ଏପ୍ରିଲମାସ ୧୩ତାରିଖ ୨୦୨୬ମସିହା(ସୋମବାର)ବୈଶାଖମାସ- କୃଷ୍ଣପକ୍ଷ, ତିଥି-ଏକାଦଶୀ ରାତ୍ରି ଘ୦୧/୧୬ଗତେ ଦ୍ୱାଦଶୀ,ନକ୍ଷତ୍ର- ଧନିଷ୍ଟା ଦିବା ଘ୦୪/୫୧ଗତେ ଶତଭିଷା,ସୁର୍ୟୋଦୟ-ପ୍ରାତଃଘ୦୫/୩୫/୨୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୨୭,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୦୧/୧୬ଗତେ ଦକ୍ଷିଣେ, ମିଥୁନରାଶିର ଘାତବାର,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ରାତ୍ରି ଘ୦୧/୧୬ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୦୬ଗତେ ଘ୦୮/୪୦ମଧ୍ୟେ,ବାରବେଳା- ଦିବା ଘ୦୨/୫୬ଗତେ ଘ୦୪/୨୯ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୭/୦୫ ମଧ୍ୟେ ଓ ଘ୧୦/୪୧ଗତେ ଘ୧୨/୪୮ମଧ୍ୟେ ରାତ୍ରି ଘ୦୬/୪୮ଗତେ ଘ୦୯/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ଦିବା ଘ୦୪/୩୦ ଗତେ ଘ୦୪/୪୯ ମଧ୍ୟେ,ଅଦ୍ୟ ଶିମ୍ବ ଭକ୍ଷଣ ନିଷେଧ।
ମେଷ:-ଆଜି ଦାମ୍ପତ୍ୟଜୀବନରେ ସୁଖ ଅନୁଭବ କରିବେ।ପାରିବାରିକ ସଦସ୍ୟ ଏବଂ ନିକଟସ୍ଥବନ୍ଧୁମାନଙ୍କ ସହିତ ଉତ୍ତମଭୋଜନ କରିବାର ସୁଯୋଗମିଳିବ। ଛୋଟଯାତ୍ରାର ଆୟୋଜନ ହୋଇପାରେ। ସ୍ଵାସ୍ଥ୍ୟ ଭଲ ରହିବ।ସ୍ନେହୀଜନ ମାନଙ୍କଠାରୁ ଶୁଭସମାଚାର ମିଳିପାରେ।
ବୃଷ:-ଆଜି ଆପଣଙ୍କ ଅଧୂରାକାର୍ଯ୍ୟ ସମ୍ପୂର୍ଣ୍ଣ ହେବ ତଥା କାର୍ଯ୍ୟରେ ସଫଳତା ଏବଂ ଯଶପ୍ରାପ୍ତି ହେବ।ଘରେ ଶାନ୍ତି ଏବଂ ଆନନ୍ଦର ବାତାବରଣ ରହିବ। ସ୍ଵାସ୍ଥ୍ୟ ଭଲ ରହିବ। ଆର୍ଥିକଲାଭ ହେବ। ଅଫିସରେ ମନମାଳିନ୍ୟ ହୋଇପାରେ। ତେଣୁ ସାବଧାନ ରହିବାଆବଶ୍ୟକ ଅଟେ।
ମିଥୁନ:-ଦିନରଆରମ୍ଭ ଚିନ୍ତା ଏବଂ ଉଦ୍ଵେଗ ସହିତ ହେବ। ସ୍ଵାସ୍ଥ୍ୟକୁ ନେଇ କରି ମଧ୍ୟ ଅସୁବିଧା ହୋଇପାରେ।ଆକସ୍ମିକ ଧନଖର୍ଚ୍ଚ ହୋଇପାରେ। ପ୍ରେମ ପ୍ରସଂଗରେ ମନମାଳିନ୍ୟ ହୋଇପାରେ।ଯାତ୍ରାରେ ଅସୁବିଧା ଆସିପାରେ।
କର୍କଟ:-ନକାରାତ୍ମକ ବିଚାର ହତାଶା ସୃଷ୍ଟି କରିବ। ଶାରୀରିକ ଏବଂ ମାନସିକ ରୂପରେ ଅସୁସ୍ଥତା ଅନୁଭବ କରିବେ।ମାତା-ପିତାଙ୍କର ସହିତ ମତଭେଦ ହୋଇପାରେ। ଜମି,ବାସଗୃହ ତଥା ବାହନ ଆଦିର କାଗଜପତ୍ରରେ ସାବଧାନ ରହିବେ।
ସିଂହ:-ଆଜି ବିନା ଭାବିବିଚାରି କୌଣସି କାର୍ଯ୍ୟ କରନ୍ତୁ ନାହିଁ। କାର୍ଯ୍ୟରେ ସଫଳତା ସେତେବେଳେ ଆପଣଙ୍କୁ ମିଳିବ ଯେତେବେଳେ,ପ୍ରତିଯୋଗୀମାନଙ୍କୁ ପରାସ୍ତ କରିପାରିବେ। ଭାଇବନ୍ଧୁ ଏବଂ ପଡ଼ୋଶୀମାନଙ୍କ ସହିତ ଖୂବ ଭଲ ସମ୍ବନ୍ଧ ରହିବ। ଆର୍ଥିକ ଲାଭ ମଧ୍ୟ ହେବ।
କନ୍ୟା:-ଆପଣଙ୍କ ଅନିୟନ୍ତ୍ରିତ ବାଣୀ କାହା ସହିତ ମନମାଳିନ୍ୟ କରାଇପାରେ। ଦ୍ୱନ୍ଦ୍ୱରେ ଫସିଥିବା ମନ ଆପଣଙ୍କୁ କୌଣସି ଠୋସ ନିର୍ଣ୍ଣୟ ନେବାକୁ ଦେବ ନାହିଁ। ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ନେବାପୂର୍ବରୁ ଭାବି ବିଚାରି ନିଅନ୍ତୁ। ସ୍ଵାସ୍ଥ୍ୟ ପ୍ରତି ଧ୍ୟାନ ରଖିବେ।
ତୁଳା:-ମନରେ ଖୁସି ଏବଂ ପ୍ରଫୁଲ୍ଲିତ ରହିବେ। କୁଟୁମ୍ବ ଏବଂ ମିତ୍ରମାନଙ୍କ ସହିତ ଉତ୍ତମଭୋଜନ,ଯାତ୍ରା କିମ୍ବା ସାକ୍ଷାତର ସୁଯୋଗ ମିଳିବ। ଜୀବନସାଥୀଙ୍କ ସହିତ ଆତ୍ମୀୟତାର ସୁଯୋଗ ଆସିବ। ଆର୍ଥିକ ଲାଭ ହେବ। ଶୁଭ ସମାଚାର ପ୍ରାପ୍ତ ହେବ।
ବିଛା:-ଆଜିରଦିନ ଆପଣଙ୍କପାଇଁ ଟିକେ କଷ୍ଟଦାୟକ ହୋଇପାରେ। ସ୍ଵାସ୍ଥ୍ୟ ଖରାପ ହୋଇପାରେ।ପାରିବାରିକ ସଦସ୍ୟ ମାନଙ୍କ ସହିତ କଳହ କାରଣରୁ ମନ ଦୁଃଖୀ ହେବ।କୋର୍ଟ-କଚେରୀ ମାମଲାରେ ସାବଧାନରହିବେ।ଅଧିକ ଖର୍ଚ୍ଚ ହେବାରୁ ଆର୍ଥିକ ଅସୁବିଧା ଆସିପାରେ।
ଧନୁ:-ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଆଜିର ଦିନ ଲାଭକାରୀ ପ୍ରମାଣିତ ହେବ। ମିତ୍ର ତଥା ବନ୍ଧୁମାନଙ୍କସହିତ ବାହରକୁ ଯାତ୍ରା କରିପାରନ୍ତି। ମାଙ୍ଗଳିକ ପ୍ରସଙ୍ଗରେ ଉପସ୍ଥିତ ହେବେ।ମହିଳା ମିତ୍ର ତଥା ପତ୍ନୀ ଏବଂ ପୁତ୍ର ଲାଭ ହେବ। ବୈବାହିକ ସମସ୍ୟାର ସମାଧାନ ହେବ।
ମକର:- ଆପଣଙ୍କ ପ୍ରତ୍ୟେକକାର୍ଯ୍ୟ ନିର୍ଵିଘ୍ନରେ ସମ୍ପୂର୍ଣ୍ଣ ହେବ, ଯେଉଁଥିରେ ଆପଣ ଖୁସି ରହିବେ।ଚାକିରି-ବ୍ୟବସାୟ କ୍ଷେତ୍ରରେ ପରିସ୍ଥିତି ଅନୁକୂଳ ରହିବ ଏବଂ କାର୍ଯ୍ୟରେ ସଫଳତା ମିଳିବ।ଗୃହସ୍ଥ ଜୀବନରେ ଆନନ୍ଦ ରହିବ। ଧନ ପ୍ରାପ୍ତି ଏବଂ ପଦୋନ୍ନତିର ଯୋଗଅଛି।
କୁମ୍ଭ:-ଆଜି ମାନସିକ ଅସୁସ୍ଥତା ଆପଣଙ୍କୁ ଅସୁବିଧା କରିପାରେ। ସ୍ଵାସ୍ଥ୍ୟ ସମ୍ବନ୍ଧରେ ଅଭିଯୋଗ ରହିବ।ଚାକିରିରେ ଉଚ୍ଚ ଅଧିକାରୀମାନଙ୍କ ସହିତ ସାବଧାନ ପୂର୍ବକ କାର୍ଯ୍ୟ କରନ୍ତୁ।ସନ୍ତାନମାନଙ୍କରସମସ୍ୟା ଆପଣଙ୍କୁ ଚିନ୍ତିତ କରିପାରେ। ପ୍ରତିଦ୍ୱନ୍ଦୀ ନିଜର ଚାଲରେ ସଫଳ ହେବେ।
ମୀନ:-ଆଧ୍ୟାତ୍ମିକତା ପ୍ରତି ଆକର୍ଷଣ ବଢ଼ିବ।ବାଣୀ ତଥା ବ୍ୟବହାର ଉପରେ ନିୟନ୍ତ୍ରଣ ରଖିଲେ ବହୁତ ଭ୍ରମଧାରଣାରୁ ବଞ୍ଚିତହୋଇପାରିବେ। ଅଚାନକ ଧନ ଲାଭ ହେବ। ଶତ୍ରୁମାନଙ୍କଠାରୁ ବଞ୍ଚିକରିରୁହନ୍ତୁ।ମହିଳା ଏବଂ ପାଣିକୁ ସଂଭାଳିକିରି ରୁହନ୍ତୁ।

ଭଗବାନ ଶିବଙ୍କର ଅତିପ୍ରିୟ “ରୁଦ୍ରାଭିଷେକ” (Rudra Abhishek) ପୂଜାରେ ବ୍ୟବହୃତ ଦ୍ରବ୍ୟଗୁଡ଼ିକର ମହତ୍ତ୍ବ ଓ ଲାଭ ବିଷୟରେ ଜାଣିବା…
ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କ ପୂଜାର ଅନେକ ମହତ୍ତ୍ବ ରହିଛି। ବିଶେଷକରି “ରୁଦ୍ରାଭିଷେକ” ଶିବପୂଜାର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଂଶ। ‘ରୁଦ୍ର’ ହେଉଛନ୍ତି ଭଗବାନ ଶିବଙ୍କର ଏକ ଉଗ୍ରରୂପ, ଯାହାଙ୍କୁ ସନ୍ତୁଷ୍ଟ କରିବାପାଇଁ ଏହି ଅଭିଷେକ କରାଯାଇଥାଏ। ଭକ୍ତମାନେ ଶ୍ରଦ୍ଧାର ସହିତ ବିଭିନ୍ନ ପବିତ୍ରଦ୍ରବ୍ୟରେ ଶିବଲିଙ୍ଗକୁ ଅଭିଷେକ କରି ସୁଖ, ସମୃଦ୍ଧି ଓ ଆତ୍ମିକ ଶାନ୍ତିପ୍ରାପ୍ତ କରନ୍ତି। ରୁଦ୍ରାଭିଷେକରେ ବ୍ୟବହୃତ ଦ୍ରବ୍ୟ ଗୁଡ଼ିକର ମହତ୍ତ୍ବ, ଲାଭ ଓ ସମ୍ପୃକ୍ତ ମନ୍ତ୍ରଗୁଡ଼ିକ ବିଷୟରେ ଜାଣିବା:-
୧. ଜଳ (ପାଣି):-ରୁଦ୍ରାଭିଷେକରେ ଜଳର ଅଭିଷେକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ । ଶିବଙ୍କର ଉଗ୍ର ରୂପକୁ ଶାନ୍ତ କରିବା ପାଇଁ ଶୀତଳ ଜଳ ପ୍ରଦାନ କରାଯାଏ । ଏହା ମନ ଓ ଶରୀରକୁ ପବିତ୍ର କରେ ।
ମହତ୍ତ୍ବ:- ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ।
ଲାଭ:-‘ଓଁ ଗଙ୍ଗେଶ୍ବରାୟ ନମଃ’ ମନ୍ତ୍ର ଜପ କରି ଜଳ ଅଭିଷେକ କଲେ ପବିତ୍ରତା ଓ ଶାନ୍ତି ପ୍ରାପ୍ତ ହୁଏ ।
୨. ଦହି:-ଶିବଲିଙ୍ଗକୁ ଦହିରେ ଅଭିଷେକ କରିବା ଦ୍ୱାରା ଜୀବନରେ ସୁଖ-ଶାନ୍ତି ଓ ସମୃଦ୍ଧି ପ୍ରାପ୍ତ ହୁଏ ।
ମହତ୍ତ୍ବ:-ଉର୍ବରତା ଓ ସମୃଦ୍ଧିର ପ୍ରତୀକ।
ଲାଭ:-‘ଓଁ ସୋମେଶ୍ବରାୟ ନମଃ’ ମନ୍ତ୍ର ଜପ କରି ଦହି ଅଭିଷେକ କଲେ ସୁଖ-ଶାନ୍ତି ଓ ସନ୍ତାନ ପ୍ରାପ୍ତି ହୁଏ ।
୩.ଘିଅ (ଘୃତ):-ଶିବଙ୍କୁ ଘିଅରେ ଅଭିଷେକ କରିବା ଦ୍ୱାରା ନକାରାତ୍ମକତା ଦୂର ହୋଇଥାଏ ଏବଂ ଜ୍ଞାନର ବିକାଶ ହୁଏ ।
ମହତ୍ତ୍ବ:-ଆଧ୍ୟାତ୍ମିକ ଜ୍ଞାନ ଓ ସମର୍ପଣର ପ୍ରତୀକ।
ଲାଭ:-ଓଁ ଶିବାୟ ନମଃ’ ମନ୍ତ୍ର ଜପ କରି ଘିଅ ଅଭିଷେକ କଲେ ନକାରାତ୍ମକତା ଦୂର ହୁଏ ଏବଂ ଆରୋଗ୍ୟ ପ୍ରାପ୍ତି ହୁଏ ।
୪.ପଞ୍ଚାମୃତ:-ଏହି ମହତ୍ତ୍ବପୂର୍ଣ୍ଣ ସମ୍ମିଶ୍ରଣଟି ହେଉଛି ପଞ୍ଚାମୃତ (ଦୁଧ, ଦହି, ମହୁ, ଘିଅ, ଚିନି) । ଶିବଙ୍କର ଏହା ଅତ୍ୟନ୍ତ ପ୍ରିୟ ଅଭିଷେକ ।
ମହତ୍ତ୍ବ:-ମହାପାପ ମୁକ୍ତି ଓ ସମର୍ପଣର ପ୍ରତୀକ।
ଲାଭ:-ଓଁ ରସେଶ୍ବରାୟ ନମଃ’ ମନ୍ତ୍ର ଜପ କରି ପଞ୍ଚାମୃତ ଅଭିଷେକ କଲେ ସକଳ ପାପରୁ ମୁକ୍ତି ମିଳେ ଓ ଆଧ୍ୟାତ୍ମିକ ଶକ୍ତି ପ୍ରାପ୍ତ ହୁଏ।
୫.ମହୁ:-ମହୁଦ୍ୱାରା ଶିବଙ୍କର ଅଭିଷେକ କଲେ ମନକୁ ଶାନ୍ତି ଓ ସନ୍ତୋଷ ପ୍ରାପ୍ତ ହୁଏ ।
ମହତ୍ତ୍ବ:-ଶୀତଳତା ଓ ମଧୁରତାର ପ୍ରତୀକ।
ଲାଭ:-‘ଓଁ ମଧୁରେଶ୍ବରାୟ ନମଃ’ ମନ୍ତ୍ର ଜପ କରି ମହୁ ଅଭିଷେକ କଲେ ମନ ଶାନ୍ତ ରହେ ଏବଂ ଚିନ୍ତା ଦୂର ହୁଏ।
୬.ଚିନି (ଶର୍କରା):-ଶିବଙ୍କୁ ଚିନିରେ ଅଭିଷେକ କରିବା ଦ୍ୱାରା ଜୀବନରେ ମଧୁରତା ଓ ସୁଖ-ସମୃଦ୍ଧି ଆସିଥାଏ।
ମହତ୍ତ୍ବ:-ସ୍ବାଦ ଓ ପାଳନର ପ୍ରତୀକ।
ଲାଭ:-ଓଁ ଶର୍କରେଶ୍ବରାୟ ନମଃ’ ମନ୍ତ୍ର ଜପକରି ଚିନି ଅଭିଷେକ କଲେ ସୁଖଦାୟୀ ସାଥୀ ଓ ଦୁଃଖରୁ ମୁକ୍ତି ମିଳେ
୭.ଫଳ (ଶ୍ରୀଫଳ):-ଶିବଙ୍କୁ ଫଳ ଅର୍ପଣ କରିବା ଦ୍ୱାରା ଇଚ୍ଛା ପୂରଣ ହୋଇଥାଏ ଏବଂ ଜୀବନରେ ସଫଳତାପ୍ରାପ୍ତ ହୁଏ।
ମହତ୍ତ୍ବ:-ସୃଷ୍ଟି ଓ ପବିତ୍ରତାର ପ୍ରତୀକ।
ଲାଭ:-ଓଁ ଶ୍ରୀଶ୍ବରାୟ ନମଃ’ ଏବଂ ‘ଓଁ ଫଳ ପ୍ରଦାୟ ନମଃ’ ମନ୍ତ୍ର ଜପ କରି ଫଳ ଅର୍ପଣ କଲେ ମନସ୍କାମନା ପୂରଣ ଓ ସଫଳତା ପ୍ରାପ୍ତ ହୁଏ ।
୮.ଦୀପ ଓ ଧୂପ:-ଶିବଙ୍କୁ ଦୀପ ଓ ଧୂପ ଦେଖାଇବା ଦ୍ୱାରା ଆଧ୍ୟାତ୍ମିକ ଜ୍ଞାନର ଆଲୋକ ଓ ପବିତ୍ରତା ବ୍ୟାପିଥାଏ।
ମହତ୍ତ୍ବ:-ଭକ୍ତି ଓ ପବିତ୍ରତାର ପ୍ରତୀକ।
ଲାଭ:-ଓଁ ସୁଗନ୍ଧୟୈ ନମଃ’ ମନ୍ତ୍ର ଜପ କରି ଧୂପ-ଦୀପ ଅର୍ପଣ କଲେ ମନ ପବିତ୍ର ଓ ଆଧ୍ୟାତ୍ମିକଶକ୍ତି ଜାଗ୍ରତ ହୁଏ ।
୯.ଆଖୁ ରସ:-ଶିବଙ୍କୁ ଆଖୁ ରସରେ ଅଭିଷେକ କଲେ ଜୀବନରେ ସୁଖ-ସମୃଦ୍ଧି ଓ ଧନପ୍ରାପ୍ତ ହୁଏ।
ମହତ୍ତ୍ବ:-ବୃଦ୍ଧି ଓ ସମୃଦ୍ଧିର ପ୍ରତୀକ।
ଲାଭ:-ଓଁ ରସପାଣହେ ନମଃ’ ମନ୍ତ୍ର ଜପ କରି ଆଖୁ ରସ ଅଭିଷେକ କଲେ ଆୟ ବୃଦ୍ଧି ଓ ସମୃଦ୍ଧି ପ୍ରାପ୍ତ ହୁଏ ।
୧୦.କେଶର ଜଳ:-ଶିବଙ୍କୁ କେଶର ଜଳରେ ଅଭିଷେକ କଲେ ଜୀବନରେ ରଙ୍ଗ ଓ ସୃଜନଶୀଳତା ଆସିଥାଏ।
ମହତ୍ତ୍ବ:-ରଙ୍ଗ ଓ ସୃଜନଶୀଳତାର ପ୍ରତୀକ।
ଲାଭ:-ଓଁ କେଶବାୟ ନମଃ’ ମନ୍ତ୍ର ଜପ କରି କେଶର ଜଳ ଅଭିଷେକ କଲେ କଳା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୁଏ ।।ଜୟ ଜଗନ୍ନାଥ,ଜୟ ସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
