ଆଜିର ରାଶିଫଳ

0 128

୨୦୨୪ ମସିହା ମାର୍ଚ୍ଚମାସ ୩୦ତାରିଖ ଶନିବାର।ପଞ୍ଚଦୋଳମେଳନ ,ସୁର୍ଯ୍ୟୋଦୟ- ଘ୫/୪୫/୪୦ ,ସୂର୍ଯ୍ୟାସ୍ତ-ଘ୫/୫୬/୫୮ ,ଚୈତ୍ରମାସ ,କୃଷ୍ଣପକ୍ଷ ,ଶୌରିବାସ ,ତିଥି-ପଞ୍ଚମୀ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ଯୋଗ- ଅସୃକଯୋଗ ରାତ୍ରି ଘ୧୧/୫୭ମି ପର୍ଯ୍ୟନ୍ତ ତଦନ୍ତେ ବ୍ୟତିପାତଯୋଗ। କରଣ- କୌଳବକରଣ ଦିବା ଘ୮/୪୫ମି ପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୧୨ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ। ରାତ୍ରି ଘ୯/୧୨ମି ପରେ ପଶ୍ଚିମଦିଗରେ। ଶନିବାର,ଅଗନ୍ତବ୍ୟତିଥି,ବ୍ୟତିପାତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–ଘାତଚନ୍ଦ୍ର ନାହିଁ।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ବେଲ ରାତ୍ରିଘ୯/୧୨ମିପରେ ନିମ୍ବଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଦିବାଘ୭/୧୩ମି ମଧ୍ୟେ, ଦିବାଘ୪/୨୪ମି ରୁ ସୂର୍ଯ୍ୟାସ୍ତଘ୫/୫୭ମି ମଧ୍ୟେ।ବାରବେଳା ଦିବାଘ୧/୨୨ମି ରୁ ଘ୨/ ୫୩ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତରୁ ରାତ୍ରି ଘ୭/୨୫ମି ମଧ୍ୟେ, ଘ୪/୧୪ମି ରୁ ନିଶାନ୍ତ ଘ୫/୪୫ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ଦିବା ଘ୯/୪୨ମି ରୁ ଘ୧୨/୫୪ମି ମଧ୍ୟେ, ରାତ୍ରି ଘ୮/୨୨ମି ରୁ ଘ୧୦/୪ମି ମଧ୍ୟେ, ଘ୧୨/୨୨ମି ରୁ ଘ୧/୫୮ମି ପର୍ଯ୍ୟନ୍ତ,ଘ୨/୪୬ମି ରୁ ଘ୪/୨୨ମି ପର୍ଯ୍ୟନ୍ତ।ମାହେନ୍ଦ୍ର ବେଳା- ନାହିଁ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ୧ପାଦ ବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନସହିତ ହୋମାଦିଶାନ୍ତି ବିଧେୟ ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାରରାତ୍ରି ଘ୧୦/୪୧ମିପରେ ଦଶମାସ ଗଣ୍ଡଦୋଷ। ଫଳଂ ସ୍ତ୍ରୀ ଦରିଦ୍ରା, ବିଧବା। ରଜଶ୍ଚକ୍ରେ ପୁତ୍ରିଣୀ। ଘୃତପୂର୍ଣ୍ଣ କାଂସ୍ୟପାତ୍ର, ଶୁକ୍ଳବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳ ଦାନକରଣୀୟ। ବାରଦୋଷ ହେତୁ (ଶିବଙ୍କଠାରେ ଜଳାଭିଷେକ), ରାତ୍ରି ଘ୯/୧୨ମି ଗତେ ବାର ଓ ତିଥିଦୋଷ ହେତୁ (ଶିବଙ୍କ ଠାରେ ଜଳାଭିଷେକ ଓ ଦୁର୍ଗାଙ୍କୁ ଲାଲରଙ୍ଗର ପୁଷ୍ପ ଅର୍ପଣ)।
ମେଷ-ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଭାବେ ଧନଲାଭ ହୋଇପାରେ। ଲଟେରିରଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ।ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଲାଭଜନକ ହେବ।
ବୃଷ-ଉଦାର ସ୍ବଭାବର ହୋଇପାରନ୍ତି।ଦାନଧର୍ମକୁ ଆଦରି ନେବେ। ସୁଖୀ ହେବେ। ବ୍ୟକ୍ତିତ୍ବ ବିକଶିତ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। କୃଷିକର୍ମକାରୀ ହେବେ। ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍‌ ହେବେ।
ମିଥୁନ-ଦୀର୍ଘ ଦିନର ଆଶା ପୂରଣ ହେବ।ମନୋବଳ ଦୃଢ଼ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି।ପ୍ରେମୀ ଓ ସାହସୀ ହେବେ।ଭ୍ରାତୃଭାବ ଅତୁଟ ରହିବ।
କର୍କଟ-ବିଦ୍ୟାର୍ଥୀ ପ୍ରଗତିଶୀଳ ହେବେ।ଭାଗ୍ୟଶାଳୀ ହୋଇପାରନ୍ତି।ବିଶିଷ୍ଟବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟିକରିବେ।ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ।
ସିଂହ-ଅଜଣା ବ୍ୟକ୍ତିଙ୍କ ଦ୍ବାରା ଉପକୃତ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମିଳିବ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ବର ପରିପ୍ରକାଶ ଘଟାଇ ପାରନ୍ତି। ମାଲି-ମୋକଦ୍ଦମାରେ ଜିଣିବେ ଓ ଧନଲାଭ ହେବ।
କନ୍ୟା-ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡାକଫଜନିତ ସାମାନ୍ୟପୀଡ଼ା ଅନୁଭବ କରିପାରନ୍ତି।ମଧୁରସମ୍ଭାଷଣରେ ପରକୁ ଆପଣାର କରିବେ।ଧାର୍ମିକପ୍ରବୃତ୍ତିର ହେବେ। ଧର୍ମ ମାର୍ଗରେ ଧନ ଖର୍ଚ୍ଚ କରିପାରନ୍ତି। ସାହସୀ, ଜ୍ଞାନୀ ଓ ଗୁପ୍ତବିଦ୍ୟାଯୁକ୍ତ ହେବେ।
ତୁଳା-ମୂଲ୍ୟବାନ୍‌ଦ୍ରବ୍ୟ ଲାଭ ହୋଇପାରେ।ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀସ୍ତରରେ ସମ୍ମାନିତ ହେବାର ସୂଚନା ମିଳୁଛି।
ବିଛା-ଶ୍ରମ ସାର୍ଥକ ହେବ। କୁଳଦୀପକ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ।ଦୟାଳୁ ସ୍ବଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି।ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
ଧନୁ-ପରୋପକାରୀ ହେବେ।ଭାଗ୍ୟଶାଳୀ ହୋଇପାରନ୍ତି।ଭୋଗବିଳାସରେ ସମୟ ବିତାଇପାରନ୍ତି।ସୁଖସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ।ଧର୍ମତ୍ମା, ପ୍ରବାସ ପ୍ରିୟ, ବିଦ୍ବାନ, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ତାରୁଣ ରୂପରେ ଅଧିକାରୀ ହେବେ।
ମକର-କୃତକର୍ମରଫଳ ଭୋଗ କରିପାରନ୍ତି।ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ରଭୋଗ ହେଉଥିବାରୁ ପ୍ରତିପାଦପାତରେ ସତର୍କତା ଲୋଡ଼ା। ସ୍ବାଭିମାନୀ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ।
କୁମ୍ଭ-ଅଟକିଥିବା କାର୍ଯ୍ୟରେ ଆଗକୁ ବଢ଼ିବେ।ବନ୍ଧୁ ସହଯୋଗପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି।ବ୍ୟବସାୟ ଲାଭଜନକ ହେବ।ସମାଜସେବାରେ ନିୟୋଜିତ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଜନୈକମହିଳାଙ୍କ ପରାମର୍ଶ ଉପାଦେୟ ହେବ।
ମୀନ-ଯେକୌଣସିମତେ କାର୍ଯ୍ୟ ହାସଲ କରିପାରନ୍ତି।ଶତ୍ରୁଉପରେ କଡ଼ାନଜର ରଖିବାକୁ ପଡ଼ିବ।ଭାଇମାନଙ୍କପ୍ରତି ସ୍ନେହଭାବ ରହିବ।ସୁସ୍ଥ ଓ ନିରାମୟ ରହିବେ। ଶକ୍ତିମାନହେବେ। ଶତ୍ରୁହନ୍ତା ହୋଇପାରନ୍ତି।ଚାକିରିକ୍ଷେତ୍ରରେ ସୁନାମଅର୍ଜନ କରିବେ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.