ମଇମାସ ୨୬ତାରିଖ ୨୦୨୫ମସିହା(ସୋମବାର)ଜ୍ୟେଷ୍ଠମାସ- କୃଷ୍ଣପକ୍ଷ ,ତିଥି- ଚତୁର୍ଦ୍ଦଶୀ ଦିବା ଘ୧୨/୦୮ଗତେ ଅମାବାସ୍ୟା ,ନକ୍ଷତ୍ର- ଦ୍ଵିଜା ଦିବା ଘ୦୮/୫୪ଗତେ କୃତ୍ତିକା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୨/୩୦ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୧୬/୩୦ ,ଯୋଗିନୀ ପଶ୍ଚିମେ ଦିବା ଘ୧୨/୦୮ ଗତେ ଐଶାନ୍ୟେ ,ବିଛାରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ଅମାବାସ୍ୟାର ସମ୍ବତ୍ସାରିକଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୪୯ ଗତେ ଘ୦୮/୨୭ମଧ୍ୟେ ,ବାରବେଳା- ଦିବା ଘ୦୩/୦୨ଗତେ ଘ୧୨/୫୦ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୨୮ ଗତେ ଘ୧୦/ ୦୦ମଧ୍ୟେ ଓ ରାତ୍ରି ଘ୦୯/୨୫ଗତେ ଘ୧୨/୩୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୨୫ ଗତେ ଘ୦୫/୦୫ ମଧ୍ୟେ ,ଅଦ୍ୟ ବିରିଭକ୍ଷଣ ନିଷେଧ
ମେଷ:-ଆଜି ଆପଣଙ୍କୁ ଦେବାଦେବୀ ଦର୍ଶନର ସୁଯୋଗମିଳିବ ,ଦାମ୍ପତ୍ୟଜୀବନ ପୂର୍ବଅପେକ୍ଷା ଅଧିକ ଭଲହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ।ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳପ୍ରୟାସ କରିବେ।
ବୃଷ:-ଦେବୀଙ୍କଆରାଧନାରେ ମନକୁ ଶାନ୍ତିମିଳିବ।ଧାର୍ମିକଆୟୋଜନରେ ଆପଣଙ୍କୁ ସେବାକରିବାର ଅବସର ମିଳିବ।ବ୍ୟବସାୟଲାଗି ଦିନଟି ଭଲରହିବ।ଅଫିସରେ କିଛି ଏଭଳିକାମ ହେବ ଯାହାଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ:-ଅଚାନକ କୌଣସି କଥାକୁନେଇ ମନୋଭାବ ଖରାପହୋଇପାରେ।ମାତାପିତାଙ୍କ ସେବା କରନ୍ତୁ,କାର୍ୟ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁମିଳିବ। ମିତ୍ରଙ୍କଠାରୁ ଭଲଖବର ପାଇବେ।ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ:-ଭାଗ୍ୟ ବଦଳାଇବାପାଇଁ ଶୁଭସମୟ।ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତରହିବେ।ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ।ଯୌଥ ବ୍ୟବସାୟରୁ ଭଲ ଲାଭହେବ।ପ୍ରେମରେ ସଫଳତା ମିଳିବ।
ସି˚ହ:-ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ।କୌଣସି ସମସ୍ୟାର ସମାଧାନଲାଗି ଦିନଟି ଭଲ।ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ।ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା:-ଆଜି ଆପଣଙ୍କମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ।ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କ˚ପାନିରେ ଚାକିରିର ସୁଯୋଗ ମିଳିପାରେ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା:-ନୂଆ ଆହ୍ବାନର ସାମନା କରିବେ।କୌଣସିକାମ ତରବରିଆଭାବେ କରନ୍ତୁନାହିଁ; ଅସୁବିଧାର ସମ୍ମୁଖୀନ ହେବେ।ବ୍ୟବସାୟୀମାନେ ବଡ଼ଡିଲ୍ କରିପାରନ୍ତି।ବଜେଟକୁ ଧୢାନରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା:- ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ।ଘର ଓ ଦୋକାନରେ ଲାଗିରହିଥିବା ସମସ୍ୟାର ସମାଧାନ ହେବ। ଅଫିସରେବାତାବରଣ ଅନୁକୂଳ ରହିବ।ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ:-ସାବଧାନର ସହ କାମକରନ୍ତୁ, ଲାଭ ପାଇବେ।ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସପାଇଁ ସମୟ ବାହାର କରିନେବେ। କୌଣସି ନୂଆଲୋକଙ୍କ ସହିତ ବନ୍ଧୁତା କରିବେ।ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର:-ପୂରାଦିନ ଆପଣଙ୍କ ମନ ପ୍ରସନ୍ନରହିବ।ପରିବାରଜନଙ୍କ ସହଯୋଗ ମିଳିବ।କାମକୁ ପୂରା କରିବାଲାଗି ନୂଆଯୋଜନା କରିବେ ଏବ˚ ତହିଁରୁ ଲାଭପାଇବେ।ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ସଫଳତା ମିଳିବ।
କୁମ୍ଭ:-ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ।ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନହେବ। ଆର୍ଥିକସ୍ଥିତି ଚିନ୍ତାଜନକ ହୋଇପାରେ।ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ:-ଆପଣଙ୍କ ନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭମିଳିବ।ଅଫିସରେ ଲାଗି ରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।ବ୍ୟବସାୟରୁ ଆଶାଠୁଁ ଅଧିକଲାଭ ହେବ।ପ୍ରେମସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।
ବଟସାବିତ୍ରୀ କଲେ ପୂରଣହେବ ସବୁ ମନସ୍କାମନା…..
ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟପାଇଁ ପ୍ରତିବର୍ଷ ଏହିବ୍ରତ ପାଳନ କରନ୍ତି ।କିନ୍ତୁ ଯଦି ଆପଣ ଜଣେ ନବବିବାହିତା ମହିଳା ଏବଂ ପ୍ରଥମଥର ପାଇଁ ସାବିତ୍ରୀଉପବାସ ରଖୁଛନ୍ତି, ତେବେ ଆପଣଙ୍କୁ ଏହାସହିତ ଜଡିତ ସୂଚନା ଯେପରିକି ପୂଜାପଦ୍ଧତି, ନିୟମ ଏବଂ ପୂଜାସହିତ ଜଡିତ ସାମଗ୍ରୀ ଇତ୍ୟାଦି ବିଷୟରେ ଜାଣିବା ଆବଶ୍ୟକ।
ପୂଜାବିଧି-ଉପବାସଦିନ, ସକାଳୁ ଶୀଘ୍ରଉଠି ସ୍ନାନକରି ଏବଂ ଏକ ନୂତନଶାଢ଼ି ପିନ୍ଧିବାଉଚିତ ।ଏହାପରେ ପୂଜାଘରେ ଏକ ଦୀପ ଜାଳି ଉପବାସ ରଖିବାପାଇଁ ପ୍ରତିଜ୍ଞାନିଅନ୍ତୁ ।ସମସ୍ତ ପୂଜାସାମଗ୍ରୀ ସଂଗ୍ରହକରି ଏକ ଟୋକେଇରେ ସଜାନ୍ତୁ ଏବଂ ପୂଜାପାଇଁ ପାଖରେଥିବା ଯେକୌଣସି ବଟ କିମ୍ବା ବାଟଗଛ ନିକଟକୁ ଯାଆନ୍ତୁ ।ଯଦି ପାଖରେ କୌଣସି ବଟଗଛନାହିଁ, ତେବେ ଆପଣ ଘରେ ପାତ୍ରରେ ବଟଗଛର ଡାଳଲଗାଇ ପୂଜା କରିପାରିବେ ।
ପୂଜାସମୟରେ, ପ୍ରଥମେ ବଟଗଛ ମୂଳରେ ଜଳ ଅର୍ପଣକରନ୍ତୁ ।ବଟଗଛ ପାଖରେ ସାବିତ୍ରୀ ଏବଂ ସତ୍ୟବାନଙ୍କ ଏକ ଫଟୋ ମଧ୍ୟ ରଖନ୍ତୁ ।ପୂଜାସମୟରେ କୁଙ୍କମ,ସିନ୍ଦୁର,ଫଳ,ଫୁଲ,ନୈବେଦ୍ୟ ଇତ୍ୟାଦି ସମସ୍ତସାମଗ୍ରୀ ଅର୍ପଣକରନ୍ତୁ ।ବିବାହସାମଗ୍ରୀ ମଧ୍ୟ ପ୍ରଦାନ କରନ୍ତୁ ।କଞ୍ଚାସୂତା କିମ୍ବା କଳାମାଳିବାନ୍ଧି ସାତଥର ବଟଗଛ ପରିକ୍ରମାକରନ୍ତୁ ।ଗଛ ତଳେ ବସି ବଟସାବିତ୍ରୀ ବ୍ରତର କାହାଣୀ ଶୁଣନ୍ତୁ କିମ୍ବା ପଢ଼ନ୍ତୁ ।ଆରତୀ ସହିତ ପୂଜା ଶେଷକରନ୍ତୁ!!ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା!!