ଚାଲିଛି ବେଆଇନ ମୋରମ ଚୋରା ଚାଲାଣ

ନେଉଛି ଜୀବନ...

କଟକ,୨୪।୪(ଏସଏସନିଉଜ)ଗୋଡିସାହିଫାଣ୍ଡି ଅନ୍ତର୍ଗତ ରତାଗଡ ରେଳ ପୋଲ ନିକଟରେ ବେଆଇନଭାବେ ମୋରମବୋଝେଇ କରି ଆସୁଥିବା ହାଇୱା ଧକ୍କାରେ ଶୁକ୍ରବାର ବଢ଼ିଭୋରସମୟରେ ଜଣେ ବାଇକ୍ ଚଳକଙ୍କ ଜୀବନ ଯାଇଛି।ମୃତଯୁବକ ହେଉଛନ୍ତି ଆଠଗଡଥାନା ଅଧୀନସ୍ଥ ନୂଆଶାସନ ଗାଁର ପାର୍ଥସାରଥି ଦାସ(୨୮)।ସେ ଏକ ମେଡିସିନକମ୍ପାନୀରେ କାମ କରୁଥିଲେ।
ପ୍ରକାଶଯେ,ଶୁକ୍ରବାର ଭୋର୪ଟାସମୟରେ ବାରଙ୍ଗଥାନା ନିକଟସ୍ଥ ମଧୁବନଗାଁପାଖ ଏକମୁଣ୍ଡିଆରୁ ବେଆଇନଭାବେ ଚୋରାରେ ଚାଲାଣ ହେଉଛି ମୋରମ।ଟ୍ରିପ୍ ପିଛା ୩ହଜାରେଟଙ୍କାରେ ଖୋଲାଖୋଲି ଭାବେ ମୋରମ ବିକ୍ରି ଚାଲିଛି।କେତେପରିମାଣର ମୋରମ ଖୋଲା ଗଲାଣି ତାର ମଧ୍ୟ ପ୍ରଶାସନ ପାଖରେ ହିସାବନାହିଁ କି ଅଙ୍କୁଶ ମଧ୍ୟନାହିଁ।
ଏଠାରୁ ମୋରମବୋଝେଇକରି ଓଡି ୦୯ ଟି ୨୩୫୫ ନମ୍ୱର ହାଇୱାଟି ଦୃତ ଗତିରେ ପୁରୀ ମୁଖ୍ୟ କେନାଲବନ୍ଧ ରାସ୍ତାରେ ଗୋଡିସାହି ଅଭିମୁଖେ ଯାଉଥିଲା।ଏହି ସମୟରେ ଓଡି ୦୨ବିଜେଡ୍ ୫୨୯୩ନମ୍ୱର ବାଇକରେ ପାର୍ଥସାରଥି ଆଠଗଡରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲେ।ରତାଗଡ ରେଳପୋଲ ନିକଟରେ ହାଇୱାଟି ବାଇକକୁ ସାମ୍ନାରୁ ଧକ୍କା ଦେଇଥିଲା।ବାଇକ୍ ସହ ପାର୍ଥ ହାଇୱାର ଆଗଚକ ତଳେ ରହିଯାଇଥିବାରୁ ପ୍ରାୟ ୫୦ଫୁଟ ପର୍ଯ୍ୟନ୍ତ ହାଇୱାଟି ବାଇକକୁ ଘୋଷାରିନେଇ ଯାଇଥିଲା।ଯାହାଫଳରେ ପାର୍ଥଙ୍କର ଘଟଣାସ୍ଥଳରେ ମୁତ୍ୟୁ ହୋଇଥିଲା।ଦୁର୍ଘଟଣାପରେ ହାଇୱାଚାଲକ ଘଟଣାସ୍ଥଳରୁ ଫେରାର ହୋଇଯାଇ ଥିଲା।ଖବରପାଇ ବାରଙ୍ଗଥାନାଅଧିକାରୀ ନିରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେପହଞ୍ଚି ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଗାଡିଦୁଇଟିକୁ ଜବତ କରିଥିଲେ।ଏହି ଘଟଣା ପରେ ବେଆଇନଭାବେ ଚାଲୁଥିବା ମୋରମଚାଲାଣ ଉପରେ ସମସ୍ତଙ୍କ ନଜରକୁ ଆସିଛି।ଏହାସହ ଏମାନଙ୍କଉପରେ ପ୍ରଶାସନର ଅଙ୍କୁଶ ରହୁନଥିବାର ଅଭିଯୋଗ ମଧ୍ୟ ହେଉଛି।ଖୋଲାଖୋଲିଭାବେ ଟ୍ରିପ ପିଛା ୩ହଜାରେ ଟଙ୍କାକରି ମୋରମ ବିକ୍ରି କରାଯାଉଛି।ଯେହେତୁ ଚୋରାରେ ଏଠାରୁ ମୋରମଚାଲାଣ କରାଯାଉଛି ତେଣୁ ସନ୍ଧ୍ୟାହେବା ମାତ୍ରେ ପୁରୀ ମେନକେନାଲ ରାସ୍ତା ଚୋରା ମୋରମ ବୋଝେଇ ହାଇୱାଙ୍କ ଦୃତଗତିରେ ଗାଡିଚାଳନା ସାଧାରଣଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବାର ଅଭିଯୋଗ ହେଉଛି।

- Advertisement -

Leave A Reply

Your email address will not be published.