ଏପ୍ରିଲମାସ ୨୫ତାରିଖ ୨୦୨୬ମସିହା(ଶନିବାର)ବୈଶାଖମାସ-ଶୁକ୍ଳପକ୍ଷ,ତିଥି- ନବମୀରାତ୍ରି ଘ୦୬/୪୫ଗତେ ଦଶମୀ,ନକ୍ଷତ୍ର-ଅଶ୍ଳେଷା ରାତ୍ରିଘ୦୮/୫୭ ଗତେ ମଘା,ସୁର୍ୟୋଦୟ-ପ୍ରାତଃଘ୦୫/୨୭/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୫/୨୪,
ଯୋଗିନୀ ପୂର୍ବେ ରାତ୍ରି ଘ୦୬/୪୫ଗତେ ଉତ୍ତରେ,ବୃଷ,ସିଂହ ଓ କନ୍ୟାରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କାଳବେଳା-ଦିବା ଘ୦୭/୦୧ ମଧ୍ୟେ ଓ ଦିବା ଘ୦୪/୩୦ଗତେ ଘ୦୬/୦୫ମଧ୍ୟେ,ବାରବେଳା-ଦିବା ଘ୦୧/୧୬ଗତେ ଘ୦୨/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୯/୨୬ ଗତେ ଘ୧୨/୩୯ମଧ୍ୟେ ଓ ରାତ୍ରି ଘ୦୮/୨୮ଗତେ ଘ୧୦/୫୦ମଧ୍ୟେ ଓ ରାତ୍ରି ଘ୧୨/୩୦ଗତେ ଘ୦୨/୦୫ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନ।ସ୍ତି,ଅଦ୍ୟ ଲାଉ ରାତ୍ରି ଘ୦୬/୪୫ଗତେ କଳମଶାଗ ଭକ୍ଷଣ ନିଷେଧ।
ମେଷ:-ସମସ୍ତଙ୍କୁ ସାଙ୍ଗରେନେଇ ଆଗକୁବଢ଼ିବା ନିଷ୍ପତି ସଫଳସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବାଲାଗି ଭଲ ସୁଯୋଗ ପାଇବେ।ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ।ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।
ବୃଷ:- ପ୍ରଭୁଙ୍କ କୃପାଦୃଷ୍ଟି ଆପଣଙ୍କଉପରେ ରହିଛି।ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ।ଆର୍ଥିକରୂପେ ଆପଣ ମଜଭୁତରହିବେ।ସନ୍ତାନଙ୍କ ପକ୍ଷରୁ କୌଣସି ଖୁସିଖବର ପାଇବେ।ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଧ୍ୟାନ ଓ ଯୋଗମାଧ୍ୟମରେ ଆପଣଙ୍କ ଭାବନାଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷାଲାଭ କରିବେ।ଆପଣଙ୍କର କୌଣସି ଜରୁରୀକାମ ସମାପ୍ତ କରିବାରେ ସଫଳହେବେ।ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ:-ସକାରାତ୍ମକ ମନୋଭାବରେ ରହନ୍ତୁ,କାମକରିବା ସହଜ ହେବ। ବ୍ୟବସାୟର ନୂଆଗ୍ରୁପରେ ଯୋଡ଼ିବାର ବିଚାରକରିବେ।ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ।ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ସିଂହ:-ଆପଣଙ୍କ ମନ ପ୍ରସନ୍ନରହିବ।ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାରକ୍ଷେତ୍ରରେ କାମକରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ।ପରିବାରଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।
କନ୍ୟା:-ଆର୍ଥିକ ଲାଭପାଇଁ ସୁନ୍ଦରଦିନଟିଏ।ନୂଆପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁଲୋକ ଖୁସି ରହିବେ।ବ୍ୟବସାୟୀଙ୍କୁ ନୂଆନିବେଶରେ ଲାଭ ହେବ।ଛାତ୍ରଙ୍କ ମନରେ ବିଭିନ୍ନପ୍ରକାର କଥା ଘୂରିବୁଲିବ।
ତୁଳା:-କାମଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ।ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭମିଳିବ।ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।
ବିଛା:-ନିଜକୁ ଊର୍ଜାବାନ ଅନୁଭବକରିବେ।କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତହେବ।ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।
ଧନୁ:-କାମପ୍ରତି ଆପଣଙ୍କଉତ୍ସାହ ବୃଦ୍ଧିହେବ।ପଇସାଚିନ୍ତା ଦୂରହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ।ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ।ପ୍ରିୟବନ୍ଧୁଙ୍କ ସହିତ ଆପଣଙ୍କସମ୍ବନ୍ଧ ଭଲରହିବ।
ମକର:-ଆପଣଙ୍କ ମନୋବଳ ଦୃଢ଼ ରହିବ।ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବନାହିଁ।ରାଜନୀତି କ୍ଷେତ୍ରରେ ଥିବାବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ।ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମବୁଝାମଣା ରହିବ ।
କୁମ୍ଭ:-ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀକାମରେ ଭାଇଭଉଣୀଙ୍କ ସହଯୋଗପ୍ରାପ୍ତ ହେବ।ବ୍ୟବସାୟକୁ ନେଇ ଭଲସଉଦା ହେବାର ସମ୍ଭାବନା।ପ୍ରିୟତମଙ୍କଠାରୁ ଉପହାର ପାଇବେ।
ମୀନ:-ଦିନଟି ଆପଣଙ୍କପାଇଁ ଉତ୍ଥାନ ପତନଲାଗି ରହିବ।ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ।ପିଲାଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ।ବୈବାହିକଜୀବନ ଖୁସିରେ ଭରା ରହିବ।।ଜୟ ଜଗନ୍ନାଥ,ଜୟସୋମନାଥ,ଜୟ ମାଯୋଗମାୟା।।
ଆଜିର ରାଶିଫଳ
Prev Post
Next Post
