ଆଜିର ରାଶିଫଳ

ଅକ୍ଟୋବରମାସ ୨୮ତାରିଖ ୨୦୨୪ ମସିହା (ସୋମବାର) କାର୍ତ୍ତିକମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ଦିବା ଘ୦୭/୪୪ ଗତେ ଦ୍ୱାଦଶୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ୦୪/୦୩ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୫୧/୦୭,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୨/୧୬,
ଯୋଗିନୀ ଅଗ୍ନିକୋଣେ ଦିବା ଘ୦୭/୪୪ ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବାଘ୦୨/୧୮ଗତେ ଘ୦୩/୦୫ମଧ୍ୟେ,ବାରବେଳା -ଦିବା ଘ୦୭/୧୮ଗତେ ଘ୦୮/୪୩ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ୦୭/୧୭ ମଧ୍ୟେ ଓ ଘ୦୯/୦୪ଗତେ ଘ ୧୧/୨୫ମଧ୍ୟେ ଓ ରାତ୍ରି ଘ୦୭/୪୩ଗତେ ଘ୦୧୦/୫୩ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ପୋଇଶାଗ ଭକ୍ଷଣ ନିଷେଧ।
ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବାଆସିବା ସମୟରେ ଅପରିଚିତ ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାଭଲ ।ହାତକୁନେଇଥିବା ବ୍ୟବସାୟ ଓ ବାଣିଜ୍ୟକ୍ଷେତ୍ର ସୁଭଫଳମିଳିବ ତଥାପିି ରୋଜଗାର ଠାରୁ ଖର୍ଚ୍ଚ ବଳିଯିବ, ଶତ୍ରୁତାକରିଥିବା ଲୋକଠାରୁ ଦୂରେଇ ରୁହନ୍ତୁ
ବୃଷ:-ଆଜି ଲୋକମାନଙ୍କସହିତ ସୌହାର୍ଦ୍ୟପୂର୍ଣ୍ଣ ସମ୍ବନ୍ଧରହିବ।ବୌଦ୍ଧିକଚର୍ଚ୍ଚା କିମ୍ବା ବାଦ-ବିବାଦରେ ସଫଳତା ମିଳିବ।ବିଦ୍ୟାର୍ଥିମାନଙ୍କ ପାଇଁ ଭଲ ସମୟ ଅଟେ।ପରିଶ୍ରମ ଅନୁପାତରେ କମ ସଫଳତା ମିଳିବ। ପାଚନତନ୍ତ୍ରର ସମସ୍ୟାରେ ସ୍ୱାସ୍ଥ୍ୟ ଖରାପ ହେବାର ଆଶଂକା ଅଛି।
ମିଥୁନ :-ସମସ୍ତ କାର୍ଯ୍ୟରେ ଆପଣ ଦ୍ୱନ୍ଦ୍ୱ ଅନୁଭବ କରିବେ।ମାତା ଏବଂ ମହିଳାମାନଙ୍କ ମାମଲାରେ ଅଧିକ ସମ୍ବେଦନଶୀଳ ହେବେ।ବିଚାରର ଭରମାରରେ ମାନସିକଆଳସ୍ୟ ଅନୁଭବ କରିବେ। ଅନିଦ୍ରା କାରଣରୁ ଶାରୀରିକଅସୁସ୍ଥତା ହୋଇପାରେ। ପାଣି କିମ୍ବା ଅନ୍ୟ ତରଳପଦାର୍ଥ ଭୟାନକ ପ୍ରମାଣିତ ହୋଇପାରନ୍ତି।
କର୍କଟ:-କାର୍ଯ୍ୟସଫଳ ପାଇଁ ଆଜିରଦିନ ଭଲ ରହିବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ସାକ୍ଷାତକରି ଆପଣ ଖୁସି ରହିବେ।ଲଘୁଯାତ୍ରାର ଯୋଗ ଅଛି। ଭାଇ-ବନ୍ଧୁମାନଙ୍କସହ ମିଳାମିଶା ରହିବ।ଆର୍ଥିକ ଲାଭ ତଥା ସମାଜରେ ଆଦର ସମ୍ମାନ ମିଳିବ।ବିରୋଧି ମାନଙ୍କୁ ପରାଜିତ କରି ପାରିବେ।
ସିଂହ :-ଦୂରରେ ବାସକରୁଥିବା ସ୍ନେହୀଜନ ତଥା ମିତ୍ରମାନଙ୍କ ସହିତ ସନ୍ଦେଶବ୍ୟବହାରରେ ଆପଣଙ୍କୁ ଲାଭ ହେବ।ପରିବାରରେ ସୁଖ-ଶାନ୍ତି ରହିବ।ଉତ୍ତମ ଭୋଜନର ପ୍ରାପ୍ତିହେବ।ନିର୍ଦ୍ଧାରିତ କାମରେ ସଫଳତା ମିଳିବ।ମହିଳାମିତ୍ର ଆପଣଙ୍କୁ ସହାୟକ ପ୍ରମାଣିତ ହେବେ।
କନ୍ୟା :-ଆଜି ଆପଣ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ବିକସିତ କରି ନିଜରକାମ କାଢ଼ିପାରିବେ।ବ୍ୟବସାୟ ଦୃଷ୍ଟିରେ ଆଜିର ଦିନ ଲାଭଦାୟକ ପ୍ରମାଣିତହେବ।ଆପଣଙ୍କ ସ୍ଵାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ସୁସ୍ଥ ରହିବ। ପରିଜନମାନଙ୍କ ସହିତ ସାକ୍ଷାତକରି ଏବଂ ସୁଖ-ଆନନ୍ଦ ପ୍ରାପ୍ତିହେବ।ଧନଲାଭ ତଥା ପର୍ଯ୍ୟଟନର ଯୋଗ ଅଛି।
ତୁଳା :-ଆଜି ଆପଣ ଅନ୍ୟ ବ୍ୟକ୍ତି କିମ୍ବା କୁଟୁମ୍ବ ଜନମାନଙ୍କ ସହିତ ଉଗ୍ର ବାର୍ତ୍ତାବିନିମୟ ହେବାର ସଂଭାବନା ଅଛି।ପରୋପକାର ବଦଳରେ ଉପକାର ମିଳିପାରେ।ଆୟ ଅପେକ୍ଷା ଖର୍ଚ୍ଚର ମାତ୍ରା ବଢ଼ିବ। ଦ୍ୱନ୍ଦ୍ୱ ଏବଂ ସମସ୍ୟା ମନର ଶାନ୍ତି ଭଙ୍ଗକରିବ।ଆଧ୍ୟାତ୍ମିକ ବଚନ କିମ୍ବା ଈଶ୍ଵରଙ୍କରନାମ ସ୍ମରଣ ଶାନ୍ତିଦେବ।
ବିଚ୍ଛା :-ଆଜି ଆପଣଙ୍କ ଗୃହସ୍ଥ ଜୀବନରେ ସୁଖ ଏବଂ ସନ୍ତୋଷର ଅନୁଭୂତିମିଳିବ।ପତ୍ନୀ ତଥା ପୁତ୍ରଙ୍କ ତରଫରୁ ଶୁଭ ସମାଚାର ମିଳିବ।ମାଙ୍ଗଳିକ କାର୍ଯ୍ୟ ହେବ।ବିବାହପାଇଁ ସଂଯୋଗ ବନିବ।ଚାକିରି ଧନ୍ଦାରେ ଭଲ ଅବସର ଆସିବ।ଆୟରେ ବୃଦ୍ଧି ହେବ।ମହିଳା ମିତ୍ରମାନଙ୍କଠାରୁ ଲାଭ ହେବାର ଯୋଗ ଅଛି।
ଧନୁ:-ଆଜି ଆପଣଙ୍କକାର୍ଯ୍ୟ ସଫଳତାପୂର୍ବକ ସଂପନ୍ନ ହେବ।ପରୋପକାର ଭାବନା ଆଜି ବଲବତ୍ତର ରହିବ।ଆମୋଦ- ପ୍ରମୋଦ ସହିତ ଆପଣଙ୍କ ଦିନ କଟିବ।ଚାକିରି-ବ୍ୟବସାୟରେ ମାନ-ସମ୍ମାନ ପ୍ରାପ୍ତି ହେବ।ଗୃହସ୍ଥଜୀବନରେ ଆନନ୍ଦ ବ୍ୟାପ୍ତି ରହିବ।
ମକର :-ଆପଣଙ୍କ ଆଜିରଦିନ ମିଶ୍ର ଫଳଦାୟକ ପ୍ରମାଣିତ ହେବ।ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆବିଚାରଧାରା ଉଦ୍ରେକ ହେବ। ତଥାପି ମଧ୍ୟ ମନର କୌଣସି କୋଣରେ ଆପଣ ଅସୁସ୍ଥତା ଅନୁଭବ ହୋଇପାରେ।ସନ୍ତାନମାନଙ୍କ ସମସ୍ୟା ବିଷୟରେଚିନ୍ତା ସୃଷ୍ଟି ହୋଇପାରେ।
କୁମ୍ଭ:-ନକାରାତ୍ମକ ବିଚାରରେ ମନରେ ହତାସା ସୃଷ୍ଟି ହୋଇପାରେ।ଏହି ସମୟ ମାନସିକ ଉଦ୍ଵେଗ ଏବଂ କ୍ରୋଧର ଭାବନା ଅନୁଭବ କରିପାରନ୍ତି।ବାଣୀ ଉପରେ ନିୟନ୍ତ୍ରଣ ନରହିବା କାରଣରୁ ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକାଅଛି। ସ୍ଵାସ୍ଥ୍ୟ ଖରାପ ହୋଇପାରେ ।
ମୀନ:- ଆଜିରଦିନ ସୁଖ-ଶାନ୍ତିରେ କଟିବ। ବ୍ୟାପାରିମାନଙ୍କ ଉତ୍ତମ ସମୟ ଅଟେ।ପତି-ପତ୍ନୀଙ୍କର ମଧ୍ୟରେ ଦାମ୍ପତ୍ୟଜୀବନରେ ନିକଟତା ଅନୁଭବ ହେବ।ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ତଥା ସାକ୍ଷାତ ସାର୍ବଜନିକ ଜୀବନରେ ପ୍ରସିଦ୍ଧି ମିଳିବ। ଉତ୍ତମ ବୈବାହିକ ସୁଖପ୍ରାପ୍ତି ହେବ।

ଧନତେରସଦିନ ସୁନାରୁପାର ଆଭୂଷଣ ସହିତ କିଣିନିଅନ୍ତୁ ଏହି ପାଞ୍ଚଟଙ୍କିଆ ଜିନିଷ….
ଧନତେରସ ଏକ ଏପରିପର୍ବ ଅଟେ ଯେଉଁଦିନ ଆପଣ କିଛିନାକିଛି ଜିନିଷ କିଣି ଘରକୁ ଆଣିବାଉଚିତ ।ତେବେ ସାଧରଣତଃ ଲୋକେ ଭାବନ୍ତି ଯେ କେବଳ ସୁନାରୁପା ଭଳି ଦାମୀଜିନିଷ ହିଁ ଘରକୁ ଆଣିହେବ ତାହାନୁହେଁ ।ଧନତେରସରେ ଖୁବ କମମୁଲ୍ୟର ଜିନିଷମଧ୍ୟ ଆପଣ କିଣିପାରିବେ ତାହା ଆଜି ଜାଣିବା । ପ୍ରତ୍ୟେକବର୍ଷ ଧନତେରସ ଦୀପାବଳିର ଦୁଇଦିନ ପୂର୍ବରୁ ଏବଂ ଚଳିତବର୍ଷ ଏହା ଅକ୍ଟୋବର୩୦ରେ ପାଳିତହେବ ।ଏହିଦିନ ଧନତେରସପୂଜା ସନ୍ଧ୍ୟା୬ ରୁ ୮ ମଧ୍ୟରେ ଅନୁଷ୍ଠିତହେବ ।ଏହିଦିନ ସୁନାରୁପାର ଦାମୀଜିନିଷ ବ୍ୟତୀତ ଆପଣଙ୍କ ଟଙ୍କା ଅଭାବଥିଲେ କେବେଳ ଦୁଇଟଙ୍କାରେ ଜିନିଷକିଣି ଆପଣ ଘରକୁ ଆଣିପାରିବେ ।
୧.ପ୍ରଥମତଃ ଘରେ କୌଣସି ପୁରୁଣା ଏବଂ ଛିଡ଼ି ଯାଇଥିବା କ୍ୟାଲେଣ୍ଡର ରଖନ୍ତୁନାହିଁ ଏବଂ ନୂଆ କ୍ୟାଲେଣ୍ଡରରେ ପୁରୁଣାମାସର ପୃଷ୍ଠାକୁ ଖୋଲି ରଖନ୍ତୁନାହିଁ ।ଘରେ କୌଣସି ବନ୍ଦହୋଇଯାଇଥିବା ଘଣ୍ଟା ରଖନ୍ତୁନାହିଁ ନଚେତ ଏହା ଆପଣଙ୍କ ଉନ୍ନତିରେ ବାଧାଦେବ ।
୨.ଯେଉଁଠି ସ୍ୱଚ୍ଛତାଥାଏ ସେଠାରେ ମାତାଲକ୍ଷ୍ମୀଙ୍କ ବାସହୋଇଥାଏ ।ତେଣୁ ଦୀପାବଳି ଧନତେରସରେ ଘରକୁ ପରିଷ୍କାରରଖନ୍ତୁ ଏବଂ ଘରେ କୌଣସି ଭଙ୍ଗାଜିନିଷ ରଖନ୍ତୁନାହିଁ ।ନଚେତ ଘରକୁ ମାତା ଲକ୍ଷ୍ମୀଙ୍କ ବଦଳରେ କୁଲକ୍ଷ୍ମୀ ଦାରିଦ୍ର‌୍ୟତାନେଇ ଆସିବ ।ଯାହା ଆପଣଙ୍କ ଉନ୍ନତିକୁ ମଧ୍ୟ ଅଟକାଇ ଦେବ ।ତେଣୁ ଦୀପାବଳିପୂର୍ବରୁ ଏବଂ ସେହିଦିନ ଘରେ ଗଙ୍ଗାଜଳ ସିଞ୍ଚି ଘରକୁ ଶୁଦ୍ଧକରନ୍ତୁ ।ଏହା ବ୍ୟତୀତଧୂପ ,ଗୋବରଟେଳା ,ଝୁଣାଇତ୍ୟାଦି ଜାଳିବାସହିତ ଘରେ ଗୋମୂତ୍ର ମଧ୍ୟ ସିଞ୍ଚିପାରିବେ ।
କିଛି ଜିନିଷ ଏପରି ରହିଛି ଯାହାକୁ ଘରକୁ ନେଇଆସିବା ଉଚିତ…
୧.ଏହିଦିନରେ ମାଟିରକଳସ ଘରକୁଆଣି ସ୍ଥାପନ କରିବା ଅତ୍ୟନ୍ତ ଶୁଭହୋଇଥାଏ ।ଏହାକୁ ଉତ୍ତର ଦିଗରେ ପାଣିଭରି ରଖନ୍ତୁ ଏବଂ ଦୀପାବଳିର ପ୍ରତ୍ୟେକସନ୍ଧ୍ୟାରେ ଏକ ଶୁଦ୍ଧ ଘିଅଦୀପ ନିଶ୍ଚୟ ଜାଳିଦିଅନ୍ତୁ ।ଏପରିକଲେ କେବେ ଧନର ଅଭାବ ହେବନାହିଁ।
୨.ଦୀପାବଳିରେ ଘରକୁ ଦକ୍ଷିଣାବର୍ତ୍ତିଶଙ୍ଖ କିଣି ନିଶ୍ଚୟଆଣନ୍ତୁ ।ଶାସ୍ତ୍ରଅନୁଯାୟୀ ଦକ୍ଷିଣାବର୍ତ୍ତିଶଙ୍ଖ ସମୁଦ୍ରମନ୍ଥନସମୟରେ ବାହାରିଥିବା ଚତୁର୍ଦଶ ରତ୍ନବୋଲି କୁହାଯାଏ ।ଏହାକୁ ଘରେଆଣି ରଖିଲେ ଧନଧାନ୍ୟର କେବେବି ଅଭାବ ହୁଏନାହିଁ ।ଯଦି ଆପଣ ଏଥିରେ କ୍ଷୀରନେଇ ଶାଳିଗ୍ରାମ କିମ୍ବା ମାତାଲକ୍ଷ୍ମୀଙ୍କ ଅଭିଷେକ କରନ୍ତି ତେବେ ଧନପ୍ରାପ୍ତି ହେବ ।ଘରକୁ କେବେ ଦାରିଦ୍ର‌୍ୟତା ଆସିବ ନାହିଁ ।
୩.ସବୁଠାରୁ ଶସ୍ତା ଜିନିଷ ଯାହା ଆପଣ ଏହିଦିନ ଆଣି ପାରିବେ ତାହା ହେଉଛି କୋମଳ ପୁଷ୍ପ ମଞ୍ଜିରେ ତିଆରି ମାଳା ।ଏହା ମାତାଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟଅଟେ ଏବଂ ଏହାଦ୍ବାରା ଆପଣଙ୍କୁ ଧନଲାଭମଧ୍ୟହେବ ।
୪.ଧନତେରସଦିନ ଘରକୁ ଧାର୍ମିକପୁସ୍ତକ ନେଇ ଆସିବା ଅତ୍ୟନ୍ତ ଶୁଭହୋଇଥାଏ ।ଏହାଦ୍ବାରା ଧନନ୍ତରି ପ୍ରସନ୍ନ ହେବେ ଏବଂ ଏହିଦିନ ଔଷଧି କିଣି ଘରକୁ ଆଣିବା ଅତ୍ୟନ୍ତଶୁଭ ହୋଇଥାଏ ।ଏହାଦ୍ବାରା ପରିବାରର ସଦସ୍ୟଙ୍କ ଆରୋଗ୍ୟପ୍ରାପ୍ତ ହେବ ।
୫.ଏହିଦିନ ଘରକୁ ନିଶ୍ଚୟ ଝାଡୁନେଇ ଆସନ୍ତୁ ଏବଂ ତାହାକୁ ପୂଜାକରି ବ୍ୟବହାରକରିବା ଆରମ୍ଭକରନ୍ତୁ ।ଝାଡୁକୁ ମାତାଲକ୍ଷ୍ମୀଙ୍କ ସହିତ ଯୋଡ଼ାଯାଇଛି ।ତେଣୁ ଏହାକୁ ଘରକୁଆଣିଲେ ମାତାଲକ୍ଷ୍ମୀଙ୍କ କୃପାପ୍ରାପ୍ତ ହେବ ଏବଂ ଘରକୁ କେବେ ଦାରିଦ୍ର‌୍ୟତା ଆସିବନାହିଁ ।
!!ଜୟ ଜଗନ୍ନାଥ,ଜୟସୋମନାଥ, ଜୟମା ଯୋଗମାୟା!!

- Advertisement -

Leave A Reply

Your email address will not be published.