ଯାଜପୁର,୧୫।୪(ଏସଏସନିଉଜ) ଓଭର ବ୍ରିଜ୍ରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍।ଏନ୍ଏଚ୍-୧୬ର ବାରବାଟୀ ଛକ ପାଖରେ ବସ ଖସି ୪୦ଜଣ ଆହତ ହୋଇଥିବାବେଳେ ୩ଜଣ ମୃତୁ ବରଣ କରିଛନ୍ତି।ଉଦ୍ଧାର କାର୍ଯ୍ୟରେ ୧୬ ଆମ୍ବୁଲାନ୍ସ ଲାଗିଥିବାବେଳେ , ବସ୍ ଉଠାଇବାକୁ ଆସିଲା କ୍ରେନ୍।ସମସ୍ତ ଆହତଙ୍କୁ ଧର୍ମଶାଳା ଓ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚିଲେ ଏସ୍ପି , ମେଡିକାଲ ଷ୍ଟାଫ୍।ବସ୍ଟି ପୁରୀରୁ ହଳଦିଆ ଯାଉଥିଲା ବେଳେ ଏନ୍ଏଚ୍-୧୬ର ବାରବାଟୀ ଛକ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।