ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଲା କାର

0 61

ବାରଙ୍ଗ,୨୭।୨(ଏସଏସନିଉଜ) ମଙ୍ଗଳବାର ଅପରାହ୍ନ ସମୟରେ ଗୋଡିସାହିଫାଣ୍ଡି ଅଧୀନସ୍ଥ ରତାଗଡ ରେଳ ଧାରଣା ନିକଟ ପୁରୀ ମୁଖ୍ୟ କେନାଲଭିତରକୁ ଭାରସାମ୍ୟ ହରାଇଏକ ଦୃତଗାମୀକାର ପସିଯାଇଥିଲା।ସୌଭାଗ୍ୟ ବଶତଃ କାରଚାଳକ ଗାଡିର କାଚ ଭାଙ୍ଗି ବାହାରି ପହଁରି ପଳାଇଆସିଥିବାରୁ ବଞ୍ଚି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଗୋଡିସାହି ଫାଣ୍ଡି ପୋଲିସ ଓ ଦମକଳ ବାହିନୀ ପହଁଚି ପାଣିଭିତରୁ କାରଟିକୁ ଉଦ୍ଧାର କରି କାର ଚାଳକକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ।
ପ୍ରକାଶ ଯେ, ମଙ୍ଗଳବାର ଅପରାହ୍ନ ସାଢେ଼ ତିନିଟା ସମୟରେ ଓଡି୧୯-ଏଫ- ୫୯୯୯ ନମ୍ବର ଏକ ଧଳା ରଙ୍ଗର ମାରୁତି କାରଟି ଦୃତଗତିରେ ଗୋଡିସାହି ପଟୁ ଭୁବନେଶ୍ୱର ଅଭିମୁଖେ ଯାଉଥଲା।ରତାଗଡ ରେଳ ଧାରଣା ଅତିକ୍ରାନ୍ତ କରିବା ସମୟରେ କାରଟି ଭାରସାମ୍ୟ ହରାଇ ପୁରୀ ମୁଖ୍ୟ କେନାଲରେ ଭିତରକୁ ପସିଯାଇ ପାଣି ଭିତରେ ଓଲଟି ପଡିଥିଲା। କାର ଚଳାଉଥିବା ଚାଳକ ବିନ୍ଧାଣିମା ଗ୍ରାମର କାହ୍ନୁ ଦାଶ(୩୦) ଉପସ୍ଥିତ ବୁଦ୍ଧି କରି ପାଣି ଭିତରେ କାର ଡୋର୍ କାଚ ଭାଙ୍ଗି କେନାଲ ପାଣି ଭିତରୁ ବାହାରକୁ ବାହାରି ପହଁରି କୂଳରେ ଆସି ପହଞ୍ଚିଥିଲେ।ସ୍ଥାନୀୟ ଲୋକମାନେ ଦେଖି ଗୋଡିସାହିଫାଣ୍ଡି ଓ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ।ପରେ ପୋଲିସ ଓ ଦମକଳ ବିଭାଗ ପହଁଚି ଆହାତ କାର ଚାଳକ କାହ୍ନୁଙ୍କୁ ୧୦୮ ଆମ୍ବୁଲାନ୍ସ ସହାୟତାରେ କଟକ ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ପରେ ଅଗ୍ନିଶମ କର୍ମଚାରୀମାନେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ କାରଟିକୁ ପୁରୀ ମୁଖ୍ୟ କେନାଲର ପାଣି ଭିତରୁ ବାହାରକୁ କାଢ଼ିଥିଲେ।

Leave A Reply

Your email address will not be published.