ପରୀକ୍ଷା ପୂର୍ବରୁ ଚାଲିଗଲା ପିଅନଙ୍କ ଜୀବନ

0 138

 

ବାରଙ୍ଗ,୨୩।୨(ଏସଏସନିଉଜ)ନନ୍ଦନକାନନ ଥାନା ଅଧିନସ୍ତ ଗଣ୍ଡରପୁରହାଇସ୍କୁଲରେ ଶୁକ୍ରବାର ଏକ ଦୁଃଖଦଘଟଣା ଘଟିଯାଇଛି।ସ୍କୁଲରେ କାର୍ଯ୍ୟରତ ଥିବା ସମୟରେ ପିଅନ ପ୍ରଣବସାହୁ(୩୪)ଙ୍କର ହୃଦଘାତରେ ମୃତ୍ୟ ହୋଇଥିବା ନେଇ ନନ୍ଦନକାନନ ପୁଲିସ ସୂଚନା ଦେଇଛି।ସୂଚନାଅନୁସାରେ ଆଜି ସ୍କୁଲରେ ମାଟ୍ରିକ ପରୀକ୍ଷା ଥିଲା।ପ୍ରଣବ ସକାଳ ପ୍ରାୟ ୭ଟା ସୁଦ୍ଧା ନିତ୍ୟକର୍ମ ସାରି ଗଣ୍ଡରପୁର ହାଇସ୍କୁଲଗଡା ଛକରୁ ଜଲଖିଆ ଖାଇ ପ୍ରଧାନଶିକ୍ଷକଙ୍କ ସହ ମିଶି ପିଲାଙ୍କ ପରୀକ୍ଷାପାଇଁ କାର୍ଯ୍ୟ କରୁଥିଲେ।ଏହି ସମୟରେ ତାଙ୍କ ଛାତିରେ କଷ୍ଟହେବା ନେଇ ପ୍ରଧାନ ଶିକ୍ଷକଙ୍କୁ କହୁଥିଲେ।ପ୍ରଧାନଶିକ୍ଷକ ତାଙ୍କୁ ଆରାମ କରିବାକୁ କହିଥିଲେ।ପ୍ରଣବ ସ୍କୁଲର ସ୍ପୋର୍ଟସରୁମରେ ବିଶ୍ରାମ ନେଇଥିଲେ।କିଛି ସମୟପରେ ପ୍ରଧାନ ଶିକ୍ଷକ ପ୍ରଣବକୁ କୌଣସିକାର୍ଯ୍ୟ ପାଇଁ ଡାକିଲା ବେଳେ ପ୍ରଣବ ଆଉ ଶୁଣି ନଥିଲେ।ଏହାପରେ ଆମ୍ବୁଲାନ୍ସଡାକି ତାଙ୍କୁ ତୁରନ୍ତ ଚିକିତ୍ସାଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇ ଥିଲେ।ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁଘୋଷଣା କରି ଥଲେ।ପରିବାରଲୋକ ପହଞ୍ଚି ନନ୍ଦନକାନନଥାନାରେ ତାଙ୍କପୁଅର ଆଗରୁ ହୃଦଘାତ ଥିବା ନେଇ ପୁଲିସକୁ କହିଥିବାନେଇ ଥାନାଅଧିକାରୀ ସମିତାମିଶ୍ର କହିଛନ୍ତି।ପୋଲିସ ଏକ ଅପମୃତୁମାମଲା ରୁଜୁକରି ଶବ ବ୍ୟବଚ୍ଛେଦପରେ ତାଙ୍କ ମୃତ ଶରୀରକୁ ପରିବାରକୁ ହସ୍ତାନ୍ତର କରଯାଇଛି।ପ୍ରଣବଙ୍କଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ସେ ୨୦୨୦ରୁ ଗଣ୍ଡରପୁର ହାଇସ୍କୁଲରେପିଅନ ଭାବେ କାର୍ଯ୍ୟ କରୁଥିବାନେ଼ଇ ପ୍ରଧାନଶିକ୍ଷକ ପ୍ରକାଶ କହିଛନ୍ତି।ପ୍ରଣବଙ୍କ ମୃତ୍ୟୁରେ ସ୍କୁଲ ଶିକ୍ଷକଶିକ୍ଷୟତ୍ରୀ, କର୍ମଚାରୀ,ସ୍କୁଲଆଲୁମିନି ଓ ଅଞ୍ଚଳବସୀ ଦୁଃଖ ପ୍ରକଟ କରିଛନ୍ତି।

Leave A Reply

Your email address will not be published.