ଆଜିର ରାଶିଫଳ

0 176

୨୦୨୩ମସିହା ନଭେମ୍ବରମାସ ୨୫ତାରିଖ ଶନିବାର। ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କର ଡ଼ାଳିକିଆ ବା ତ୍ରିବିକ୍ରମ ବେଶ, ଶିବୋତ୍ଥାପନ, ବଡ଼ ଓଷା, ବୈକୁଣ୍ଠ ଚତୁର୍ଦ୍ଦଶୀ, ଶିବ ଚତୁର୍ଦ୍ଦଶ୍ୟୁପବାସଃ ଓ ବେଢ଼ା ପରିକ୍ରମା।ସୁର୍ଯ୍ୟୋଦୟ- ଘ୬/୪/୪୫ ,ସୂର୍ଯ୍ୟାସ୍ତ- ଘ୫/୨/୨୭ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଶୌରିବାସ ,ତିଥି- ତ୍ରୟୋଦଶୀ ଅପରାହ୍ନ ଘ୫/୧୫ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଦ୍ଦଶୀ।ନକ୍ଷତ୍ର- ଅଶ୍ବିନୀ ନକ୍ଷତ୍ର ଦିବା ଘ୩/୨୮ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜାନକ୍ଷତ୍ର।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ, ଅପରାହ୍ନ ଘ୫/୧୫ମି ପରେ ପଶ୍ଚିମ ଦିଗରେ। ଶନିବାର ରିକ୍ତାତିଥି, ବ୍ୟତିପାତ ଯୋଗ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର,ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତ୍ରୟୋଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧ ଖାଦ୍ୟ-ବାଇଗଣ ଅପରାହ୍ନ ଘ୫/୧୫ମି ପରେ ବିରିଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ଘ୬/୫ମି ରୁ ଘ୭/୨୯ମି ମଧ୍ୟେ, ଦିବା ଘ୩/୪୦ମି ରୁ ସୂର୍ଯ୍ୟାସ୍ତ ଘ୫/୨ମି ପର୍ଯ୍ୟନ୍ତ।ବାରବେଳା ଦିବା ଘ୧୨/୫୬ମି ରୁ ଘ୨/୧୮ମି ପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟା ଘ୫/୨ମି ରୁ ଘ୬/୪୦ମି ମଧ୍ୟେ, ରାତ୍ରି ଘ୪/୨୯ମି ରୁ ରାତ୍ରିଶେଷ ଘ୬/୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୬/୫୫ମି ମଧ୍ୟେ, ଘ୭/୪୩ମି ରୁ ଘ୧୦/୭ମି ମଧ୍ୟେ, ଘ୧୨/୩୧ମି ରୁ ଘ୩/୪୩ମି ମଧ୍ୟେ, ଘ୪/୩୧ମି ରୁ ସୂର୍ଯ୍ୟାସ୍ତ ଘ୫/୨ମି ମଧ୍ୟେ, ରାତ୍ରି ଘ୧୧/୫୧ମି ରୁ ଘ୧୨/ ୧୫ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ରାତ୍ରି ଘ୧/୫୧ମି ରୁ ଘ୨/୩୯ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମି ଦାନ ସହିତ ହୋମାଦି ଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୩/୨୮ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ଘୃତପୂର୍ଣ୍ଣକାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ଗୋଧୂମ, ଗୁଡ ଦାନ କରଣୀୟ। ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ସନ୍ଧ୍ୟା ଘ୫/୧୫ମି ଗତେ ବାର ଓ ତିଥି ଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପଅର୍ପଣ ଶାନ୍ତି କରଣୀୟ।ଶୁଭକର୍ମ:- ଆବଶ୍ୟକ ସ୍ଥଳେ ପାରସ୍କର ମତେ ଅଶ୍ବିନୀ ନକ୍ଷତ୍ରେ ସୂର୍ଯ୍ୟୋଦୟ ରୁ ଦିବା ଘ୨/୫୯ମି ମଧ୍ୟେ ବିବାହ (ପାଣିଗ୍ରହଣ) ।
ମେଷ-ମନରେ ଧାର୍ମିକକାର୍ଯ୍ୟ ପ୍ରତି ଶ୍ରଦ୍ଧାବଢ଼ିବ। ନେତା ଓ ଉଚ୍ଚପଦସ୍ଥଅଧିକାରୀଙ୍କ ସଙ୍ଗରେ ରହିବାର ସୁଯୋଗମିଳିବ। ଦାମ୍ପତ୍ୟଜୀବନରେ ମଧୁରତା ବଢ଼ିବ। ଛାତ୍ରଙ୍କୁ କୌଣସି ଶୁଭସୂଚନା ମିଳିବ।
ବୃଷ-ଇଷ୍ଟଦେବୀଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଂକଟ ଦୂର ହେବ। ଶତ୍ରୁଙ୍କ ଷଡ଼ଯନ୍ତ୍ର ପ୍ରକଟ ହୋଇଯିବ। ବିଦେଶରୁ ବ୍ୟବସାୟ ସମ୍ବନ୍ଧିତ ଭଲ ଖବର ପାଇବେ। ଭାବିଥିବା ସବୁ କାମ ଠିକ୍‌ ଭାବରେ ହେବ।
ମିଥୁନ-ପରିବାରରେ ବଡ଼ଙ୍କ ଠାରୁ ଆଶୀର୍ବାଦ ନେଇ କାମରେ ଯାଆନ୍ତୁ ସଫଳତା ପାଇବେ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
କର୍କଟ- ନୂଆ କାମ ଆରମ୍ଭ ଓ କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ରାଜନୀତିରେ ମହତ୍ବାକା˚କ୍ଷା ପୂରା ହେବ। ବିରୋଧୀଙ୍କ ଉପରେ ବିଜୟ ପାଇବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ।
ସିଂହ-ଦୀର୍ଘଦିନରୁ ଲାଗିରହଥିବା ସମସ୍ୟାର ସମାଧାନ ହେବ। ଆୟ ବୃଦ୍ଧି ହେବ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ପ୍ରିୟବ୍ୟକ୍ତିଙ୍କ ସହିତ ମିଶିବା ପାଇଁ ଭଲ ସମୟ।
କନ୍ୟା-ଆଜି ଆପଣଙ୍କର ଊର୍ଜାର ସ୍ତର ବୃଦ୍ଧି ହେବ। କ୍ରମାଗତ ପ୍ରୟାସରେ ସଫଳତା ମିଳିବ। କଷ୍ଟରେ ଥିବା ବନ୍ଧୁଙ୍କୁ ସହାୟତା କରିବେ। ଅଚାନକ ଧନପ୍ରାପ୍ତି ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ବଜାୟ ରହିବ।
ତୁଳା- ଉନ୍ନତି ପାଇଁ ନୂଆ ସୁଯୋଗ ମିଳିବ। ଦେବୀମାତାଙ୍କ ପ୍ରତି ଆସ୍ଥା ବଢ଼ିବ। ମହିଳାଙ୍କ ଭାଗ୍ୟ ଉଜ୍ଜ୍ବଳ ହେବ। ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିବ। ପ୍ରେମିକ ପ୍ରେମିକାଙ୍କ ପାଇଁ ଦିନଟି ଭଲ।
ବିଛା- ସୁନ୍ଦର କଳ୍ପନାରେ ବିଭୋର ରହିବେ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ବୈବାହିକ ଜୀବନରେ ମଧୁରତା ଆସିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
ଧନୁ- ସମୟ ଆପଣଙ୍କ ଲାଗି ଖୁବ୍‌ ଭଲ। କାମକୁ ପୂରା କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ ଏବ˚ ତହିିଁରେ ଲାଭ ମିଳିବ। ଶତ୍ରୁ ଆପଣଙ୍କର କିଛି କ୍ଷତି କରି ପାରିବେ ନାହିିଁ। ଜୀବନସାଥୀଙ୍କ ଠାରୁ ଖୁବ୍‌ ପ୍ରେମ ମିଳିବ।
ମକର-ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। ଜୀବନସାଥୀଙ୍କ ସହିତ ଦେବୀ ମନ୍ଦିରକୁ ଦର୍ଶନ ପାଇଁ ଯାଇପାରନ୍ତି। ରହସ୍ୟ ବିଦ୍ୟା ପ୍ରତି ଆକୃଷ୍ଟ ହେବେ। ରଚାନାତ୍ମକ କାମରେ ଆପଣଙ୍କର ନାମ ହେବ।
କୁମ୍ଭ-ଦିନଟି ଆପଣଙ୍କ ଉଦାର ସ୍ବଭାବ ଲାଗି ପ୍ରସନ୍ନତା ନେଇ ଆସିଛି। କୌଣସି କାମର ଆପଣଙ୍କୁ ଆଶା ଠୁଁ ଅଧିକ ଲାଭ ହେବ। ଚାକିରିରେ ଉନ୍ନତି ହେବ। ବୈବାହିକ ଜୀବନରେ ମଧୁରତା ଆସିବ।
ମୀନ-ଦିନଟି ଆପଣଙ୍କ କ୍ୟାରିୟର ଲାଗି ଅଧିକ ଶୁଭ ରହିବ। ଭବିଷ୍ୟତ ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ଫଇସଲା ନେବେ। ଅଫିସରେ ଆପଣଙ୍କ କାମରେ କତୃପକ୍ଷ ଖୁସି ହୋଇ ଉପହାର ଦେବେ। ପାରିବାରିକ ଜୀବନ ସୁଖମୟ ହେବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.