ଆଜିର ରାଶିଫଳ

ଜୁନମାସ ୩୦ତାରିଖ ୨୦୨୫ମସିହା (ସୋମବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ଦିବା ଘ୦୯/୦୪ଗତେ ଷଷ୍ଠୀ ,ନକ୍ଷତ୍ର-ମଘା ଦିବା ଘ୦୭/୪୩ଗତେ ପୁର୍ବା ଫା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୫/୦୪ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯ ,ଯୋଗିନୀ ଦକ୍ଷିଣେ ଦିବା ଘ୦୯/୦୪ଗତେ ପଶ୍ଚିମେ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,ଷଷ୍ଠୀରଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କାଳବେଳା -ଦିବା ଘ୦୬/୫୪ଗତେ ଘ୦୮/୩୩ ମଧ୍ୟେ .ବାରବେଳା- ଦିବା ଘ୦୩/୦୯ ଗତେ ଘ୦୪/୪୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୮/୩୪ଗତେ ଘ୧୦/୦୪ ମଧ୍ୟେ ଓ ଘ୦୯/୩୭ ଗତେ ଘ୧୨/୪୫ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ୦୪/୩୫ ଗତେ ଘ୦୫/୦୬ମଧ୍ୟେ ,ଅଦ୍ୟ ବେଲ ଦିବା ଘ୦୯/୦୪ ଗତେ ନିମ୍ବଭକ୍ଷଣ ନିଷେଧ।
ମେଷ:-ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ରାଜନୀତିରେ ଉଚ୍ଚପଦ ମିଳିପାରେ। ଶତ୍ରୁମାନେ ଆପଣଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରିବେ; ହେଲେ କିଛି କରିପାରିବେ ନାହିଁ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହନ୍ତୁ।
ବୃଷ:-ଭାଗ୍ୟର ସହଯୋଗ ମିଳିବ। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଧନଲାଭର ନୂଆ ଅବସର ପ୍ରାପ୍ତ ହେବ। ବନ୍ଧୁଙ୍କ ସହିତ ସିନେମା ଦେଖିବାର ଯୋଜନା କରିପାରନ୍ତି।
ମିଥୁନ:- ଦିନଟି ଠିକ୍‌ଠାକ୍‌ ରହିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଆପଣଙ୍କ ସରଳତା ପାଇଁ ଆପଣଙ୍କର ପ୍ରିୟବନ୍ଧୁ ଖୁସି ରହିବେ। ବ୍ୟବସାୟରେ ନିଜ ଜିବିକା ଆରମ୍ଭ କରିବା ପାଇଁ ଦିନଟି ବହୁତ ଭଲ।
କର୍କଟ:-ଆଜି ଦିନଟି ଆପଣଙ୍କ ପାଇଁ ଅନୁକୂଳ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ପ୍ରସ୍ତାବ ମିଳିବ। ମହିଳାଙ୍କର ଅଫିସରେ ଉନ୍ନତି ହେବ। ପରିବାର ଲୋକଙ୍କ ସହିତ ତାଳମେଳ ବଜାୟ ରହିବ।
ସି˚ହ:- ବ୍ୟକ୍ତିତ୍ବର ବିକାଶ ପାଇଁ ଦିନଟି ବଢ଼ିଆ। କାର୍ୟ୍ୟ କ୍ଷେତ୍ରରେ ବଢ଼ିଆ ଢଙ୍ଗରେ କାମ କରିବେ। ବିଦେଶରେ ଜଡ଼ିତ ବ୍ୟବସାୟୀ ଆଜି ବଡ଼ ଡିଲ୍‌ କରିବେ। ପତିପତ୍ନୀଙ୍କ ମଧୢରେ ପ୍ରେମଭାବ ବୃଦ୍ଧି ହେବ।
କନ୍ୟା:-ବନ୍ଧୁ ଓ ପାଖଲୋକଙ୍କ ସହଯୋଗ ପାଇବେ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ବ୍ୟବସାୟୀଙ୍କୁ ଧନଲାଭ ହେବ। ଲେଖକଙ୍କୁ ପୁରସ୍କାର ମିଳିବ। ବୈବାହିକ ଜୀବନରେ ମଧୁରତା ଆସିବ।
ତୁଳା:-ପ୍ରଭୁଙ୍କ ସ୍ମରଣରେ ମନକୁ ଶାନ୍ତି ମିଳିବ। ଯେଉଁ କାମ ମନପ୍ରାଣ ଢାଳି କରିବେ ସଫଳତା ନିଶ୍ଚିତ ପାଇବେ। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ।
ବିଛା:- ଆଧୢତ୍ମିକ ଭାବନାରେ ସମୟ ବିତିବ। ଆପଣଙ୍କ ଇଚ୍ଛା ପୂରା କରିବାରେ ସଫଳ ହେବେ। ଚାକିରିଆଙ୍କୁ ଆଗକୁ ବଢ଼ିବା ଲାଗି ସୁବର୍ଣ୍ଣ ସୁଯୋଗ ମିଳିବ। ପରିବାର ଲାଗି ଦିନଟି ଅନୁକୂଳ ରହିବ।
ଧନୁ:- ପୂରାଦିନ ନୂଆ ଉତ୍ସାହଭରା ରହିବେ। ଯାହା ବି କରନ୍ତୁ; ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ସାମାଜିକ କାର୍ୟ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବିଲଡରଙ୍କୁ ନୂଆ ସଉଦାରୁ ଲାଭ ହେବ।
ମକର:- ଦିନଟି ଆପଣଙ୍କ ପାଇଁ ଖୁବ୍‌ ଭଲ ରହିବ। ମହତ୍ତ୍ବପୂର୍ଣ୍ଣ କଥା ପାଇଁ ଆଗେଇ ଆସନ୍ତୁ ସହଜ ବାର୍ତ୍ତା ହେବ। ଘରେ ଏବଂ ଅଫିସରେ ଖୁସିର ବାତାବରଣ ରହିବ। ରାଜନୀତିରେ ମହତ୍ତ୍ବାକା˚କ୍ଷା ପୂରଣହେବ।
କୁମ୍ଭ:- ଆପଣଙ୍କ ଊର୍ଜ। ସହଯୋଗୀଙ୍କୁ ପ୍ରଭାବିତ କରିବ। ଶୁଭ ସମାଚାର ମିଳିବା ଯୋଗ ରହିଛି। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ମୀନ:-ପାରିବାରିକ କାମରେ ଆଜି ଅଧିକ ସମୟ କଟିବ। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ।ଆଜି କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ସାବଧାନ ! ଭୋଜନ ପରେ ଖାଉଛନ୍ତି କି ଏହି ସବୁ ଜିନିଷ?
ପ୍ରତ୍ୟହ ଏମିତି ଖାଦ୍ୟ ଗ୍ରହଣ କରିବା ଉଚିତ ଯାହା ଆମ ଶରୀର ପାଇଁ ଉପଯୋଗୀ। ଅନୁପଯୁକ୍ତ ଖାଦ୍ୟ ବା ହଜମ ନ ହେବା ଖାଦ୍ୟ ଶରୀରରେ ଅନେକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଖାଦ୍ୟ ଖାଇବା ଯେତିକି ଆବଶ୍ୟକ ହୋଇଥାଏ ଖାଦ୍ୟର ସଠିକ୍‌ ମାତ୍ରା ଗ୍ରହଣ କରିବା ମଧ୍ୟ ସେତିକି ଜରୁରୀ ହୋଇଥାଏ। ଖାଦ୍ୟ ଗ୍ରହଣ ନେଇ ସଚେତନ ହେବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ।
ଆସନ୍ତୁ ଜାଣିବା ଖାଇବା ପୂର୍ବରୁ ଏବଂ ଖାଇବା ପରେ କଣ କଣ ସବୁ ଖାଦ୍ୟ ଗ୍ରହଣ କରିବା ଉଚିତ।
ଖାଦ୍ୟ ସମ୍ବନ୍ଧରେ ଅନେକ ଲୋକଙ୍କର ଏକ ଅଭ୍ୟାସ ପ୍ରଣାଳୀ ରହିଛି, କିନ୍ତୁ ବର୍ତ୍ତମାନ ସେହି ଅସ୍ୱାସ୍ଥ୍ୟକର ଅଭ୍ୟାସକୁ ଅଣଦେଖା କରିବାର ଉପଯୁକ୍ତ ସମୟ ଅଟେ।
ଭୋଜନ ପରେ ତୁରନ୍ତ ଗାଧାନ୍ତୁ ନାହିଁ:-ବିଶେଷଜ୍ଞଙ୍କ କହିବା ମୁତାବକ ଭୋଜନ ପରେ ତୁରନ୍ତ ଗାଧାନ୍ତୁ ନାହିଁ। କାରଣ ସେହି ସମୟରେ ରକ୍ତ ଖାଦ୍ୟକୁ ପାକସ୍ଥଳୀ ଚାରିପାଖରେ ରହି ହଜମ କରିବାରେ ସାହାଯ୍ୟ କରେ ଏବଂ ଯେତେବେଳେ ଆପଣ ଗାଧୋଇଥାନ୍ତି ଏହାଦ୍ବାରା ଶରୀରର ତାପମାତ୍ରାରେ ପରିବର୍ତ୍ତନ ଆସିଥାଏ। ଶରୀରକୁ ମୂଳ ତାପମାତ୍ରାକୁ ଫେରାଇ ଆଣିବା ପାଇଁ ରକ୍ତ ପେଟ ପାକସ୍ଥଳୀରୁ ଚର୍ମ ପୃଷ୍ଠକୁ ଚାଲିଆସିଥାଏ ଏବଂ ହଜମ ପ୍ରକ୍ରିୟା ଦୁର୍ବଳ ହୋଇଯାଏ
ବ୍ୟାୟାମରୁ ଦୂରେଇ ରୁହନ୍ତୁ:-ଭୋଜନ ପରେ ଜୋରଦାର ବ୍ୟାୟାମ ହଜମପ୍ରକ୍ରିୟାକୁ ବାଧା ଦେଇପାର। ଏହା ବାନ୍ତି, ପେ.ପେଟ ଯନ୍ତ୍ରଣା ଦେଇପାରେ ଭଳି ସମସ୍ୟା ସୃଷ୍ଟି କରିପାରେ।
ଶୋଇବାଠାରୁ ଦୂରେଇ ରୁହନ୍ତୁ:-ଭୋଜନ ପରେ ଶୋଇବାର ଇଚ୍ଛା ଏକ ସାଧାରଣକଥା। ଏହା ହଜମକାରୀରସକୁ ବୃଦ୍ଧି କରାଇଥାଏ। ଯାହାଦ୍ୱାରା ହୃଦଘାତ ଭଳି ସମସ୍ୟା ଉପୁଜିପାରେ।
ଖାଇବା ପରେ ପ୍ରଚୁର ପାଣି ପିଅନ୍ତୁ ନାହିଁ:-ଖାଇବାପରେ ପ୍ରଚୁରପାଣି ପିଅନ୍ତୁନାହିଁ। ଏହା ହଜମପ୍ରକ୍ରିୟାକୁ ମନ୍ଥରକରିଥାଏ। ଅଧିକପାଣି ପିଇବା ଦ୍ୱାରା ପେଟରେ ଏସିଡ୍ ହ୍ରାସ ପାଇଥାଏ ଏବଂ ହଜମ ପ୍ରକ୍ରିୟାକୁ ଖରାପ କରିଥାଏ ।
ଖାଇବା ପରେ ଫଳ ଖାଇବା ଠାରୁ ଦୂରେଇ ରୁହନ୍ତୁ: –ଖାଇବା ପରେ ଫଳ ଖାଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ। କାରଣ ଏହା ଫଳରୁ ପୋଷକ ତତ୍ତ୍ୱର ଅବଶୋଷଣକୁ ହ୍ରାସ କରିପାରେ ।
ଚା,କଫି ପିଇବାଠାରୁ ଦୂରେଇରୁହନ୍ତୁ:-ଭୋଜନପରେ ଚା ବା କଫିଭଳି ପାନୀୟପିଇବା ସ୍ବାସ୍ଥ୍ୟ ପ୍ରତି ହିତକର ହୋଇନଥାଏ। ସେଥିରେ ଫେନୋଲିକ୍ କମ୍ପାଉଣ୍ଡ୍‌ର ମାତା ରହିଥାଏ। ଯାହା ଖାଦ୍ୟରୁ ଆଇରନ୍ ପରି କେତେକ ପୋଷକ ତତ୍ତ୍ୱ ଅବଶୋଷଣରେ ବାଧା ସୃଷ୍ଟି କରିଥାଏ ।
ମଦ୍ୟପାନ କିମ୍ବା ଧୂମପାନରୁ ଦୂରେଇ ରୁହନ୍ତୁ:-ଯଦିଓ ଏହା ଶରୀର ପାଇଁ କ୍ଷତିକାରକ, ଭୋଜନ ପରେ ସେଗୁଡିକ ସ୍ୱାସ୍ଥ୍ୟ ପ୍ରତି ବିପଦକୁ ଆହୁରି ବୃଦ୍ଧି କରିଥାଏ ।

- Advertisement -

Leave A Reply

Your email address will not be published.