ଆଜିର ରାଶିଫଳ

0 114

ଅପ୍ରେଲମାସ ୧୫ତାରିଖ ୨୦୨୪ ମସିହା (ସୋମ ବାର)ଚୈତ୍ରମାସ-ଶୁକ୍ଳପକ୍ଷ,ତିଥି- ସପ୍ତମୀ ଦିବା ଘ ୧୧/୫୮ ଗତେ ଅଷ୍ଟମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୩୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୫,
ଯୋଗିନୀ ବାୟବ୍ୟେ ଦିବା ଘ୧୧/୫୮ ଗତେ ଐଶାନ୍ୟ,ସପ୍ତମୀର ଏକୋଦିଷ୍ଟ ଓ ଅଷ୍ଟମୀର ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର,
କାଳବେଳା -ଦିବା ଘ୦୭/୦୩ ଗତେ ଘ୦୮/୩୬ ମଧ୍ୟେ, ବାରବେଳା – ଦିବା ଘ୦୨/୫୫ ଗତେ ଘ୦୪/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୦୨ ମଧ୍ୟେ ଓ ଘ୧୦/୧୨ ଗତେ ଘ୧୨/୪୧ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୧ ଗତେ ଘ୦୪/୪୨ ମଧ୍ୟେ,ତାଳ ଦିବା ଘ୧୧/୫୮ ଗତେ ନଡ଼ିଆ ଭକ୍ଷଣ ନିଷେଧ।
ମେଷ-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ।କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ।ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ-ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକରୂପେ ଆପଣ ମଜଭୁତ ରହିବେ।ସନ୍ତାନଙ୍କ ପକ୍ଷରୁ କୌଣସି ଖୁସିଖବର ପାଇବେ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ-ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣରଖିବାରେ ଶିକ୍ଷାଲାଭ କରିବେ। ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳ ହେବେ।ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ-ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ।ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ।ସାମାଜିକକାର୍ଯ୍ୟରେ ମହତ୍ବପୂର୍ଣ୍ଣଭୂମିକା ନିର୍ବାହ କରିବେ।ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ-ଆପଣଙ୍କମନ ପ୍ରସନ୍ନ ରହିବ।ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମକରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତିହେବ।ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା-ଆର୍ଥିକଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମକରିବେ।ଆପଣଙ୍କ କାମରେ ସବୁଲୋକ ଖୁସି ରହିବେ।ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ।ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।
ତୁଳା-କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ।ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ।ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା-ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କରରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ-କାମପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ।କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ।ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ।ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।
ମକର-ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସିକାମ ବାଧାପ୍ରାପ୍ତ ହେବନାହିଁ। ରାଜନୀତିକ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ।ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।
କୁମ୍ଭ-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁବଢ଼ନ୍ତୁ।କୌଣସି ଜରୁରୀକାମରେ ଭାଇଭଉଣୀଙ୍କ ସହଯୋଗପ୍ରାପ୍ତ ହେବ।ବ୍ୟବସାୟକୁ ନେଇ ଭଲସଉଦା ହେବାର ସମ୍ଭାବନା। ପ୍ରିୟତମ ଙ୍କଠାରୁ ଉପହାର ପାଇବେ।
ମୀନ-ଦିନଟି ଆପଣଙ୍କପାଇଁ ଉତ୍‌ଥାନ ପତନଲାଗି ରହିବ।ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ।ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ।ବୈବାହିକଜୀବନ ଖୁସିରେ ଭରା ରହିବ।

ନବରାତ୍ରୀ ଏବଂ ନବଦୁର୍ଗା

ନବଦିନବ୍ୟାପି ହେଉଥିବା ଏହି ପୂଜାରେ ଶକ୍ତିସ୍ୱରୂପିଣୀ ମାଦୁର୍ଗାଙ୍କୁ ବିଭିନ୍ନରୂପରେ ପୂଜା କରାଯାଏ ।ଏହି ନବରାତ୍ରିର ପ୍ରଥମତିନିଦିନରେ ମାଙ୍କୁ ଦୁଷ୍ଟବିନାଶିନୀ ଦୁର୍ଗା ତଥା କାଳୀରୂପରେ ପୂଜାକରାଯାଏ ।ମଝିତିନିଦିନରେ ମାଙ୍କୁ ଧନଧାନ୍ୟ ତଥା ସମ୍ପଦରଦେବୀ ଲକ୍ଷ୍ମୀଙ୍କରୂପରେ ପୂଜା କରାଯାଏ ।ସେହିପରି ଶେଷତିନିଦିନରେ ମା ବିଦ୍ୟାଦାତ୍ରୀସରସ୍ୱତୀଭାବେ ପୂଜାକରାଯାଏ ।ନବରାତ୍ରିର ଶେଷଦିନରେ ବିଜୟାଦଶମୀ ପାଳିତ ହୋଇଥାଏ ।ହିନ୍ଦୁ ପରମ୍ପରା ଅନୁଯାୟୀ ବର୍ଷରେ ପାଞ୍ଚଥର(ପୌଷ,ମାଘ,ଚୈତ୍ର,ଆଷାଢ଼ ଓ ଆଶ୍ଵିନ)ନବରାତ୍ର ପାଳନ କରାଯାଉଥିଲେ ମଧ୍ୟ ଶରତଋତୁରେ ପାଳିତହେଉଥିବା (ଆଶ୍ୱିନମାସ ଶୁକ୍ଳପକ୍ଷ ପ୍ରତିପଦ ତିଥିରୁ ନବମୀପର୍ଯ୍ୟନ୍ତ) ନବରାତ୍ର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।ଏହାକୁ ମହାନବ ରାତ୍ର ବୋଲି କହାଯାଇଥାଏ ।
ନବଦୁର୍ଗା:-ଆଦିଶକ୍ତିର ପ୍ରଥମସ୍ଵରୂପା ଶୈଳପୁତ୍ରୀ, ବ୍ରହ୍ମଚାରିଣୀ ସ୍ଵରୂପରେ ନବରାତ୍ରର ଦ୍ଵିତୀୟଦିବସରେ ମାତାଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି।ତୃତିୟଦିବସରେ ଦିବସରେ ଦେବୀଙ୍କ ଉଗ୍ରରୂପ (ଚନ୍ଦ୍ର ଘଣ୍ଟା)ରୁପେ ପୁଜାକରାଯାଇଥାଏ ।ଚତୁର୍ଥଦିବସର ସ୍ୱରୁପ ଦେବୀ କୁଷ୍ମାଣ୍ଡା ରୂପରେ ରୁପରେ ପୁଜା କରାଯାଇଥାଏ । ପଞ୍ଚମଦିବସ ରେ ଦେବୀଙ୍କୁ ସ୍କନ୍ଦମାତା ସ୍ବରୂପରେ ଉପାସନା କରାଯାଏ।ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ସ୍ବରୂପରେ ଉପାସନା କରାଯାଏ।
କାଳରାତ୍ରୀ:-ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ଵରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ବିକଟାଳରୂପ । ଏହି ରୂପରେ ତ୍ରୀନେତ୍ରଧାରିଣୀ, ଶରୀରରବର୍ଣ୍ଣ ଅନ୍ଧକାର ଭଳି ଗାଢ଼କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି ।
!!ଜୟଜଗନ୍ନାଥ, ଜୟ ସୋମନାଥ, ଜୟମା ଯୋଗମାୟା!!

Leave A Reply

Your email address will not be published.