ଆଜିର ରାଶିଫଳ

0 123

୨୦୨୪ମସିହା ଫେବୃଆରୀମାସ ୧୫ତାରିଖ ଗୁରୁ ବାର। ସୁର୍ଯ୍ୟୋଦୟ- ଘ୬/୧୯/୫୩,ସୂର୍ଯ୍ୟାସ୍ତ- ଘ୫/୪୨/୧,ମାଘମାସ,ଶୁକ୍ଳପକ୍ଷ,ବୃହସ୍ପତିବାସ,ତିଥି- ଷଷ୍ଠୀ ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମ ଦିଗରେ, ଦିବା ଘ୧୦/୨୬ମି ପରେ ବାୟବ୍ୟ କୋଣରେ। ଅଗନ୍ତବ୍ୟତିଥି ଦୋଷ ହେତୁ ଦିବା ଘ୧୦/୨୬ମି ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରା ଶୁଭ। ବାୟୁକୋଣ, ପଶ୍ଚିମଦିଗ, ନୈର୍ଋତ କୋଣକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭ ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ନିମ୍ବ, ଦିବା ଘ୧୦/୨୬ମି ପରେ ତାଳ ଭକ୍ଷଣ ନିଷେଧ।ଅଶୁଭବେଳା-
କାଳ ଓ ବାରବେଳା ଦିବା ଘ୨/୫୦ମି ରୁ ସୂର୍ଯ୍ୟାସ୍ତ ଘ୫/୪୨ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରି ଘ୧୨/୦ମି ରୁ ଘ୧/୩୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ରାତ୍ରି ଘ୧୨/୫୬ମି ରୁ ଘ୩/୨୦ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା ସୂର୍ଯ୍ୟାଦୟରୁ ଦିବା ଘ୭/୫୪ମି ମଧ୍ୟେ, ଘ୧୦/୬ମି ରୁ ଘ୧୨/୩୦ମି ପର୍ଯ୍ୟନ୍ତ। ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ଦିବା ଘ୧୦/୨୬ମି ପରେ ୧ ପାଦ ତିଥି ପୁଷ୍କର ଦୋଷ । ଫଳଂ ଗୋପଶୁ ସମ୍ପଦର ବିନାଶ ଓ ଅନ୍ନବସ୍ତ୍ର ଦାନ ସହିତ ହୋମାଦି ଶାନ୍ତି ବିଧେୟ.ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ଦିବା ଘ୧୦/ ୧୪ମି ପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ବିଧବା। ରଜଶ୍ଚକ୍ରେ ବେଶ୍ୟା। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳ, ତଣ୍ଡୁଳ ଦାନ କରଣୀୟ। ଦିବା ଘ୧୦/୨୬ମି ପର୍ଯ୍ୟନ୍ତ ତିଥି ଦୋଷ ହେତୁ ଦୁର୍ଗାଙ୍କୁ ଲାଲ ରଙ୍ଗରପୁଷ୍ପ ଅର୍ପଣ।ଶୁଭକର୍ମ-ସୂର୍ଯ୍ୟୋଦୟରୁ ଦିବା ଘ୧୦/୧୪ମି ମଧ୍ୟେ ୧ ନକ୍ଷତ୍ରେ ବିବାହ (ପାଣିଗ୍ରହଣ) ଅଦ୍ୟ ୧ ନକ୍ଷତ୍ରେ ତତୁର୍ବେଦୀ ବ୍ରତ (ଉପନୟନ), ଗୃହାରମ୍ଭ, ଗୃହପ୍ରବେଶ ଓ ପ୍ରତିଷ୍ଠା, ଦେବତା ଗଠନ ଓ ପ୍ରତିଷ୍ଠା, ତରୁ ଓ ଋଦ୍ର ପ୍ରତିଷ୍ଠା, ଜଳାଶୟ ପ୍ରତିଷ୍ଠା,ନବଦୋଳାଦ୍ୟାରୋହଣ, ନୌକା ଗଠନ,ଚୁଡାକରଣ,ନାମକରଣ,କର୍ଣ୍ଣବେଧ, ବିଦ୍ୟାରମ୍ଭ, ନିଷ୍କ୍ରାମଣ,ଔଷଧକରଣ ଓ ସେବନ,ହଳପ୍ରବାହ, ବୀଜବପନ,ହୋମାଦି ସ୍ବସ୍ତ୍ୟୟନ,ନବଶଯ୍ୟା ସନାଦ୍ବୁପଭୋଗ, ନବବସ୍ତ୍ର ପରିଧାନ, ଧାନ୍ୟ ଚ୍ଛେଦନ ଓ ସ୍ଥାପନ, ରାଜଦର୍ଶନ।ଅଦ୍ୟ ୧ ଓ ୨ ନକ୍ଷତ୍ରେ ବାଣିଜ୍ୟକରଣ।
🐏ମେଷ👉ମିତ୍ରମାନଙ୍କ ସହିତ ଆମୋଦ-ପ୍ରମୋଦ କରିବାର ଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କର ପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକ ସ୍ଥଳକୁ ଯାତ୍ରା କରିପାରନ୍ତି।
🐮ବୃଷ👉ଆଜିର ଦିନ, ଚାକିରି କରୁଥିବା ଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆ କାର୍ଯ୍ୟର ଆୟୋଜନ ସଫଳତାପୂର୍ବକ କରି ପାରିବେ। ଉଚ୍ଚାଧିକାରି ମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥ ଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
👩‍❤️‍👨ମିଥୁନ👉କୌଣସି ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିର ଦିନ ଅନୁକୂଳ ନୁହେଁ। ଶରୀରରେ ବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ଯ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
🦀କର୍କଟ👉ଆଜି ସାବଧାନପୂର୍ବକ ବ୍ୟବହାର କରିବାକୁ ପଡ଼ିବ। ପାରିବାରିକ ସଦସ୍ୟମାନଙ୍କ ସହିତ ବାଦ-ବିବାଦ କରନ୍ତୁ ନାହିଁ। ବାଣୀ ତଥା କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଅଧିକ ଖର୍ଚ୍ଚ ହେବାର ଆଶଙ୍କା ଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
🦁ସିଂହ👉 ବୈବାହିକ ଜୀବନରେ ନିଜନିଜ ଭିତରେ କଳହ ହେବାରୁ ପତି-ପତ୍ନୀଙ୍କ ମଧ୍ୟରେ ଚିନ୍ତା ହୋଇପାରେ। ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତ ମନରେ କାମ କରନ୍ତୁ। ସମ୍ଭବ ହେଲେ ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁ ନାହିଁ।
🙎‍♀️କନ୍ୟା👉ଆଜିର ଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବ କରିବେ। ଘର ତଥା ଚାକିରି ସ୍ଥଳର ବାତାବରଣ ଆନନ୍ଦ ଦାୟୀ ରହିବ। ସହକର୍ମି ମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘର ପକ୍ଷରୁ ଭଲ ସମାଚାର ମିଳିବ। କାର୍ଯ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
⚖️ତୁଳା👉ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ହେବ। ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ। ବାଦ-ବିବାଦ କିମ୍ବା ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରୁହନ୍ତୁ। ନୂଆ କାର୍ଯ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ।
🦂ବିଛା👉 ନିଜ-ସମ୍ବନ୍ଧୀମାନଙ୍କ ସହିତ ମନମାଳିନ୍ୟ ହୋଇପାରେ। ଆର୍ଥିକ କ୍ଷତିର ଆଶଂକା ଅଛି। କୌଣସି ପ୍ରକାରର କାଗଜ ପତ୍ରକୁ ସମ୍ଭାଳିକରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟ ପଛରେ ଧନ ଖର୍ଚ୍ଚ ହୋଇପାରେ।
🏹ଧନୁ👉ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିର ଦିନ ଶୁଭ ଅଟେ। ଭାଇ-ବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧି ହେବ ତଥା ପରିଜନମାନଙ୍କର ସହିତ ଯାତ୍ରାକରିବା ପାଇଁ ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।
🐊ମକର👉ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ। ଶେୟାରସଟ୍ଟାରେ ପୁଞ୍ଜିନିବେଶ କରିବାର ଆୟୋଜନ ଆପଣ କରି ପାରିବେ। ସ୍ୱାସ୍ଥ୍ୟ ମଧ୍ୟମ ରହିବ। ଆଖିରେ ପୀଡ଼ା ହେବାର ଆଶଂକା ଅଛି।
🏺କୁମ୍ଭ👉 ଆଜିରଦିନ ଶୁଭ ଫଳଦାୟୀ ଅଟେ। ଶାରୀରିକ ତଥା ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନମାନଙ୍କ ସହିତ ପ୍ରବାସରେ ଭୋଜନ କରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
🐟ମୀନ👉ଲୋଭ କରନ୍ତୁ ନାହିଁ।ଆର୍ଥିକ ବିଷୟରେ ବହୁତ ସାବଧାନ ରୁହନ୍ତୁ।ଶାରୀରିକସ୍ଵାସ୍ଥ୍ୟ ବିଗିଡ଼ି ପାରେ।ଏକାଗ୍ରତା ମଧ୍ୟ କମ ହୋଇପାରେ।ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନଖର୍ଚ୍ଚ ହୋଇପାରେ।ପରିଜନମାନଙ୍କ ସହିତ ମତଭେଦ ହେବାର ଆଶଙ୍କା ଅଛି!!ଜୟଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.