ମି ମଧ୍ୟେ, ଘ୧୨/୨୭ମି ରୁ ଘ୧/୩ମି ମଧ୍ୟେ, ଘ୧/୫୧ମି ରୁ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ଦିବା ଘ୪/୨୭ମି ରୁ ସୂର୍ଯ୍ୟାସ୍ତ ଘ୫/୩ମି ପର୍ଯ୍ୟନ୍ତ। ପୁଷ୍କରଦୋଷ-ମୃତବ୍ୟକ୍ତିର ୧ପାଦ ବାର ପୁଷ୍କ ଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୭/୩୫ମିପରେ ୨ପାଦ ବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋପଶୁ ସମ୍ପଦର ବିନାଶ। ଭୂମି ଓ ଅନ୍ନବସ୍ତ୍ରଦାନ। ନିଶାନ୍ତ ଘ୫/୩୭ମି ପରେ ୧ ପାଦ ବାରଦୋଷ। ଭୂମିଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ବିଧବା। ରାତ୍ରି ଘ୧୧/୪୦ମିପରେ ସର୍ବସମ୍ପନ୍ନା ଶୁଭ- ଦିବା ଘ୭/୩୫ମିପର୍ଯ୍ୟନ୍ତ ବାର ଓ ତିଥିଦୋଷହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ, ତାପରେ ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ।ଶୁଭକର୍ମ- ନାହିଁ ।
ମେଷ-ଲାଗିଥିବା ବିବାଦର ଆପଣ କାରଣହୋଇପାରନ୍ତି।ଧନପ୍ରାପ୍ତିର ସୂଚନାମିଳୁଛି। ବିଳମ୍ବହେଉ ପଛେ; କାର୍ଯ୍ୟହାସଲ କରିବାରେ ସକ୍ଷମହେବେ। ଘରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ମନ ପ୍ରସନ୍ନ ରହିବ।
ବୃଷ-ଆଶା ଫଳବତୀହେବ।କାର୍ଯ୍ୟର ସଫଳ ରୂପାୟନକରିବାରେ ସିଦ୍ଧହସ୍ତହେବେ।ପାରିବାରିକସୁଖ ମିଳିବ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟହେବ।ଦୃଢ଼ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
ମିଥୁନ-ଉନ୍ନତିପଥରେ ଆଗେଇଯାଇପାରନ୍ତି।ଘାତଚନ୍ଦ୍ର ଭୋଗହେଉଥିବାରୁ ସତର୍କରେଚଳିବାକୁ ପଡ଼ିବ।ଲୋକପ୍ରିୟତା ଅର୍ଜନକରିବେ।ସନ୍‌ମାର୍ଗୀ ହୋଇପାରନ୍ତି। ସୁକର୍ମରେ ଲିପ୍ତ ରହି ଖ୍ୟାତି ଅର୍ଜନ କରିବେ।
କର୍କଟ-ମାନସିକସ୍ତରରେ ଦୃଢ଼ରହିବେ।ସାମାନ୍ୟଅସୁସ୍ଥତା ଅନୁଭବକରିପାରନ୍ତି।ଶତ୍ରୁକୁ ପରାସ୍ତକରି ଆଶ୍ୱସ୍ତହେବେ।ଯୁଗ୍ମବ୍ୟବସାୟ ଲାଭଜନକ ହେବ। ସମ୍ମାନିତ ହେବେ। ସ୍ତ୍ରୀ-ପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
ସିଂହ- ସାମାନ୍ୟକାରଣରୁ ଉପୁଜିଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କଦ୍ୱାରା ସମାଧାନ ହେବ। ପ୍ରିୟତା ଅର୍ଜନକରିପାରନ୍ତି।କଳକୌଶଳ ପ୍ରୟୋଗକରି କାର୍ଯ୍ୟହାସଲ କରିବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସ୍ଥିର ହେବ।
କନ୍ୟା-ଅର୍ଜନକରିଥିବା ଅଭିଜ୍ଞତାକୁ କାର୍ଯ୍ୟରେଲଗାଇ ଅପୂର୍ବ ସଫଳତା ଲାଭକରିବେ।କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶପାଇବ।ଗୃହରେ ଶାନ୍ତିରବାତାବରଣ ପ୍ରାବାହିତ ହୋଇପାରେ। କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
ତୁଳା-ସ୍ୱାଧୀନଚିନ୍ତାଧାରା ନେଇ କିିଛିକରିବା ସମ୍ଭବପରନୁହେଁ। ଏଥିପାଇଁ ବୈଷୟିକପରାମର୍ଶର ଆବଶ୍ୟକତାରହିଛି। ସମୟଟି ସଂଘର୍ଷପୂର୍ଣ୍ଣ। ସୁଖୀ ହେବେ। ବହୁଧନର ଅଧିକାରୀ ହୋଇପାରନ୍ତି। ଶତ୍ରୁ ବିନାଶ କରିବେ।
ବିଛା- ମନବାଞ୍ଛା ପୂରଣହେବ।ଧନଲାଭର ସୂଚନାମିଳୁଛି। ପ୍ରଭୂତବିଦ୍ୟା, ବୁଦ୍ଧିର ଅଧିକାରୀହୋଇପାରନ୍ତି। ଯଶସ୍ୱୀ ହେବେ। ବିଳାସବ୍ୟସନଦ୍ୱାରା ଦିନ ବିତାଇବେ। ନିର୍ଭୀକଭାବେ କାର୍ଯ୍ୟକରିପାରନ୍ତି। ସାମାଜିକ ସ୍ୱୀକୃତି ଲାଭ କରିବେ।
ଧନୁ-ଧୀରେସୁସ୍ଥେ କାର୍ଯ୍ୟ ସାଧନହେବ। ଉଚ୍ଚସମ୍ମାନ ଲାଭ କରିବେ।ସ୍ନେହଶ୍ରଦ୍ଧାଭାବ ପ୍ରଦର୍ଶନକରି କାର୍ଯ୍ୟ ହାସଲକରିବେ।ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ। କନ୍ୟା, ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
ମକର-ବିଳାସବ୍ୟସନ ପାଇଁ ନାନାଦ୍ରବ୍ୟ ସଂଗ୍ରହ କରିବେ। ଆଳସ୍ୟପରାୟଣ ହୋଇପାରନ୍ତି। କଟୁବାକ୍ୟ ପ୍ରୟୋଗକଲେ ମାର୍ଗ କ୍ଳେଶକର ହୋଇପାରେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
କୁମ୍ଭ-ସୁସମ୍ବାଦପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନସୁଖ ମିଳିବ। ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି। ମାଲିମୋକଦ୍ଦମାରେ ବିଜୟୀ ହେବେ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ସମୃଦ୍ଧି ଆଶାକରାଯାଏ। ସତ୍ୟ ରତ ହେବେ।
ମୀନ-ସାମାନ୍ୟଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀହେବେ। ରସିକ ଓ ବାଚାଳ ହୋଇପାରନ୍ତି। ସ୍ୱାସ୍ଥୃହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.