ଆଜିର ରାଶିଫଳ

0 175

୨୦୨୩ମସିହା ନଭେମ୍ବରମାସ ୨୪ତାରିଖ ଶୁକ୍ରବାର। ଗରୁଡ଼ ଉତ୍ଥାପନ, ତୁଳସୀ ବିବାହ, ଶ୍ରୀଜୀଉଙ୍କର ବାଙ୍କଚୂଡ଼ା ବେଶ, ଶୁଦ୍ଧକାଳ ଆରମ୍ଭ।ସୁର୍ଯ୍ୟୋଦୟ- ଘ୬/୩/୨୯ ,ସୂର୍ଯ୍ୟାସ୍ତ- ଘ୫/୨/୩୩ ,କାର୍ତ୍ତିକମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି- ଦ୍ବାଦଶୀ ରାତ୍ରି ଘ୭/୭ମି ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତ କୋଣରେ, ରାତ୍ରି ଘ୭/୭ମି ପରେ ଦକ୍ଷିଣ ଦିଗରେ। ଅଗନ୍ତବ୍ୟ ତିଥି, ବ୍ୟତିପାତ ଯୋଗ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର–ଧନୁ ରାଶିର ଏବଂ ଦିବା ଘ୪/୪୦ମି ପରେ ମେଷ ରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବାଦଶୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପୋଇଶାଗ ରାତ୍ରି ଘ୭/୭ମି ପରେ ବାଇଗଣଭକ୍ଷଣ ନିଷେଧ ଏବଂ କାର୍ତ୍ତିକମାସ ଜନିତ ଆମିଷଭକ୍ଷଣ ନିଷେଧ।ଅଶୁଭବେଳା-ବାର ଓ କାଳବେଳା ଦିବା ଘ୮/୪୮ମି ରୁ ଘ୧୧/୩୨ମି ପର୍ଯ୍ୟନ୍ତ।କାଳରାତ୍ରି- ରାତ୍ରି ଘ୧୧/୩୫ମି ରୁ ଘ୧/୧୩ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବା ଘ୭/୫୫ମି ମଧ୍ୟେ, ଘ୭/୪୩ମି ରୁ ଘ୧୦/୭ମି ମଧ୍ୟେ, ଘ୧୨/୩୧ମି ରୁ ଘ୩/୪୩ମି ମଧ୍ୟେ, ଘ୪/୩୧ମି ରୁ ସୂର୍ଯ୍ୟାସ୍ତ ଘ୫/୨ମି ମଧ୍ୟେ, ସନ୍ଧ୍ୟା ଘ୫/୫୧ମି ରୁ ରାତ୍ରି ଘ୯/୩ମି ମଧ୍ୟେ, ଘ୧୧/୨୭ମି ରୁ ଘ୨/୩୯ମି ମଧ୍ୟେ, ଘ୩/୨୭ମି ରୁ ନିଶାନ୍ତ ଘ୫/୩ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ। ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୭/୭ମି ମଧ୍ୟେ ୧ପାଦ ତିଥି ପୁଷ୍କରଦୋଷ। ଫଳଂଗୋପଶୁ ସମ୍ପଦରବିନାଶ ଓ ଅନ୍ନବସ୍ତ୍ରଦାନ ସହିତ ହୋମାଦି ଶାନ୍ତିବିଧେୟ ।ପ୍ରଥମରଜୋଦର୍ଶନେ- ରଜଶ୍ଚକ୍ରେ ବେଶ୍ୟା। ଶାନ୍ତି କରଣୀୟ।ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ଦିବା ଘ୧୦/୧୯ମି ମଧ୍ୟେ ୨୭ ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ବିଦ୍ୟାରମ୍ଭ, ଦୀକ୍ଷାଗ୍ରହଣ, ଗୃହାରମ୍ଭ, ଗୃହପ୍ରବେଶ ଓ ପ୍ରତିଷ୍ଠା, ଦେବତା ଗଠନ, ଉଗ୍ରଦେବତା ପ୍ରତିଷ୍ଠା, ନବଦୋଳାଦ୍ୟାରୋହଣ, ହୋମାଦିସ୍ବସ୍ତ୍ୟୟନ, ନବଶଯ୍ୟାସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ନାମକରଣ, ନିଷ୍କ୍ରାମଣ, ନବାନ୍ନ, ଅନ୍ନପ୍ରାଶନ, ବୃକ୍ଷରୋପଣ, ନୌକାଗଠନ, ନବବଧୂ ଯାତ୍ରା, ଔଷଧକକରଣ ଓ ସେବନ, ହଳପ୍ରବାହ, ବୀଜବପନ, ବାଣିଜ୍ୟ କରଣ, ଧାନ୍ୟଚ୍ଛେଦନ ଓ ସ୍ଥାପନ, ନାଟ୍ୟାରମ୍ଭ, ରାଜଦର୍ଶନ, ନିଷେକ।
ମେଷ-ଆଳସ୍ୟ ଅନୁଭବ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।
ବୃଷ-ଭ୍ରମଣାଦି ଶାନ୍ତିପୂର୍ଣ୍ଣ ହେବ। ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି। ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। କୃଷି କର୍ମକାରୀ ହେବେ। ଯାନବାହନ ସୁଖ ମିଳିବ। ସୁଖଭୋଗ ଲାଭ କରିବେ।
ମିଥୁନ-ପ୍ରେମ ଘଟଣାରେ ସଫଳ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସିତ ହେବେ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଭ୍ରାତୃଭାବ ଅତୁଟ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରଜ୍ଞ ହେବେ।
କର୍କଟ-କୌଣସି କାର୍ଯ୍ୟକୁ ନେଇ ନିଜେ ନିଜକୁ ସଙ୍କୁଚିତ ମନେ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଧନାଗମ ହେବାର ସୂଚନା ମିଳୁଛି। ମିଷ୍ଟଭାଷୀ ହୋଇପାରନ୍ତି। ଚଞ୍ଚଳମନା, କୀର୍ତ୍ତିମାନ୍‌, ଅତି ସୁଖୀ ହେବେ।
ସିଂହ- ବାଣିଜ୍ୟ-ବ୍ୟବସାୟରେ ଆୟ ବୃଦ୍ଧି ହେବ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଉନ୍ନତି ମାର୍ଗରେ ଆଗକୁ ବଢ଼ିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ଓ ବନ୍ଧୁ ସହାୟତାରୁ ଲାଭବାନ୍‌ ହେବେ।
କନ୍ୟା-ବିପଦର ସୂଚନା ପାଇପାରନ୍ତି। କାର୍ଯ୍ୟ କଷ୍ଟସାଧ୍ୟ ହୋଇପାରେ। ଅସୁବିଧାରୁ ଉଧୁରିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। କଅଁଳ କଥାରେ ଅନ୍ୟକୁ ଭୁଲାଇ ପାରିବେ। ଚଞ୍ଚଳ ପ୍ରକୃତିର ହେବେ। ଆନନ୍ଦ ଉପଭୋଗ କରିପାରନ୍ତି।
ତୁଳା- ଚିନ୍ତାରୁ ମୁକ୍ତି ପାଇବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଚିନ୍ତାଧାରା ଉନ୍ନତମାନର ହେବ। ପ୍ରୀତିଭୋଜନ ମିଳିପାରେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଗୁଣଜ୍ଞ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନତା ଲାଭ କରିବେ।
ବିଛା-ଧନ ସଞ୍ଚୟ ପାଇଁ ମନ ବଳାଇ ପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଭୋଗ-ବିଳାସ କରିପାରନ୍ତି। ସମ୍ମାନ ବୃଦ୍ଧି ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ପ୍ରବଳ ଉଦ୍ୟମ କରି କାର୍ଯ୍ୟ ହାସଲ କରିବେ।
ଧନୁ- ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ମନରେ ଭକ୍ତିଭାବ ଜାଗ୍ରତ ହେବ। ଠାକୁରଙ୍କ ଦର୍ଶନ ଲାଭ କରିବାର ସୌଭାଗ୍ୟ ଉଦୟ ହୋଇଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଜନୈକା ମହିଳାଙ୍କ ଦ୍ବାରା ଉପକୃତ ହେବେ। ପ୍ରତିଯୋଗିତାରେ ବିଜୟୀ ହେବେ।
ମକର-ପାରିବାରିକ କ୍ଷେତ୍ରରେ ଉନ୍ନତି ଘଟିବ। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଆପଣଙ୍କ ପାଇଁ ପୀଡ଼ାଦାୟକ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ-ବ୍ୟବସାୟ ଲାଭଜନକ ହୋଇପାରେ।
କୁମ୍ଭ- ଯାନବାହନ କିଣିବାର ସୁଯୋଗ ସୃଷ୍ଟି ହୋଇଛି। ସମ୍ମାନିତ ହେବେ। ଦାୟିତ୍ବ ନିର୍ବାହ କରି ପ୍ରଶଂସାର ପାତ୍ର ହେବେ। ପାରିବାରିକ ସୁଖ ମିଳିବ। ଯଶ ଅର୍ଜନ କରି ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁ ସହାୟତା ମିଳିବ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
ମୀନ-କୌଣସି କାରଣରୁ କ୍ରୋଧିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳବାନ୍‌ ହେବେ। ଶତ୍ରୁ ଦମନ କରିବାରେ ସକ୍ଷମ ହୋଇପାରନ୍ତି। ଜନ କଲ୍ୟାଣ ଲାଭ କରିବେ!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

 

Leave A Reply

Your email address will not be published.