ଦେଶୀମଦ ବିକ୍ରିବେଳେ ଧରିଲା ପୋଲିସ

0 39

ମେଣ୍ଢାଶାଳ,୨୮।୩(ଏସଏସନିଉଜ)ଚନ୍ଦକାଥାନା ପୁଲିସ ବେଆଇନ ଦେଶୀମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫକରି ଗୁରୁବାର ଦିନ ୧୦୯/୨୩କେଶ ନମ୍ବରରେ ଏକ ମକଦମା ରୁଜୁକରି କୋର୍ଟଚାଲାଣ କରିଛି।
ପ୍ରକାଶଯେ, ଚନ୍ଦକାଥାନା ତରଫରୁ ଏକ ସ୍ପେଶାଲ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବାବେଳେ କାଟେଣିଛକଠାରେ ଥିବା ଏକ ଗଛ ପାଖରେ ବେଆଇନ ଦେଶୀମଦ ବିକ୍ରି କରୁଥିବା ନେଇ ବିଶ୍ଵସ୍ତ ସୂତ୍ରରୁ ସୂଚନା ପାଇଥିଲେ ।ପେଟ୍ରୋଲିଙ୍ଗ ଟିମ୍ ଘଟଣା ସ୍ଥଳରେ ଅତର୍କିତ ଚଢଉ କରିବା ସହିତ ବେଆଇନ ଦେଶୀମଦ ବିକ୍ରୟ ଅଭିଯୋଗରେ ପ୍ରକାଶ କୁମାର ବେହେରା ଓ ହୃଷିକେଶ ବେହେରା ନାମକ ଯୁବକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ମୋଟ ୧୧.୨ ଲିଟର ଆସ୍କା-୪୦ ଦେଶୀମଦ ଜବତ କରିଥିଲେ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.