ଗୁରୁତ୍ୱ ଦେଉନାହିଁ ଜଙ୍ଗଲବିଭାଗ,ଦନ୍ତା ଆକ୍ରମଣର ଶିକାର ହେଲେ ବୃଦ୍ଧ

0 449

ଚୈାଦ୍ୱାର,୨୫/୧୨(ଏସ୍‌ଏସ୍‌ନିୟୁଜ)ଗତ ମାସ ହେବ ଚୈାଦ୍ୱାର ଅଂଚଳରେ ହାତୀମାନଙ୍କ ଦୈାରାମ୍‌୍ୟ କମିବାର ନା ଧରୁନାହିଁ ।ଚନ୍ଦକା-ଡମପଡା ଅଭୟାରଣ୍ୟରୁ ଏକ ହାତୀ ପଲ୍ଲ ବାହାରି ଆସି ଚୈାଦ୍ୱାରର ବିଭିର୍ଣ ଅଂଚଳର ଚାଷଜମିରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି ।ଏବେ ଧାନ ଅମଳ ସମୟ ହୋଇଥିବାରୁ ପାଚେଲା ଧାନ କୁ ଯେତିକି ଖାଉଛନ୍ତି ,ସେତିକି ଦଳି ମକଚି ନଷ୍ଟ କରୁଛନ୍ତି ।ଏହାସହିତ ଚାଷୀମାନେ ଧାନ ଅମଳ କରି ଚାଷ କ୍ଷେତରେ ରଖିଥିଲେ କାମ ସରିଗଲା ।ଆଉ ଆମଦାନି କଥା ଭୁଲିଯାଇଛନ୍ତି ଚଷୀ ।ଏହି ହାତୀପଲ୍ଲ ସନ୍ଧ୍ୟା ହେବାମାତ୍ରେ ନିକଟସ୍ଥ କାଜୁବଗିଚାରୁ ବାହାରି ଉପ୍ତାତ ଆରମ୍ଭ କରୁଛନ୍ତି ।ଏମାନଙ୍କ ସହ ଏକ ଦନ୍ତା ରହିଥିବାରୁ ତାହାର ଉପ୍ତାତ ବଢିଯାଇଛି ।ଦନ୍ତାପାଇଁ ସନ୍ଧ୍ୟା ହେବାମାତ୍ରେ ସାଧାରଣ ଲୋକ ଘରୁ ବାହାରିବାକୁ ନିାରପଦ ମଣୁନାହାନ୍ତି । ଜଙ୍ଗଲବିଭାଗ ର କେତେଜଣ କର୍ମଚାରୀ ଆସି କେବଳ ଲୋକଦେଖାଣିଭାବେ ଚାଷୀମାନଙ୍କୁ ଭ୍ରମିତ କରିବା ପାଇଁ ଜଗୁଛନ୍ତି ।କିନ୍ତୁ ହାତୀପଲ୍ଲକୁ ଘଉଡାଇବାପାଇଁ ପକୃତ ପକ୍ଷେ ଉଦ୍ୟମ କରାଯାଉନାହିଁ ।ଯାହାର ଫଳ ସ୍ୱରୁପ ଆଜି ସକାଳୁ ହଳଦୀବସନ୍ତର ଲାଭା ଲେଙ୍କା ଧାନ କାଟିବାକୁ ଆସିଥିବାବେଳେ ଧାନଖାଇ ଫେରୁଥିବା ହାତୀ ପଲ୍ଲ ହାବୁଡରେ ପଡିଯାଇଥିଲେ ।କୈାଶଳକ୍ରମେ ଖସିବାକୁ ଚେଷ୍ଟା କରି ଥିଲେ ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ଆହତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁ ଥିବାର ଜଣାପଡିଛି ।ଏହି ଘଟଣା ପରେ ଜଙ୍ଗଲବିଭାଗର ଅଧିକାରୀ ମାନଙ୍କ ର ଖାମଖିଆଲ ମନୋଭାବକୁ ନେଇ ସାଧାରଣଲୋକମାନେ ପ୍ରଶ୍ନ ଉଠା ଇଛନ୍ତି ।(ଚୈାଦ୍ୱାରରୁ ଶ୍ରୀକାନ୍ତ ଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.