ଆଜିର ରାଶିଫଳ

0 148

୨୦୨୩ମସିହା ନଭେମ୍ବରମାସ ୨୨ତାରିଖ ବୁଧବାର।ଶ୍ରୀଜଗନ୍ନାଥଙ୍କ ରାଧାଦାମୋଦର ବେଶ ସମାପ୍ତି, ରାସଯାତ୍ରାଧିବାସ, ଶରଣଶେଷ।ସୁର୍ଯ୍ୟୋଦୟ- ଘ୬/୨/୫୧ ,ସୂର୍ଯ୍ୟାସ୍ତ- ଘ୫/୨/୩୯ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଦଶମୀ ରାତ୍ରି ଘ୧୧/୧୯ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୧୧/୧୯ମିପରେ ଆଗ୍ନେୟକୋଣରେ।ଦିବା ଘ୧/୫୧ମିପରେ ଯାତ୍ରାଶୁଭ।ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗ, ରାତ୍ରି ଘ୧୧/୧୯ମିପରେ ଅଗ୍ନିକୋଣ, ପୂର୍ବଦିଗ, ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମିଥୁନ ଓ ମୀନରାଶିର ଏବଂ ଦିବା ଘ୧/୫୧ମିପରେ ଧନୁରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ରାତ୍ରି ଘ୧୧/୧୯ମିପରେ ଶିମ୍ବଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା- ଦିବା ଘ୮/୪୯ମି ରୁ ଘ୧୦/୧୧ମି ପର୍ଯ୍ୟନ୍ତ।ବାରବେଳା-ଦିବା ଘ୧୧/୩୩ମି ରୁ ଘ୧୨/୫୫ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୨/୪୯ମି ରୁ ଘ୪/୨୭ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ସୂର୍ଯ୍ୟୋଦୟ ରୁ ଦିବା ଘ୬/୫୩ମି ମଧ୍ୟେ, ଘ୭/୪୧ମି ରୁ ଘ୮/୨୯ମି ମଧ୍ୟେ, ଘ୧୦/୫୩ମି ରୁ ଘ୧/୧୭ମି ମଧ୍ୟେ, ସନ୍ଧ୍ୟା ଘ୫/୫୧ମି ରୁ ରାତ୍ରି ଘ୬/୩୯ମି ମଧ୍ୟେ, ଘ୮/୧୫ମି ରୁ ଘ୨/୩୯ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ପ୍ରାତଃ ଘ୬/୫୩ମି ରୁ ଘ୭/୪୧ମି ମଧ୍ୟେ, ଘ୨/୫ମି ରୁ ଘ୪/୨୯ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୭/୩୦ମି ମଧ୍ୟେ ୧ପାଦ ନକ୍ଷତ୍ର ପୁଷ୍କରଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ସର୍ବସମ୍ପନ୍ନା। କନ୍ୟାର ରାତ୍ରି ଘ୭/୩୦ମି ମଧ୍ୟେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ତିଳସୁବର୍ଣ୍ଣ ଓ ପୀତବସ୍ତ୍ର ତଣ୍ଡୁଳ ଦାନ କରଣୀୟ ଏବଂ ରାତ୍ରି ଘ୧୧/୧୯ମିଗତେ ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)।ଶୁଭକର୍ମ- ଦିବା ଘ୧/୫୧ମି ପରେ ସୂର୍ଯ୍ୟାସ୍ତ ମଧ୍ୟେ ୨୫ ନକ୍ଷତ୍ରେ ଉଗ୍ରଦେବତା ପ୍ରତିଷ୍ଠା, ନୌକାଚାଳନ ଓ ଯାତ୍ରା, ବାଣିଜ୍ୟ କରଣ।
ମେଷ-ଆଜି ଆପଣଙ୍କ ଦିନ ଉତ୍ତମ ଓ ସଂମ୍ପତ୍ତି ଦେବାର ଅଛି । ଆପଣଙ୍କୁ ଆଯି କେଉଁ ନୁଆ ସଂମ୍ପତ୍ତି ପ୍ରାପ୍ତି ହେବାର ସଂମ୍ଭାବନା ଅଛି, ବେପାରର କାମରେ କରାଯାଇଥିବା ଯାତ୍ରା ସୁଫଳ ଦେବ । ଘର ପରିବାରରେ କିଛି ଯଦି ସମସ୍ୟା ଚାଲୁଛି ତେବେ ତାହାର ସମାଧାନ ହୋଇପାରେ, ପରିବାରରେ ଖୁସିର ମାହୋଲ୍ ହେବ, ଯେଉଁ ବ୍ୟକ୍ତି ନୁଆ ଚାକିରି ଖୋଜୁଛନ୍ତି ତାଙ୍କୁ ଭଲ କମ୍ପାନୀରେ ଇଣ୍ଟରଭ୍ୟୁ ପାଇଁ ଡକାରା ଆସିପାରେ, ବାହାନ ସୁଖ ପ୍ରାପ୍ତି ହେବ, ଆପଣ ନିଜ କାମକୁ ମନମୁତାବିକ ପୁରା କରିବେ ।
ବୃଷ-ଆଜି ଚାକିରି କରୁଥିବା ଲୋକଙ୍କୁ କିଛି କଠିନତାର ସାମ୍ନା କରିବାକୁ ପଡିପାରେ, ଆପଣ କାର୍ଯ୍ୟାଲୟରେ ବଡ ଅଧିକାରୀଙ୍କ ସହ ଭଲ ତାଳମେଳ ବନାଇ ରଖନ୍ତୁ, ନହେଲେ ସେମାନେ ନାରାଜ୍ ହୋଇପାରନ୍ତି । ଘରର ଦରକାରିତା ପଛରେ ଅଧିକା ପଇସା ଖର୍ଚ୍ଚ ହେବ, ଆମଦାନୀ ଅନୁସାରେ ଖର୍ଚ୍ଚକୁ କଣ୍ଟ୍ରୋଲ୍ କରନ୍ତୁ ନହେଲେ ଭବିଷ୍ୟତ ରେ ଆର୍ଥିକ ଅସୁବିଧା ଦେଖାଦେଇପାରେ ।
ମିଥୁନ-ଆଜି ଆପଣ କିଛି ନୁଆ କାମ ଆରମ୍ଭ କରିବେ, ଯାହା ଆଗକୁ ଯାଇକରି ଭଲ ଫାଇଦା ଦେବ, ଅଧୁରା କାମ ବନ୍ଧୁଙ୍କ ସହାୟତାରେ ପୁରା କରିବେ, ଜୀବନସାଥୀ ଆପଣଙ୍କ ଭାବନାକୁ ବୁଝିପାରିବେ, ଘରୋଇ ସୁଖ ସୁବିଧାରେ ବୃଦ୍ଧି ହେବ, କମାଇର ଜରିଆ ବଢିବ, ଆପଣଙ୍କ କିଛି ବି ଇଚ୍ଛା ପୁରା ହୋଇପାରେ, ବେପାର ସହ ଯୋଡି ହୋଇଥିବା ବ୍ୟକ୍ତିଙ୍କୁ ଧନଲାଭ ହେବ, ଛୋଟ୍ ମୋଟ ବେପାରୀଙ୍କୁ ଗ୍ରାହକଙ୍କ ବୃଦ୍ଧି ହେବ ।
କର୍କଟ-ଆଜି ଆପଣଙ୍କ ଦିନ ବହୁତ ଶୁଭ ରହିବ, ଯଦି ହାତକୁ ବହୁତ ସାରା କାମ ଆସିଯାଏ ,ତେବେ ଏଥିରୁ ଯାହା ଜରୁରୀ ଅଟେ ତାହା ପ୍ରଥମେ କରିବା ଠିକ୍ ହେବ, ଯଦି କୋର୍ଟ କଚେରୀରେ କିଛି ମାମଲା ଚାଳୁଛି, ତେବେ ଫଇସଲା ଆପଣଙ୍କ ପକ୍ଷରେ ଆସିବ । ସନ୍ତାନଙ୍କ ବିବାହରେ ଆସୁଥିବା ସମସ୍ୟା ନେଇକରି ଆପଣ କେଉଁ ପରିଜନଙ୍କଘରକୁ ଯାଇପାରନ୍ତି, ସେଥିପାଇଁ ଆପଣ ଜୀବନସାଥୀ ଓ ମା ବାପାଙ୍କୁ ନେଇଯିବାରେ ଭଲ ହେବ । କେଉଁ ପୁରୁଣା ନିବେଶରୁ ଭଲ ଫାଇଦା ମିଳିପାରିବ, ରୋଜଗାରର ଦିଗରେ କରାଯାଇଥିବା ପ୍ରୟାସ ସଫଳ ହେବ, ଅନୁଭବି ବ୍ୟକ୍ତିଙ୍କ ସହ ସଂମ୍ପର୍କ ସ୍ଥାପନା ହୋଇପାରେ । ଯାହା ଆଗକୁ ଯାଇକରି ଫାଇଦା ଦାୟକ ହେବ ।
ସିଂହ-ଆଜି ଆପଣଙ୍କ ଦିନ ବହୁତ୍ ଭଲ ରହିବ, ପରିବାରରେ କିଛି ଖୁସିଖବର ଶୁଣିବାକୁ ମିଳିପାରେ, ବିରୋଧୀ ନିଜ କଥାକୁ ମନାଇବା ପାଇଁ ସଫଲ ହେବେ, କେଉଁ ବି ପ୍ରକାରର ବାଦ ବିବାଦରୁ ଦୁର ରହିବାକୁ ହେବ, ମା ବାପାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ପ୍ରେମ ଜୀବନ ଭଲ ରହିବ, ସନ୍ତାନଙ୍କ ଉନ୍ନତି ଖୁସିଖବର ମିଳିପାରେ, ଯାହା ଦ୍ୱାରା ପ୍ରସନ୍ନ ରହିବ, ଆପଣ ନିଜ୍ ପରିଶ୍ରମରୁ କାମକାର୍ଯ୍ୟରେ ଭଲ ଲାଭ ପ୍ରାପ୍ତି କରିବେ, ଆର୍ଥିକ ସ୍ଥିତି ସାମାନ୍ୟ ରହିବ ଏଥିପାଇଁ ବାଜେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବାକୁ ହେବ, ନହେଲେ ଭବିଷ୍ୟତରେ ଆର୍ଥିକ ଅସୁବିଧାର ସାମ୍ନା କରିବାକୁ ପଡିପାରେ ।
କନ୍ୟା-ଆଜି ଆପଣଙ୍କ ଦିନ ଟିକିଏ କଠିନ ନଜର୍ ଆସୁଛି, ଭାଗ୍ୟର ସାଥ୍ ନ ମିଳିବା କାରଣରୁ କାମକାର୍ଯ୍ୟରେ ଅଧିକା ପରିଶ୍ରମ କରିବାକୁ ପଡିବ, ଆପଣଙ୍କୁ ଏହା ଉପଦେଶ ଦିଆଯାଉଛି କି ଆପଣ କେଉଁ ବି କାମକୁ ବ୍ୟସ୍ତତାପୁର୍ଣ୍ଣ ହୋଇ କରନ୍ତୁ ନାହିଁ ନହେଲେ କାମ ବିଗିଡିପାରେ, ଜୀବନସାଥୀଙ୍କ ପୁରା ସହଯୋଗ ମିଳିବ, ଆପଣ ନିଜ ଆତ୍ମବିଶ୍ୱାସ ବନାଇ ରଖନ୍ତୁ, କେଉଁ ବିଷମ ପରିସ୍ଥିତିର ସାମ୍ନା କରିପାରିବେ, ଦାମ୍ପତ୍ୟ ଜୀବନରେ ସୁଖ ମିଳିବ, ଦୁର ସଂଚାର ମାଧ୍ୟମରେ ଭଲ ଖବର୍ ଶୁଣିବାକୁ ପାଇବେ । ସାଙ୍ଗଙ୍କ ଦ୍ୱାରା ଅଧୁରା କାମ ପୁରା କରିପାରିବେ ।
ତୁଳା-ଆଜି ଆପଣଙ୍କ ଦିନ ସାମାନ୍ୟ ରହିବ, ଆଜି ଆପଣଙ୍କ କେଉଁ ସଂମ୍ପତ୍ତି ପ୍ରାପ୍ତିର ଅଭିଳାଷା ପୁରା ହେବ, ଯେଉଁଥିରେ ମନ ହର୍ଷିତ ରହିବ, ଯଦି ପୁର୍ବରୁ କେଉଁଠୁ ପଇସା ଉଧାର ନେଇଛନ୍ତି ତେବେ ସେ ପଇସା ଫେରିପାରିବେ, ଭାଇ ଭଉଣୀଙ୍କ ପୁରା ସହଯୋଗ ମିଳିପାରିବ, ଜୀବନସାଥିଙ୍କ ସହ କେଉଁ ବାହାର ଯାଗା ବୁଲିବାକୁ ଯାଈପାରନ୍ତି, ବେପାର ଲାଭଦାୟକ ବୁଝାମଣା ହୋଇପାରେ ।
ବିଛା-ଆଜି ଆପଣଙ୍କ ଜୀବନରେ ଚାଲୁଥିବା ଅସୁବିଧାଗୁଡିକରୁ ମୁକ୍ତି ମିଳିବ, ଘର ପରିବାରର ମଧ୍ୟରେ ଖୁସିର ବାତାବରଣ ରହିବ, ପରିବାରର ସବୁ ସଦସ୍ୟଙ୍କ ସପୋର୍ଟ ମିଳିବ, ବିଦ୍ୟାର୍ଥିଙ୍କ ମନ ପାଠପଢାରେ ମିଳିବ, ବିଦେଶରେ କାମ କରୁଥିବା ବ୍ୟକ୍ତିଙ୍କ ଦିନ ସାମାନ୍ୟ ରୁପରେ ବ୍ୟତିତ ହେବାର ଅଛି, ଯଦି ଆପଣ ବୁଝାମଣାରେ ବେପାର ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ବୁଝିବିଚାରି କରନ୍ତୁ, ଅଜଣା ଲୋକଙ୍କୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ ।
ଧନୁ- ଆଜି ଆପଣଙ୍କୁ ନିଜ କ୍ୟାରିୟର କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହୁଛି, ବେପାରରେ ଧନ ଲାଭ ମିଳିବ, ଦାମ୍ପତ୍ୟ ଜୀବନରେ ଚାଲୁଥିବା ଅସୁବିଧାର ସମାଧାନ ହୋଇପାରେ, କମାଇର ଜରିଆ ବଢିବ, ଅଫିସ୍ କାମରେ କେଉଁ ଆଡେ ଯାତ୍ରା କରିପାରନ୍ତି, ଆପଣଙ୍କ ଦ୍ୱାରା କରାଯାଇଥିବା ଯାତ୍ରା ସୁଖଦ ରହିବ, ରୋଜଗାରର ଦିଗରେ କରାଯାଈଥିବା ପ୍ରୟାସ ସଫଳ ରହିବ, ଆପଣଙ୍କ ପରିଶ୍ରମର ଫଳ ମିଳିବ, ଅଟକିଥିବା କାମ ପୁରା ହୋଇଯିବ ।
ମକର-ଆଜି ବିଜନେସ୍ କରୁଥିବା ବ୍ୟକ୍ତିଙ୍କପାଇଁ ଦିନ ଭଲରହିବ, ଆପଣ ନିଜକାରୋବାରରେ ମନମୁତାବିକ ସଫଳତାଦେଖିପାରନ୍ତି, ଆଜି ଆପଣ ନିଜ ମା ବାପାଙ୍କଆଶିର୍ବାଦ ନେଇକରି ଯେଉଁ ନୁଆକାମ ଆରମ୍ଭକରିବେ,ସେଥିରେ ନିଶ୍ଚିତ ସଫଳତାହାସିଲ୍ ହୋଇପାରିବ,ଶଶୁରଘରପକ୍ଷରୁ ଧନଲାଭମିଳିବ, ପାରିବାରିକସଂମ୍ପର୍କରେ ମଜବୁତି ଆସିବ, ବାହାନ ସୁଖ ପ୍ରାପ୍ତି ହେବ, ପରିବାର ସଦସ୍ୟଙ୍କ ସହ ସାମାଜିକ ସମାରୋହରେ ସମ୍ମିଳିତ ହେବାର ସଂମ୍ଭାବନା ଅଛି ।
କୁମ୍ଭ- ଆଜି ଆପଣଙ୍କୁ ଜରୁରୀ କାମରେ ସାବଧାନ ରହିବାକୁ ହେବ । ଆଜି ଆପଣ ନିଜ ମଧ୍ୟରେ ଏକ ନୁତନ ଉର୍ଜାର ଅନୁଭବ କରିବେ, ଆପଣ ନିଜ ସବୁ କାର୍ଯ୍ୟକୁ ଜୋସ୍ ସହ ପୁରା କରିବାକୁ ଯାଉଛନ୍ତି, ଅଧୁରା କାମ ନିଜ ପରିଶ୍ରମଦ୍ୱାରା ପୁରା କରିବେ, ବେପାର ଭଲ ଚାଲିବ, ବିଶେଷ ବ୍ୟକ୍ତିଙ୍କ ସହ ଚିହ୍ନାପରିଚିତ ବଢିବ, ଯାହା ଆଗକୁ ଯାଈକରି ଫାଇଦା ଯୋଗାଇବ୍ବ, ସରକାରି କାର୍ଯ୍ୟରେ ସଫଳତା ମିଳିବାର ଆଶା ଅଛି, କେଉଁ ପୁରୁଣା ବିବାଦ ଶେଷ ହୋଇପାରେ, କୋର୍ଟ୍ କଚେରି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ରହିବ, ଆପଣ ନିଜ ଭବିଷ୍ୟ ପାଇଁ ନୁଆ ଯୋଜନା ବନାଇବେ ।
ମୀନ-ଆଜି ଆପଣଙ୍କ ଦିନ ମିଳାମିଶା ରହିବ, କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ, ଆପଣଙ୍କ କାମର ପ୍ରଶଂସା କରାଯିବ, ଆପଣଙ୍କ ମନର ଇଚ୍ଛା ପୁରା ହେବ, ଯାହାପରେ ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟର ଆୟୋଜନ ହୋଇପାରେ, ପରିବାରର ସଦସ୍ୟଙ୍କ ପୁରା ସହ ମିଳିପାରିବ, ଯାହାର କାରଣରୁ ଯଦି କିଛି ସମସ୍ୟା ଥିବ ତେବେ ତାହା ସମାଧାନ ହୋଇଯିବ, ଘରେ ବଡ ବୟସ୍କଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, ଆଜି ପଇସା ଉଧାର ଲେଣ ଦେଣରୁ ନିବୃତ ରହିବାକୁ ହେବ, ଯେଉଁ ବ୍ୟକ୍ତି ରାଜନୀତି କ୍ଷେତ୍ରରେ ଯିବାକୁ ଚାହୁଁଛନି ତାଙ୍କ ମନର ଇଛ୍ଚା ପୁରା ହେବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବେ, ଯାହା ଦ୍ୱାରା ଆପଣଙ୍କ ମନକୁ ଖୁସି ମିଳିବ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.