ଆଜିର ରାଶିଫଳ

କାର୍ତ୍ତିକମାସର ଶେଷପାଞ୍ଚଦିନରେ କଣପାଇଁ ମୁରୁଜ ପଡିଥାଏ....

ନଭେମ୍ବରମାସ ୧୨ତାରିଖ ୨୦୨୪ମସିହା(ମଙ୍ଗଳବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଏକାଦଶୀ ଦିବା ଘ ୦୩/୫୬ ଗତେ ଦ୍ୱାଦଶୀ ,ନକ୍ଷତ୍ର- ପୁର୍ବଭାଦ୍ର ଦିବା ଘ ୦୮/୨୩ ଗତେ ଉତ୍ତରଭାଦ୍ର ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୮/୧୦ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୫/୩୬ ,ଯୋଗିନୀ ଅଗ୍ନିକୋଣେ ଦିବା ଘ୦୩/୫୬ ଗତେ ନୈରୁତେ ,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଦ୍ୱାଦଶୀର ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର,କାଳବେଳା -ଦିବା ଘ୧୨/୫୪ ଗତେ ଘ୦୨/୧୮ମଧ୍ୟେ ,ବାରବେଳା – ଦିବା ଘ୦୭/୨୦ ଗତେ ଘ୦୮/୪୪ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୪୭ ମଧ୍ୟେ ଓ ଘ୦୮/୪୬ ଗତେ ଘ ୧୧/୩୫ ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୮/୧୬ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ସନ୍ଧ୍ୟା ଘ୦୫/୪୪ ଗତେ ରାତ୍ରି ଘ୦୭/୨୪ ମଧ୍ୟେ ,ଅଦ୍ୟ ଶିମ୍ବ ଦିବା ଘ୦୩/୫୬ଗତେ ପୋଇ ଭକ୍ଷଣ ନିଷେଧ
ମେଷ:-ବହୁଦିନଧରି ଆଶା ରଖିଥିବା ଯାତ୍ରାଟି ସଫଳ ହେବାକୁ ଯାଉଛି । ଏହା ଆପଣଙ୍କ କାର୍ଯ୍ୟ ସମ୍ପର୍କିତ ହୋଇପାରେ । ଏହି ଯାତ୍ରା ଆପଣଙ୍କ ସଫଳତା ଓ ପୁରଷ୍କାର ଆଣିପାରେ । ଭ୍ରମଣ ସମୟରେ ନିଜର ମୁଲ୍ୟବାନ ଜିନିଷ ଗୁଡିକଖୁ ଜତ୍ନରେ ରଖିବା ଉଚିତ ହେବ ।
ବୃଷ:-ଆଜି ଆପଣ କିଛି ସମୟଧରି ଚାଲୁଥିବା ଝଗଡାର ସମସ୍ୟାକୁ ସମାଧାନ କରି ଶାନ୍ତିର ନିଶ୍ୱାସ ନେବେ । ଆପଣ ଘରେ ରହିକରି ଘର ଲୋକଙ୍କ ସହିତ କଥାବାର୍ତ୍ତା କରନ୍ତୁ ଏବଂ ଖୁବ ମଜା କରନ୍ତୁ ।ଏହି ଛୋଟ ଦୁଇଟି କଥା ଆପଣଙ୍କ ସମ୍ପର୍କକୁ ଆହୁରୀ ଦୃଢ କରିବ ।
ମିଥୁନ:-ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଇଛାକରିବେ , କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇପାରେ । ଆପଣ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଆଜି ସଫଳ ହେବେ।
କର୍କଟ:-ଆଜି ଆପଣ କୌଣସି ଉତ୍ସବ ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ବନ୍ଧୁ ଏବଂ ସମ୍ପର୍କୀୟ ମାନେ ମିଶି ବହୁତ ମଜା କରିବେ ,ଯାହା ଆପଣଙ୍କ ସ୍ମୃତିରେ ସବୁଦିନ ପାଇଁ ଅଭୂଲା ହୋଇଯିବ ।ଆଜିର ଦିନଟି ପରସ୍ପର ସହିତ ବହୁତ ଖୁସି କରିବାର ଦିନ ।
ସିଂହ:-ଆଜି ବୋଧହୁଏ ଆପଣଙ୍କୁ କୌଣସି ମିତ୍ର କିମ୍ବା ସହଯୋଗୀଙ୍କର ସାହାଯ୍ୟ ମିଳିବ ନାହିଁ । ଏଥିପାଇଁ ଆପଣ ନିରାଶ ହୋଇପଡ଼ିପାରେ।ପୂର୍ବରୁ ସଂଚିତ ଧନନାଷ ଓ ଅଯଥା ବିବାଦ ହେବାକାରଣରୁ ମନଭଲରହିବ ନାହିଁ।
କନ୍ୟା:-ଆଜି ଆପଣଙ୍କ ମଜ୍ଜା ଓ ଆରାମର ଦିନ । ସାମାଜିକ ରୀତିନୀତି ଆଜି ଆପଣଙ୍କ ପାଇଁ ବହୁତ ଆନନ୍ଦ ନେଇକି ଆସିବ । ଆପଣଙ୍କ ଜୀବନରେ ବର୍ତ୍ତମାନ ସମୟରେ ଯେଉଁ ପରିବର୍ତ୍ତନ ସବୁ ଆସିଛି, ସେଥିରୁ ମଧ୍ୟ ଆପଣଙ୍କୁ ବହୁତ ଖୁସି ମିଳିବ ।
ତୁଳା:-ଆଜି ଆପଣଙ୍କୁ ନିଜର ଚ଼େଷ୍ଟାର ଫଳ ମିଳିବ, ଯେଉଁଥିରେ କି ଆପଣଙ୍କର ଜୀବନ ହିଁ ବଦଳିଯିବ ଏବେ ଆପଣ ଏବଂ ଆପଣଙ୍କ ପରିବାର ଲୋକେ ପରସ୍ପରକୁ ସହଜରେ ବୁଝିପାରୁଛନ୍ତି । ନିଜର ଚ଼େଷ୍ଟାକୁ ବଜାୟ ରଖନ୍ତୁ ଏବଂ ଖୁସି ଜୀବନର ମଜା ନିଅନ୍ତୁ ।
ବିଛା:-ବ୍ୟସ୍ତ ହୋଇ କୌଣସି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ । ଏହି ସମୟଟା ବୋଧହୁଏ ଆପଣ ଚ଼ିନ୍ତା ଗ୍ରସ୍ତହୋଇ କଟାଉଛନ୍ତି । ବ୍ୟସ୍ତ ହୁଅନ୍ତୁ ନାହିଁ ପରିସ୍ଥିତି ଏଭଳି ହେବ ଆପଣ ଆପେ ଆପେ ଏହି ଚ଼ିନ୍ତାରୁ ମୁକ୍ତ ହୋଇଯିବେ ।
ଧନୁ:-ଆଜି ଆପଣଙ୍କ ଘରେ କୌଣସି ବ୍ୟକ୍ତିଙ୍କ ସହ କଳହ ହୋଇପାରେ ।ଏଥି ପାଇଁ ଆପଣ ନିଜ କଥା ଓ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ।ଯଦି ଆପଣ ଶାନ୍ତ ରହିବେ ତେବେ ଭବିଷ୍ୟତର ବହୁ ଘରୋଇ ସମସ୍ୟାକୁ ସମାଧାନ କରିପାରିବେ ।
ମକର:-ନିଜର କୌଶଳ ଏବଂ ସାହସକୁ ପାଥେୟ କରି ଆପଣଙ୍କ ରାସ୍ତାରେ ଆସୁଥିବା ସବୁ ବାଧାବିଘ୍ନକୁ ଆପଣ ସମାଧାନ କରିବେ । ଆପଣଙ୍କର ଏହି ଆସାଧାରଣ ନକ୍ଷତା ଯୋଗୁଁ ବାଧାବିଘ୍ନ ସବୁ ଆପେ ଦୂରେଇଯିବ ।
କୁମ୍ଭ:-ସାମାନ୍ୟ ବିବ୍ରତ ରହିବେ । ଦାଇତ୍ତ୍ୱର ସହ ଅନ୍ୟାନ୍ୟ କାର୍ଯ୍ୟକରିବାରେ ଅସୁବିଧା ହୋଇପାରେ । ବଂଧୁ ମାନଙ୍କସହ ଫୋନ ମାଧ୍ୟମରେ ବାର୍ତ୍ତାଳାପ କିଛି ସମୟ କଟିପରେ । ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖନ୍ତୁ ନାହିଁ ।
ମୀନ:-ଆଜି ହଠାତ୍ ଆପଣଙ୍କ ଘରକୁ ଅତିଥି ଆସିପାରନ୍ତି । ସେମାନଙ୍କୁ ସ୍ୱାଗତ ପାଇଁ ଆପଣ ପ୍ରସ୍ତୁତ ହୋଇ ରୁହନ୍ତୁ । ଆଜି ଆପଣ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସାମାଜିକ ଉତ୍ସବରେ ନିଶ୍ଚୟ ଭାଗ ନିଅନ୍ତୁ ,କାରଣ ଏମିତି ସୁଯୋଗ ବାରମ୍ବାର ଆସେ ନାହିଁ ।

ମଙ୍ଗଳବାରରୁ ଆରମ୍ଭହେଉଛି କାର୍ତ୍ତିକମାସ ପଞ୍ଚକବ୍ରତ।ଏହି ଅବସରରେ ପୁରୀଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ରବେଶ ଅନୁଷ୍ଠିତ ହେବ। ପଞ୍ଚକରେ ମହାପ୍ରଭୁଙ୍କ ଦର୍ଶନପାଇଁ ଲକ୍ଷାଧିକଭକ୍ତଙ୍କ ସମାଗମହେବାର ସମ୍ଭାବନାରହିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି କରାଯାଇଛି।ଚଳିତବର୍ଷ ୫ଦିନ ପରିବର୍ତ୍ତେ ୪ଦିନ ପାଳନହେବ ପଞ୍ଚକ। ଚତୁର୍ଦ୍ଦଶୀରେତିଥୀ କ୍ଷୟଯୋଗୁଁ ଏଥର ଲକ୍ଷ୍ନୀନୃସିଂହବେଶ ହେବନାହିଁ।୧୨ରୁ୧୫ତାରିଖ ପର୍ଯ୍ୟନ୍ତ ପଞ୍ଚକନେଇ ଶ୍ରୀମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି-ପଞ୍ଚକର ପ୍ରଥମଦିନ ନଭେମ୍ବର ୧୨ତାରିଖରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣବେଶ ଅନୁଷ୍ଠିତ ହେବ। ସେହିପରି ୧୩ ତାରିଖରେ ବାଙ୍କଚୂଡ଼ାବେଶ, ୧୪ତାରିଖରେ ତ୍ରିବିକ୍ରମବେଶ ଓ ୧୫ତାରିଖ ଶେଷଦିନରେ ମହାପ୍ରଭୁଙ୍କ ରାଜରାଜେଶ୍ୱରବେଶ ବା ସୁନାବେଶ ଅନୁଷ୍ଠିତ ହେବ।

କାର୍ତ୍ତିକମାସର ଶେଷପାଞ୍ଚଦିନରେ କଣପାଇଁ ମୁରୁଜ ପଡିଥାଏ….
ଭାରତୀୟ ପୁରାଣରେ ଉଲ୍ଲେଖ ରହିଛିଯେ କାର୍ତ୍ତିକମାସ ଅତି ପବିତ୍ରମାସ।କୁମାରପୂର୍ଣିମା ପରଦିନ ପ୍ରତିପଦାତିଥିରୁ କାର୍ତ୍ତିକମାସ ଆରମ୍ଭ ହୋଇ ରାସପୂର୍ଣ୍ଣିମା ବା କାର୍ତ୍ତିକପୂର୍ଣ୍ଣିମାରେ ଶେଷହୋଇଥାଏ।କାର୍ତ୍ତିକମାସସାରା ଦେବମନ୍ଦିର ଇତ୍ୟାଦିରେ ଦୀପଦାନ ଭଗବାନଙ୍କ ଉଦ୍ଧେଶ୍ୟରେ କରାଯାଇଥାଏ।ଏହାଦ୍ବାରା ଅକାଳମୃତ୍ୟୁ ହୋଇନଥାଏ।ଶୁକ୍ଳଦଶମୀ ତିଥିଠାରୁ ଶ୍ରୀକୃଷ୍ଣଙ୍କ ଶରତ ରାସଯାତ୍ରା ଆରମ୍ଭହୋଇଥାଏ।ପୂର୍ଣ୍ଣିମାଦିନ ରାସଉତ୍ସବ ଉଦଯାପନ ହୋଇଥାଏ।
ବଡଏକାଦଶୀଠାରୁ ପୂର୍ଣ୍ଣିମାପର୍ୟ୍ୟ ନ୍ତ ପାଞ୍ଚଦିନ ପଡେ ଭିଷ୍ମପଞ୍ଚକ।ଏହାର ଅନ୍ୟନାମ ବକପଞ୍ଚକ କୁହାଯାଏ ।ଚତୁର୍ଦ୍ଦଶୀଦିନ ଶିବ ଉତଥାନଯାତ୍ରା ଓ ବଡଓଷା ଅନୁଷ୍ଠିତ ହୋଇଥାଏ।ପୂର୍ଣ୍ଣିମାଦିନ ପ୍ରଭାତରୁ ପୁରପଲ୍ଲୀରେ ନଦୀପୋଖରୀରେ ଡଙ୍ଗାଭସା ଉତ୍ସବ ପାଳନ କରାଯାଏ।
ଶେଷପାଞ୍ଚଦିନରେ ମୁରୁଜ ପଡିବଖର ପୌରାଣିକ ରହସ୍ୟ-ବୃନ୍ଦାବତୀ ଦାନବରାଜ ଜଳକନ୍ଦର ଅତ୍ୟାଚାରରେ ତିନିଲୋକ ହାହାକାର କରୁଥିଲେ। ଜଳକନ୍ଧରଙ୍କୁ ଅମରବର ମିଳିନଥିଲେ ବି ପତ୍ନୀଙ୍କ ସତୀତ୍ୟ ନଷ୍ଟହେଲେ ଯାଇ ତାଙ୍କର ମୃତ୍ୟୁ ହେବବୋଲି ବର ମିଳିଥିଲା। ତେବେ ପତ୍ନୀ ମହାସତୀ ହୋଇଥିବାରୁ ନିଜକୁ ଅମର ଭାବୁଥିଲା ଜଳକନ୍ଧର। ଶେଷରେ ତାଙ୍କୁ ମାରିବାପାଇଁ ଶ୍ରୀକୃଷ୍ଣ ନିଜେ ଜଳକନ୍ଧରବେଶରେ ଆସି ବୃନ୍ଦାବତୀଙ୍କ ସତୀତ୍ୟ ହରଣ କରିଥିଲେ।ଏହିଘଟଣାରେ ବୃନ୍ଦାବତୀଙ୍କ ସତୀତ୍ଵଉପରେ ପ୍ରଶ୍ନହେବାରୁ ତାଙ୍କୁ ପଞ୍ଚବନୀରସ ବା ଅମୃତରସରେ ପବିତ୍ରକରାଯାଇଥିଲା।ଏହି ପଞ୍ଚବନୀଶଦ୍ଦରୁ ପଞ୍ଚକ ଶଦ୍ଦ ଯାତ। କାର୍ତ୍ତିକମାସର ଶେଷ ପାଞ୍ଚଦିନକୁ ପଞ୍ଚୁକଭାବେ ପାଳନ କରାଯାଇଥିବା ବେଳେ ବୃନ୍ଦାବତୀଙ୍କ ସମ୍ମୁଖରେ ମୁରୁଜ ଅଙ୍କାଯାଇ ପୂଜା କରାଯାଏ।
!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.