ଆଜିରରାଶିଫଳ

ମା ବୃନ୍ଦାବତୀଙ୍କୁ ପୂଜାକଲେ ସୌଭାଗ୍ୟ ଓ ସମୃଦ୍ଧିର ମିଳିଥାଏ

0 178

୨୦୨୪ ମସିହା ଅପ୍ରେଲ ମାସ ୧୪ ତାରିଖ ରବିବାର।ମହାବିଷୁବ (ପଣା) ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ବାସନ୍ତିକ ମୃଣ୍ମୟୀ ଦେବୀଙ୍କର ବିଲ୍ବବରଣ ଓ ପୀଠ ଦେବୀଙ୍କର ବାସନ୍ତିକ ସପ୍ତମୀ ପୂଜା, ଶ୍ରୀମନ୍ଦିରେ ଚୈତ୍ର ଗୁଣ୍ଡିଚା ଯାତ୍ରା, ଶ୍ରୀରାଧାରମଣ ଦେବଙ୍କ ଜନ୍ମୋତ୍ସବ, ଆମ୍ବେଦକର ଜୟନ୍ତୀ।ଅଦ୍ୟ ସୂର୍ଯ୍ୟୋଦୟ ରୁ ଦିବା ଘ୯/୪୧ମି ମଧ୍ୟେ ସଂକ୍ରାନ୍ତିର ବିଶିଷ୍ଟ ପୂଣ୍ୟକାଳଃ ଏବଂ ଦିବା ଘ୯/୪୧ମି ଠାରୁ ଦିବା ଘ୧୧/୪୭ମି ମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ।ସୁର୍ଯ୍ୟୋଦୟ- ଘ୫/୩୩/୧୯ ,ସୂର୍ଯ୍ୟାସ୍ତ- ଘ୬/୦/୫୫ ,ଚୈତ୍ରମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ଷଷ୍ଠୀ ଦିବା ଘ୧୧/୩୦ମି ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ।ନକ୍ଷତ୍ର- ଆର୍ଦ୍ରା ନକ୍ଷତ୍ର ରାତ୍ରି ଘ୨/୨ମି ପର୍ଯ୍ୟନ୍ତ ତଦନ୍ତେ ପୁନର୍ବସୁ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପଶ୍ଚିମଦିଗରେ, ଦିବା ଘ୧୧/୩୦ମି ପରେ ବାୟବ୍ୟ କୋଣରେ। ସଂକ୍ରମଣଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଦ୍ଧ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ସପ୍ତମୀର ପାର୍ବଣଶ୍ରାଦ୍ଧ।ଅଶୁଭବେଳା- (ବାର ଓ କାଳବେଳା) ଦିବା ଘ୧୦/୬ମି ରୁ ଘ୧/୧୯ମି ପର୍ଯ୍ୟନ୍ତ।(କାଳରାତ୍ରି) ରାତ୍ରି ଘ୧/୬ମି ର ଘ୨/୩୩ମି ପର୍ଯ୍ୟନ୍ତ।ଶୁଭବେଳା–(ଅମୃତ) ପ୍ରାତଃ ଘ୬/୨୧ମି ରୁ ଘ୯/୩୩ମି ମଧ୍ୟେ, ରାତ୍ରି ଘ୭/୩୮ମି ରୁ ଘ୯/୧୪ମି ପର୍ଯ୍ୟନ୍ତ।ମାହେନ୍ଦ୍ରବେଳା- ପ୍ରାତଃ ଘ୬/୨୧ମି ମଧ୍ୟେ, ଘ୧୨/୪୫ମି ରୁ ଘ୧/୩୩ମି ମଧ୍ୟେ, ସନ୍ଧ୍ୟା ଘ୬/୫୦ମି ରୁ ରାତ୍ରି ଘ୭/୩୮ମି ମଧ୍ୟେ, ଘ୧୨/୨୫ମି ରୁ ଘ୩/୩୭ମି ପର୍ଯ୍ୟନ୍ତ।ପୁଷ୍କରଦୋଷ- ଅଦ୍ୟ ମୃତ ବ୍ୟକ୍ତିର ୧ପାଦବାର ପୁଷ୍କରଦୋଷ। ଫଳଂ କୃଷିହାନି ଓ ଭୂମିଦାନ। ଦିବା ଘ୧୧/୩୦ମି ପରେ ୨ପାଦବାର ଓ ତିଥି ପୁଷ୍କରଦୋଷ। ଫଳଂ କୃଷିହାନି ଓ ଗୋପଶୁସମ୍ପଦର ବିନାଶ।ଭୂମି ଓ ଅନ୍ନବସ୍ତ୍ରଦାନ। ରାତ୍ରି ଘ୨/୨ମି ପରେ ୩ପାଦ ବାର, ତିଥି ଓ ନକ୍ଷତ୍ର ପୁଷ୍କରଦୋଷ। ଫଳଂ କୃଷିହାନି, ଗୋପଶୁ ସମ୍ପଦର ବିନାଶ ଓ ଗୋତ୍ରବଂଶ ସନ୍ତାନସନ୍ତତିର ବିନାଶ।ଭୂମି, ଅନ୍ନବସ୍ତ୍ର ଓ ତିଳସୁବର୍ଣ୍ଣଦାନ ସହିତ ହୋମାଦିଶାନ୍ତି ବିଧେୟ।ପ୍ରଥମ ରଜୋଦର୍ଶନେ- ରଜଶ୍ଚକ୍ରେ କନ୍ୟାର ରାତ୍ରି ଘ୨/୨ମି ମଧ୍ୟେ ପାଞ୍ଚମାସ ଗଣ୍ଡଦୋଷ।ଫଳଂ ସ୍ତ୍ରୀ ବିଧବା ଓ ଦରିଦ୍ରା। ଶାନ୍ତିକରଣୀୟ। ରଜଶ୍ଚକ୍ରେ ଶ୍ରୀମତୀ। ରାତ୍ରି ଘ୨/୨ମି ପରେ ବନ୍ଧ୍ୟା। ଶାନ୍ତି କରଣୀୟ।ଘୃତତାମ୍ରପାତ୍ର, ରକ୍ତବସ୍ତ୍ର, ତିଳ ସୁବର୍ଣ୍ଣ, ତଣ୍ଡୁଳ ଦାନ କରଣୀୟ।
ମେଷ-ରୋଜଗାରର ମାତ୍ରା ବୃଦ୍ଧି ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିବ। ରୁଚିକର ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
ବୃଷ-ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କାର୍ଯ୍ୟରେ ବାଧା ଉପୁଜାଇବାକୁ କେହି ଉଦ୍ୟମ କରିବେ। ଦେବ କାର୍ଯ୍ୟ କରିବେ। ଧାତୁବାଦରେ ଧନ ବ୍ୟୟ କରିପାରନ୍ତି।
ମିଥୁନ-ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ। ବିଭିନ୍ନ ସୂତ୍ରରୁ ଏପରି କି ସରକାରୀ ସ୍ତରରୁ ସମ୍ମାନ ସହିତ ଧନ ପ୍ରାପ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ।
କର୍କଟ- କର୍ମକ୍ଷେତ୍ର ସହଜ-ସୁଲଭ ହେବ। ଆର୍ଥିକ ସ୍ଥିତିରେ ପ୍ରଭୂତ ଉନ୍ନତି ଘଟିବ। ଶୁଭକାର୍ଯ୍ୟ ସମ୍ପାଦନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜଳ ଯୋଗାଣରେ ଧନ ଲାଭ ହେବ।
ସିଂହ-କାର୍ଯ୍ୟରେ ଅପୂର୍ବ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଧର୍ମକ୍ରିୟାରତ ହେବେ। ଜନ ଆଶିଷ ମିଳିବ।

କନ୍ୟା-ଧୈର୍ଯ୍ୟ ଓ ସାହସ ସଞ୍ଚୟ କରି ବିପଦର ମୁକାବିଲା କରିବେ। ସାଧନାରେ ଶାଶ୍ବତ ସୁଖର ସନ୍ଧାନ ପାଇବେ। ଶୁଭକାର୍ଯ୍ୟ ସ୍ଥଗିତ ରଖିପାରନ୍ତି।
ତୁଳା-ସର୍ବସୁଖ ଭୋଗକରି ପାରନ୍ତି। କର୍ମତତ୍ପର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁଣ୍ୟପ୍ରଭା ପତ୍ନୀଙ୍କ ସହଯୋଗ ମିଳିବ।
ବିଛା-ଶତ୍ରୁତାର ଅବସାନ ଘଟିବ। ସ୍ଥିର ମାନସିକତା ଓ ଧୀର ଚିତ୍ତରେ କାର୍ଯ୍ୟ କରିବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ।
ଧନୁ-ଶାସ୍ତ୍ର ଅଧ୍ୟୟନ କରି ଆଭା, ପ୍ରଭା, ପ୍ରତିଭାର ଅଧିକାରୀ ହେବେ। ସର୍ବଦର୍ଶୀ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନାଗମ ହେବାର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପଦକ୍ଷେପ ପ୍ରଶଂସନୀୟ ହେବ।
ମକର-ଶ୍ରମ ସାର୍ଥକ ହେବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଜଳାଶୟ, ପିତୃଭକ୍ତି ଓ ସ୍ବଗୃହ କର୍ମରୁ ସୁଖଭୋଗ କରିପାରନ୍ତି। ଯାନବାହନ ସୁଖ ଅଛି।
କୁମ୍ଭ-ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଅନ୍ତର୍ନିହିତ ଗୁଣାବଳୀର ବିକାଶ ଘଟାଇ ଜୀବନକୁ ମହାର୍ଘ କରିପାରନ୍ତି। ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ସରକାରୀ ସ୍ତରରୁ ଲାଭ ମିଳିବ।
ମୀନ-ବିଭିନ୍ନ ଦିଗରୁ ଧନାଗମ ହେବ। ଉପବାସାଦି ଧର୍ମକ୍ରିୟାରେ, ବିଦ୍ୟା ପ୍ରଭାବରେ, ବ୍ୟବସାୟରେ ଓ ମାତାପିତାଙ୍କଠାରୁ ଧନପ୍ରାପ୍ତ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଚତୁର ହେବେ।

ନବରାତ୍ରୀ ଏବଂ ନବଦୁର୍ଗା
ନବଦିନବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତିସ୍ୱରୂପିଣୀ ମାଦୁର୍ଗାଙ୍କୁ ବିଭିନ୍ନରୂପରେ ପୂଜା କରାଯାଏ । ଏହି ନବରାତ୍ରିର ପ୍ରଥମତିନିଦିନରେ ମାଙ୍କୁ ଦୁଷ୍ଟବିନାଶିନୀ ଦୁର୍ଗା ତଥା କାଳୀରୂପରେ ପୂଜାକରାଯାଏ । ମଝିତିନିଦିନରେ ମାଙ୍କୁ ଧନଧାନ୍ୟ ତଥା ସମ୍ପଦରଦେବୀ ଲକ୍ଷ୍ମୀଙ୍କରୂପରେ ପୂଜା କରାଯାଏ ।ସେହିପରି ଶେଷତିନିଦିନରେ ମା ବିଦ୍ୟାଦାତ୍ରୀସରସ୍ୱତୀଭାବେ ପୂଜାକରାଯାଏ ।ନବରାତ୍ରିର ଶେଷଦିନରେ ବିଜୟାଦଶମୀ ପାଳିତ ହୋଇଥାଏ ।ହିନ୍ଦୁପରମ୍ପରା ଅନୁଯାୟୀ ବର୍ଷରେପାଞ୍ଚଥର (ପୌଷ,ମାଘ,ଚୈତ୍ର,ଆଷାଢ଼ ଓ ଆଶ୍ଵିନ) ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତଋତୁରେ ପାଳିତହେଉଥିବା (ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦତିଥିରୁ ନବମୀପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।ଏହାକୁ ମହାନବରାତ୍ର ବୋଲି କହାଯାଇଥାଏ ।
ନବଦୁର୍ଗା:-ଆଦିଶକ୍ତିର ପ୍ରଥମସ୍ଵରୂପା ଶୈଳପୁତ୍ରୀ, ବ୍ରହ୍ମଚାରିଣୀସ୍ଵରୂପରେ ନବରାତ୍ରର ଦ୍ଵିତୀୟଦିବସରେ ମାତାଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି।ତୃତିୟଦିବସରେ ଦିବସରେ ଦେବୀଙ୍କ ଉଗ୍ରରୂପ (ଚନ୍ଦ୍ରଘଣ୍ଟା)ରୁପେ ପୁଜାକରାଯାଇଥାଏ । ଚତୁର୍ଥଦିବସର ସ୍ୱରୁପ ଦେବୀ କୁଷ୍ମାଣ୍ଡା ରୂପରେ ରୁପରେ ପୁଜାକରାଯାଇଥାଏ । ପଞ୍ଚମଦିବସରେ ଦେବୀଙ୍କୁ ସ୍କନ୍ଦମାତା ସ୍ବରୂପରେ ଉପାସନା କରାଯାଏ।
କାତ୍ୟାୟନୀ:-ନବରାତ୍ର ଷଷ୍ଠଦିବସରେ ଦେବୀଙ୍କୁ ଏହି ସ୍ବରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ। ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ।ମାଆଙ୍କ ଆଶୀର୍ବାଦ ପାଇବାକୁ ଚାହୁଁଥିଲେ ମହୁ ଅର୍ପଣ କରିବା ଆବଶ୍ୟକ ।ଏହାଦ୍ୱାରା ଦାମ୍ପତ୍ୟ ଜୀବନରେ ସୁଖ ଆସିବାସହ ଅବିବାହିତମାନେ ଉପଯୁକ୍ତ ବର ଏବଂ କନ୍ୟା ପ୍ରାପ୍ତି ହୋଇଥାନ୍ତି ।
!!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

ମା ବୃନ୍ଦାବତୀଙ୍କୁ ପୂଜାକଲେ ସୌଭାଗ୍ୟ ଓ ସମୃଦ୍ଧିର ମିଳିଥାଏ
ଚୈତ୍ର ନବରାତ୍ରିରେ ମାଙ୍କର ନଅଗୋଟି ସ୍ୱରୂପର ପୂଜାର୍ଚନା କରାଯାଇଥାଏ ।ଯାହାକି ବ୍ରତଧାରୀଙ୍କ ଘରେ ସୁଖସମୃଦ୍ଧିକୁ ଆଗମନ କରିଥାଏ । ନବରାତ୍ରି ସମୟରେ ତୁଳସୀଚଉରାକୁ ପୂଜା କରାଯିବାର ବିଶେଷମହତ୍ୱ ରହିଛି ।କାହିଁକି ନ ମାତୁଳସୀ ହେଉଛନ୍ତି ସ୍ୱୟଂ ମାତାଲକ୍ଷ୍ମୀଙ୍କ ସ୍ୱରୂପ ।ଏପରିସ୍ଥିତିରେ ନବରାତ୍ରି ସମୟରେ ତୁଳସୀଙ୍କୁଦେବୀଙ୍କ ସ୍ୱରୂପଭାବରେ ପୂଜା କରାଯାଇଥାଏ । ଯଦି ଆପଣ ନବରାତ୍ରିରେ ଦେବୀଙ୍କକୃପା ଲାଭ କରିବାକୁ ଚାହୁଁଛନ୍ତି ତେବେ ତୁଳସୀଙ୍କ ସହିତ ଜଡିତ କିଛିଉପାୟ କରନ୍ତୁ ।
ନବରାତ୍ରି ସମୟରେ ଘରଅଗଣାରେ ତୁଳସୀ ସ୍ଥାପନାକରିବା ଶୁଭଅଟେ ।ଏହାଦ୍ୱାରା ଜୀବନରେ ସୁଖର ଆଗମନ ହୋଇଥାଏ ।
ଘରର ଐଶାନ୍ୟକୋଣରେ ତୁଳସୀ ରଖିବାଦ୍ୱାରା ନକାରାତ୍ମକଉର୍ଜାରୁ ମୁକ୍ତି ମିଳିଥାଏ , ଘରମଧ୍ୟରେ ସକାରାତ୍ମକଉର୍ଜା ଜାଗ୍ରତ ହୋଇଥାଏ ।
ନବରାତ୍ରି ସମୟରେ ମାଦୁର୍ଗାଙ୍କ ନିକଟରେ ଦୀପ ପ୍ରଜ୍ବଳିତ କରିବାପରେ ତୁଳସୀଚଉରା ନିକଟରେ ମଧ୍ୟ ଦୀ ପ୍ରଜ୍ବଳିତ କରନ୍ତୁ ।ଏପରି କରିବାଦ୍ୱାରା ମାତା ଲକ୍ଷ୍ମୀଙ୍କକୃପା ବୃଦ୍ଧି ହୋଇଥାଏ ।
ନବରାତ୍ରିରେ ବିଧିବଦ୍ଧଭାବରେ ତୁଳସୀକୁ ପୂଜା କରିବାଦ୍ୱାରା ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ତଅସୁବିଧା ଦୂରହୋଇଥାଏ ଏବଂ ପରିବାରରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

Leave A Reply

Your email address will not be published.