ଆଜିର ରାଶିଫଳ

0 114

ମାର୍ଚ୍ଚମାସ ୧୨ତାରିଖ ୨୦୨୪ମସିହା(ମଙ୍ଗଳବାର)
ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା ଦିବା ଘ୦୭/୨୫ପର୍ଯ୍ୟନ୍ତ ତଦନ୍ତେ ତୃତୀୟା,
ନକ୍ଷତ୍ର-ରେବତୀ ରାତ୍ରି ଘ୦୯/୧୪ ପର୍ଯ୍ୟନ୍ତ ତଦନ୍ତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୨/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୦୯,ଯୋଗିନୀ ଉତ୍ତରେ ଦିବା ୦୭/୨୫ ପର୍ଯ୍ୟନ୍ତ ତଦନ୍ତେ ଅଗ୍ନିକୋଣ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତଚନ୍ଦ୍ର,
ମକର ରାଶିର ଘାତବାର,କାଳବେଳା -ଦିବା ଘ ୦୧/୨୬ ଗତେଘ୦୨/୫୬ ମଧ୍ୟେ,ବାରବେଳା -ଦିବା ଘ୦୭/୨୮ ଗତେ ଘ୦୮/୫୮ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। – ଘ୦୮/୫୯ ଗତେ ଘ୧୦/୪୭ ମଧ୍ୟେ ଓ ଦିବା ଘ୦୩/୩୫ ଗତେ ଘ୦୫/୧୨ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି।ପୋଟଳ ଭକ୍ଷଣ ନିଷେଧ।
ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତାବରଣ ସୃଷ୍ଟିହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ।ହରେଇଥିବାଦ୍ରବ୍ୟ ଫେରି ପାଇବେ।ମହିଳାମାନେ ତରବରିଆଭାବରେ କୌଣସି କାମ ନକରି ପରିସ୍ଥିତିକୁ ଆଖିଆଗରେ ରଖି କାମକରିଲେ ଭଲ ହେବ।
ବୃଷ- ହସଖୁସିରେ ସମୟ ବିତାଇବେ।ପରିବାରରେ ଯେତେ ସମସ୍ୟାଥିଲେ ମଧ୍ୟ ଶାନ୍ତି ଅନୁଭବ କରିବେ। ଚାକିରୀକ୍ଷେତ୍ରରେ ପଦୋନ୍ନତି ହେବ ।ମହିଳାମାନେ ଆନୁଷ୍ଠାନିକକାମ ହାସଲ କରିବାସକାଶେ ବନ୍ଧୁଙ୍କ ସାହାଯ୍ୟଉପରେ ନିର୍ଭର କରିବେ।
ମିଥୁନ-ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁରଲାଭ କରିବେ।ନୂଆନିଯୁକ୍ତି ଯୋଗ ଅଛି।ସୁଖ ସମୃଦ୍ଧିବୃଦ୍ଧି ଓ ଦାମ୍ପତ୍ୟସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।ମାଲିମୋକଦ୍ଦମା କୃତକାର୍ଯ୍ୟ ହେବେ।
କର୍କଟ -ସମାଜସେବା ଓ ରାଜନୀତିରେ ସ୍ଵନାମ ଅର୍ଜନ କରିପାରିବେ।କର୍ମକ୍ଷେତ୍ରରେ ଉତ୍ତମ ରୋଜଗାର କରିପାରିବେ।ବନ୍ଧୁ ମିତ୍ରଙ୍କର ସହଯୋଗ, ପ୍ରେରଣା ଓ ଆର୍ଥିକ ସହାୟତାରେ ନୂତନପନ୍ଥା ଅନୁସରଣ କରିବେ।
ସିଂହ -ଲୋକସମ୍ପର୍କ ଆତ୍ମସନ୍ତୋଷ ବଢେଇବ। ରୋଜଗାରସମସ୍ୟା ସୁଧୁରି ଯିବ।ଧନଲାଭ ହେବାରୁ ମନ ଖୁସି ରହିବ।କାର୍ଯ୍ୟପୁରଣରେ ବିଳମ୍ବ ହେବ। ସମୟଗୁଡିକ ହସଖୁସିରେ ବିତିବ।କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କଠାରୁ ପ୍ରଶଂସିତ ହେବେ।
କନ୍ୟା -ଆର୍ଥିକଦିଗରୁ ବେଶ୍ ଅନୁକୂଳ ଥିବାରୁ କିଛି ନୂତନପଦାର୍ଥ ସଂଗ୍ରହ ବା ବ୍ୟାଙ୍କବାଲାନ୍ସ ବୃଦ୍ଧି ପାଇବ।ମହିଳାମାନେ ଲକ୍ଷ୍ୟହାସଲ କରିବାରେ ସମର୍ଥ ହେବେ।ବନ୍ଧୁଙ୍କସହଯୋଗରେ କେତେକ ସମସ୍ୟାର ସମାଧାନ ହେବ।
ତୁଳା- ଅଚାନକ ଧନପ୍ରାପ୍ତି ହେବ।ଦୂରଯାତ୍ରାରେ ସଫଳ ହେବେ।କାର୍ଯ୍ୟକ୍ଷେତ୍ରରେ ସୁଖ-ଶାନ୍ତି ବୃଦ୍ଧି ହେବ ସାମାଜିକକାର୍ଯ୍ୟରେ ସଫଳତା ଓ ମାନସମ୍ମାନ ବୃଦ୍ଧି ହେବ।ଯାତ୍ରାରେ ଭୋଗବିଳାସ ଓ ଆନନ୍ଦମୟ ମୁହୂର୍ତ୍ତ କଟିବ।
ବିଛା-ଧାର୍ମିକକାର୍ଯ୍ୟରେ ରୁଚି ବଢିବ।ସଂଘର୍ଷଦ୍ଵାରା ସଫଳତା ମିଳିବ।ଅଧିକାରୀଙ୍କଠାରୁ ସହଯୋଗ ମିଳିବ।ନିଜଲୋକ ମନମୋଟିଆ ହେବେ। ମହିଳାମାନଙ୍କର ସନ୍ତାନଙ୍କଚିନ୍ତାରେ ମାନସିକ ଅସ୍ଥିରତା ବୃଦ୍ଧି ହେବ ଓ ଉଚିତପନ୍ଥା ଗ୍ରହଣ କରିବେ।
ଧନୁ -ପରିଶ୍ରମର ଆଶାଜନକ ଫଳପ୍ରାପ୍ତି ହେବ। ମହିଳାମାନେ ପରିବାରରେ ଆଦରଣୀୟା ହୋଇ ସୁଖଭୋଗ କରିବେ।କର୍ମକ୍ଷେତ୍ରରେ ଉନ୍ନତି କରିପାରିବେ।ନ୍ୟାୟମାର୍ଗ ଓ ମିଷ୍ଟବଚନ ଯୋଗେ ପ୍ରବାସରେ  ମଧ୍ୟ କେତେକକ୍ଷେତ୍ରରେ ଉନ୍ନତିକର ହେବ।
ମକର- ଅଫିସରେ ଅଟକିରହିଥିବା କାମ ଗୁଡିକ ସୁରୁଖୁରୁରେ ସମ୍ପନ୍ନହେବ।ବାଣିଜ୍ୟ ଓ ପରିବହନରେ ଆଶାଜନକସଫଳତା ହାସଲ କରିବେ।ନିଜ ଚେଷ୍ଟାରେ କାର୍ଯ୍ୟରେ ସଫଳତା ମିଳିବା ସହ ସନ୍ତାନ ସୁଖ ମିଳିବ।ଶାରୀରିକ ସୁସ୍ଥତା ଦେଖାଦେବ।
କୁମ୍ଭ -ଗୁରୁଜନ ଓ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ।କୃଷିଜିବୀମାନେ ହସଖୁସିରେ ସମୟ ବିତାଇବେ।ବ୍ୟବସାୟରେ ନାନାପ୍ରକାର ସୁବିଧା ସୁଯୋଗ ମିଳିବ ଓ ପୁରୁଣାପ୍ରାପ୍ୟ ମଧ୍ୟ ଆଦାୟ ହୋଇ ପାରେ।ପ୍ରତିଯୋଗିତାରେ ବିଜୟୀ ହେବେ।
ମୀନ-ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ଘଟିପାରେ।ରାଜନୈତିକକ୍ଷେତ୍ରରେ ପୁରୁଣା ସମସ୍ୟା ସମାଧାନକରି ବିଜୟୀ ହେବେ।ବାସଗୃହ ଓ ଯାନବାହାନନେଇ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।ପାରିବାରିକ ସମ୍ପର୍କରେ ଉନ୍ନତି ହେବ!!ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମା ଯୋଗମାୟା!!

Leave A Reply

Your email address will not be published.