ଆଜିର ରାଶିଫଳ

0 144

ମାର୍ଚ୍ଚମାସ ୦୭ତାରିଖ ୨୦୨୪ ମସିହା (ଗୁରୁବାର) ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ରାତ୍ରି ଘ୦୧/୩୪ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୫/୫୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/ ୫୯, ଯୋଗିନୀ ନୈରୁତେ ରାତ୍ରି ଘ୦୧/୩୬ ପର୍ଯ୍ୟନ୍ତ ତଦନ୍ତେ ଦକ୍ଷିଣେ, ଦ୍ଵାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ସିଂହ ରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୫୬ ଗତେ ଘ୦୫/୦୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ରାତ୍ରି ଘ୦୧/୦୩ ଗତେ ଘ୦୩/୨୮ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବାଘ ଘ୦୭/ ୪୦ମଧ୍ୟେ ଓ ଘ୧୦/୫୨ ଗତେ ଘ୦୧/୧୭ ମଧ୍ୟେ,ପୋଇଭକ୍ଷଣ ନିଷେଧ।
ମେଷ👉ଆଜି କିଛି ପୁରୁଣା ବକେୟା ଅର୍ଥ ପାଇବେ ।ଧର୍ମ କାର୍ଯ୍ୟରେ ରୁଚିବଢ଼ିବ ।ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ।କାର୍ଯ୍ୟସ୍ଥଳୀରେ ହଠାତ କୌଣସି ଜରୁରୀକାର୍ଯ୍ୟ ପାଇଁ ଦୂରଯାତ୍ରା କରିବାକୁ ପଡିପାରେ ।ବ୍ୟାପାରରେ ନୂତନଯୋଜନା ଲାଭଦାୟୀ ରହିବ।ପରିବାରରେ ଆମୋଦ-ପ୍ରମୋଦରେ ସମୟ ବିତିବ।
ବୃଷ👉ଆଜି ଆପଣଙ୍କମନ ପ୍ରଫୁଲ୍ଲିତ ରହିବାରୁ ନୂଆ କାର୍ଯ୍ୟ କରିବେ ।ନିଜ ବାଣୀଦ୍ୱାରା ମନ୍ତ୍ରମୁଗ୍ଧ କରି ନୂତନ ସମ୍ପର୍କ ଗଢିବାରେ ସହାୟ ହେବ । କାର୍ଯ୍ୟସ୍ଥଳୀରେ ଉଚସ୍ଥ ଅଧିକାରୀ ପ୍ରଶଂସା କରିବେ ।ବ୍ୟାପାର ଲାଭଦାୟକ ରହିବ ।ପରିବାରରେ ଅତିଥି ଚର୍ଚ୍ଚାରେ ବ୍ୟସ୍ତ ରହିବେ।
ମିଥୁନ👉ଆଜି ଅଯଥାଚିନ୍ତା ବୃଦ୍ଧି ଯୋଗୁଁ ମାନସିକ ଅବସାଦଦେଇ ଗତି କରିବେ ।ସାହିତ୍ୟ, କଳା କ୍ଷେତ୍ରରେ ସୁନାମ ଅର୍ଜନକରିବେ ।କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳ କଥା କହିବାଯୋଗୁଁ ପରିସ୍ଥିତି ବିଗଡି ଯାଇପାରେ ।ବ୍ୟାପାର ମଧ୍ୟମ ରହିବ।ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।
କର୍କଟ👉ଆଜିଦିନ ଶୁଭ ରହିବାରୁ ମନପ୍ରସନ୍ନ ରହିବ ।ଆର୍ଥିକଲାଭ ହେବା ସହ ସାମାଜିକ ମାନସମ୍ମାନ ମିଳିପାରେ ।ପୁରାତନବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ଭେଟ ହୋଇପାରେ ।କାର୍ଯ୍ୟକ୍ଷେତ୍ରରେ ବିରୋଧୀଙ୍କ ଷଡ଼ଯନ୍ତ୍ରକୁ ନିଜ ବୁଦ୍ଧିମତାଦ୍ୱାରା ଏଡ଼ାଇଯିବେ।ବ୍ୟାପାରରେ ନୂତନ ନିବେଶ ଶୁଭରହିବ।
ସିଂହ👉ଆଜି ବ୍ୟୟବୃଦ୍ଧିହେବ ।ଚକ୍ଷୁ ପୀଡା ଦେଖାଦେବ।ନିଜ ସମ୍ପର୍କୀୟମାନଙ୍କୁ କଟୁବାକ୍ୟ କହି ଶତ୍ରୁତା କରିବସିବେ।କାର୍ଯ୍ୟକ୍ଷେତ୍ରରେ ଭଲକାର୍ଯ୍ୟ କରି ମଧ୍ୟ ସମାଲୋଚିତ ହେବେ ।ବ୍ୟାପାରରେ କ୍ଷତି ସହିପାରନ୍ତି।ପରିବାରରେ କୌଣସି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆଜି ମନକୁ ବ୍ୟଥିତ କରିପାରେ |
କନ୍ୟା👉ଆଜି ସ୍ୱାସ୍ଥ୍ୟରେ ଉନ୍ନତି ହେବା ସହ ସୁଖ ଓ ଆନନ୍ଦ ମିଳିପାରେ ।ଶୁଭ ସମାଚାର ମିଳିପାରେ। କାର୍ଯ୍ୟକ୍ଷେତ୍ରରେ ମିଠା କଥା କହି ଉତ୍ତମ ସମ୍ପର୍କ ସ୍ଥାପନ କରି କାର୍ଯ୍ୟ ହାସଲ କରିବାରେ ସଫଳ ହେବେ ।ବ୍ୟାପାର ଲାଭଦାୟୀ ରହିବ। ପରିବାରରେ ମାଙ୍ଗଳିକ କାର୍ଯ୍ୟ ଆୟୋଜନ ହୋଇପାରେ।
ତୁଳା👉ଆଜି ଖର୍ଚ୍ଚବୃଦ୍ଧି ହେବା ସହ ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ।ନିଜ ବାକଅସଂଯତା ଯୋଗୁ ଉଗ୍ର ପରିସ୍ଥିତି ସୃଷ୍ଟି ହୋଇପାରେ।ମାଲିମକଦ୍ଦମା କାର୍ଯ୍ୟ କରନ୍ତୁ ନାହିଁ ।କାର୍ଯ୍ୟକ୍ଷେତ୍ରରେ ସ୍ଥାନଂତରଣ ଯୋଗ ରହିଛି।ବ୍ୟାପାରରେ ପାର୍ଟନର ସହ ମତଭେଦ ହୋଇପାରେ ।ପରିବାରରରେ ହଠାତ ପ୍ରତିକ୍ରିୟାଶୀଳ ହେବାରୁ କଳହ ହୋଇପାରେ।
ବିଛା👉ଆଜି ଉପହାର ମିଳିପାରେ। କୌଣସି ସ୍ତ୍ରୀ ମିତ୍ର ସାହାଯ୍ୟ କରିବେ।କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇ ସମ୍ମାନିତ ହେବେ। କାର୍ଯ୍ୟକ୍ଷେତ୍ରରେ ଉଚସ୍ଥଅଧିକାରୀଙ୍କ ପ୍ରଶଂସାଭାଜନ ହେବେ।ବ୍ୟାପାରରେ ନୂତନଯୋଜନା କରି ସୁଫଳ ମିଳିପାରେ ।ପରିବାରରେ ସୁଖରେ ସମୟ କାଟିବେ।
ଧନୁ👉ଆଜି ସବୁକ୍ଷେତ୍ରର ସଫଳତା ପାଇପାରନ୍ତି ।ଶାରୀରିକ ଓ ମାନସିକ ସୁସ୍ଥତା ସହ ମାନସମ୍ମାନ ମିଳିପାରେ।କୌଣସି ପ୍ରୀତିଭୋଜନର ଆନନ୍ଦ ଉଠେଇପାରନ୍ତି ।କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ ।ବ୍ୟାପାରରେ ଗ୍ରାହକକୁ ମିଠାକଥା କହି ଆକୃଷ୍ଟ କରେଇ ଲାଭବାନ ହୋଇପାରନ୍ତି ।ପରିବାରରେ ସୁଖଶାନ୍ତିରେ ସମୟ କଟିବ।
ମକର👉ଆଜି ଶାରୀରିକ ଓ ମାନସିକ ଅସୁସ୍ଥତା ଦେଇ ଗତି କରିବେ ।ବିରୋଧୀଙ୍କ ସମାଲୋଚନା ଯୋଗୁଁ ତର୍କ-ବିତର୍କ ହୋଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ ।ଅଯଥା ଖର୍ଚ୍ଚ ବଢ଼ିଯିବ।କର୍ମସ୍ଥଳୀରେ ହଠାତ ଜରୁରୀ କାର୍ଯ୍ୟକୁନେଇ ବିଦେଶ ଯାତ୍ରାର ମଉକା ମିଳିପାରେ ।ବ୍ୟାପାରରେ କାର୍ଯ୍ୟଶୈଳୀ ଦ୍ୱାରା ବାଧା-ବିଘ୍ନକୁ ଏଡାଇଯିବେ ।
କୁମ୍ଭ👉ଆଜି ସ୍ୱାସ୍ଥ୍ୟ ବିଗିଡିଯାଇପାରେ ।କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ।ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ | ଖର୍ଚ୍ଚବୃଦ୍ଧି ଯୋଗୁଁ ଆର୍ଥିକ ସମସ୍ୟା ହୋଇପାରେ । କାର୍ଯ୍ୟସ୍ଥଳୀରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭୂତ ହେବ । ବ୍ୟାପାରରେ ଦିନଟି ଅଶୁଭ ରହିପାରେ ।ପରିବାରରେ ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ଦେଖାଦେବ।
ମୀନ👉ଆଜି କୌଣସି ମନୋରଞ୍ଜନ ପାଇଁ ବାହାରକୁ ଯାଇପାରନ୍ତି । ଆର୍ଥିକ ଲାଭ ସହ ସାହିତ୍ୟ, କଳା କ୍ଷେତ୍ରରେ ସୁଫଳ ମିଳିପାରେ ।ନୂତନ ବସ୍ତ୍ରଭୂଷଣଃ ଲାଭ କରିବେ ।କାର୍ଯ୍ୟସ୍ଥଳୀରେ ଧିମାକାର୍ଯ୍ୟ କରିବା ଯୋଗୁଁ ସମାଲୋଚିତ ହେବେ ।ବ୍ୟାପାରରେ ପାର୍ଟନର ସହ ନୂତନ ନିବେଶ କରି ଲାଭବାନ ହୋଇପାରନ୍ତି!!ଜୟ ଜଗନ୍ନାଥ, ଜୟ ସୋମନଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.