ଆଜିର ତାଜାଖବର

0 384

ସୁପ୍ରଭାତ ,ଆଜି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ(ବଡ଼ଦିନ), ତାରିଖ – ୨୫/୧୨/୨୦୨୦(ଶୁକ୍ରବାର)
୧. ପ୍ରସିଦ୍ଧ ଗୀତିକାର, କବି ଗୁଲ୍‌ଜାର୍ ଇତିମଧ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ତାଙ୍କରି ଲିଖିତ ଏକ ପୁସ୍ତକ ପଠାଇଛନ୍ତି। ଯେଉଁଥିରେ ପ୍ରଥମ ପୃଷ୍ଠାରେ ସେ ହଳଧର ନାଗଙ୍କୁ ସ୍ଥାନ ଦେଇଛନ୍ତି ।
୨. ଓଡିଶା ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି । ଶୁକ୍ରବାର ଠାରୁ ଛୁଟି ରହୁଥିବା ବେଳେ ୨୦୨୧, ଜାନୁଆରି ୪ରେ ହାଇକୋର୍ଟ ଖୋଲିବ ୩. ଭୁବନେଶ୍ୱର : ଯୋଜନାରେ ସୀମିତ କଟକଣା, ବଢ଼ିଚାଲିଛି ଦୁର୍ଘଟଣା; ୬ବର୍ଷରେ ଦୁର୍ଘଟଣା ମୃତ୍ୟୁ ବଢ଼ିଛି ୩୬ ପ୍ରତିଶତ।
୪. ଦୂର ହେବ ପଥର କାରିଗରଙ୍କ କଂଚାମାଲ ସମସ୍ୟା, ମାସକ ମଧ୍ୟରେ ସ୍ୱତନ୍ତ୍ର ନିୟମ ପ୍ରଣୟନ ।
୫. ଘରେ ଘରେ ଖ୍ରୀଷ୍ଟମାସ୍‌: ଚର୍ଚ୍ଚରେ ଜମିବନି ବଡଦିନ ।
୬. ଆଇପିଏଲ୍‌ର ଆସନ୍ତା ସଂସ୍କରଣ ସିଏସ୍‌କେ ତରଫରୁ ଖେଳି​ବେ ରାଇନା ୭. ‘ଅଶ୍ବିନ୍ ମ୍ୟାନେଜମେଣ୍ଟ ଆକ୍ରୋଶର ଶିକାର ହୋଇଛନ୍ତି’ । ଅଭିଯୋଗ କରିଛନ୍ତି ସୁନୀଲ ଗାଭାସ୍କର ।
୮. ଆସନ୍ତା କାଲି ଠାରୁ ଧଉଳି ଶାନ୍ତସ୍ତୂପକୁ ଗଡ଼ିବ ସଟଲ ବସ । ପୂର୍ବଭଳି ବସଷ୍ଟାଣ୍ଡରୁ ପର୍ଯ୍ୟଟକମାନେ ସଟଲ ବସରେ ବସି ୧ କିମି ଦୂର ବିଶିଷ୍ଟ ଶାନ୍ତିସ୍ତୂପକୁ ନିରାପଦରେ ଯାତାୟତ କରିପାରିବେ ।
୯. ପରୀହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି: ସଦର ବିଜେପି ପକ୍ଷରୁ ପଦଯାତ୍ରା-ବିକ୍ଷୋଭ ।
୧୦. ଜମ୍ମୁ କଶ୍ମୀରରେ ଆୟୁଷ୍ମାନ ଭାରତ ପିଏମ୍‌-ଜେଏୱାଇ ସେହତ୍ କାର୍ଯ୍ୟକ୍ରମ ଡିସେମ୍ବର ୨୬ରେ ହେବ ଶୁଭାରମ୍ଭ ।
୧୧. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନ୍‌ଫରେନ୍ସିଂ ବ୍ୟବସ୍ଥାରେ ଶାନ୍ତିନିକେତନ ସ୍ଥିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକ ଉତ୍ସବରେ ଉଦ୍‌ବୋଧନ ଦେଇଛନ୍ତି ।
୧୨. ଦସ୍ତଖତ ନେଇ ପହଞ୍ଚିଲା ହାତଟ୍ଟ ନୂଆ କୃଷି ଆଇନ ପ୍ରତିବାଦରେ ରାଷ୍ଟ୍ରପତିଙ୍କୁ ଭେଟିଲା କଂଗ୍ରେସ । ୨ କୋଟି ଚାଷୀଙ୍କ ଦସ୍ତଖତ ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କଲେ ରାହୁଲ ।
୧୩. ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଗାଁ ପାଇଁ ଟାଉନ୍ ପ୍ଲାନିଂ ସ୍ମିମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର ଉପକଣ୍ଠରେ ଥିବା ୫୮ଟି ରାଜସ୍ୱ ଗାଁ ପାଇଁ ୪୫ଟି ଟାଉନ୍ ପ୍ଲାନିଂ ସ୍କିମକୁ ଅନୁମୋଦନ କରିଛନ୍ତି ।
୧୪. ଭିତରକନିକାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଅରଣ୍ୟ ନିବାସ’ ର ଶୁଭ ଉଦଘାଟନ କଲେ ।
୧୫. ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ବାସୀଙ୍କ ପାଇଁ ଖୁସି ଖବର। ଜିଲ୍ଲାର ରାଉରକେଲା ସହରରେ ହେବ ଭାରତର ସର୍ବବୃହତ ହକି ଷ୍ଟାଡିୟମ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ଘୋଷଣା କରିଛନ୍ତି।
୧୬. BCCI ସିନିୟର ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ।
୧୭. କରୋନାରେ ମୃତ୍ୟବରଣ କରିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ ପହଞ୍ଚିଲେ କୋର୍ଟରେ, ସରକାରଙ୍କୁ ମାଗିଲେ ୧୦ କୋଟି ଡଲାର କ୍ଷତିପୂରଣ ।
୧୮. ନେହେରୁ ଷ୍ଟାଡିୟମ୍ ଠାରେ ନୂତନ ଜିମ୍‌ନାସିୟମ୍ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ
୧୯. ଡିସେମ୍ବର ୨୮ରେ ଦେଶରେ ଗଡିବ ପ୍ରଥମ ଚାଳକ ରହିତ ଟ୍ରେନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।
୨୦. କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦକୁ ସାଢେ ୧୫ ବର୍ଷ ଜେଲ ।
୨୧. ୨୦୨୨ରୁ ଆଇପିଏଲରେ ଖେଳିବେ ୧୦ଟି ଦଳ, ପ୍ରଥମ ଶ୍ରେଣୀ କ୍ରିକେଟରଙ୍କୁ ମିଳିବ କ୍ଷତିପୂରଣ ।
୨୨. ଖୋର୍ଦ୍ଧା ଜିଲାରେ ଜାନୁଆରୀ ୩ରୁ ଖୋଲିବ ଧର୍ମାନୁଷ୍ଠାନ ।
୨୩. ମୁମ୍ବାଇ : ପୁଣି ଫେରିଲା ପୁଞ୍ଜି ବଜାରରେ ଚମକ; ଦୁଇଦିନ ପରେ ୪୭୦୦୦ ପଏଣ୍ଟ ନିକଟତର ସେନସେକ୍ସ ।
୨୪. ବ୍ରିଟେନ ଫେରନ୍ତାଙ୍କୁ ନେଇ ବଡ ଖବର । ବ୍ରିଟେନରୁ ଓଡିଶା ଫେରିଛନ୍ତି ୪୩ ଜଣ । ତଥ୍ୟ ଦେଲେ ସରକାର ।
୨୫. ଆୟାର୍ଲାଣ୍ଡ , ଇସ୍ରାଏଲକୁ ବ୍ୟାପିଲା କରୋନାର ନୂଆ ଷ୍ଟ୍ରେନ ।
୨୬. ନୂଆଦିଲ୍ଲୀ : ପୁଣି ୨୪ ,୭୧୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ।
୨୭. ଜାନୁଆରୀରୁ ୧ରୁ ୪–ଚକିଆ ଗାଡ଼ି ପାଇଁ ଫାଷ୍ଟାଗ୍ ବାଧ୍ୟତାମୂଳକ ହେବ ୨୮. ରାଜ୍ୟରେ ଗୋଟିଏ ଦିନରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୭୫୪୨କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.