ପୁରୀ,୧୪ା୭(ଏସଏସନିଉଜ)ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର ।ଭିତରଭଣ୍ଡାର ଅଳଙ୍କାର ଆଜି ଖୋଲାଯାଇପାରିଲାନି, ଆଉଦିନେ ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦପାଢ଼ୀ ।ସେକହିଛନ୍ତି ବାହାରଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣକାମ ବହୁତସମୟ ଲାଗିଗଲା ।କାଲି ବାହୁଡ଼ାଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ।ବାହୁଡ଼ା,ସୁନାବେଶ ସରିବାପରେ ଆଉଦିନେ ନିର୍ଦ୍ଧାରଣ କରାଯିବବୋଲି କହିଲେ ।ଦିନନିର୍ଦ୍ଧାରଣ କରାଯାଇ ସେହିଦିନ ଭିତରଭଣ୍ଡାର ଖୋଲିବୁବୋଲି କହିଲେ ।ତାଲାଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ।ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବାରୁ ଏସ୍ଓପି ଅନୁସାରେ ତାଲା ଭାଙ୍ଗି ଭିତରଭଣ୍ଡାର ଖୋଲାଗଲା ।ସବୁ ଅଳଙ୍କାରକୁ ଚାଙ୍ଗଡ଼ାଘର, ଫୁଲଘରେ ହୋଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍କୁ ସ୍ଥାନାନ୍ତର କରାଯାଇଛି । ଅଳଙ୍କାର ସ୍ଥାନାନ୍ତରଣ ପରେ ବାହାର ରତ୍ନଭଣ୍ଡାରସିଲ୍ କରାଯାଇଛି ବୋଲି କହିଛନ୍ତି ।
