ଆଜିରରାଶିଫଳ

0 87

ଅପ୍ରେଲମାସ ୧୬ତାରିଖ ୨୦୨୪ମସିହା (ମଙ୍ଗଳ ବାର)ଚୈତ୍ରମାସ- ଶୁକ୍ଳପକ୍ଷ,ତିଥି-ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୨/ ୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬ /୦୧/୪୫,ଯୋଗିନୀ ଐଶାନ୍ୟ ଦିବା ଘ୦୧/୨୪ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ପାର୍ବଣ ଶ୍ରାଦ୍ଧ,ମକରରାଶିର ଘାତବାର,ଅଦ୍ୟ ମୃତେ ୧ପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୧୯ ଗତେ ଘ୦୨/୫୪ ମଧ୍ୟେ,ବାରବେଳା – ଦିବା ଘ୦୭/୦୫ ଗତେ ଘ୦୮/୩୯ ମଧ୍ୟେ,ବିଶୁଦ୍ଧଶୁଭବେଳା- ଦିବା ଘ୦୮/୪୦ଗତେ ଘ୧୦/୩୧ମଧ୍ୟେ ଓ ଘ୦୧/୦୧ ଗତେ ଘ୦୧/୧୮ମଧ୍ୟେ ଓ ଘ୦୪/୨୮ଗତେ ଘ୦୫ /୧୨ ମଧ୍ୟେ,ବିଶୁଦ୍ଧମାହେନ୍ଦ୍ରବେଳ।-ନାସ୍ତି,ନଡ଼ିଆ ଦିବା ଘ୦୧/୨୪ ଗତେ ଲାଉ ଭକ୍ଷଣ ନିଷେଧ।
ମେଷ-ଆଜି ବନ୍ଧୁଙ୍କସହ ଯାତ୍ରା ଆରମ୍ଭକରି ଖୁସି ମନେଇବେ।ବକେୟାଅର୍ଥ ଲାଭ,ଶାରୀରିକସୁସ୍ଥତା, ବନ୍ଧୁଙ୍କପରାମର୍ଶ କାମକୁ ଆସିବ।ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତାମିଳିବ।ଅଫିସ୍‌ କାମରେ ଯୁକ୍ତିଯୁକ୍ତକଥା କହି ବିବାଦ ଭିତରକୁ ପଶିଯାଇ ପାରନ୍ତି।
ବୃଷ-ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ।ଆପଣ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ।ବାରମ୍ବାର ଚେଷ୍ଟା ବିଫଳତା ଜନିତ ମନରେ ସବୁବେଳେ ଟେନ୍‌ ସନ ଲାଗି ରହିବ।ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ।
ମିଥୁନ-ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି।ନିକଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ।
କର୍କଟ-ଆଜି ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ ।ସରକାରୀ ସ୍ତରରୁ ହଠାତ୍‌ ଆଶା କରୁଥିବା ଶୁଭ ଖବର ଶୁଣି ଖୁସି ହେବେ।
ସିଂହ-ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି ହେଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା, ଚୁକ୍ତିପତ୍ର ପ୍ରଭୃତିରେ ସୁଫଳ ପାଇବେ।
କନ୍ୟା-ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲହେବ।ବହୁଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜିଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ।ଆଗାମୀ ମାଙ୍ଗଳିକକାମ ସକାଶେ ଗୃହସଜ୍ଜା,ଗାଡ଼ିମରାମତି, ପୁରୁଣାଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା-ଆଜି ଦିନଟି ଆପଣଙ୍କ ପାଇଁ ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା-ଆଜି ମନ ଖୁସି ରହିଲେ ମଧ୍ୟ କାର୍ଯ୍ୟବ୍ୟସ୍ତତା ଅନୁଭବ କରିବେ । ଅଭାବ ଦୂରେଇବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳାକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।କୌଶଳ ଅବଲମ୍ବନ କରି ଲକ୍ଷ୍ୟପୂରଣରେ ସମର୍ଥ ହୋଇପାରନ୍ତି।
ଧନୁ-ବନ୍ଧୁଙ୍କ ମନାନ୍ତର କାରଣରୁ ମନ ଭଲ ନଥିବା ହେତୁ କୌଣସି କାମରେ ମନଯୋଗୀ ରହିପାରିବେ ନାହିଁ।ତେଣୁ ମନ ଖୁସିରେ ରହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟକାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ ବିଭିନ୍ନ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।
ମକର-ଆଜି ବନ୍ଧୁ ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି ।ଧନିଷ୍ଠାନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ। ବିଳାସବ୍ୟସନ ପ୍ରତି ବିଶେଷ ଅନୁରକ୍ତି ଜାଗ୍ରତହେବା ମଉକା ପାଇପାରିବେ।
କୁମ୍ଭ-ଆଜି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳବାତାବରଣ ସୃଷ୍ଟି ହୋଇପାରେ ବ୍ୟବସାୟରେ ବକେୟାଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାରସଦସ୍ୟଙ୍କ ମଧ୍ୟରେ କଳହରସୂଚନା ରହିଛି ।
ମୀନ-ଆଜି ବାଣିଜ୍ୟ, ବ୍ୟବସାୟ,ମାଲିମକଦ୍ଦମାରେ ସଫଳତା ପାଇବେ।କିନ୍ତୁ ସଙ୍ଗଠନ ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।କଳା,ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।
!!ଜୟଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

ନବରାତ୍ରୀ ଏବଂ ନବଦୁର୍ଗା
ନବଦିନ ବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତି ସ୍ୱରୂପିଣୀ ମାଦୁର୍ଗାଙ୍କୁ ବିଭିନ୍ନରୂପରେ ପୂଜା କରାଯାଏ ।ଏହି ନବରାତ୍ରିର ପ୍ରଥମତିନିଦିନରେ ମାଙ୍କୁ ଦୁଷ୍ଟବିନାଶିନୀ ଦୁର୍ଗା ତଥା କାଳୀରୂପରେ ପୂଜାକରାଯାଏ ।ମଝିତିନିଦିନରେ ମାଙ୍କୁ ଧନଧାନ୍ୟ ତଥା ସମ୍ପଦରଦେବୀ ଲକ୍ଷ୍ମୀଙ୍କରୂପରେ ପୂଜା କରାଯାଏ ।ସେହିପରି ଶେଷତିନିଦିନରେ ମା ବିଦ୍ୟାଦାତ୍ରୀସରସ୍ୱତୀଭାବେ ପୂଜାକରାଯାଏ ।ନବରାତ୍ରିର ଶେଷଦିନରେ ବିଜୟାଦଶମୀ ପାଳିତ ହୋଇଥାଏ ।ହିନ୍ଦୁପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର (ପୌଷ,ମାଘ,ଚୈତ୍ର,ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତଋତୁରେ ପାଳିତହେଉଥିବା (ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦତିଥିରୁ ନବମୀପର‌୍ୟ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
ନବଦୁର୍ଗା:-ଆଦିଶକ୍ତିର ପ୍ରଥମସ୍ଵରୂପା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟ ଦିବସରେ ମାତାଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି।ତୃତିୟ ଦିବସରେ ଦିବସରେ ଦେବୀଙ୍କ ଉଗ୍ରରୂପ (ଚନ୍ଦ୍ରଘଣ୍ଟା)ରୁପେ ପୁଜାକରା ଯାଇଥାଏ । ଚତୁର୍ଥଦିବସର ସ୍ୱରୁପ ଦେବୀକୁଷ୍ମାଣ୍ଡା ରୂପରେ ପୁଜାକରା ଯାଇଥାଏ ।ପଞ୍ଚମ ଦିବସରେ ଦେବୀଙ୍କୁ ସ୍କନ୍ଦମାତା ସ୍ବରୂପରେ ଉପାସନା କରାଯାଏ।ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ସ୍ବରୂପରେ ଉପାସନା କରାଯାଏ।ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ କାଳରାତ୍ରୀ
ସ୍ଵରୂପରେ ଉପାସନା କରାଯାଏ।
ମହାଗୌରୀ:-ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟରୂପ ।ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ଵେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇହାତରେ ଅଭୟ ପ୍ରଦାନ କରିଥାନ୍ତି ।
!!ଜୟ ଜଗନ୍ନାଥ ,ଜୟସୋମନାଥ ,ଜୟମା ଯୋଗମାୟା!!

Leave A Reply

Your email address will not be published.