ଆଜିର ରାଶିଫଳ

0 138

୨୦୨୪ମସିହା ଫେବୃଆରୀମାସ ୨୮ତାରିଖ ବୁଧବାର।ସୁର୍ଯ୍ୟୋଦୟ- ଘ୬/୧୧/୨୨ ,ସୂର୍ଯ୍ୟାସ୍ତ- ଘ୫/୪୭/୩୦ ,ଫାଲ୍ଗୁନମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ରାତ୍ରି ଘ୪/୨୬ମି ପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ରାତ୍ରି ଘ୪/୨୬ମିପରେ ଦକ୍ଷିଣଦିଗରେ।ରିକ୍ତାତିଥିଦୋଷ ହେତୁ ରାତ୍ରିଘ୪/୨୬ମିପରେ ରାତ୍ରିଶେଷପର୍ଯ୍ୟନ୍ତ ଯାତ୍ରାଶୁଭ।ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର-ରାତ୍ରି ଘ୯/୪୬ମିମଧ୍ୟେ ବୃଷରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ମୂଳାଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ଦିବା ଘ୯/୨ମିରୁ ଘ୧୦/୩୦ମିପର୍ଯ୍ୟନ୍ତ।ବାରଵେଳା ଦିବାଘ୧୧/୫୮ମି ରୁ ଘ୧/୨୬ମି ପର୍ଯ୍ୟନ୍ତ।କାଳରାତ୍ରି ରାତ୍ରିଘ୩/୨ମି ରୁ ଘ୪/୩୪ମି ପର୍ଯ୍ୟନ୍ତ।ଶୁଭବେଳା–ଅମୃତ ସୂର୍ଯ୍ୟୋଦୟ ରୁ ଦିବାଘ୭/୪୫ମିମଧ୍ୟେ,ଘ୧୨/୩୩ମି ରୁ ଘ୨/୯ମିମଧ୍ୟେ,ସନ୍ଧ୍ୟାଘ୬/୩୭ମି ରୁ ରାତ୍ରି ଘ୯/୧ମିମଧ୍ୟେ, ଘ୧/୪୮ମି ରୁ ନିଶାନ୍ତ ଘ୫/୪୮ମି ପର୍ଯ୍ୟନ୍ତ।ମାହେନ୍ଦ୍ର ଦିବାଘ୪/୩୩ମି ରୁ ସୂର୍ଯ୍ୟାସ୍ତ ଘ୫/୪୮ମି ମଧ୍ୟେ,ରାତ୍ରି ଘ୯/୧ମି ରୁ ଘ୧୦/୩୭ମି ପର୍ଯ୍ୟନ୍ତପୁଷ୍କରଦୋଷ- ମୃତବ୍ୟକ୍ତିର ପୁଷ୍କରଦୋଷ ନାହିଁ।ପ୍ରଥମରଜୋଦର୍ଶନେ-ରଜଶ୍ଚକ୍ରେ ଷୌଭାଗ୍ୟବତୀ,ଶୁଭଦିବା ଘ୮/୨୪ମି ପରେ ଭିକ୍ଷାସିନୀ,ମତାନ୍ତରେବିପୁତ୍ରା।ରାତ୍ରି ଘ୪/୨୬ମିପର୍ଯ୍ୟନ୍ତ ତିଥିଦୋଷ ହେତୁ ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ। ଶୁଭକର୍ମ- ୧୪ନକ୍ଷତ୍ରର ଦ୍ବିତୀୟପାଦ ବିଦ୍ଧ ଏଣୁ ଦିବା ଘ୮/୨୪ମିପରେ ଘ୫ମିମଧ୍ୟେ ଏବଂ ରାତ୍ରି ଘ୯/୪୩ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ୧୪ ନକ୍ଷତ୍ରେ ବିବାହ (ପାଣିଗ୍ରହଣ)।
ମେଷ-ମିତ୍ରମାନଙ୍କ ସହିତ ଆମୋଦପ୍ରମୋଦ କରିବାରଦିନ ଅଟେ। ମିତ୍ରମାନଙ୍କଠାରୁ ଉପହାର ମିଳିବ ତଥା ତାଙ୍କରପଛରେ ଖର୍ଚ୍ଚ ମଧ୍ୟ ହୋଇପାରେ। ନୂଆ ମିତ୍ରତାର କାରଣରୁ ଭବିଷ୍ୟତରେ ଲାଭ ହୋଇପାରେ। ପ୍ରାକୃତିକସ୍ଥଳକୁ ଯାତ୍ରା କରିପାରନ୍ତି।
ବୃଷ-ଆଜିରଦିନ, ଚାକିରି କରୁଥିବାଲୋକମାନଙ୍କ ପାଇଁ ଶୁଭ ଅଟେ। ନୂଆକାର୍ଯ୍ୟର ଆୟୋଜନ ସଫଳତାପୂର୍ବକକରି ପାରିବେ।ଉଚ୍ଚାଧିକାରିମାନଙ୍କର କୃପାଦୃଷ୍ଟି ଆପଣ ଉପରେ ରହିବ। ପ୍ରମୋସନ ମଧ୍ୟ ହୋଇପାରେ। ଗୃହସ୍ଥଜୀବନରେ ମଧୁରତା ଆସିବ। ଆପଣଙ୍କ ଅଧୂରା କାର୍ଯ୍ୟ ପୂର୍ଣ୍ଣ ହେବ। ସରକାରୀ ଲାଭ ମିଳିବ।
ମିଥୁନ-କୌଣସି ନୂଆକାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଆଜିରଦିନ ଅନୁକୂଳ ନୁହେଁ।ଶରୀରରେବ୍ୟଥା ଏବଂ ଆଳସ୍ୟ ରହିବାରୁ କାର୍ଯ୍ୟ କରିବାପାଇଁ ଉତ୍ସାହ ହେବନାହିଁ। ପେଟ ସମ୍ବନ୍ଧିତ ରୋଗରେ ଯନ୍ତ୍ରଣା ହୋଇପାରେ। ଖର୍ଚ୍ଚ ମଧ୍ୟ ଅଧିକ ହୋଇପାରେ।
କର୍କଟ-ଆଜି ସାବଧାନପୂର୍ବକ ବ୍ୟବହାର କରିବାକୁ ପଡ଼ିବ।ପାରିବାରିକ ସଦସ୍ୟମାନଙ୍କ ସହିତ ବାଦବିବାଦ କରନ୍ତୁ ନାହିଁ।ବାଣୀ ତଥା କ୍ରୋଧଉପରେ ନିୟନ୍ତ୍ରଣ ରଖିବେ।ଅଧିକ ଖର୍ଚ୍ ହେବାର ଆଶଙ୍କା ଅଛି। ଈଶ୍ଵରଙ୍କର ସ୍ମରଣ ତଥା ଆଧ୍ୟାତ୍ମିକତା ଲାଭଦାୟୀ ରହିବ।
ସିଂହ- ବୈବାହିକ ଜୀବନରେ ନିଜନିଜ ଭିତରେ କଳହ ହେବାରୁ ପତିପତ୍ନୀଙ୍କ ମଧ୍ୟରେ ଚିନ୍ତା ହୋଇପାରେ।ଜୀବନସାଥୀଙ୍କର ସ୍ଵାସ୍ଥ୍ୟ ବିଗିଡ଼ି ପାରେ। ନିଜର ଭାଗିଦାରୀ ତଥା ବ୍ୟାପାରିମାନଙ୍କ ସହିତ ଶାନ୍ତମନରେ କାମକରନ୍ତୁ।ସମ୍ଭବହେଲେ ନିରର୍ଥକ ଚର୍ଚ୍ଚା କିମ୍ବା ବିବାଦରେ ପଡ଼ନ୍ତୁନାହିଁ।
କନ୍ୟା-ଆଜିରଦିନ ଆପଣ ଫୂର୍ତ୍ତି ତଥା ସୁସ୍ଥ ଅନୁଭବକରିବେ।ଘର ତଥା ଚାକିରିସ୍ଥଳର ବାତାବରଣ ଆନନ୍ଦଦାୟୀ ରହିବ।ସହକର୍ମିମାନଙ୍କର ସହଯୋଗ ମିଳିବ। ଶ୍ୱଶୁରଘରପକ୍ଷରୁ ଭଲସମାଚାର ମିଳିବ।କାର୍ଯ୍ୟ ସଫଳ ହେବାଯୋଗୁଁ ଆପଣଙ୍କୁ ଯଶ ମିଳିବ। ଖର୍ଚ୍ଚ ଅଧିକ ହୋଇପାରେ।
ତୁଳା-ଆପଣଙ୍କଦିନ ମଧ୍ୟମ ଫଳଦାୟୀ ହେବ।ସନ୍ତାନମାନଙ୍କର ଚିନ୍ତା ଆପଣଙ୍କୁ ଅସୁବିଧାରେ ପକାଇପାରେ।ବାଦବିବାଦ କିମ୍ବା ବୌଦ୍ଧିକଚର୍ଚ୍ଚାରୁ ଦୂରରେ ରୁହନ୍ତୁ।ନୂଆକାର୍ଯ୍ୟର ପ୍ରାରମ୍ଭ ଆଜି କରିବା ପରେ, ତାହା ସଫଳ ହେବାର ସମ୍ଭାବନା କମ ହେବ। କୌଣସି ପ୍ରିୟଜନଙ୍କର ସହିତ ଭେଟ ହେବ। ମାନଭଙ୍ଗ ନ ହେଉ, ଏହାର ଧ୍ୟାନରଖିବେ।
ବିଛା- ନିଜସମ୍ବନ୍ଧୀମାନଙ୍କ ସହିତ ମନମାଳିନ୍ୟ ହୋଇପାରେ।ଆର୍ଥିକକ୍ଷତିର ଆଶଂକା ଅଛି।କୌଣସିପ୍ରକାରର କାଗଜପତ୍ରକୁ ସମ୍ଭାଳିକରି ରଖିବେ। ନକାରାତ୍ମକ ବିଚାର ଆପଣଙ୍କ ଉପରେ ପ୍ରଭାବ ପକାଇପାରେ, ଧ୍ୟାନ ରଖିବେ। ସ୍ଵାସ୍ଥ୍ୟପଛରେ ଧନଖର୍ଚ୍ଚ ହୋଇପାରେ।
ଧନୁ-ନୂଆକାର୍ଯ୍ୟର ପ୍ରାରମ୍ଭ ପାଇଁ ଆଜିରଦିନ ଶୁଭ ଅଟେ।ଭାଇବନ୍ଧୁଙ୍କ ସହିତ ମିଳାମିଶାରେ ବୃଦ୍ଧିହେବ ତଥା ପରିଜନମାନଙ୍କର ସହିତ ଯାତ୍ରାକରିବାପାଇଁ ଆୟୋଜନ ହୋଇପାରେ।ସ୍ଵାସ୍ଥ୍ୟ ଭଲ ରହିବ। ଭାଗ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି। କାର୍ଯ୍ୟରେ ସଫଳତା ମିଳିବ।
ମକର-ପରିଜନମାନଙ୍କ ସହିତ କଳହର ପ୍ରସଙ୍ଗ ନ ହେଉ, ଏହାର ଧ୍ୟାନ ରଖିବେ। ବାଣୀ ଉପରେ ନିୟନ୍ତ୍ରଣ ରଖିଲେ ଆପଣଙ୍କୁ ପ୍ରତ୍ୟେକ ଅସୁବିଧା ଦୂର ହେବ।ଶେୟାରସଟ୍ଟାରେ ପୁଞ୍ଜିନିବେଶ କରିବାର ଆୟୋଜନ ଆପଣକରି ପାରିବେ।ସ୍ୱାସ୍ଥ୍ୟ ମଧ୍ୟମ ରହିବ।ଆଖିରେ ପୀଡ଼ା ହେବାର ଆଶଂକା ଅଛି।
କୁମ୍ଭ- ଆଜିରଦିନ ଶୁଭ ଫଳଦାୟୀଅଟେ।ଶାରୀରିକ ତଥା ମାନସିକରୂପରେ ଆପଣ ପ୍ରସନ୍ନ ରହିବେ।ଭୌତିକ ତଥା ଆଧ୍ୟାତ୍ମିକ ଦୃଷ୍ଟିରୁ ଆପଣଙ୍କୁ ଭଲ ଅନୁଭବ ହୋଇପାରେ। ପରିଜନମାନଙ୍କ ସହିତ ପ୍ରବାସରେ ଭୋଜନ କରିବା ତଥା ଉପହାର ମିଳିବା ଉପରେ ଆପଣ ଆନନ୍ଦିତ ହେବେ।
ମୀନ-ଲୋଭ କରନ୍ତୁ ନାହିଁ।ଆର୍ଥିକ ବିଷୟରେ ବହୁତ ସାବଧାନ ରୁହନ୍ତୁ।ଶାରୀରିକ ସ୍ଵାସ୍ଥ୍ୟ ବିଗିଡ଼ିପାରେ।ଏକାଗ୍ରତା ମଧ୍ୟ କମ ହୋଇପାରେ।ଧାର୍ମିକ କାର୍ଯ୍ୟଗୁଡ଼ିକ ପଛରେ ଧନ ଖର୍ଚ୍ଚ ହୋଇପାରେ।ପରିଜନମାନଙ୍କ ସହିତ ମତଭେଦହେବାର ଆଶଙ୍କାଅଛି।

ମଣିଷର ମୃତ୍ୟୁପରେ ପତ୍ନୀ ଏରୁଣ୍ଡିବନ୍ଧ ଯାଏ, ଆତ୍ମୀୟସ୍ବଜନ ଶ୍ମଶାନଯାଏ ଓ ପୁତ୍ର ଅଗ୍ନିଦାନଯାଏ ଯାଆନ୍ତି; କିନ୍ତୁ କେବଳ ଗୋଟିଏ ମାତ୍ର ଜିନିଷ ମଣିଷସହ ଈଶ୍ବରଙ୍କ ନିକଟକୁଯାଏ, ତାହାହେଉଛି ମଣିଷରକର୍ମ।
ଏଣୁ ଈଶ୍ବରଙ୍କୁ ନୁହେଁ, ନିଜ କର୍ମକୁ ହିଁ ଡରନ୍ତୁ। ଈଶ୍ବର ହୁଏତ ଆପଣଙ୍କୁ କ୍ଷମା କରିଦେଇପାରନ୍ତି, ମାତ୍ର କର୍ମ ନୁହେଁ। ବାଛୁରୀ ଯେମିତି ଶହଶହ ଗାଈଙ୍କ ଭିତରେ ନିଜମାଆ ଗାଈକୁ ଚିହ୍ନିନିଏ, ସେମିତି କର୍ମଫଳ କର୍ତ୍ତାଙ୍କୁ ହିଁ ଖୋଜିନିଏ। ଏଣୁ ଶାସ୍ତ୍ରକହେ- ‘କର୍ମ କରିବ କଷ୍ଟ ସହି, କର୍ମରେ ଭଲ ମନ୍ଦ ନାହିଁ। ସତ୍ୟ କର୍ମରେ ଧର୍ମ ଅଛି, ଧର୍ମ କରିବ କର୍ମ ବାଛି। ନୀରବରେ କର୍ମ କରିଚାଲନ୍ତୁ। କର୍ମଅନୁସାରେ ଫଳ ଅବଶ୍ୟମିଳିବ। ପ୍ରତିଶୋଧ ନେବାପାଇଁ ବ୍ୟସ୍ତ ହୁଅନ୍ତୁନାହିଁ, କେବଳ ଚୁପ୍‌ଚାପ୍‌ ଅପେକ୍ଷାକରନ୍ତୁ।ଯିଏ ଅନ୍ୟରଆଖିରେ ଲୁହଦେଇଛି, ସିଏ ନିଶ୍ଚିତ କାନ୍ଦିବ। ଆଉ ଯଦି ଆପଣ ଭାଗ୍ୟବାନ ହୋଇଥିବେ, ତାହେଲେ ଆପଣ ତାହା ନିଜଆଖିରେ ଦେଖିବେ। କାରଣ କର୍ମଫଳ ବଡ଼ନିଷ୍ଠୁର। ସେ ନିମିଷକରେ ରଙ୍କକୁ ରାଜା କରିଦିଏ ଆଉ ରାଜାକୁ କରିଦିଏ ଲଙ୍ଗଳା ଫକୀର!!ଜୟଜଗନ୍ନାଥ, ଜୟସୋମନାଥ,ଜୟମାଯୋଗମାୟା!!

Leave A Reply

Your email address will not be published.