ପୁରୀ,୧୪ା୭(ଏସଏସନିଉଜ) ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ, ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।ଅନ୍ୟପଟେ ରତ୍ନଭଣ୍ଡାରରୁ ଯେଉଁସବୁ ଅଳଙ୍କାର ବାହାରିବ ତାହାକୁ ୧୫ଟିସିନ୍ଦୁକରେ ରଖାଯିବ। ଏହି ସିନ୍ଦୁକ ଶାଗୁଆନ କାଠରେ ତିଆରି ହୋଇଥିବାବେଳେ ତାହା ଉପରେ ପିତ୍ତଳ ଛାଉଣୀ ଲଗାଯାଇଛି। ୨୦ ଜଣ କାରିଗର ୪୮ ଘଣ୍ଟା ମଧ୍ୟରେ ଏସବୁ ସିନ୍ଦୁକ ତିଆରି କରିଛନ୍ତି।
