ଆଜିର ରାଶିଫଳ

0 150

୨୦୨୪ମସିହା ଫେବୃଆରୀମାସ ୨୪ତାରିଖ ଶନିବାର। ମାଘପୂର୍ଣ୍ଣିମା,ମାଘବ୍ରତସମାପନ,ଗୋସହସ୍ରୀ ଗଙ୍ଗାସ୍ନାନ,ମହତୀସ୍ନାନ, ଶ୍ରଜୀଉଙ୍କ ଗଜୋଦ୍ଧାରଣ ବେଶ, ଯୋରନ୍ଦାମେଳା।ସୁର୍ଯ୍ୟୋଦୟ- ଘ୬/୧୪/୧୨,
ସୂର୍ଯ୍ୟାସ୍ତ- ଘ୫/୪୫/୫୬,ମାଘମାସ,ଶୁକ୍ଳପକ୍ଷ,ଶୌରି ବାସ,ତିଥି- ପୂର୍ଣ୍ଣିମା ସନ୍ଧ୍ୟାଘ୬/୧୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ,ସନ୍ଧ୍ୟାଘ୬/୧୨ମିପରେ ପୂର୍ବ ଦିଗରେ।ଶନିବାର,ପକ୍ଷାନ୍ତ,ରବିସପ୍ତ,ଶନିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଆମିଷ, ସନ୍ଧ୍ୟା ଘ୬/୧୨ମି ପରେ ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃରୁ ଦିବା ଘ୭/୨୩ମି ମଧ୍ୟେ, ଘ୪/୧୧ମି ରୁ ସୂର୍ଯ୍ୟାସ୍ତଘ୫/୪୬ମି ମଧ୍ୟେ।ବାରଵେଳା ଦିବା ଘ୧/୧୫ମି ରୁ ଘ୨/୪୪ମି ପର୍ଯ୍ୟନ୍ତ।କାଳରାତ୍ରି ସନ୍ଧ୍ୟା ଘ୫/୪୬ମି ରୁ ଘ୭/୧୮ମି ମଧ୍ୟେ, ରାତ୍ରି ଘ୪/୩୩ମି ନିଶାନ୍ତ ଘ୬/୧୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବାଘ୧୦/୧୧ମି ରୁ ଘ୧/୨୩ ମି ମଧ୍ୟେ, ରାତ୍ରି ଘ୮/୧୧ମି ରୁ ଘ୧୦/୩୫ମି ମଧ୍ୟେ, ଘ୧୨/୧୧ମି ରୁ ଘ୧/୪୭ମି ମଧ୍ୟେ, ଘ୨/୩୫ମି ରୁ ଘ୪/୧୧ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ନାହିଁ।
ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କର ଦୋଷ ।ଫଳଂ କୃଷିହାନି ଓ ଭୂମିଦାନସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ପାଞ୍ଚମାସ ଏବଂ ରାତ୍ରି ଘ୧୧/୧୪ମି ପରେ ସାତମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଶୋକାତୁରା। ରାତ୍ରି ଘ୧୧/ ୧୪ ମି ପରେ ବିଧବା।ରଜଶ୍ଚକ୍ରେ ସୁଭଗା। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ପୀତବସ୍ତ୍ର, ତିଳସୁବର୍ଣ୍ଣ ତଣ୍ଡୁଳ, ଗୁଡ଼ଦାନ କରଣୀୟ।ବାରଦୋଷ ହେତୁ ଶିବଙ୍କଠାରେ ଜଳାଭିଷେକ ସନ୍ଧ୍ୟାଘ୬/୧୨ମିଗତେ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ। ଶୁଭକର୍ମ- ନାହିଁ।
🐏ମେଷ👉ଲାଗିଥିବା ବିବାଦର ଆପଣ କାରଣ ହୋଇପାରନ୍ତି। ଧନପ୍ରାପ୍ତିର ସୂଚନା ମିଳୁଛି।ବିଳମ୍ବ ହେଉ ପଛେ; କାର୍ଯ୍ୟ ହାସଲ କରିବା ରେ ସକ୍ଷମ ହେବେ।ଘରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ମନ ପ୍ରସନ୍ନ ରହିବ।
🐮ବୃଷ👉ଆଶା ଫଳବତୀ ହେବ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ। ବ୍ୟବସାୟ ଲାଭଜନକ ହେବ।
👩‍❤️‍👨ମିଥୁନ👉ଉନ୍ନତିପଥରେ ଆଗେଇ ଯାଇପାରନ୍ତି। ଘାତଚନ୍ଦ୍ରଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।ଲୋକପ୍ରିୟତା ଅର୍ଜନକରିବେ।ସନ୍‌ମାର୍ଗୀ ହୋଇପାରନ୍ତି।ସୁକର୍ମରେ ଲିପ୍ତରହି ଖ୍ୟାତିଅର୍ଜନ କରିବେ।
🦀କର୍କଟ👉ମାନସିକସ୍ତରରେ ଦୃଢ଼ ରହିବେ। ସାମାନ୍ୟଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁକୁ ପରାସ୍ତ କରି ଆଶ୍ୱସ୍ତ ହେବେ।ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।ସମ୍ମାନିତ ହେବେ।ସ୍ତ୍ରୀପୁତ୍ର ପ୍ରୀତିଯୁକ୍ତ ହେବା ଆଶା କରାଯାଏ।
🦁ସିଂହ👉 ସାମାନ୍ୟ କାରଣରୁ ଉପୁଜି ଥିବା ଦ୍ୱନ୍ଦ୍ୱ ବନ୍ଧୁଙ୍କଦ୍ୱାରା ସମାଧାନ ହେବ।ପ୍ରିୟତା ଅର୍ଜନ କରିପାରନ୍ତି।କଳକୌଶଳ ପ୍ରୟୋଗକରି କାର୍ଯ୍ୟ ହାସଲ କରିବେ।ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହସ୍ଥିର ହେବ।
🙎‍♀️କନ୍ୟା👉ଅର୍ଜନ କରିଥିବା ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ଅପୂର୍ବସଫଳତା ଲାଭ କରିବେ। କର୍ମ କ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ।ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହୋଇପାରେ।କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିବେ।
⚖️ତୁଳା👉ସ୍ୱାଧୀନ ଚିନ୍ତାଧାରାନେଇ କିିଛି କରିବା ସମ୍ଭବପର ନୁହେଁ।ଏଥିପାଇଁ ବୈଷୟିକ ପରାମର୍ଶର ଆବଶ୍ୟକତା ରହିଛି।ସମୟଟି ସଂଘର୍ଷପୂର୍ଣ୍ଣ। ସୁଖୀ ହେବେ।ବହୁଧନର ଅଧିକାରୀ ହୋଇପାରନ୍ତି।ଶତ୍ରୁବିନାଶ କରିବେ।
🦂ବିଛା👉 ମନବାଞ୍ଛା ପୂରଣ ହେବ।ଧନଲାଭର ସୂଚନା ମିଳୁଛି।ପ୍ରଭୂତବିଦ୍ୟା,ବୁଦ୍ଧିର ଅଧିକାରୀ ହୋଇପାରନ୍ତି। ଯଶସ୍ୱୀ ହେବେ।ବିଳାସବ୍ୟସନ ଦ୍ୱାରା ଦିନବିତାଇବେ।ନିର୍ଭୀକ ଭାବେ କାର୍ଯ୍ୟ କରିପାରନ୍ତି। ସାମାଜିକ ସ୍ୱୀକୃତିଲାଭ କରିବେ।
*🏹ଧନୁ👉ଧୀରେସୁସ୍ଥେ କାର୍ଯ୍ୟ ସାଧନହେବ। ଉଚ୍ଚ ସମ୍ମାନ ଲାଭ କରିବେ।ସ୍ନେହ ଶ୍ରଦ୍ଧାଭାବ ପ୍ରଦର୍ଶନ କରି କାର୍ଯ୍ୟ ହାସଲ କରିବେ।ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରିବେ।କନ୍ୟା,ପୁତ୍ର, ପୌତ୍ର ପ୍ରପୌତ୍ରାଦି ଲାଭ କରିପାରନ୍ତି। ଆଶ୍ୱସନା ମିଳିବ।
🐊ମକର👉ବିଳାସବ୍ୟସନ ପାଇଁ ନାନାଦ୍ରବ୍ୟ ସଂଗ୍ରହ କରିବେ।ଆଳସ୍ୟ ପରାୟଣ ହୋଇପାରନ୍ତି।କଟୁବାକ୍ୟ ପ୍ରୟୋଗକଲେ ମାର୍ଗ କ୍ଳେଶକର ହୋଇପାରେ।ବିଭିନ୍ନଦିଗରୁ ଧନାଗମରସୂଚନା ମିଳୁଛି। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ।
🏺କୁମ୍ଭ👉ସୁସମ୍ବାଦ ପାଇ ଖୁସି ହେବେ। ଶ୍ରୀବୃଦ୍ଧି ଘଟିପାରେ। ସନ୍ତାନ ସୁଖ ମିଳିବ।ପ୍ରିୟବନ୍ଧୁଙ୍କ ସାନ୍ନିଧ୍ୟ ପାଇ ପାରନ୍ତି।ମାଲିମକଦ୍ଦମାରେ ବିଜୟୀ ହେବେ।ଉତ୍ତମ ଭୋଜନ ମିଳିବ।ପାରିବାରିକ ସୁଖସମୃଦ୍ଧି ଆଶାକରାଯାଏ।ସତ୍ୟରତ ହେବେ।
🐟ମୀନ👉ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ପରଧନରେ ଧନୀ ହେବେ। ରସିକ ଓ ବାଚାଳ ହୋଇ ପାରନ୍ତି। ସ୍ୱାସ୍ଥୃ ହାନିର ଆଶଙ୍କା ଅଛି। ସୁଭାଷୀ ଓ ସୁବିଦ୍ୟାବାନ ହେବେ। ଭୋଗୀ ହେବେ। ତେଜୀୟାନ ହେବେ। ଚଞ୍ଚଳତାଯୁକ୍ତ ହେବେ।

ବିଶ୍ୱପ୍ରସିଦ୍ଧ ଯୋରନ୍ଦାମେଳା
ଆରମ୍ଭହୋଇଛି ୧୫୧ତମ ମହିମାମାଘମେଳା ।ମାଘ ଶୁକ୍ଲପକ୍ଷ ଚତୁଦର୍ଶୀରେ ଢେଙ୍କାନାଳ ଯୋରନ୍ଦାରେ ବିଶ୍ବପ୍ରସିଦ୍ଧମେଳା ଆରମ୍ଭ ହୁଏ ।ଏଥିପାଇଁ ମହିମା ଧର୍ମବଲାମୀଙ୍କ ଢେଙ୍କାନାଳଜିଲ୍ଲାର ପ୍ରସିଦ୍ଧ ଯୋରନ୍ଦା ଗାଦି ଚଳଚଞ୍ଚଳ ହୋଇଉଠେ।ମେଳାରେ ସାମିଲ ହେବାକୁ ଦେଶର ବିଭିନ୍ନପ୍ରାନ୍ତରରୁ ମହିମାସନ୍ୟାସୀ ଓ ଶ୍ରଦ୍ଧାଳୁମାନଙ୍କ ଆଗମନ ହୁଏ ।ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆମେଳାରେ ଭାଗନେବାକୁ ଆସି ଥାନ୍ତି।ଏହିଦିନ ମହିମାସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧିପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମାସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀଭାବେ ଘୋଷିତହୁଅନ୍ତି ।ଏହି ମେଳା ପ୍ରତିବର୍ଷ ମାଘମାସଶୁକ୍ଳପକ୍ଷ ଚତୁର୍ଦ୍ଦଶୀଦିନରେ ଅନୁଷ୍ଠିତ ହୁଏ ।ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର ସମାବେଶ ହୁଏ ।ତ୍ରୟୋଦଶୀପାହାନ୍ତାରେ ମହିମାମେଳା ଆରମ୍ଭ ହୁଏ ଏବଂ ଏହାକୁ ପାହାନ୍ତାପୂର୍ଣ୍ଣମୀ ମଧ୍ୟ କୁହାଯାଏ ।ଏହି ଉତ୍ସବରେ ବେଢାପରିକ୍ରମା କାର୍ଯ୍ୟ ହୋଇଥାଏ ।ବକଳଧାରୀ ମହିମାସମାଜ ତରଫରୁ ଯେଉଁ ସନ୍ନ୍ୟାସୀମାନେ ବଳ୍‌କଳ ପାଇବାକୁ ଯୋଗ୍ୟ ଏବଂ କୌପୀନଧାରୀସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଏ ।ଏହି ଉତ୍ସବ ଦେଖିବାପାଇଁ ସାଧାରଣଭକ୍ତଙ୍କୁ ଅନୁମତି ନଥାଏ ।ତ୍ରୟୋଦଶୀ ସନ୍ଧ୍ୟାରେ କୌପୀନଧାରୀ ମହିମାସମାଜ ଏବଂ ବଳ୍‌କଳଧାରୀ ମହିମାସମାଜର କର୍ମକର୍ତ୍ତାଗଣ ନିର୍ବାଚିତ ହୁଅନ୍ତି ।ବିଭିନ୍ନଦେଶ ବୁଲି ସନ୍ନ୍ୟାସୀମାନେ ଆଦାୟ କରିଥିବା ଅର୍ଥ ଏବଂ ସାମଗ୍ରୀ ମହିମାଗାଦିର କର୍ମକର୍ତ୍ତାଙ୍କ ହାତରେ ଅର୍ପଣକରନ୍ତି । ଚତୁର୍ଦ୍ଦଶୀଦିନ ଦିବା ଦୁଇଘଣ୍ଟା ସମୟରୁ ଉତ୍ସବ ପାଳନର ପ୍ରସ୍ତୁତିହୁଏ ।ଆକାଶରେ ପୂର୍ଣ୍ଣ ଚାନ୍ଦ,ମନ୍ଦିରବେଢାରେ ବାଦ୍ୟନି ନାଦ, ଲୋକାରଣ୍ୟହୁଏ ମହିମାପୀଠ ।ମୁହୁର୍ମୁହଃ ଉଚ୍ଚାରିତ ହେଉଥାଏ ଅଲେଖ ମହିମାଶବ୍ଦ ।ଆକାଶର ପୂର୍ଣ୍ଣଚନ୍ଦ୍ର ଏବଂ ଘିଅଦୀପାଳିର ଆଲୋକମିଶି ଗାଦି ମନ୍ଦିରର ଶ୍ରୀଯୋଗେଶ୍ୱର ମହିମାଙ୍କ ସ୍ମୃତିକୁ ଅବଲୋକନ କରୁଛନ୍ତି ଯେପରି,ମହିମାଧର୍ମ ଏକ ସ୍ୱତନ୍ତ୍ରଧର୍ମ ନୁହେଁ ,ଏହା ବିଶୁଦ୍ଧ ହିନ୍ଦୁଧର୍ମର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ।କେତେକ ସାହିତ୍ୟିକ ପଣ୍ଡିତ ମତ ଦିଅନ୍ତିଯେ, ମହିମାଧର୍ମ ବୌଦ୍ଧଧର୍ମର ରୂପାନ୍ତର , କିନ୍ତୁ ତାହା ସମ୍ପୂର୍ଣ୍ଣଭୁଲ ।କାରଣ ବୌଦ୍ଧଧର୍ମ ଓ ମହିମା ଧର୍ମର ଲକ୍ଷ୍ୟ ସମ୍ପୂର୍ଣ୍ଣ ଅଲଗା ।ବୌଦ୍ଧଧର୍ମର ଲକ୍ଷ୍ୟ ନିର୍ବାଣପ୍ରାପ୍ତି ଏବଂ ମହିମାଧର୍ମର ଲକ୍ଷ୍ୟ ବ୍ରହ୍ମଲାଭ ।ମହିମା ଧର୍ମରେ ଦୁଇଶ୍ରେଣୀର ସନ୍ନ୍ୟାସୀ ଦୃଷ୍ଟିଗୋଚର ହୁଅନ୍ତି Iସେମାନେହେଲେ କୌପୀନଧାରୀ ଓ ବଳ୍‌କଳ ଧାରୀ ।ଦୁଇଗୋଷ୍ଠିସନ୍ନ୍ୟାସୀଙ୍କର ସୃଷ୍ଟିକର୍ତ୍ତା ନିଜେ ଯୋଗେଶ୍ୱର ମହିମାପ୍ରଭୁ ।ସ୍ୱୟଂଯୋଗେଶ୍ୱର ମହିମା ପ୍ରଭୁ ମହିମାଧର୍ମର ପ୍ରବର୍ତ୍ତକ ।ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ଓ ପିତାମାତାଙ୍କସମ୍ବନ୍ଧରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ମିଳିନାହିଁ ।ଯୋଗେଶ୍ୱର ମହିମାପ୍ରଭୁ ଅଯୋନିସମ୍ଭୂତ ବୋଲି ଜଣାଯାଏ ।
ପରଂପରା ମୁତାବକ ବଡିଭୋରରୁ ମହିମାପ୍ରଭୁଙ୍କର ନିତିକାନ୍ତି ସହ ପ୍ରଭୁ ଶୂନ୍ୟଦେହିଙ୍କ ଅଖଣ୍ଡଧୂନୀରେ ମହଣମହଣ ଘୃତାହୃତି ଦିଆଯାଏ ।ଝାଡ଼ଦୀପ ମୁଖ୍ୟଗାଦିରେ ଚାରିଦ୍ବାରରେ ପ୍ରଜ୍ଵଳନ କରାଯାଏ। ଶୁନ୍ୟମଣ୍ଡପରେ ଶ୍ରଦ୍ଧାଳୁଙ୍କ ପ୍ରବଳଭିଡ ମଧ୍ୟ ହୁଏ । ମହିମା ସନ୍ୟାସୀମାନେ ଜଗତରକଲ୍ୟାଣପାଇଁ ପ୍ରାର୍ଥନା କରିବାସହ ମାନସିକଧାରୀମାନେ ମୁଣ୍ଡନ ହୁଅନ୍ତି ।ସlଧୁସନ୍ୟାସୀଙ୍କର ଭଜନକିର୍ତ୍ତନରେ ପୁରା ପରିବେଶ ଆଧ୍ୟାତ୍ମିକମୟ ହୋଇଉଠେ ।ସତ୍ୟମହିମା ଧର୍ମର ପ୍ରଚାରପାଇଁ ଏହାର ପ୍ରତିଷ୍ଠାତା ମହିମାପ୍ରଭୁ ଯୋଗେଶ୍ୱରପାଦରେ ସାରାଓଡ଼ିଶା ଭ୍ରମଣ କରିଥିଲେ ।ଶେଷରେ ଢେଙ୍କାନାଳଜିଲ୍ଲା ଯୋରନ୍ଦାଗ୍ରାମରେ ଉପସ୍ଥିତହୋଇ ଶିଷ୍ୟଙ୍କ ମଧ୍ୟରୁ ୮୪ଜଣଙ୍କୁ କୌପୀନ ଏବଂ ୯୧ଜଣଙ୍କୁ ବକ୍‌କଳ ପ୍ରଦାନକରି ମହିମା ସନ୍ନ୍ୟାସୀନାମରେ ଅଭିହିତ କରିଥିଲେ ।ଶ୍ରୀ ଦିଲ୍ଲୀଶ୍ୱ ରାବ୍ଦ ୧୨୮୩ଫାଲଗୁନଶୁକ୍ଳ ଚତୁର୍ଦ୍ଦଶୀତିଥିରେ ଶ୍ରୀଯୋଗେଶ୍ୱର ମହିମାପ୍ରଭୁ ପଦ୍ମାସନରେ ଉପବିଷ୍ଟ ହୋଇ ଦେହତ୍ୟାଗ କରିଥିଲେ Iତାଙ୍କର ଶରୀରକୁ ଯୋରନ୍ଦାଠାରେ ଭୂସମାଧି ଦିଆଗଲା ଏବଂ ଢେଙ୍କାନାଳ ନରେଶ ଅଲେଖମହିମା’ମହାମନ୍ତ୍ର ଉଚ୍ଚାରଣକରି ଏହିକାର୍ଯ୍ୟ ସମାପନ କରିଥିଲେ ।ସେହି ସମାଧିମନ୍ଦିର ବା ‘ସ୍ମୃତିମନ୍ଦିର’ ମହିମାଗାଦିନାମରେ ପ୍ରସିଦ୍ଧ ।ମହିମାପ୍ରଭୁଙ୍କର ଦେହତ୍ୟାଗ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ମହିମାମେଳା ମହୋତ୍ସବ ପାଳିତ ହୋଇଆସୁଛି 🙏ମହିମା ଅଲେଖ🙏

ପିମ୍ପୁଡି ଦର୍ଶାଇଥାଏ ଆଗାମୀ ସମୟ
ଘରକୁ ପିମ୍ପୁଡି ଆସିବାର ଶୁଭ ଓ ଅଶୁଭ ସଂକେତ ଜାଣନ୍ତୁ🐜🐜🐜🐜🐜🐜🐜
ଘରେ ନାଲି କିମ୍ବା କଳାପିମ୍ପୁଡି ନିଶ୍ଚୟ ଦେଖିଥିବେ। ଜାଣିଛନ୍ତି କି ପିମ୍ପୁଡି ଆଗାମୀ ଭବିଷ୍ୟତର ସଂକେତ ମଧ୍ୟ ଦେଇଥାନ୍ତି। ପ୍ରଚଳିତ ବିଶ୍ୱାସ ଅନୁଯାୟୀ, ପିମ୍ପୁଡିକୁ ଦେଖି ଆଗାମୀ ସମୟ ସମ୍ପର୍କରେ ପତା ଲଗାଯାଇ ପାରିବ। ଘରକୁ ପିମ୍ପୁଡି ପ୍ରବେଶ କରିବା କେତେବେଳେ ଶୁଭ ହୋଇଥାଏ ତ ପୁଣି କେତେ ବେଳେ ଅଶୁଭ ହୋଇଥାଏ।ଘରେ ନାଲି କିମ୍ବା କଳାପିମ୍ପୁଡି ଦେଖାଦେବାର ଅର୍ଥ କଣ ଜାଣନ୍ତୁ
୧.ଯଦି ଆପଣଙ୍କ ଘରକୁ କଳା ପିମ୍ପୁଡି ଆସୁଛନ୍ତି କିମ୍ବା ଦେଖନ୍ତି ତାହେଲେ ଜାଣିବେ ଆପଣଙ୍କ ଭଲସମୟ ଆରମ୍ଭ ହେବାକୁ ଯାଉଛି।କଳାପିମ୍ପୁଡିର ଆଗମନ ଶୁଭର ପ୍ରତୀକ।
୨.ଯଦି ଚାଉଳ ରଖାଯାଇଥିବା ପାତ୍ର କିମ୍ବା ଡବାରୁ କଳାପିମ୍ପୁଡି ବାହାରେ ତାହେଲେ ଧନ ଆଗମନ ଓ ଆର୍ଥିକସମସ୍ୟା ଶେଷହେବାର ସଂକେତ ଦେଇଥାଏ।
୩.ଯେଉଁଠି ବି କଳାପିମ୍ପୁଡି ଦେଖିଲେ ତାଙ୍କୁ ଖାଇବାକୁ ଦେବାଉଚିତ।କଳାପିମ୍ପୁଡିକୁ ଖୁଆଇବାକୁ ଦେବା ଶୁଭ ବୋଲି କୁହାଯାଏ।କଳାପିମ୍ପୁଡିଙ୍କୁ ଅଟା, ଚିନି ଆଦି ଖାଇବାକୁ ଦେବା ଉଚିତ।
୪.ସେହିଭଳି ନାଲିପିମ୍ପୁଡି ଘରକୁ ଆସିବା ଅଶୁଭ ବୋଲି କୁହାଯାଏ।ନାଲିପିମ୍ପୁଡି ଘରକୁ ପ୍ରବେଶ କଲେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କୁହାଯାଏ।
୫.ଯଦି କଳାପିମ୍ପୁଡି ପାଟିରେ ଦାନା କିମ୍ବା ଅଣ୍ଡା ଧରି ଆସୁଥାନ୍ତି ତାହେଲେ ତାହା ଅତ୍ୟନ୍ତଶୁଭ ବୋଲି କୁହାଯାଏ।ପାଟିରେ ଦାନା କିମ୍ବା ଅଣ୍ଡାଧରି ଆସିବା ଅର୍ଥାତ ଘରକୁ ଖୁସିନେଇ ଆସିବା।
୬.ଦିଗଅନୁସାରେ, କଳାପିମ୍ପୁଡି ଉତ୍ତରଦିଗ ପଟୁ ଆସିବା ଶୁଭ କୁହାଯାଏ।ନାଲିପିମ୍ପୁଡି ଯଦି ପୂର୍ବ ଦିଗରୁ ଆସନ୍ତି ତାହେଲେ ଶୁଭବୋଲି କୁହାଯାଏ।ଯଦି ପିମ୍ପୁଡି ନାଲି ହେଉ କିମ୍ବା କଳା, ପଶ୍ଚିମଦିଗରୁ ଆସନ୍ତି ତାହେଲେ ଜାଣନ୍ତୁ ଆପଣଶୀଘ୍ର କୌଣସିଯାତ୍ରାରେ ଯାଇପାରନ୍ତି!!ଜୟଜଗନ୍ନାଥ, ଜୟ ସୋମନାଥ ,ଜୟ ମା ଯୋଗମାୟା!!

Leave A Reply

Your email address will not be published.