୨୦୨୪ମସିହା ଜୁଲାଇମାସ ୧୫ତାରିଖ ସୋମବାର ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ା ରଥଯାତ୍ରା, ମଙ୍ଗଳଗ୍ରହ ଜୟନ୍ତୀ, ନିମାଇଁ ହରିଚନ୍ଦନଙ୍କଶ୍ରାଦ୍ଧ, ଜ୍ୟୋତିଷ ରତ୍ନ କର୍ମକାଣ୍ଡ ବିଶାରଦ ଅନନ୍ତନନ୍ଦ ଶର୍ମାଙ୍କ ପୁଣ୍ୟତିଥି, ମାସାନ୍ତ।ସୁର୍ଯ୍ୟୋଦୟ- ଘ୫/୧୯/୪୯ ,ସୂର୍ଯ୍ୟାସ୍ତ- ଘ୬/୨୪/୫୯ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି-ନବମୀ ରାତ୍ରି ଘ୭/୧୬ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ରାତ୍ରି ଘ୧/୧୨ମିପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୭/୧୬ମିପରେ ଉତ୍ତରଦିଗରେ। ରିକ୍ତାତିଥି ଓ ମାସାନ୍ତଦୋଷ ହେତୁ ରାତ୍ରି ଘ୭/୧୬ମିପରେ ରାତ୍ରି ଘ୮/୩୬ମି ମଧ୍ୟେ, ଉତ୍ତରଦିଗ,ବାୟୁକୋଣ, ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ଘାତଚନ୍ଦ୍ର ନାହିଁ।ଘାତବାର–ମିଥୁ ରାଶିର ଘାତବାର।ତାରାଶୁଦ୍ଧି-୧।୩।୫।୭।୮।୧୦।୧୨।୧୪।୧୬।୧୭।୧୯।୨୧।୨୩।୨୫।୨୬ ଏହି ନକ୍ଷତ୍ର ମାନଙ୍କର ଏବଂ ରାତ୍ରି ଘ୧/୧୨ମି ପରେ ୨।୪।୬।୮।୯।୧୧।୧୩।୧୫।୧୭।୧୮।୨୦।୨୨।୨୪।୨୬।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକଶ୍ରାଦ୍ଧ–ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଲାଉ ରାତ୍ରି ଘ୭/୧୬ମିପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା—(କାଳବେଳା) ଦିବା ଘ୭/୦ମି ରୁ ଘ୮/୩୮ମି ପର୍ଯ୍ୟନ୍ତ।(ବାରବେଳା) ଦିବା ଘ୩/୮ମି ରୁ ଘ୪/୪୬ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧୦/୩୧ମି ରୁ ଘ୧୧/୫୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତବେଳା) ଦିବା ଘ୮/୩୨ମି ରୁ ଘ୧୦/୮ମି ମଧ୍ୟେ, ରାତ୍ରି ଘ୯/୩୭ମି ରୁ ଘ୧୨/୪୯ମି ମଧ୍ୟେ, ଘ୨/୨୫ମି ରୁ ଘ୪/୧ମି ପର୍ଯ୍ୟନ୍ତ ।ମାହେନ୍ଦ୍ରବେଳା- ରାତ୍ରି ଘ୪/୪୯ମି ରୁ ରାତ୍ରିଶେଷ ଘ୫/୨୦ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତବ୍ୟକ୍ତିର ରାତ୍ରି ଘ୧/୧୨ମି ପରେ ୧ ପାଦ ନକ୍ଷତ୍ର ପୁଷ୍କର ଦୋଷ। ଫଳଂ ଗୋତ୍ରବଂଶ ସନ୍ତାନ ସନ୍ତତିର ବିନାଶ ଓ ତିଳ ସୁବର୍ଣ୍ଣଦାନ ସହିତ ହୋମାଦି ଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ ଭିକ୍ଷାସିନୀ ମତାନ୍ତରେ (ବିପୁତ୍ରା) ଶାନ୍ତିକରଣୀୟ। ଶୁଭକର୍ମ- ସୂର୍ଯ୍ୟୋଦୟ ରୁ ରାତ୍ରି ଘ୮/୩୬ମି ମଧ୍ୟେ ୧୫ ନକ୍ଷତ୍ରେ ବିବାହ (ପାଣିଗ୍ରହଣ), ସ୍ବାତୀ ନକ୍ଷତ୍ରେ ନାମକରଣ, ଅନ୍ନପ୍ରାଶନ, ନବାନ୍ନ, ନବବସ୍ତ୍ରାଳଙ୍କାରଧାରଣ, ବୃକ୍ଷରୋପଣ, ନୂତନ ଗୃହାରମ୍ଭ ପ୍ରତିଷ୍ଠା, ଦେବତା ଗଠନ, ନୂତନ ଯାନାରୋହଣ, ନୌକାଗଠନ ଓ ଯାତ୍ରା, ନିଷେକ, ନବଦୋଳାଦ୍ୟାରୋହଣ, ନାଟ୍ୟାରମ୍ଭ, କ୍ରୟବାଣିଜ୍ୟକରଣ।
🐏ମେଷ-ସମସ୍ତଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଭଲ ତାଳମେଳ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।
🐮ବୃଷ-ପରିବାର ଲୋକଙ୍କ ସହ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ପାଇବେ।
👩❤️👨ମିଥୁନ-ଅଫିସରେ ସମସ୍ତଙ୍କରସହଯୋଗ ପାଇବେ।ପରିବାରରେ ଶାନ୍ତିଦାୟକପରିବେଶ ରହିବ।ଆମଦାନିରେ ବୃଦ୍ଧିହେବ।ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
🦀କର୍କଟ-ମନ୍ଦିରକୁ ଠାକୁରଦର୍ଶନ ପାଇଁ ଯିବେ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭପାଇବେ।ଭାଇଭଉଣୀଙ୍କ ସହଯୋଗରେ କୌଣସି କାମ ଆରମ୍ଭ କରିବେ।
🦁ସିଂହ-ଅନ୍ୟମାନଙ୍କ ସହ ବ୍ୟବହାରରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ସବୁ କଷ୍ଟର ନିବାରଣ ହେବ।
🙎କନ୍ୟା-ଶିକ୍ଷକଙ୍କ ଲାଗି ଦିନଟି ଗୁରୁତ୍ବପୂର୍ଣ୍ଣ। କାର୍ଯ୍ୟରେ ମାଆଙ୍କ ସହଯୋଗ ପାଇବେ। ଓକିଲଙ୍କୁ କୌଣସି ବଡ଼ ମକଦ୍ଦମାରେ ବିଜୟ ମିଳିବ।
⚖️ତୁଳା-କାର୍ଯ୍ୟକ୍ଷେତ୍ରରେ ଉନ୍ନତିରଯୋଗ ରହିଛି।ଆପଣ ଭାବିଥିବାକାମ ସଂପୂର୍ଣ୍ଣହୋଇଯିବ।ଧର୍ମଗ୍ରନ୍ଥପଢ଼ିବାରେ ରୁଚିବଢ଼ିବ।ପାରିବାରିକଜୀବନ ଶାନ୍ତିମୟ ହେବ।
🦂ବିଛା-ନିଜର ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ। ବେପାରରେଲାଭ ପାଇବେ।ସଙ୍ଗୀତକ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରସିଦ୍ଧିମିଳିବ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଠିକ୍ ରହିବ।
🏹ଧନୁ-ପରିବାରକୁ ଅଧିକସମୟ ଦେବାର ସୁଯୋଗପାଇବେ।ଅର୍ଥପାଇଁ କୌଣସିକାମ ସ୍ଥଗିତରହିପାରେ।କୌଣସିବ୍ୟକ୍ତି କ୍ଷତିପହଞ୍ଚାଇପାରନ୍ତି,ତେଣୁ ସତର୍କ ରୁହନ୍ତୁ।
🐊ମକର-ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ। ଅଧିକ ପରିଶ୍ରମ କରି ସନ୍ତୋଷଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ।
🏺କୁମ୍ଭ-ଆପଣଙ୍କ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କାମରେ ବନ୍ଧୁଙ୍କ ପରାମର୍ଶ ଲାଭପ୍ରଦ। ଆପଣଙ୍କ ବିବାହ ପ୍ରସଙ୍ଗରେ ଆସୁଥିବା ବାଧା ପାଇଁ ଚିନ୍ତିତ ରହିବେ।
🐟ମୀନ-ଘରକୁ କୌଣସି ବନ୍ଧୁ ଆସିପାରନ୍ତି। ଠିକ୍ ଦିଗରେ ପରିଶ୍ରମ କଲେ ଯାଇ ଫଳ ପାଇବେ। ଅଫିସର କୌଣସି କାମରେ ଦୂରସ୍ଥାନକୁ ଯାଇପାରନ୍ତି!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମା ଯୋଗମାୟା!!

